ବଡ଼ ପରଦାରେ ଦେଶପ୍ରେମ

ଦେଶପ୍ରେମକୁ ନେଇ କେବଳ ପ୍ରାନ୍ତୀୟ ଭାଷାରେ ନୁହେଁ, ବଲିଉଡ୍‌ରେ ଅନେକ ସିନେମା ନିର୍ମିତ ହୋଇଛି। ଉପଯୁକ୍ତ କାହାଣୀ ଚୟନ, ମନକୁ ଛୁଇଁଲା ଭଳି ଉପସ୍ଥାପନା ଶୈଳୀ ଏହି ଚଳଚ୍ଚିତ୍ରଗୁଡିକୁ ହିଟ୍‌ ପର୍ଯ୍ୟାୟଭୁକ୍ତ କରିବାରେ ସହାୟକ ହୋଇଛି। ଭିନ୍ନ ଭିନ୍ନ ସମୟରେ ଚର୍ଚ୍ଚିତ ଦେଶପ୍ରେମ ବିଷୟବସ୍ତୁକୁ ଆଧାର କରି ପ୍ରସ୍ତୁତ ସିନେମା ସାଉଁଟିଛି ଅନେକ ପ୍ରଶଂସା। ହିନ୍ଦୀ ସିନେମା ଜଗତରେ ଏହି ତାଲିକା ବେଶ୍‌ ଲମ୍ବା। ତନ୍ମଧ୍ୟରୁ କେତେକ ହିଟ୍‌ ଚଳଚ୍ଚିତ୍ର ସମ୍ପର୍କରେ ସୂଚନା…

ଉରି : ଦ ସର୍ଜିକାଲ ଷ୍ଟ୍ରାଇକ୍‌
ଚଳିତ ବର୍ଷ ରିଲିଜ ହୋଇଥିବା ଏହି ଦେଶାତ୍ମବୋଧ ଫିଲ୍ମଟି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିିଛି। ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ଫିଲ୍ମଟିକୁ ମିଳିଛି ଆଶାତୀତ ସଫଳତା। ଉକ୍ତ ସିନେମାଟି ୩୦୦କୋଟି କ୍ଲବ୍‌ରେ ସାମିଲ ହେବା ସହ ୪ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର (ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା) ପାଇବାରେ ସକ୍ଷମ ହୋଇଛି। ଏଥିରେ ନବାଗତ ଭିକି କୌଶଲ ଏବଂ ପରେଶ ରାଓ୍ବଲଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଛି।
ଏଲ୍‌ଓସି କାର୍‌ଗିଲ
ଜେ. ପି. ଦତ୍ତାଙ୍କ ନିର୍ଦ୍ଦେଶନାରେ ‘ଏଲଓସି କାରଗିଲ୍‌’ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲା। ଦେଶାତ୍ମବୋଧକୁ ବେଶ୍‌ ସୁନ୍ଦର ଭାବରେ ଏଥିରେ ଅବତାରଣା କରାଯାଇଥିଲା। ଫିଲ୍ମର ବିଭିନ୍ନ ଭୂମିକାରେ ସଞ୍ଜୟ ଦତ୍ତ, ସୁନୀଲ ସେଟ୍ଟି, ଅଭିଷେକ ବଚ୍ଚନ, ସୈଫ ଅଲ୍ଲୀ ଖଁା ଏବଂ ଅକ୍ଷୟ ଖାନ୍ନା ଅଭିନୟ କରିଥିଲେ।
ବର୍ଡର
ଥରେ ମନେ ପକାନ୍ତୁ ନା ସେହି ସୁପରହିଟ୍‌ ଗୀତ ‘ସନ୍ଦେସେ ଆତା ହୈ’କୁ। ହିନ୍ଦୀ ସିନେମା ‘ବର୍ଡର’ରେ ସ୍ଥାନୀତ ଏହି ଗୀତ କେବଳ ସେ ସମୟରେ ନୁହେଁ ଏବେ ମଧ୍ୟ ସିନେପ୍ରେମୀଙ୍କ ମନରେ ସତେଜ ହୋଇରହିଛି। ଜେ.ପି. ଦତ୍ତାଙ୍କ ଏହି ମଲଟି ଷ୍ଟାରର ଫିଲ୍ମରେ ସନ୍ନି ଦେଓଲ, ସୁନୀଲ ସେଟ୍ଟି, ଅକ୍ଷୟ ଖାନ୍ନା, ଜ୍ୟାକି ଶ୍ରଫଙ୍କ ପରି ଅଭିନେତାଙ୍କ ଜୀବନ୍ତ ଅଭିନୟ ସ୍ମରଣୀୟ ହୋଇରହିଛି। ୧୯୭୧ରେ ସଂଘଟିତ ଭାରତ-ପାକିସ୍ତାନ ଯୁଦ୍ଧକୁ ଏହି ସୁପରହିଟ୍‌ ଫିଲ୍ମରେ ବେଶ୍‌ ସୁନ୍ଦର ଭାବରେ ଉପସ୍ଥାପନା କରାଯାଇଥିଲା।
ଦ ଲିଜେଣ୍ଡ ଅଫ୍‌ ଭଗତ ସିଂ
ଭାରତର ସ୍ବାଧୀନତା ସଂଗ୍ରାମକୁ ଆଗେଇ ନେଇଥିବା ପ୍ରମୁଖ ସ୍ବାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଭଗତ ସିଂ ଅନ୍ୟତମ। ତାଙ୍କର ଜୀବନୀକୁ ନେଇ ଆଗଧାଡିର ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀ ନିର୍ମାଣ କରିଥିଲେ ଦେଶାତ୍ମବୋଧକ ସିନେମା ‘ଦ ଲିଜେଣ୍ଡ ଅଫ ଭଗତ ସିଂ’। ଫିଲ୍ମର ଟାଇଟଲ ଭୂମିକାରେ ଅଜୟ ଦେବଗନଙ୍କ ଅଭିନୟକୁ ଦର୍ଶକେ ଢେର ପ୍ରଶଂସା କରିଥିଲେ।
ଲଗାନ୍‌
ବିଟ୍ରିଶ ଶାସନ ସମୟରେ ଭାରତର କୃଷକମାନେ ମଧ୍ୟ ନିର୍ଯାତିତ ହୋଇଥିଲେ। ଅଯଥା କର ଭାରରେ ସେମାନଙ୍କ ବଞ୍ଚତ୍ବାର ମେରୁଦଣ୍ଡ ଭାଙ୍ଗିଯାଇଥିଲା। ଏପରି ଏକ ବିଷୟ ବସ୍ତୁରେ କ୍ରିକେଟ୍‌ ଖେଳକୁ ପଞ୍ଚ୍‌ କରି ବେଶ୍‌ ସୁନ୍ଦର ସିନେମାଟିଏ ନିର୍ମାଣ କରିଥିଲେ ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ବାରିକର। ବିଟ୍ରିଶ ଶାସନକୁ ଚ୍ୟାଲେଞ୍ଜ ଦେଇ ଭାରତୀୟ କୃଷକମାନେ ଏକ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିଥିଲେ ଏବଂ ସେଥିରେ ନିଜର ଦକ୍ଷତା ଦେଖାଇ ବିଜୟୀ ହୋଇଥିଲେ। ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆମୀର ଖଁା।
ମଙ୍ଗଲ ପାଣ୍ଡେ : ଦ ରାଇଜିଂ
ଭାରତର ସ୍ବାଧୀନତା ସଂଗ୍ରାମ ସମୟରେ ମଙ୍ଗଲ ପାଣ୍ଡେ ନିଜର ଦେଶଭକ୍ତିର ପରିଚୟ ଦେଇ ନିଜକୁ ଜଣେ ଆଗଧାଡିର ସ୍ବାଧୀନତା ସଂଗ୍ରାମୀ ଭାବରେ ପରିଚିତ କରାଇପାରିଥିଲେ। ତାଙ୍କର ଜୀବନୀକୁ ନେଇ ନିର୍ମିତ ହୋଇଥିଲା ହିନ୍ଦୀ ସିନେମା ‘ମଙ୍ଗଲ ପାଣ୍ଡେ : ଦ ରାଇଜିଙ୍ଗ’। ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆମୀର ଖଁା। ଏଥିରେ ଆମୀରଙ୍କ ହେୟାର ଷ୍ଟାଇଲ୍‌ ଯୁବପିଢ଼ିଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇଥିଲା। ୧୮୫୭ର ପାଇକ ବିଦ୍ରୋହକୁ ଏହି ଫିଲ୍ମରେ ବେଶ୍‌ ସୁନ୍ଦର ଭାବରେ ଅବତାରଣା କରାଯାଇଥିଲା। ୨୦୦୫ରେ ନିର୍ମିତ ଏହି ଦେଶାତ୍ମବୋଧକ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ କେତନ ମେହେଟ୍ଟା।
ଗଦ୍ଦର : ଏକ ପ୍ରେମ କଥା
୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ବାଧୀନ ହେବା ପରେ ଦେଶ ବିଭାଜନ ଘଟଣାକୁ ନେଇ ନିର୍ମିତ ହୋଇଥିଲା ହିନ୍ଦୀ ସିନେମା ‘ଗଦ୍ଦର : ଏକ ପ୍ରେମ କଥା’। ଭାରତ-ପାକିସ୍ତାନ ବିଭାଜନ ସମୟରେ ଘଟଣାକୁ ବେଶ୍‌ ସୁନ୍ଦର ଭାବରେ ଅବତାରଣା କରିଥିଲେ ନିର୍ଦ୍ଦେଶକ ଅନିଲ ଶର୍ମା। ଏଥିରେ ସନ୍ନି ଦେଓଲଙ୍କ ଭୂମିକା ସେ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା। ବିଦେଶ ମାଟିରେ ଦେଶବିରୋଧୀ ସ୍ଲୋଗାନ ଦେବାକୁ ତାଙ୍କୁ ଯେତେବେଳେ ବାଧ୍ୟ କରାଗଲା ସେ କ୍ରୋଧ୍ୱାନିତ ହୋଇ ଏକ ନଳକୂଅକୁ ଓପାଡି ଦେଇଥିଲେ। ଏହି ଦୃଶ୍ୟ ଏବେ ମଧ୍ୟ ଚଳଚ୍ଚିତ୍ରପ୍ରେମୀଙ୍କ ମନରେ ଅପାସୋରା ହୋଇ ରହିଛି।
ସ୍ବଦେଶ : ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ରେ ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଭାବରେ କାର୍ଯ୍ୟରତ। କାର୍ଯ୍ୟ ଭିତରେ ସେ ଅଳ୍ପ ଦିନ ପାଇଁ ଭାରତକୁ ଆସନ୍ତି। ଆଉ ସେଠାରେ ତାଙ୍କର ପିଲାଦିନର ସ୍ମୃତି ତାଙ୍କୁ ବିମୋହିତ କରିଦିଏ। ତାଙ୍କର ଦେଶାତ୍ମବୋଧକୁ ନେଇ ପ୍ରସ୍ତୁତ ହୋଇଥିଲା ଏକ ହୃଦୟସ୍ପର୍ଶୀ ହିନ୍ଦୀ ସିନେମା ‘ସ୍ବଦେଶ’। ଏଥିରେ ଶାହରୁଖଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପ୍ରଶଂସା କରିଥିଲେ। ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିଲେ ଆଶୁତୋଷ ଗୋଓ୍ବାରିକର।
କ୍ରାନ୍ତିବୀର
ଦେଶାତ୍ମବୋଧ ହିନ୍ଦୀ ସିନେମା ବିଷୟରେ ଆଲୋଚନା କରିବା ସମୟରେ ସ୍ବତଃ ଆଖି ସାମ୍‌ନାକୁ ଚାଲିଆସେ ନାନା ପାଟେକରଙ୍କ ଛାତିଥରା ଡାଏଲଗ୍‌। ୧୯୯୪ରେ ପରଦା ଉପରକୁ ଆସିଥିବା ‘କ୍ରାନ୍ତିବୀର’ ସିନେମାରେ ତାଙ୍କର ଅଭିନୟ ବିଶେଷ ଭାବରେ କ୍ଲାଇମାକ୍ସରେ ତାଙ୍କର ଡାଏଲଗ୍‌ ଏ ପର୍ଯ୍ୟନ୍ତ ଅନେକଙ୍କ ମନରେ ବେଶ୍‌ ସତେଜ ହୋଇ ରହିଛି। ଜଣେ ଭାରତୀୟ କେତେ ଦେଶପ୍ରେମୀ ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଥିଲା ‘କ୍ରାନ୍ତିବୀର’ ସିନେମାରେ ନାନା ପାଟେକରଙ୍କ ଭୂମିକା। ମେହୁଲ କୁମାରଙ୍କ ପ୍ରଯୋଜିତ ଏବଂ ନିର୍ଦ୍ଦେଶିତ ଏହି ସିନେମାଟିର ବଜେଟ ଥିଲା ମାତ୍ର ଦୁଇ କୋଟି ଏବଂ ବକ୍ସ ଅଫିସରେ ଏହା ୧୫କୋଟି ଆୟ କରିଥିଲା।
ମଦର ଇଣ୍ଡିଆ
ବଲିଉଡ୍‌ରେ ନିର୍ମିତ ଦେଶାତ୍ମବୋଧ ଚଳଚ୍ଚିତ୍ରଗୁଡିକ ମଧ୍ୟରୁ ‘ମଦର ଇଣ୍ଡିଆ’କୁ ଏକ ମାଇଲଷ୍ଟୋନ୍‌ ଭାବରେ ଗ୍ରହଣ କରାଯାଇଥାଏ। ଏଥିରେ ନର୍ଗିସ ଦତ୍ତଙ୍କ ‘ରାଧା’ ଭୂମିକାକୁ ଅନେକ ଅଭିନେତ୍ରୀ ନିଜ ଚରିତ୍ରର ଆଦର୍ଶ ଭାବରେ ଗ୍ରହଣ କରିଥିବାର ନଜୀର ରହିଛି। ନର୍ଗିସଙ୍କ ବ୍ୟତୀତ ଏହି ଫିଲ୍ମରେ ସୁନୀଲ ଦତ୍ତ, ରାଜ କୁମାର, ରାଜେନ୍ଦ୍ର କୁମାର ମଧ୍ୟ ଅଭିନୟ କରିଥିଲେ। ୧୯୫୭ରେ ପରଦା ଉପରକୁ ଆସିଥିବା ଏହି ସୁପରହିଟ୍‌ ଦେଶାତ୍ମବୋଧକ ଫିଲ୍ମର ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ ମେହେବୁବ ଖଁା। ଜଣେ ଗାଉଁଲି ନାରୀ ରାଧା କିପରି ଅଭାବ ଅନଟନ ସତ୍ତ୍ୱେ ନିଜର ଦେଶପ୍ରେମକୁ ଜାହିର କରିପାରୁଛି ତାହା ଏହି ସିନେମାରେ ଦେଖିବାକୁ ମିଳିଥିଲା।
୧୯୪୨ : ଏକ ଲଭ୍‌ ଷ୍ଟୋରି
ଭାରତର ପ୍ରାକ୍‌ ସ୍ବାଧୀନତା ସଂଗ୍ରାମର ଏକ ହୃଦୟସ୍ପର୍ଶୀ ପ୍ରେମ କାହାଣୀକୁ ଏକ ସୁନ୍ଦର ଚଳଚ୍ଚିତ୍ରର ରୂପ ଦେଇଥିଲେ ବିଧୂଭୂଷଣ ଚୋପ୍ରା। ଲୋକପ୍ରିୟ ସ୍ବର ସଂଯୋଜକ ଆର.ଡି. ବର୍ମନଙ୍କ ସୁମଧୁର ସଙ୍ଗୀତ ଫିଲ୍ମଟିକୁ ହିଟ୍‌ ପର୍ଯ୍ୟାୟଭୁକ୍ତ କରିବାରେ ଯଥେଷ୍ଟ ସହାୟକ ହୋଇଥିଲା। ଫିଲ୍ମର ମୁଖ୍ୟ ଭୂମିକାରେ ଅନିଲ କପୁର ଏବଂ ମନୀଷା କୋଇରାଲା ଅଭିନୟ କରିଥିଲେ।
ସାତ ହିନ୍ଦୁସ୍ଥାନୀ
ପର୍ତ୍ତୁଗୀଜଙ୍କ ଅଧୀନରୁ ଗୋଆକୁ ସ୍ବାଧୀନ କରିବା ପଛରେ ସାତ ଜଣ ଭାରତୀୟଙ୍କ ଭୂମିକାକୁ ବେଶ୍‌ ଜୀବନ୍ତ ଭାବରେ ଏହି ଫିଲ୍ମରେ ଉପସ୍ଥାପନା କରାଯାଇଥିଲା। ଖାସ୍‌ କଥା ହେଲା, ମିଲେନିୟମ ଷ୍ଟାର ଅମିତାଭ ବଚ୍ଚନ ଏହି ଫିଲ୍ମରୁ ନିଜର ବଲିଉଡ୍‌ କ୍ୟାରିିୟର ଆରମ୍ଭ କରିଥିଲେ। ଏଥିରେ ଜଣେ ଦେଶପ୍ରେମୀ ଭାରତୀୟ ଭୂମିକାରେ ଅମିତାଭ ଅଭିନୟ କରିଥିଲେ।

ଓଡ଼ିଆ ସିନେମାରେ ଦେଶପ୍ରେମ
‘ବହି ଯାଏରେ ଗଙ୍ଗା ଉଡେ ତ୍ରିରଙ୍ଗା’ ଗୀତଟି ସଂଯୋଜିତ ହୋଇଥିଲା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ବଳିଦାନ’ରେ। ଏକ ସ୍କୁଲରେ ଜାତୀୟ ପତାକାର ଉତ୍ତୋଳନ ସମୟରେ ଏହି ଗୀତଟିର ଦୃଶ୍ୟାୟନ ଦର୍ଶକଙ୍କୁ ପ୍ରଭାବିତ କରିଥିଲା। ଉକ୍ତ ଗୀତରେ ସ୍କୁଲ ପିଲାଙ୍କ ସହ ମହମ୍ମଦ ମହସୀନଙ୍କ ଅଭିନୟକୁ ସେ ସମୟରେ ବେଶ୍‌ ପ୍ରଭାବିତ କରିଥିଲା। ଓଡ଼ିଆ ସିନେମା ଜଗତର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କରଙ୍କ ସ୍ବର ସଂଯୋଜନାରେ ପ୍ରସ୍ତୁତ ଏହି ଗୀତଟିକୁ ଏବେ ମଧ୍ୟ ଅନେକ ଗୁଣୁଗୁଣେଇ ଥାଆନ୍ତି। ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦ୍ଦେଶନାରେ ୨୦୦୬ରେ ମୁକ୍ତିଲାଭ କରିଥିଲା ଓଡ଼ିଆ ଚଳଚ୍ଚିତ୍ର ‘ଆଇ ଲଭ୍‌ ମାଇଁ ଇଣ୍ଡିଆ’। ଦେଶପ୍ରେମ କାହାଣୀ ଉପରେ ଆଧାରିତ ଏହି ଚିତ୍ରରେ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଭୂମିକା ବେଶ୍‌ ପ୍ରଶଂସା ସାଉଁଟିଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri