ବଢୁଛି ପଥର ଚୋରି

ଖୋର୍ଦ୍ଧା ଅଫିସ,୯ା୧: ଖୋର୍ଦ୍ଧା ସବ୍‌ଡିଭିଜନରେ ମାଙ୍କଡା, କଳାମୁଗୁନି ପଥର ଚୋରି ବଢ଼ିବାରେ ଲାଗିଛି। ତହସିଲ କର୍ତ୍ତୃପକ୍ଷ ଓ ପୋଲିସର ଚଢାଉ ପଥର ଚୋରିକୁ ରୋକିବାରେ ସକ୍ଷମ ହୋଇ ପାରୁନାହିଁ। ଲଘୁ ଖଣିଜ ଚୋରି ରୋକିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି)ଙ୍କ ନିର୍ଦ୍ଦେଶକୁ ୨୮ ଦିନ ବିତିଯାଇଥିଲେ ମଧ୍ୟ ଏଥିରେ ଲଗାମ ଲାଗି ପାରିଲାନି। ଖଣି ଚୋରମାନେ ପୂର୍ବବତ୍‌ ସେମାନଙ୍କ କାରବାର ବଢାଇ ଚାଲିଛନ୍ତି। ଖୋର୍ଦ୍ଧା ଜିଲାରେ ଲଘୁଜ ଖଣିଜ ପଦାର୍ଥ ଭରପୂର ହୋଇ ରହିଛି। ତେବେ ପ୍ରଶାସନ ଏହାର ଠିକ୍‌ ପରିଚାଳନା କରୁ ନ ଥିବାରୁ ପଥର ଚୋରି ବଢି ଚାଲିଛି। ବେଆଇନ ଖଣିଜ ସମ୍ପଦର ଉତ୍ତୋଳନ ପରିବହନକୁ ଲଗାମ ଲଗାଇବା ପାଇଁ ରାଜସ୍ବ, ପୋଲିସ ଓ ଜଙ୍ଗଲ ବିଭାଗର ମିଳିତ ଆନୁକୂଲ୍ୟରେ ଚଢାଉ କରିବାକୁ ୨୦୧୯ ଡିସେମ୍ବର ୧୧ରେ ଖୋର୍ଦ୍ଧାରେ ସମୀକ୍ଷା କରି ଆରଡିସି ନିର୍ଦ୍ଦେଶ ଦେଇଥିଲେ। ଆରଡିସିଙ୍କ ନିର୍ଦ୍ଦେଶ ପରେ ଚଢାଉ ତ୍ୱରାନ୍ବିତ ହୋଇଥିଲା। କିଛିଦିନ ଧରପଗଡ ଚାଲିଥିଲା। ଏବେ ୧୬ ନଂ. ଜାତୀୟ ରାଜପଥରେ ବେଆଇନ ଭାବେ ମୋରମ, ମାଙ୍କଡା ଓ କଳାମୁଗୁନି ପଥର ଟ୍ରକ, ଟ୍ରାକ୍ଟରରେ ବୁହା ଚାଲିଛି। କିନ୍ତୁ ଧରପଗଡ କରାଯାଉନାହିଁ।

ୱାର୍କ ଅର୍ଡର ୭, ଖଣି ଖନନ ୧୫ରୁ ଊର୍ଦ୍ଧ୍ୱ
ଖୋର୍ଦ୍ଧା ଓ ବେଗୁନିଆ ତହସିଲର ୪୬ଟି କଳାମୁଗୁନି ପଥର ଖଣିରୁ ୭ଟିକୁ ୱାର୍କ ଅର୍ଡର ମିଳିଛି। ଅନ୍ୟ ଖଣିଗୁଡିକ ୱାର୍କ ଅର୍ଡର ପାଇ ନ ଥିଲେ ମଧ୍ୟ ବେଆଇନ ଖଣି ଖନନ ହେଉଥିଲା। ତେବେ ଏସ୍‌ଟିଏଫ୍‌ର ଚଢ଼ାଉ ପରେ ବେଆଇନ ଖଣି ଖନନ ବନ୍ଦ ରହିଥିଲା। ପରେ ପ୍ରାୟ ୭ଟି ଖଣି ଚାଲିଥିଲା। କିଛିଦିନର ନୀରବତା ପରେ ୱାର୍କ ଅର୍ଡର ପାଇଥିବା ଖଣି ନିକଟବର୍ତ୍ତୀ ଅଞ୍ଚଳରେ ପୁଣି ପ୍ରାୟ ୮ଟି ଖଣି ବେଆଇନ ଭାବେ ଚାଲିଥିବା ଅଭିଯୋଗ ହେଉଛି। ଏ ନେଇ କେତେଜଣ ଲୋକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ୱାର୍କ ଅର୍ଡର ୭ଟି ଖଣି ପାଇଥିବାବେଳେ ୮ଟି ଖଣି କିପରି ପୁଣି ବେଆଇନ ଭାବେ ଚାଲୁଛି ତା’ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି।
ବିପଦରେ ଖୋର୍ଦ୍ଧା
ଖୋର୍ଦ୍ଧାର ଆଖପାଖ ଅଞ୍ଚଳରେ ବେଆଇନ ମାଙ୍କଡା ପଥର ଓ ମୋରମ ଖଣି ଉତ୍ତୋଳନ ହେଉଛି। ଖଣିଚୋରମାନେ ଜଙ୍ଗଲିଆ ଅଞ୍ଚଳ ଓ କାଜୁ ଜଙ୍ଗଲକୁ ନିରାପଦ ସ୍ଥାନ ଭାବେ ବାଛି ନେଇଛନ୍ତି। ଏଣୁ ଜିଲାର ବିଭିନ୍ନ ଜଙ୍ଗଲ ଓ କାଜୁ ଜଙ୍ଗଲ ପରିସରରେ ବଡ ବଡ ଖଣି ପୋଖରୀ ସୃଷ୍ଟି ହୋଇ ସାରିଲାଣି । ସେହିଭଳି ବିଭିନ୍ନ ଗଁାକୁ ଯିବା ରାସ୍ତା, ପଡିଆ, ଶ୍ମଶାନ, ସରକାରୀ ଜମିରୁ ବେଆଇନ ଭାବେ ମାଙ୍କଡା ପଥର, ମୋରମ ଖନନ ଚାଲିଛି। ତେବେ ଏସ୍‌ଟିଏଫର ନଜର ନ ପଡିବାରୁ ବେଆଇନ ଖଣି ଖନନ ପୂର୍ବଠାରୁ ଅଧିକ ଭାବେ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri