ବଢ଼ୁଛି ସଂକ୍ରମିତ ଆଶଙ୍କା: ଏ ସବୁ ଖାଦ୍ୟ ଖାଇ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ

କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ନେଇ ଦେଶ ତଥା ରାଜ୍ୟ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ମାସ୍କ ଓ ସାନିଟାଇଜର ବ୍ୟବହାର କରି ଏହାକୁ ରୋକିବାକୁ ସଚେତନ କରାଯାଉଛି। ତେବେ ସଚେତନତା ହିଁ ଏହାକୁ ରୋକିବାର ଏକମାତ୍ର ଉପାୟ ହୋଇଥିବା ବେଳେ ଅନେକ ସମୟରେ ବିଭିନ୍ନ ଗୁଜବ ସୃଷ୍ଟି ହେଉଥିବା ଶୁଣିବାକୁ ମିଳୁଛି। ଏଣୁ ଏଥିରୁ ଦୂରେଇ ରହି ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ରଖିବାକୁ ଚେଷ୍ଟା କରନ୍ତୁ। ଏପରି ସ୍ଥିତିରେ କେତେକ ଆଣ୍ଟି ଭାଇରାଲ ଖାଦ୍ୟ ଖାଆନ୍ତୁ, ଯାହା ପ୍ରତିରକ୍ଷା ପ୍ରଣାଳୀ (ଇମ୍ୟୁନ ସିଷ୍ଟମ୍‌କୁ) ଶକ୍ତ କରିବ। ଏହା ମଧ୍ୟ ଆପଣଙ୍କୁ ସଂକ୍ରମିତ ରୋଗରୁ ଦୂରେଇ ରଖିବ। ଯେପରିକି ;

ରସୁଣ:
ଏଥିରୁ ଆଲିସିନ୍‌ ମିଳିଥାଏ, ଯାହାକୁ ଖାଇବା ଫଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ପ୍ରତିଦିନ ଗରମ ପାଣି ସହିତ ଦୁଇଟି ରସୁଣ ପାଖୁଡ଼ା ଖାଆନ୍ତୁ। ଏହା ସହିତ ଆପଣ ରସୁଣ ଗୁଣ୍ଡର ସୁପ୍‌ ମଧ୍ୟ ପିଇପାରିବେ।

ଦହି:
ନ୍ୟାଶନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ପକ୍ଷରୁ କରାଯାଇଥିବା ଏକ ଗବେଷଣା ଅନୁଯାୟୀ, ଦହି ଖାଇବା ଦ୍ୱାରା ଆରଟିଆଇଏସ୍‌ ଅର୍ଥାତ ଶ୍ୱାସକ୍ରିୟା ସଂକ୍ରମଣ ଆଶଙ୍କା କମ୍‌ ହୋଇଥାଏ। ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନଙ୍କ ଲାଗି ଏହା ରାମବାଣ ସଦୃଶ କାମ କରିଥାଏ।

ଛତୁ:
ଛତୁରେ ବିଟା ଗ୍ଲୁକୋନ୍ସ ଭରପୂର ରହିଥାଏ, ଯାହା ଆଣ୍ଟିଭାଇରାଲ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ନାମରେ ପରିଚିତ। ଏହା କେବଳ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ନ ଥାଏ ବରଂ ଅନେକ ରୋଗରୁ ମୁକ୍ତି ଦେଇଥାଏ। ନଡ଼ିଆ ତେଲରେ ଛତୁକୁ ରାନ୍ଧି ଖାଇପାରିବେ।

ଡାଳଚିନି:
ଏହି ସୁଗନ୍ଧିତ ମସଲା କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ ବରଂ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଶରୀରକୁ ଭାଇରାଲ ସଂକ୍ରମଣରୁ ଏହା ରକ୍ଷା କରିଥାଏ। ନ୍ୟୁୟର୍କର ଟୁରୋ କଲେଜରେ କରାଯାଇଥିବା ଗବେଷଣାରୁ ଏହା ଜଣାପଡିଛି ଯେ, ଡାଳଚିନିରେ ଆଣ୍ଟି-ଭାଇରାଲ ଗୁଣ ରହିଛି। ଏହାର ଖଣ୍ଡକୁ ରାତିରେ ପାଣିରେ ଭିଜାଇ ପରଦିନ ସକାଳେ ସେହି ପାଣି ପିଅନ୍ତୁ। ଏହାସହିତ ଆପଣ ଚା’ କିମ୍ବା କଫିରେ ଏହାର ଅଳ୍ପ ଗୁଣ୍ଡ ମିଶାଇ ପିଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri