ବଜ୍ରକୋଟ ଇନ୍ଦିରାଆବାସ ଚଞ୍ଚକତା ଘଟଣା : ଗରିବଙ୍କୁ ପକ୍କାଘର ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ

ରଣପୁର,୨୨ା୭(ସ୍ବ.ପ୍ର.) : ନୟାଗଡ଼ ଜିଲା ରଣପୁର ବ୍ଲକ ବଜ୍ରକୋଟ ପଞ୍ଚାୟତସ୍ଥ ଭେରୁପଡ଼ା ଗ୍ରାମରେ ଇନ୍ଦିରାଆବାସ ଯୋଜନାରେ ଚଞ୍ଚକତା ଘଟଣାର ଗୁମର ଧୀରେ ଧୀରେ ଖୋଲୁଛି। ଏଥିରେ ହୋଇଥିବା ଦୁର୍ନୀତିକୁ ବ୍ଲକ ପ୍ରଶାସନ ପକ୍ଷରୁ ଚପାଇ ଦେବା ସହିତ ଦୁର୍ନୀତିଗ୍ରସ୍ତଙ୍କୁ ଅଧିକ ଦୁର୍ନୀତି କରିବାକୁ ସୁଯୋଗ ଦିଆଯାଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଏହି ଘଟଣା ଜିଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ବ୍ଲକ ଓ ପଞ୍ଚାୟତ ଅଧିକାରୀଙ୍କୁ ଉକ୍ତ ପଞ୍ଚାୟତ ଗସ୍ତକରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ତଦନ୍ତକାରୀ କର୍ମଚାରୀ ୨୦ରୁ ୩୦ ବର୍ଷ ତଳର ଘର ଦେଖାଇ ନୂତନ ପକ୍କାଘର ବିଲପାସ୍‌ କରାଇଦେବା ଘଟଣା ସାଧାରଣରେ ଚର୍ଚ୍ଚିତ ହୋଇଛି। ସୂଚନାଯୋଗ୍ୟ, ଗତ ୨ ତାରିଖ ଧରିତ୍ରୀରେ ବଜ୍ରକୋଟ ପଞ୍ଚାୟତ ଇନ୍ଦିରା ଆବାସ ଯୋଜନାରେ ଦୁର୍ନୀତି ଘଟଣା ପ୍ରକାଶ ପାଇଥିଲା। ଏହାକୁ ନୟାଗଡ଼ ଜିଲାପାଳ ଗୁରୁତ୍ୱ ଦେଇଥିଲେ।
ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ପକ୍ଷରୁ ବଜ୍ରକୋଟ ପଞ୍ଚାୟତକୁ ଗସ୍ତ କରିଥିବା ତଦନ୍ତକାରୀ ଅଧିକାରୀ ପୁରୁଣାଘରକୁ ଦେଖାଇ ବିଲ୍‌ ପାସ୍‌ କରାଇବା ଭଳି ଘଟଣାକୁ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ଘଣ୍ଟ ଘୋଡାଇବା ପାଇଁ ପ୍ରୟାସ କରାଯାଉଥିବା କୁହାଯାଇଛି। ତେଣୁ କାର୍ଯ୍ୟାଦେଶ ପାଇଥିବା ୨ହିତାଧିକାରୀଙ୍କୁ ଏବେ ତରବରିଆ ଭାବେ ନୂତନ ପକ୍କାଗୃହ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତରେ ଏଭଳି ଘଟଣା ଯୋଗୁ ବ୍ଲକରେ ଚାଲିଥିବା ଇନ୍ଦିରାଆବାସ ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ତଦନ୍ତରେ ଆସିଥିବା ନୟାଗଡ଼ ଏପିଡି (ଡିଆର୍‌ଡିଏ), ରଣପୁର ବିଡିଓ ପୁରୁଣା ଘରକୁ ନଥିପତ୍ରରେ ଦେଖାଇ ଜିଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି। ଏବେ ଚଞ୍ଚକତାକୁ ଘୋଡ଼ାଇବା ପାଇଁ ତୁରନ୍ତ ନୂତନ ପକ୍କାଘର ନିର୍ମାଣ ନିମନ୍ତେ ହିତାଧିକାରୀଙ୍କୁ ନିର୍ଦ୍ଦେଶ ଦେବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।
କେତେଜଣ ଭେରୁପଡ଼ା ଗ୍ରାମବାସୀ କହିିଛନ୍ତି, ୨ ହିତାଧିକାରୀ ତାଙ୍କର ଜେଜେବାପାଙ୍କ ଅମଳର ଘରକୁ ଦେଖାଇ ବିଲ୍‌ କରାଇନେଇଛନ୍ତି। ତଦନ୍ତକାରୀ ଏପିଡି(ଡିଆର୍‌ଡିଏ) ଅଧିକାରୀ ଓ ବିଡିଓ ଏହି ଘର ବିଷୟରେ କୌଣସି ତଥ୍ୟ ମଧ୍ୟ ସ୍ଥାନୀୟ ଲୋକଙ୍କୁ ପଚାରି ନ ଥିବା କେତେଜଣ ଗ୍ରାମବାସୀ କହିିଛନ୍ତି । ସୂଚନାଯୋଗ୍ୟ, ବଜ୍ରକୋଟ ପଞ୍ଚାୟତସ୍ଥ ଏହି ଆବାସ ଯୋଜନାରେ ଭେରୁପଡା ଗ୍ରାମର କୈଳାସ ସାହୁଙ୍କ ସ୍ତ୍ରୀ ଆଶାଲତା ସାହୁ ନାମରେ କାର୍ଯ୍ୟାଦେଶ ନଂ ୪୫୯/୨୦୧୩-୧୪ ଏବଂ ଶଙ୍କର ସାହୁଙ୍କ ସ୍ତ୍ରୀ ଝରୀ ସାହୁ ନାମରେ କାର୍ଯ୍ୟାଦେଶ ନଂ ୮୩୭/୨୦୧୪-୧୫ ଅନୁସାରେ ବ୍ଲକ ତରଫରୁ ଉଭୟଙ୍କୁ ୯୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା ।୬ ମାସ ଭିତରେ ଗୃହକାର୍ଯ୍ୟ ସମାପ୍ତ ନ କଲେ କାର୍ଯ୍ୟାଦେଶକୁ ରଦ୍ଦ କରାଯିବ ବୋଲି ବ୍ଲକ ତରଫରୁ କୁହାଯାଇଥିଲା । ହେଲେ ହିତାଧିକାରୀଦ୍ୱୟ କୌଣସି ଗୃହ କାର୍ଯ୍ୟ ନ କରି ଚଞ୍ଚକତାପୂର୍ଣ୍ଣ ଭାବେ ୨୦୧୯ ଜୁନ୍‌ ୧ ତାରିଖରେ ବକେୟା ୬୦ହଜାର ଟଙ୍କା ଲେଖାଏ ପାସ୍‌ କରାଇ ଦେଇଥିବା ଅଭିଯୋଗ ହୋଇଛି। ପୁରୁଣା ଆଜବେଷ୍ଟସ୍‌ ଘରକୁ ଦେଖାଇ ଉଭୟ ବ୍ଲକରୁ ୧ଲକ୍ଷ ୨୦ହଜାର ଟଙ୍କା ବିଲ୍‌ ପାସ କରାଇ ଦେଇଥିବା କୁହାଯାଇଛି। ଏହି ବିଷୟରେ ନୟାଗଡ଼ ଜିଲାପାଳ ଡ.ଏନ୍‌ ତିରୁମାଳା ନାୟକ କହିଛନ୍ତି, ଖବରଟି ଧରିତ୍ରୀରେ ପ୍ରକାଶ ପାଇବା ପରେ ଏହାର ତଦନ୍ତ କରିବା ପାଇଁ ଏପିଡିଙ୍କୁ ମୁଁ ନିର୍ଦ୍ଦେଶ ଦେଇଥିଲି। ସେ ରଣପୁର ବିଡିଓଙ୍କ ସହ ଗସ୍ତ କରି ତଦନ୍ତପୂର୍ବକ ୨ ହିତାଧିକାରୀ ଘର କରିଛନ୍ତି ବୋଲି ରିପୋର୍ଟ ଦେଲେ। ସେଥିଯୋଗୁ କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ବୋଲି ଜିଲାପାଳ କହିଥିଲେ। ତେବେ ତଦନ୍ତକାରୀ ଅଧିକାରୀ କିଭଳି ନୂତନ ଓ ପୁରୁଣା ଘର ବିଷୟରେ ଜାଣି ପାରିଲେ ନାହିଁ ସେ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri