ବଡ଼ ବିପତ୍ତି ଡିପ୍ରେସନ

ଡା. ଅଂଶୁମାନ କର

ଗତ କିଛି ସପ୍ତାହ ହେବ ଦେଶ ତଥା ରାଜ୍ୟରେ କରୋନା ମହାମାରୀ ସ୍ଥିତିରେ ପରିବର୍ତ୍ତନ ଆସିଛି। ଡାକ୍ତରୀ ଭାଷାରେ କହିବାକୁ ଗଲେ- “We are fast heading towards the Epidemic peak.” ଅର୍ଥାତ୍‌ ଆମ ଦେଶରେ ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ଶୀର୍ଷରେ ପହଞ୍ଚିବାକୁ ଯାଉଛି। ଭାରତରେ ପ୍ରଥମ ଶୀର୍ଷର ମୁଖ୍ୟ କାରଣ ପ୍ରବାସୀ ନାଗରିକ ହୋଇଥିବା ବେଳେ ଅନୁମାନ କରାଯାଉଛି ଯେ ଦ୍ୱିତୀୟ ଶୀର୍ଷର ମୁଖ୍ୟ କାରଣ ପ୍ରବାସୀ ଶ୍ରମିକ।
ଶ୍ରମିକ ଓ ନାଗରିକ ଭିନ୍ନ ନୁହନ୍ତି, ମାତ୍ର ଆମେ ତାଙ୍କୁ ଭିନ୍ନ ଭଳି ଚିତ୍ରିତ କରୁଛୁ। ପ୍ରବାସୀ ନାଗରିକ କହିଲେ, ଆନ୍ତଃରାଜ୍ୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରୁ ଆସୁଥିବା ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ବୁଝାଉଛି। ମାତ୍ର ପ୍ରବାସୀ ଶ୍ରମିକ କହିଲେ, ଆମେ ସାଧାରଣତଃ ରାଜମିସ୍ତ୍ରି କିମ୍ବା ନିର୍ମାଣ କାରିଗର, ଛୋଟ ବେପାରି ଓ ଅନ୍ୟ କାରିଗରଙ୍କୁ ବୁଝୁ। ପ୍ରବାସୀ ଶ୍ରମିକ କହିଲେ, ମୁଖ୍ୟତଃ ପୂର୍ବଭାରତ ଓ ମଧ୍ୟଭାରତର ତଳ ଓ ନିମ୍ନ-ମଧ୍ୟମ ବର୍ଗର ସମସ୍ତ ଲୋକଙ୍କୁ ବୁଝାଏ, ଯେଉଁମାନେ କି ପଶ୍ଚିମ ତଥା ଉତ୍ତର ଓ ଦକ୍ଷିଣ ଭାରତର ବଡ଼ ବଡ଼ ସହରରେ ନାନା ପ୍ରକାରର କୁଶଳୀ ଓ ଅଣକୁଶଳୀ କାର୍ଯ୍ୟ କରୁଥିଲେ।
ଆଜି ପର୍ଯ୍ୟନ୍ତ ଏହି ପ୍ରବାସୀ ଶ୍ରମିକଙ୍କ କୌଣସି ଠିକ୍‌ ତଥ୍ୟ କାହାରି ପାଖରେ ନାହିଁ। ତେଣୁ ଏମାନଙ୍କର ସ୍ବରାଜ୍ୟ ପ୍ରତ୍ୟାବର୍ତ୍ତନରେ କୌଣସି ନିର୍ଦ୍ଦିଷ୍ଟ ନିୟମାବଳୀ ଆଧାରରେ ଚିକିତ୍ସା କରିବା ସମ୍ଭବପର ନୁହେଁ। ଆମେ ମଧ୍ୟ କହିପାରିବା ନାହିଁ କି ଏହି ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଭାରତର ଜନସଂଖ୍ୟାର ଶତକଡ଼ା କେତେ ପ୍ରତିଶତ। ଗୋଟିଏ ବିଶେଷ ଅଧ୍ୟୟନ କହୁଛି ଯେ ଜୁନ୍‌ ଓ ଜୁଲାଇ ମାସରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫-୨୦ ଲକ୍ଷ ଓ ଓଡ଼ିଶାରେ ଏହି ସଂଖ୍ୟା ୧୦-୨୦ ହଜାର ପାଖାପାଖି ହୋଇପାରେ। ଏପରି ଏକ ସମୟରେ ବିତର୍କ ଚାଲିଛି କି ‘ତାଲାବନ୍ଦ ୪.୦ ବା ତାଲାଖୋଲା ୧.୦’ର ଆଗକୁ କ’ଣ?
ସାମାଜିକ ଦୂରତା, ମୁଖପଟି, ହସ୍ତ ପ୍ରକ୍ଷାଳନ ଆଦି ବ୍ୟାବହାରିକ ଜୀବନରେ ପରିବର୍ତ୍ତନ ସହ ଆମ ସମାଜ ପୁଣି କାର୍ଯ୍ୟପଥରେ ଚାଲିବା ଆରମ୍ଭ କରିସାରିଲାଣି। ମୁଁ କୌଣସି ଅର୍ଥନୀତିଜ୍ଞ ନୁହେଁ, କିନ୍ତୁ ତାଲାବନ୍ଦ ଦ୍ୱାରା ଦେଶର ଅର୍ଥନୀତିକୁ ପଡ଼ିଥିବା ଆଘାତରୁ ଅଜ୍ଞ ବି ନୁହଁ। ଜଣେ ଡାକ୍ତର ହିସାବରେ ଦମ୍ଭତାର ସହ ମୁଁ ଏହା କହିପାରିବି ଯେ, ମାନବଜାତିକୁ ଏତେ ଦିନ ପର୍ଯ୍ୟନ୍ତ ପଣବନ୍ଦୀ ଭଳି ରଖିବା ଭବିଷ୍ୟତ ପାଇଁ ଏକ ବଡ଼ ଭୁଲ୍‌ ହୋଇପାରେ। ଆମ ପାଖରେ ଥିବା ରୋଗପ୍ରତିରୋଧକ ଶକ୍ତିକୁ ଅଧିକ ଶକ୍ତିଶାଳୀ କରିବାକୁ ହେଲେ ଆମମାନଙ୍କୁ ରୋଗର ସାମ୍ନା କରିବାକୁ ପଡ଼ିବ। ମାନସିକ ସ୍ତରରେ ଆମମାନଙ୍କୁ ଅଧିକ ଶକ୍ତ ଓ ସକାରାତ୍ମକ ହେବାକୁ ପଡ଼ିବ।
କିଛିଦିନ ତଳେ ମୁଁ ମୋର ସୋସିଆଲ ମିଡ଼ିଆରେ ଲୋକମାନଙ୍କୁ ଏକ ପ୍ରଶ୍ନ ପଚାରିଥିଲି- ଆଗାମୀ ଦିନକୁ ଆପଣମାନେ ‘lock down 5.0 ବା Reopening 1.0’ କ’ଣ କହିବା ପସନ୍ଦ କରିବେ? ହାରାହାରି ୭୫% ଲୋକ କହିଲେ ସେମାନେ ଏହାକୁ ‘ତାଲାବନ୍ଦ ୫.୦’ ବୋଲି କହିବେ। ପ୍ରଶ୍ନଟି ଅତି ସାଧାରଣ ଲାଗୁଥିଲେ ବି ଏହାର ଅର୍ଥ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ରିଓପ୍‌ନିଂ ବା ତାଲାଖୋଲା ସେତେବେଳେ କୌଣସି ସରକାରୀ ବ୍ୟବହୃତ ଶବ୍ଦ ନ ଥିଲା, ବରଂ ଲୋକମାନଙ୍କ ଭିତରେ ସକାରାତ୍ମକ ଭାବନାର ସଂଚାର ପାଇଁ ଏହା ଉଦ୍ଦିଷ୍ଟ। ତାଲାବନ୍ଦ ଯୋଗୁ ସଦା ଚଳଚଞ୍ଚଳ ମାନବ ଜୀବନରେ ଯେଉଁ ପ୍ରତିବନ୍ଧକ ଲାଗିଛି, ତାହା ଆମ ମନୋବଳ ପାଇଁ ଏକ ଶକ୍ତ ଧକ୍କା। ଆର୍ଥିକ ଅସ୍ଥିରତା ଓ ସାମାଜିକ ପ୍ରତିବନ୍ଧକ ଏକ ବିଷଭଳି ମଣିଷର ସ୍ବଚ୍ଛ ବିଚାରକୁ ମ୍ଳାନ କରୁଛି। ବେକାରିଆପଣର ଚିନ୍ତା ମଣିଷକୁ ନୈରାଶ୍ୟ ଭିତରକୁ ଠେଲି ଦେଉଛି।
ଆଜିକାଲି ରୋଗୀଙ୍କ ସହ ଆଳାପ କଲାବେଳେ ରୋଗଠାରୁ ବେଶି ତାଙ୍କ ମନୋବଳକୁ ଚିକିତ୍ସା କରିବାକୁ ପଡୁଛି। ଲୋକଙ୍କ ମନର ନୈରାଶ୍ୟ ସେମାନଙ୍କ ନକାରାତ୍ମକ ଚିନ୍ତା ସହ ଯୋଡ଼ି ହୋଇଯାଇଛି। ସ୍ବାସ୍ଥ୍ୟ ସେବା ହେଲ୍‌ପଲାଇନ୍‌-୧୦୪ରେ ଅନେକ ଯୁବକ ନିରାଶା ଓ ହତାଶାଭରା କୌତୁକପୂର୍ଣ୍ଣ ପ୍ରଶ୍ନ ପଚାରୁଥିବାର ଦୃଷ୍ଟାନ୍ତ ମୋ ପାଖରେ ଅଛି। ତେଣୁ କରୋନାଠାରୁ ବି ବଡ଼ ବିପତ୍ତି ‘ଡିପ୍ରେସନ’ ଧୀରେ ଧୀରେ ସମାଜରେ ପାଦଦେବାକୁ ଲାଗିଲାଣି। ଏକବିଂଶ ଶତାବ୍ଦୀର ଯୁବପିଢ଼ିଠାରେ ଧୈର୍ଯ୍ୟ ଓ ସହନଶୀଳତାର ଘୋର ଅଭାବ ଥିବାରୁ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନଙ୍କ ମନୋବଳକୁ ଦୃଢ଼ ରଖିବାଟା ଏକ ବଡ଼ ଆହ୍ବାନ।
ତେଣୁ ତାଲାବନ୍ଦ ୫.୦ ବନାମ ତାଲାଖୋଲା ୧.୦ ବିତର୍କରେ ଆମେ ତାଲାଖୋଲା ୧.୦ ଶବ୍ଦଟି ବ୍ୟବହାର କରିଲେ ଏକ ସକାରାତ୍ମକ ଉର୍ଜାର ସଂଚାଳନା ହେବ। ମଣିଷ ମନରେ ଏକ ଆଶାର ସଂଚାର ହେବ- ‘ସବୁ ଠିକ୍‌ ହେବାର’। ସୁସ୍ଥ ମନୋବଳ ଏହି ମହାବିପତ୍ତିରେ ଆମର ଏକ ବଡ଼ ଅସ୍ତ୍ର। ପେଟର ଭୋକ ଓ ଓଠର ହସ, ଉଭୟର ରକ୍ଷା କରିବା ଲାଗି ସ୍ବଚ୍ଛ ବିଚାର ଓ ସୁସ୍ଥ ପରିବେଶର ଆବଶ୍ୟକତା ରହିଛି।
ଏହି ବର୍ଷର ସବୁଠାରୁ ବଡ଼ ମାନସିକ ସମସ୍ୟା ‘ଡିପ୍ରେସନ’ ବା ‘ନୈରାଶ୍ୟ’ର ନିରୁପଣ କରିବା ଆମର ସବୁଠାରୁ ବଡ଼ ଦାୟିତ୍ୱ। କରୋନା ଯୋଗୁ ସାମାଜିକ, ଆର୍ଥିକ, ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଦୁର୍ବଳ ହୋଇଥିବା ବେଳେ, ସମୟ ସହ ଏହାକୁ ଆମେ ନିୟନ୍ତ୍ରଣ କରିପାରିବା। ମାତ୍ର ମାନସିକ ସ୍ବାସ୍ଥ୍ୟକୁ ଠିକ୍‌ କରିବା ପାଇଁ ଅନେକ ସମୟ ଲାଗିବ। ଏଣୁ ଏହାର ଆରମ୍ଭ ଏବେଠାରୁ କରିବାକୁ ହେବ। ତାଲାବନ୍ଦ ୫.୦କୁ ତାଲାଫିଟା ୧.୦ କହି ଦେଖନ୍ତୁ ତ କେତେ ଭଲ ଲାଗୁଛି। କରୋନା ଏକ ରୋଗ ଯାହା ଆଜି ନ ହେଲେ କାଲି ନିୟନ୍ତ୍ରିତ ହେବ, ମାତ୍ର ମନୋବଳ ଥରେ ଗଲେ ଫେରିବା କଷ୍ଟକର।

ନୟାପଲୀ, ଭୁବନେଶ୍ୱର, ମୋ: ୯୭୭୮୦୩୦୪୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri