ବଢ଼ୁଛି ସଂକ୍ରମିତ ଆଶଙ୍କା: ଏ ସବୁ ଖାଦ୍ୟ ଖାଇ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ

କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ନେଇ ଦେଶ ତଥା ରାଜ୍ୟ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ମାସ୍କ ଓ ସାନିଟାଇଜର ବ୍ୟବହାର କରି ଏହାକୁ ରୋକିବାକୁ ସଚେତନ କରାଯାଉଛି। ତେବେ ସଚେତନତା ହିଁ ଏହାକୁ ରୋକିବାର ଏକମାତ୍ର ଉପାୟ ହୋଇଥିବା ବେଳେ ଅନେକ ସମୟରେ ବିଭିନ୍ନ ଗୁଜବ ସୃଷ୍ଟି ହେଉଥିବା ଶୁଣିବାକୁ ମିଳୁଛି। ଏଣୁ ଏଥିରୁ ଦୂରେଇ ରହି ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ରଖିବାକୁ ଚେଷ୍ଟା କରନ୍ତୁ। ଏପରି ସ୍ଥିତିରେ କେତେକ ଆଣ୍ଟି ଭାଇରାଲ ଖାଦ୍ୟ ଖାଆନ୍ତୁ, ଯାହା ପ୍ରତିରକ୍ଷା ପ୍ରଣାଳୀ (ଇମ୍ୟୁନ ସିଷ୍ଟମ୍‌କୁ) ଶକ୍ତ କରିବ। ଏହା ମଧ୍ୟ ଆପଣଙ୍କୁ ସଂକ୍ରମିତ ରୋଗରୁ ଦୂରେଇ ରଖିବ। ଯେପରିକି ;

ରସୁଣ:
ଏଥିରୁ ଆଲିସିନ୍‌ ମିଳିଥାଏ, ଯାହାକୁ ଖାଇବା ଫଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ପ୍ରତିଦିନ ଗରମ ପାଣି ସହିତ ଦୁଇଟି ରସୁଣ ପାଖୁଡ଼ା ଖାଆନ୍ତୁ। ଏହା ସହିତ ଆପଣ ରସୁଣ ଗୁଣ୍ଡର ସୁପ୍‌ ମଧ୍ୟ ପିଇପାରିବେ।

ଦହି:
ନ୍ୟାଶନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ପକ୍ଷରୁ କରାଯାଇଥିବା ଏକ ଗବେଷଣା ଅନୁଯାୟୀ, ଦହି ଖାଇବା ଦ୍ୱାରା ଆରଟିଆଇଏସ୍‌ ଅର୍ଥାତ ଶ୍ୱାସକ୍ରିୟା ସଂକ୍ରମଣ ଆଶଙ୍କା କମ୍‌ ହୋଇଥାଏ। ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନଙ୍କ ଲାଗି ଏହା ରାମବାଣ ସଦୃଶ କାମ କରିଥାଏ।

ଛତୁ:
ଛତୁରେ ବିଟା ଗ୍ଲୁକୋନ୍ସ ଭରପୂର ରହିଥାଏ, ଯାହା ଆଣ୍ଟିଭାଇରାଲ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ନାମରେ ପରିଚିତ। ଏହା କେବଳ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ନ ଥାଏ ବରଂ ଅନେକ ରୋଗରୁ ମୁକ୍ତି ଦେଇଥାଏ। ନଡ଼ିଆ ତେଲରେ ଛତୁକୁ ରାନ୍ଧି ଖାଇପାରିବେ।

ଡାଳଚିନି:
ଏହି ସୁଗନ୍ଧିତ ମସଲା କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ ବରଂ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଶରୀରକୁ ଭାଇରାଲ ସଂକ୍ରମଣରୁ ଏହା ରକ୍ଷା କରିଥାଏ। ନ୍ୟୁୟର୍କର ଟୁରୋ କଲେଜରେ କରାଯାଇଥିବା ଗବେଷଣାରୁ ଏହା ଜଣାପଡିଛି ଯେ, ଡାଳଚିନିରେ ଆଣ୍ଟି-ଭାଇରାଲ ଗୁଣ ରହିଛି। ଏହାର ଖଣ୍ଡକୁ ରାତିରେ ପାଣିରେ ଭିଜାଇ ପରଦିନ ସକାଳେ ସେହି ପାଣି ପିଅନ୍ତୁ। ଏହାସହିତ ଆପଣ ଚା’ କିମ୍ବା କଫିରେ ଏହାର ଅଳ୍ପ ଗୁଣ୍ଡ ମିଶାଇ ପିଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

CJP ହିଂସା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ! ବାତିଲ ହେବ….

ନୂଆଦିଲ୍ଲୀ,୨୩।୭: ଜନ୍ତର ମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ (CJP) ପ୍ରତିବାଦ ସମୟରେ ଘଟିଥିବା ହିଂସାରେ ଜଡିତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସ…

CJP ଆନ୍ଦୋଳନ, ଏଣ୍ଟ୍ରି ମାରିଲାଣି ପାକିସ୍ତାନ! ଲାଠିଚାର୍ଜକୁ ନେଇ କହିଲା ଏମିତି ହେଉଛି ଖୁବ ଆଲୋଚନା

ନୂଆଦିଲ୍ଲୀ/ଇସଲାମାବାଦ,୨୩।୭: NEET-UG ପେପର୍‌ ଲିକ ବିବାଦ ଏବଂ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କରାଯାଇଥିବା ପ୍ରତିବାଦ ଉପରେ ପାକିସ୍ତାନ ପ୍ରତିକ୍ରିୟା…

ଖୁବଶୀଘ୍ର ଇସ୍ତଫା ଦେବେ ବାଂଲାଦେଶ ରାଷ୍ଟ୍ରପତି; କିଏ ନେବେ ନେତୃତ୍ୱ? ରାଜନୈତିକ ମହଲରେ ହେଲାଣି ତୀବ୍ର ଆଲୋଚନା

ଢାକା,୨୩।୭: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଖୁବ ଶୀଘ୍ର ଇସ୍ତଫା ଦେବାକୁ ଯାଉଛନ୍ତି;…

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୁଣା ପୋଷ୍ଟ ଭାଇରାଲ, ସୋନମ ଓ୍ବାଙ୍ଗଚୁକ ଏବଂ ତାଙ୍କ ପତ୍ନୀଙ୍କୁ କରିଥିଲେ ଏଭଳି ପ୍ରଶଂସା

ନୂଆଦିଲ୍ଲୀ,୨୩।୯: ଜଳବାୟୁ କର୍ମୀ ଓ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଅନଶନ ଜାରି ଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତିନି ବର୍ଷ ପୁରୁଣା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri