ବଞ୍ଚିବାକୁ ରାହା ଖୋଜୁଛନ୍ତି ମମତା

ଆରଡ଼ି,୩।୨(ଡି.ଏନ.ଏ.)-ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଖାମଖିଆଲି ଯୋଗୁ ଖାଦ୍ୟନଳୀ କଣା ହୋଇଯାଇଛି। ଚିକିତ୍ସା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି। ତଥାପି ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନି। ଔଷଧ କିଣିବାକୁ ଆଉ ସମ୍ବଳ ନାହିଁ। ପରିବାର ଲୋକ ନିରାଶ ହୋଇପଡ଼ିଛନ୍ତି। ଏଭଳି ପରିସ୍ଥିତିରେ ଅସ୍ତ୍ରୋପଚାର କରାଇଥିବା ମହିଳା ଜଣଙ୍କ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଦୋହରାପାଟଣା ଗଁାରେ।
ଏହି ଗଁାର ଭରତ ପଲାଇଙ୍କ ସ୍ତ୍ରୀ ମମତା। ପରିବାର ଲୋକଙ୍କ କହିବା ଅନୁଯାୟୀ, ମମତା ଗତ ଡିସେମ୍ବର ୨୭ରେ ପରିବାର ନିୟୋଜନ ଅସ୍ତ୍ରୋପଚାର ଲାଗି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଏହାର ଦୁଇଦିନ ପରେ ତାଙ୍କର ଯନ୍ତ୍ରଣା ବନ୍ଦ ନ ହେବା ଓ ପେଟ ଫୁଲି ଯିବାରୁ ସେହି ଡାକ୍ତରଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଡାକ୍ତର ଜଣଙ୍କ ଏଥିପ୍ରତି ଗୁରୁତ୍ୱ ନ ଦେବାରୁ ସେମାନେ ମମତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କ ଖାଦ୍ୟନଳୀରେ କଣା ହୋଇଥିବା ଓ ସେଥିରେ ପୂଜ ଜମିଥିବା ଜଣାପଡ଼ିଥିଲା। ସେଠାରେ ୫ ଦିନ ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ ନ ହେବାରୁ ତାଙ୍କୁ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇ ଗଁାକୁ ନେଇଆସିଛନ୍ତି। ଭରତ ଗୁଜରାଟରେ ଦାଦନ ଭାବେ କାମ କରନ୍ତି। ଜମିବାଡ଼ି ବିକିବା ସହ ଧାର କରଜ କରି ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ଏବେ ମମତାଙ୍କ ଔଷଧ କିଣିବା ପାଇଁ ତାଙ୍କ ପାଖରେ ଅର୍ଥ ଅଭାବ। ଏ ସମ୍ପର୍କରେ ତାଙ୍କ ପରିବାର ସ୍ଥାନୀୟ ସରପଞ୍ଚ ଶ୍ରୀକାନ୍ତ ନାୟକ ଓ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ଭେଟି ଦୁଃଖ ଜଣାଇଛନ୍ତି। ସେମାନେ ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ପ୍ରକାଶ କରିଛନ୍ତି।
ମମତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ସରପଞ୍ଚଙ୍କ ସମେତ ଗ୍ରାମବାସୀ ଗତ ଶୁକ୍ରବାର ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ସମ୍ପୃକ୍ତ ଡାକ୍ତରଙ୍କ ଖାମଖିଆଲି ଯୋଗୁ ମମତା କଷ୍ଟ ପାଇବା ସହ ମୃତ୍ୟୁ ସହ ଲଢ଼େଇ କରୁଥିବା ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କୁ ସେମାନେ ଅବଗତ କରିଥିଲେ। ନିୟମ ଅନୁସାରେ ସରକାରୀ ସାହାଯ୍ୟ ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ମମତା ସଂକଟାପନ୍ନ ଅବସ୍ଥାରେ ନିଜ ଘରେ ପଡ଼ି ରହିଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖିବାକୁ ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ ମଧ୍ୟ ଆସି ନ ଥିବା ଅଭିଯୋଗ ହେଉଛି। ତାଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri