ବଢୁଛି ଶିଳ୍ପ, ଗାଁ ମୁହାଁ ହାତୀ

ଯାଜପୁର ଅଫିସ,୨୪ା୧ – ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ, ଫସଲହାନି, ଘରଦ୍ୱାର କ୍ଷୟକ୍ଷତି ଘଟଣା ଆଦି ବୃଦ୍ଧି ପାଉଛି। ଗତ କିଛିବର୍ଷ ହେଲା ଏଭଳି ଘଟଣା ଜଙ୍ଗଲ ଆଖପାଖ ଗ୍ରାମ ଗ୍ରାମ ବ୍ୟତୀତ ଜଙ୍ଗଲରୁ ଦୂରରେ ଥିବା ଜନବସତିରେ ମଧ୍ୟ ଏଭଳି ଘଟଣା ଘଟୁଛି। ସେଥିପାଇଁ ହାତୀ ଉପଦ୍ରବ ସମ୍ପର୍କରେ ଅନେକ ଖବର ପ୍ରତିଦିନ ଖବରକାଗଜ ପୃଷ୍ଠାମଣ୍ଡନ କରୁଛି। କିନ୍ତୁ ବାସ୍ତବପକ୍ଷେ ମଣିଷର ସଚେତନତା ଅଭାବ ଓ ଜଙ୍ଗଲ ପରିବେଶ ନଷ୍ଟ ଯୋଗୁ ନିଜ ବାସ ହରାଉଛନ୍ତି ହାତୀ। ମଣିଷ ହାତୀଙ୍କ ପ୍ରାକୃତିକ ବାସସ୍ଥଳ ଜଙ୍ଗଲକୁ ଧ୍ୱଂସ କରି ଚାଲିଛି। ହାତୀଙ୍କ ଖାଦ୍ୟ ଛଡ଼ାଇ ନିଜେ ଖାଉଛି ଓ ବେପାର କରୁଛି। ଶହଶହ ବର୍ଷ ଧରି ଜଙ୍ଗଲରୁ ଜଙ୍ଗଲକୁ ଯିବାଆସିବା କରୁଥିବା ଗତିପଥକୁ ଖଣି ଓ କଳକାରଖାନା ଯୋଗୁ ଅବରୋଧ ହୋଇଯାଇଛି। ସେଥିରେ ପୁଣି ମୂଲ୍ୟବାନ ଦାନ୍ତ ଲୋଭରେ ହାତୀଙ୍କ ଶିକାର ହେଉଛି। ଏଥିଯୋଗୁ ହାତୀ ମାନସିକ ଭାରସାମ୍ୟ ହରାଇ ଗ୍ରାମାଭିମୁଖୀ ହୋଇ ନିର୍ଦ୍ଦୋଷ ଲୋକଙ୍କ ଜୀବନ ନେବାରେ ଲାଗିଛି।
ଜୈବ ବିବିଧତା ନଷ୍ଟ ହେବା ସହ ଅତି ଘନଜଙ୍ଗଲ ସୃଷ୍ଟିରେ ବିଫଳ ଯୋଗୁ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ହାତୀ ଏବଂ ମନୁଷ୍ୟ ମଧ୍ୟରେ ସଂଘର୍ଷ ବଢିବାରେ ଲାଗିଛି। ସପ୍ତାହକ ମଧ୍ୟରେ ଜିଲାରେ ଦନ୍ତାହାତୀ ଆକ୍ରମଣରେ ୩ଜଣଙ୍କ ଜୀବନ ଯାଇଥିବାବେଳେ ୧୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଦନ୍ତାହାତୀକୁ ଘଉଡାଇବାକୁ ଯାଇ ଜଙ୍ଗଲ ବିଭାଗ ପକ୍ଷରୁ ଏସିଏଫ ଶରତଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ୪୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜଙ୍ଗଲରେ ହାତୀର ସବୁଠାରୁ ପ୍ରିୟ ଖାଦ୍ୟ ହେଉଛି ମଇଗଛର ଛାଲି, ବାଉଁଶଗଜା, ବର, ପିପଳ ଗଛର କଅଁଳ ଡାଳ ଓ ପତ୍ର। ମଣିଷର ବିଭିନ୍ନ ଆବଶ୍ୟକତା ପୂରଣ କରିବାକୁ ଜଙ୍ଗଲରେ ମଇଗଛ ପ୍ରାୟ ନିଶ୍ଚିହ୍ନ ହେବାକୁ ବସିଥିବାବେଳେ ବାଉଁଶ ଜଙ୍ଗଲ ମଧ୍ୟ କମିବାରେ ଲାଗିଛି। ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଓ ଏହାର ଉପତ୍ୟକା ଅଞ୍ଚଳରେ କଳାପଥର ଖନନ, ଖଣି ଓ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ବର, ପିପଳ ଗଛ କଟି ଯାଉଛି। ଏହି ପରିସ୍ଥିତିରେ ଜଙ୍ଗଲରେ ହାତୀଙ୍କ ପାଇଁ ଖାଦ୍ୟାଭାବ ଦେଖାଦେଇଛି। ଜଙ୍ଗଲ ହ୍ରାସ ଯୋଗୁ ଜଙ୍ଗଲି ଝରଣାଗୁଡିକର ଜଳଧାରା ମଧ୍ୟ ଶୁଖି ଯାଉଛି। ଏହି କାରଣରୁ ହାତୀମାନେ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ବାହାରକୁ ଚାଲି ଆସୁଛନ୍ତି। ଧାନ କେବେ ବି ହାତୀଙ୍କ ପ୍ରିୟ ଖାଦ୍ୟ ହୋଇ ନ ଥିବାବେଳେ ପେଟ ଦାଉରେ ସେମାନେ ଧାନକ୍ଷେତକୁ ଆସି ଯେତିକି ଖାଉଛନ୍ତି, ତାଠୁ ଅଧିକ ମାଡି ନଷ୍ଟ କରି ଦେଉଛନ୍ତି। ଗାଁରେ ମହୁଲି ମଦ ରନ୍ଧା ବାସ୍ନା ମଧ୍ୟ ହାତୀଙ୍କୁ ଆକର୍ଷିତ କରିଥାଏ। ଏଥିପାଇଁ ସେମାନେ ଘରଦ୍ୱାର ଭାଙ୍ଗି ଦେଇଥାନ୍ତି। ଏହାସହିତ ଦିନକୁ ୨୦ରୁ ୪୦ କି.ମି. ପର୍ଯ୍ୟନ୍ତ ବୁଲିବା ହାତୀଙ୍କ ଜୀବନଚର୍ଯ୍ୟାର ଏକ ମୁଖ୍ୟ ଗତିବିଧି। ସେମାନଙ୍କର ନିର୍ଦ୍ଧାରିତ ଏକ ଗତିପଥ ରହିଥାଏ। ଯାହାକି ୫ରୁ ୧୦ କି.ମି. ଓସାରରେ ବ୍ୟାପିଥାଏ। ହେଲେ ଯାଜପୁର ଜିଲାରେ ହାତୀଙ୍କର ଏହି ଗତିପଥରେ ବହୁ କଳାପଥର ଖାଦାନ, ଖଣି ଓ କଳକାରଖାନା ଗଢି ଉଠିଛି। ଫଳରେ ହାତୀଙ୍କ ଗତିପଥରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ସେମାନେ ବିଭିନ୍ନ ସମୟରେ ବାଟବଣା ହୋଇ ଗତିପଥ ବଦଳାଇ ଏଣେତେଣେ ଜନବସତିକୁ ଚାଲିଯାଉଛନ୍ତି। ଗତ ଏକ ସପ୍ତାହ ହେବ ସୁକିନ୍ଦା ଅଞ୍ଚଳରୁ ପଶି ଆସି ଗ୍ରାମାଞ୍ଚଳରେ ଉପଦ୍ରବ ମଚାଇଥିବା ଏକ ବଣୁଆ ହାତୀ ଏହାର ଦୃଷ୍ଟାନ୍ତ। ସେହିପରି ପୂର୍ବରୁ ବଡଚଣା, ସୁକିନ୍ଦା ବ୍ଲକ ଅଞ୍ଚଳରେ ହାତୀ ଗ୍ରାମାଭିମୁଖୀ ହୋଇଥିବା ନଜିର ରହିଛି। ଏ ସଂକ୍ରାନ୍ତରେ ଯାଜପୁରରୋଡ ରେଞ୍ଜର ଦେବେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି ବଣୁଆ ହାତୀକୁ ଘୋଡାଇବାକୁ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ଅଧିକାରୀ ନିୟୋଜିତ ଅଛନ୍ତି। ତେବେ ଟ୍ରାଙ୍କୁଲାଇଜର ବ୍ୟବହାର କରାଯାଉ ନାହିଁ। ଏଥିରେ ବହୁତ ବିପଦ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ:ମାଡ଼ିବସିଲା ପୋଲିସ

ଧର୍ମଶାଳା,୩୦।୫(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ସାରୋଇ ନିକଟରେ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରୁଥିବାବେଳେ ଲୋକଙ୍କ ସହଯୋଗରେ ଲୁଟେରାକୁ…

ଏହି ୨ ଗୋଟି ସ୍ଥାନରେ ରାସ୍ତାର ନବୀକରଣ, ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାଶ କଲେ ବିଧାୟକ ହିମାଂଶୁ ଶେଖର, ୪ କୋଟି ଟଙ୍କା ବ୍ୟୟ ଅଟକଳରେ…

ଧର୍ମଶାଳା,୨୬।୫(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ଧର୍ମଶାଳା ବିଧାୟକଙ୍କ ମାରାଥନ ଶିଳାନ୍ୟାଶ ଜାରିରହିଛି ।…

ଦୁର୍ଘଟଣାକୁ ଡାକୁଛି ବେପରୁଆ ‘ୟୁ-ଟର୍ନ’

କାଏମା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରେଲୱେ ଓଭରବ୍ରିଜ ନିକଟରେ ଥିବା କଟ ପଏଣ୍ଟରେ ଗାଡ଼ିଗୁଡ଼ିକ ନେଉଥିବା ବେପରୁଆ ‘ୟୁ-ଟର୍ନ’…

ଜିଲାପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା, ଦିନରାତି ଜଳୁଛି ଇଟାଭାଟି

ରସୁଲପୁର,୨୫ା୫(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଜଳୁଛି। ବାୟୁମଣ୍ଡଳ ତାପମାତ୍ରା ୪୨ଂ ଉପରେ ରହୁଥିବାବେଳେ ଅସାଧୁ ଇଟା ବ୍ୟବସାୟୀ ବେଧଡ଼କ ଇଟାଭାଟିରେ…

ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ…

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

ନିଲାମ ଆରମ୍ଭ ହେବା ପୂର୍ବରୁ ନିଲାମ ବାତିଲ:ଲୋକଙ୍କ ମଧ୍ୟରେ ଅସନ୍ତୋଷ ସହ ବଢିଲା ସନ୍ଦେହ

ଧର୍ମଶାଳା,୨୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ବଡ଼ କାଏମା ପଞ୍ଚାୟତରେ ଶୁକ୍ରବାର ହେବାକୁ ଥିବା ନିଲାମ ପ୍ରକ୍ରିୟା ଆରମ୍ଭ ହେବା କିଛି ସମୟ…

ଛିଡା ହୋଇଥିବା ଟ୍ରକ୍‌ ପଛରେ ପିଟିଲା ଟ୍ରାଭେଲର: ୧୦ରୁ ଅଧିକ ଯାତ୍ରୀ ଆହତ

କଳିଙ୍ଗନଗର ୨୨।୫(ଶୁଭାଶିଷ ରାଉତ ): ମା’ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ଯିବା ସମୟରେ ଅଘଟଣ। ଟ୍ରକ ପଛପଟୁ ପିଟିଲା ଟ୍ରାଭେଲର। ୧୦ରୁ ଅଧିକ ଯାତ୍ରୀ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri