ଫ୍ୟାଶନ ଟ୍ରେଣ୍ଡରେ ମଲ୍ଟି କଲର ଜୁଏଲେରୀ: ଜାଣନ୍ତୁ କ’ଣ ରହିଛି ଲାଟେଷ୍ଟ ଡିଜାଇନ

ନାରୀଙ୍କ ଗହଣରେ ଜୁଏଲେରୀର ଚାହିଦା ସବୁବେଳେ ରହିଆସିଛି। ଆଉ ସେହି ଚାହିଦାକୁ ଦେଖି ମାର୍କେଟ୍‌କୁ ଜୁଏଲେରୀର କେତେ ନୂଆ ନୂଆ କଲେକ୍‌ଶନ୍‌ ବି ଆସୁଛି। ଏଇ ଯେମିତି ବର୍ତ୍ତମାନର ଫ୍ୟାଶନ ଟ୍ରେଣ୍ଡରେ ମଲ୍ଟି କଲର ଜୁଏଲେରୀର ଡିମାଣ୍ଡ ଖୁବ୍‌ ଥିବା ଦେଖିବାକୁ ମିଳୁଛି। ତେବେ ଏହି ମଲ୍ଟି କଲର ଜୁଏଲେରୀର କ’ଣ ସବୁ ଲାଟେଷ୍ଟ ଡିଜାଇନ୍‌ ରହିଛି, ଆସନ୍ତୁ ଜାଣିବା
ସେ ସମ୍ପର୍କରେ…

ମଲ୍ଟି କଲର ଇୟର ରିଂ: ଏହି ଇୟର ରିଂକୁ ଯେକୌଣସି କଲରର ଆଉଟ୍‌ଫିଟ୍‌ ସହ ଆରାମରେ ପିନ୍ଧିହୁଏ। ତେଣିକି ସେ ଟ୍ରାଡିଶନାଲ୍‌ ସାଲଓ୍ବାର୍‌ ସୁଟ୍‌ ହେଉ କିମ୍ବା ଜିନ୍ସ, ସଟର୍‌ସ ଇତ୍ୟାଦି। ଆଜିକାଲି ମାର୍କେଟ୍‌ରେ ଗୋଲ୍ଡ, ରୋଜ୍‌ଗୋଲ୍ଡ ତଥା ସିଲ୍‌ଭର କଲରର କମ୍ବିନେଶନକୁ ମିଶାଇ ତିଆରି ହେଉଥିବା ଏକ ସ୍ବତନ୍ତ୍ର ଧରଣର ମଲ୍ଟିକଲର ଇୟର ରିଂ ମିଳୁଛି, ଯାହା ଆକର୍ଷଣୀୟ ଲାଗିବା ସହ ନାରୀଙ୍କୁ ଭାଇବ୍ରାଣ୍ଟ ଲୁକ୍‌ ଦେଇପାରୁଛି।

ମଲ୍ଟି କଲର ମିସ୍‌ମ୍ୟାଚ୍‌ ଇୟର ରିଂ: ବର୍ତ୍ତମାନର ଫ୍ୟାଶନ ଦୁନିଆରେ ମିସ୍‌ମ୍ୟାଚ୍‌ ଜୁଏଲେରୀର ବି ଖୁବ୍‌ ଚାହିଦା ରହିଥିବା ଦେଖିବାକୁ ମିଳୁଛି। ଖାସ୍‌କରି ମଲ୍ଟି କଲର୍‌ ଷ୍ଟୋନ୍‌ରେ ଆସୁଥିବା ମିସ୍‌ମ୍ୟାଚ୍‌ ଇୟର ରିଂ ଯୁବତୀମାନଙ୍କର ପ୍ରଥମ ପସନ୍ଦ ପାଲଟିଛି। ତେବେ ଏହି ଧରଣର ଇୟର ରିଂ ପିନ୍ଧିଲାବେଳେ ଶରୀରରେ ଆଉ କୌଣସି ମଲ୍ଟି କଲର୍‌ର ଜୁଏଲେରୀ ପିନ୍ଧିବା ଆଦୌ ଠିକ୍‌ ନୁହେଁ। ନଚେତ୍‌ ଲୁକ୍‌ ସେତେ ଆଟ୍ରାକ୍ଟିଭ୍‌ ଲାଗେନି।

ମଲ୍ଟି କଲର ଚୁଡ଼ି: ମଲ୍ଟି କଲର ଷ୍ଟୋନ୍‌ ଲାଗିଥିବା ଖୁବ୍‌ ସୁନ୍ଦର ସୁନ୍ଦର ଚୁଡ଼ି ଏବେ ମାର୍କେଟ୍‌ରେ ମିଳୁଛି, ଯାହାକୁ ଖାସ୍‌ କରି ଶାଢ଼ି, ସାଲ୍‌ଓ୍ବାର୍‌ ସୁଟ୍‌ କିମ୍ବା ଲେହେଙ୍ଗା ସହ ପିନ୍ଧିଲେ ଗର୍ଜିିୟସ୍‌ ଲୁକ୍‌ ମିଳିଥାଏ। ବିନା ଷ୍ଟୋନ୍‌ବାଲା ମଲ୍ଟି କଲର ଚୁଡ଼ି ବି ଏବେ ମାର୍କେଟରେ ମିଳିଲାଣି, ଯାହାକୁ ପାର୍ଟି, ଫଙ୍କଶନ୍‌କୁ ଗଲାବେଳେ ଆଉଟ୍‌ଫିଟ୍‌ ସହ ମ୍ୟାଚିଂକରି ପିନ୍ଧିଲେ ଲୁକ୍‌ ଆକର୍ଷଣୀୟ ଲାଗେ।

ମଲ୍ଟି ଷ୍ଟୋନ୍‌ ଓ୍ବାଚ୍‌: ଓ୍ବାଚ୍‌ ବା ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଥିବା ଯୁବତୀମାନେ ଚାହିଁଲେ ମଲ୍ଟି ଷ୍ଟୋନ୍‌ବାଲା ଓ୍ବାଚ୍‌ ବି ହାତରେ ପିନ୍ଧିପାରିବେ। ଏବେ ମାର୍କେଟରେ ଅନେକ ଆକର୍ଷଣୀୟ ଡିଜାଇନ୍‌ର ମଲ୍ଟି ଷ୍ଟୋନ୍‌ ଓ୍ବାଚ୍‌ ମିଳିଲାଣି, ଯାହାକୁ ହାତରେ ପିନ୍ଧିଲେ ଘଣ୍ଟା ସହିତ ହାତରେ କୌଣସି ବ୍ରେସ୍‌ଲେଟ୍‌ ପିନ୍ଧିବା ପରି ଅନୁଭବ ହୋଇପାରିବ।

ମଲ୍ଟି କଲର ପେଣ୍ଡେଣ୍ଟ ନେକ୍‌ଲେସ୍‌: ଖାସ୍‌କରି ପର୍ଲ ନେକ୍‌ଲେସ୍‌ ସାଙ୍ଗରେ ମଲ୍ଟି ଷ୍ଟୋନ ଖଚିତ ପେଣ୍ଡେଣ୍ଟ ଅଧିକ ସୁନ୍ଦର ଦେଖାଯାଇଥାଏ। ଏହାକୁ ଯେକୌଣସି ଅକେଜନ୍‌ରେ ବି ଆରାମରେ କ୍ୟାରି କରାଯାଇପାରେ।

ମଲ୍ଟି କଲର ଟାଇମ୍‌-ପିସ୍‌ ନେକ୍‌ଲେସ୍‌: ଯେଉଁ ଯୁବତୀମାନଙ୍କର ଭିନ୍‌ଟେଜ୍‌ ତଥା ଚାର୍ମ ଲୁକ୍‌ ପସନ୍ଦ, ସେମାନେ ଚାହିଁଲେ ମଲ୍ଟି କଲର ଟାଇମ-ପିସ୍‌ ନେକ୍‌ଲେସ୍‌କୁ ଟ୍ରାଏ କରିପାରିବେ। ଏହା ଏକ ଟ୍ରେଣ୍ଡି ଜୁଏଲେରୀ ଭାବେ ବି ଜଣାଯାଏ।

ମଲ୍ଟି ଷ୍ଟୋନ୍‌ ସିଙ୍ଗଲ୍‌ ଷ୍ଟେଟ୍‌ମେଣ୍ଟ ନେକ୍‌ଲେସ୍‌: ଏହି ନେକ୍‌ଲେସ୍‌କୁ ପିନ୍ଧିଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ। ଏଥିରେ ମଲ୍ଟି ଷ୍ଟୋନ୍‌ ଲାଗିଥିବାରୁ ଏହାକୁ ଯେକୌଣସି ରଙ୍ଗର ଆଉଟ୍‌ଫିଟ୍‌ ସହ ମ୍ୟାଚିଂକରି ପିନ୍ଧିହୁଏ। ତେବେ ଖାସ୍‌କରି ଡିପ୍‌ ନେକ୍‌ବାଲା ଆଉଟ୍‌ଫିଟ୍‌ ସହ ଏହି ନେକ୍‌ଲେସ୍‌କୁ ପିନ୍ଧିଲେ ଏହାର ଷ୍ଟାଇଲ୍‌ ବାହାରକୁ ଭଲ ଦେଖାଯାଇଥାଏ।

ମଲ୍ଟି କଲର ରିଙ୍ଗ: ରିଙ୍ଗ୍‌ ବା ମୁଦି ବି ହେଉଛି ଏମିତି ଏକ ଜୁଏଲେରୀ, ଯାହା ହାତର ଶୋଭା ବର୍ଦ୍ଧନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏବେ ଯେହେତୁ ମଲ୍ଟି କଲର୍‌ ଜୁଏଲେରୀ ବିଷୟରେ ଏତେ ଆଲୋଚନା କରାଯାଉଛି, ସେଠି ମଲ୍ଟି କଲର ରିଙ୍ଗ୍‌କୁ ଭୁଲିଯିବା ଆଦୌ ଠିକ୍‌ ହେବନାହିଁ। ତେବେ ଏହି ମଲ୍ଟି କଲର ରିଙ୍ଗ୍‌କୁ ଶାଢ଼ିଠାରୁ ଆରମ୍ଭ କରି ଏମ୍ବ୍ରୋଡୋରି ଜ୍ୟାକେଟ୍‌ ପର୍ଯ୍ୟନ୍ତ ସବୁଥିରେ ମ୍ୟାଚିଂକରି ପିନ୍ଧିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri