ଫ୍ୟାଶନରେ ଆଗରେ ଥିଲେ ପ୍ରାଚୀନ ଭାରତୀୟ

ନୁଆଦିଲ୍ଲୀ: ସୋସିଆଲ ମିଡିଆ ଏବେ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ସହ ଯୋଗାଯୋଗରେ ରହିବାର ଏହା ମୁଖ୍ୟ ମାଧ୍ୟମ ପାଲଟିଥିବା ବେଳେ ଦେଶବିଦେଶର ଟିକିନିଖି ଖବର ମଧ୍ୟ ଏହା ମାଧ୍ୟମରେ ସମସ୍ତଙ୍କ ନିକଟରେ ଖୁବ୍‌ ସହଜରେ ପହଞ୍ଚତ୍ପାରୁଛି। ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍‌ ଓ ଟୁଇଟର ଭଳି ସୋସିଆଲ ସାଇଟ୍‌ ଏବେ ଅଧିକରୁ ଅଧିକ ବ୍ୟବହାର ହେଉଛି। ଏବେ ସୋସିଆଲ ସାଇଟ୍‌ ଟୁଇଟରରେ ଜଣେ ୟୁଜର ଶେୟାର କରିଥିବା ପୁରାତନ ମନ୍ଦିରର କିଛି ଫଟୋ ଖୁବ୍‌ ଭାଇରାଲ ହୋଇଛି। ଫଟୋ ଶେୟାର କରିଥିବା ୟୁଜର ଜଣକ ଫଟୋ ସମ୍ପର୍କିତ କିଛି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ଉଲ୍ଲେଖ କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି। ସେଥିରେ ଟୁଇଟର ୟୁଜର ଭି ଗୋପାଲନ୍‌ ଲେଖିଛନ୍ତି, ଆଜିକାଲି ଯେଉଁ ନୂଆ ଫ୍ୟାଶନ ଟ୍ରେଣ୍ଡ ଚାଲିଛି, ପ୍ରାଚୀନ ଭାରତର ଲୋକେ ମଧ୍ୟ ସମାନ ଧରଣର ଫ୍ୟାଶନ ଆପଣାଉଥିଲେ। ଏବଂ ସେବେକାର ଲୋକେ ଫ୍ୟାଶନକୁ ନେଇ ବହୁତ ଆଗରେ ଥିଲେ। ସେ ତାମିଲନାଡୁସ୍ଥିତ ୯୦୦ବର୍ଷ ପୁରୁଣା ମନ୍ଦିରର ଚତୁଃପାର୍ଶ୍ୱରେ ଥିବା କେତେକ ମୂର୍ତ୍ତିର ଫଟୋ ଶେୟାର କରି ଲେଖିଛନ୍ତି ଯେ, ପ୍ରାଚୀନ କାଳରେ ଲୋକମାନେ ବ୍ୟବହାର କରୁଥିବା ଚପଲ ଭଳି ଅବିକଳ ଚପଲ ଏବେକାର ଏକ କମ୍ପାନୀ ପ୍ରସ୍ତୁତ କରୁଛି। ଏଥିସହ ସେ ୮୦୭ ବର୍ଷ ପୁରାତନ ଏକ ମୂର୍ତ୍ତିର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ମୂର୍ତ୍ତିରେ ଥିବା ମହିଳା ଜଣକ ହିଲ୍‌ ଚପଲ ପିନ୍ଧିଥିବା ଦେଖାଯାଉଛି। ଏହାକୁ ନେଇ ଟୁଇଟରରେ ବେଶ୍‌ ଚର୍ଚ୍ଚା ହେଉଛି। ଏବେକାର ଲୋକଙ୍କ ତୁଳନାରେ ପ୍ରାଚୀନ ଭାରତୀୟଙ୍କ ଫ୍ୟାଶନ ସେନ୍ସ ବହୁ ଊର୍ଦ୍ଧ୍ୱରେ ଥିବା କେତେଜଣ କହୁଥିବା ବେଳେ ଆଉ କେତେଜଣ ସେତେବେଳର ଲୋକେ ଫ୍ୟାଶନକୁ ନେଇ କେତେ ଆଗରେ ଥିଲେ ବୋଲି କମେଣ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PM Modi Mann Ki Baat: ୧୩୮ତମ ସଂସ୍କରଣରେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଉଲ୍ଲେଖ କଲେ ମୋଦି

ନୂଆଦିଲ୍ଲୀ,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୭ ସେପ୍ଟେମ୍ବର) ନିଜର ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମର ୧୩୮ତମ…

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

କେତୁଙ୍କ ସ୍ୱନକ୍ଷତ୍ରରେ ଗୋଚର: ୫ରାଶି ରୁହନ୍ତୁ ସତର୍କ! ଖରାପ ସମୟ ଆରମ୍ଭ; ପାଖରୁ ଚାଲିଯିବ ଟଙ୍କା…

ଜ୍ୟୋତିଷଙ୍କ ଅନୁସାରେ, କେତୁ ଗ୍ରହ ୩ ଅକ୍ଟୋବର ୨୦୨୬ରେ ମଘା ନକ୍ଷତ୍ରର ପ୍ରଥମ ପାଦକୁ ଚଳନ କରିବେ। କେତୁଙ୍କ ଏହି ପାଦ ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?