ଫ୍ରେଞ୍ଚ୍‌ ପାଇଁ ୟୁଏସ୍‌ ଓପନ ନ ଖେଳିବାକୁ ଜୋକୋଭିଚ୍‌ ଚିନ୍ତା କରୁଛନ୍ତି

ବେଲଗ୍ରେଡ,୧୦।୬(ଏ.ପି.): ଅଭିଜ୍ଞ ସର୍ବିୟା ଟେନିସ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ ନ ଖେଳିବାକୁ ଚିନ୍ତା କରୁଛନ୍ତି। ଯଦି ୟୁଏସ୍‌ ଓପନ ଆୟୋଜନ ହୁଏ ତେବେ ସେ ଫ୍ରେଞ୍ଚ୍‌ ଓପନ ଖେଳିବାକୁ ଅଧିକ ପସନ୍ଦ କରିବେ। କୋଭିଡ-୧୯ ମହାମାରୀ ପାଇଁ ନ୍ୟୁୟର୍କରେ ଅତ୍ୟଧିକ କଟକଣା ଜାରି କରାଯିବ। ଫଳରେ ସ୍ବାଧୀନ ଭାବେ ୟୁଏସ୍‌ ଓପନ୍‌ ଖେଳିବା ଅସମ୍ଭବ ହୋଇପଡିବ ବୋଲି ଜୋକୋଭିଚ୍‌ ସାର୍ବିୟାର ଷ୍ଟେଟ୍‌ ବ୍ରୋଡକାଷ୍ଟର ଆରଟିଏସ୍‌କୁ ସାକ୍ଷାତ୍‌କାର ଦେବା ଅବସରରେ କହିଛନ୍ତି। ୟୁଏସ୍‌ ଓପନ୍‌ ଖେଳିବାକୁ ପ୍ରାୟ ସବୁ ଖେଳାଳି ଅରାଜି ହେବେ। ଏ ସଂକ୍ରାନ୍ତରେ ସେ ସବୁ ଖେଳାଳିଙ୍କ ସହ କଥା ହୋଇଛନ୍ତି ବୋଲି ସେ କହିଛନ୍ତି।
ସେପ୍ଟେମ୍ବରରୁ କ୍ଲେକୋର୍ଟରେ ସେସନ ଆରମ୍ଭ ହେବ ବୋଲି ସେ ଅନୁମାନ କରିଛନ୍ତି। ଅନ୍ୟସବୁ କ୍ରୀଡ଼ାଭଳି ଟେନିସ ମଧ୍ୟ କୋଭିଡ-୧୯ ମହାମାରୀ କାରଣରୁ ବାଧାପ୍ରାପ୍ତ ହୋଇଛି। ଜୁଲାଇ ଅନ୍ତିମ ଭାଗ ପର୍ଯ୍ୟନ୍ତ ସବୁ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। ଏଥିରେ ମଧ୍ୟ ଫ୍ରେଞ୍ଚ୍‌ ଓପନ୍‌ ସାମିଲ ରହିଛି। ଏହି ଟୁର୍ନାମେଣ୍ଟକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଅନ୍ୟପଟେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅର୍ଥାତ ୧୯୪୫ ପରେ ପ୍ରଥମଥର ପାଇଁ ଓ୍ବିମ୍ବେଲଡନକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଅଗଷ୍ଟ ୩୧ରେ ୟୁଏସ୍‌ ଓପନ୍‌ ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁସାରେ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ଆସନ୍ତା ସପ୍ତାହରେ ୟୁଏସ୍‌ ଟେନିସ ଆସୋସିଏଶନ ଟୁର୍ନାମେଣ୍ଟ ଆୟୋଜନ ନେଇ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି। ଯଦି ୟୁଏସ୍‌ ଓପନ୍‌ ଆୟୋଜନ ହୁଏ ତେବେ ଜୋକୋଭିଚ୍‌ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାକୁ ଚାହିଁବେନି। କାରଣ ଆମେରିକାର ବାହାର ଖେଳାଳିଙ୍କୁ ଏହି ନିୟମ ମାନିବାକୁ ହେବ। ଆମେରିକା ତଥା ନ୍ୟୁୟର୍କରେ କଟକଣା କଡ଼ାକଡ଼ି ହେବା ନିଶ୍ଚିତ। ତେଣୁ ୟୁଏସ୍‌ ଓପନରୁ ଓହରିବାକୁ ଚିନ୍ତା କରୁଛି ବୋଲି ଜୋକେଭିଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଏହି ୩ ରାଶିଙ୍କ ଉପରେ ପଡିଲା କେତୁଙ୍କ ଶୁଭ ଦୃଷ୍ଟି: ୯୦ ଦିନ ଯାଏ ରହିଛି ଗୋଲ୍ଡେନ ଟାଇମ, ପ୍ରତି କାମରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ମୋକ୍ଷ, ଆଧ୍ୟାତ୍ମିକତା ଓ ଅନ୍ତର୍ଜ୍ଞାନର କାରକ ଗ୍ରହ ବୋଲି ମନେ କରାଯାଏ। ବର୍ତ୍ତମାନ କେତୁ ସିଂହ ରାଶିରେ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି।…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯: କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ ଏକ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

୧୮୬ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଘଟିଲା…

ନୂଆଦିଲ୍ଲୀ,୭।୯: ସୋମବାର କୁଆଲାଲମ୍ପୁରରୁ ଜେଦ୍ଦା ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନରେ ୧୮୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri