Odisha Elections 2024

ଫେଷ୍ଟିଭ୍‌ ସେଲ୍‌

ଆରମ୍ଭ ହୋଇଗଲାଣି ପାର୍ବଣ ଋତୁ। ମାର୍କେଟ୍‌କୁ ବାହାରିବା ମାତ୍ରେ ଛୋଟ ବଡ଼ ଦୋକାନରୁ ଶପିଂ ମଲ୍‌ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଫେଷ୍ଟିଭ୍‌ ସେଲ୍‌। କେବଳ ଏତିକି ନୁହେଁ, ନାମୀଦାମୀ ଅନ୍‌ଲାଇନ ଶପିଂ ସାଇଟ୍‌ଗୁଡ଼ିକରେ ମଧ୍ୟ ସେଲ୍‌ରେ ପ୍ରତିଟି ଆଇଟମରେ ମିଳୁଛି ସ୍ପେଶାଲ ଅଫର, ଯାହାକି ସଭିଙ୍କୁ ବିଶେଷକରି ମହିଳାଙ୍କୁ କରୁଛି ଅଧିକ ଆକୃଷ୍ଟ…

ଘର ପାଇଁ ଆବଶ୍ୟକ ସାମଗ୍ରୀଠାରୁ ଆରମ୍ଭକରି ପିଲାଠୁ ବଡ଼ ପରିବାରର ସବୁ ସଦସ୍ୟଙ୍କ ପାଇଁ ପୋଷାକ ହେଉ ଅବା ନିଜର ଡ୍ରେସ୍‌, କସ୍‌ମେଟିକ୍ସ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିବା ଲାଗି ମହିଳାମାନେ ସର୍ବଦା ଆଗଭର। ଏମିତିରେ ଯଦି ସେମାନଙ୍କୁ ମିଳିଯାଏ କିଛି ସ୍ପେଶାଲ ଅଫର ବା ଡିସ୍‌କାଉଣ୍ଟ ତେବେ ଶପିଂରେ ଯେମିତି ଅଧିକ ମଜା ଆସିଯାଏ। ଆଉ ଏହି ସୁବିଧା ପାଇବା ଲାଗି ଅଧିକାଂଶ ମହିଳା ଚାତକ ପରି ଚାହିଁ ରହିଥାନ୍ତି ଫେଷ୍ଟିଭ୍‌ ସେଲ୍‌କୁ। ତେବେ ଏହି ସମୟରେ ବର୍ଷର ଅନ୍ୟ ଦିନ ଅପେକ୍ଷା ବିଭିନ୍ନ ସାମଗ୍ରୀ ଉପରେ ବିଶେଷ ରିହାତି ମିଳୁଥିବାରୁ ଅନେକେ ଅଫର ହାତଛଡ଼ା ନ ହୋଇଯିବା ଲୋଭରେ କାଳ ବିଳମ୍ବ ନ କରି ଶୀଘ୍ର ଅଧିକ ସାମଗ୍ରୀ କିଣିନିଅନ୍ତି। ହେଲେ କେବେ କେବେ ଏଥିପାଇଁ ଆବଶ୍ୟକରୁ ଅଧିକ ଖର୍ଚ୍ଚ ହୋଇଯାଉଥିବା ବେଳେ ଆଉ କେବେ ଠକାମିର ବି ଶିକାର ହେବାକୁ ପଡ଼ିଥାଏ। ତେଣୁ ଫେଷ୍ଟିଭ୍‌ ସେଲ୍‌ ବେଳେ ଶପିଂ କରୁଥିଲେ କେତେକ ଦିଗ ପ୍ରତି ସଜାଗ ରହିବା ଆବଶ୍ୟକ…
ଶପିଂ ପ୍ଲାନ୍‌ କରନ୍ତୁ: ଯଦି ଫେଷ୍ଟିଭ୍‌ ସେଲ୍‌ ବେଳେ ଘରକରଣା ସାମଗ୍ରୀ, ଡ୍ରେସ୍‌, ଇଲେକ୍ଟ୍ରୋନିକ୍ସ ଆଦି ଭଳି ବିଭିନ୍ନ ଆଇଟମ୍‌ରେ ଭଲ ଡିସ୍‌କାଉଣ୍ଟ ମିଳୁଥିବାରୁ ଅଧିକାଂଶ ମହିଳା ଏହି ସମୟରେ ଶପିଂ କରିବାକୁ ଚାହିଁ ରହିଥାନ୍ତି। ଯଦି ଆପଣ ବି ଏପରି କରୁଛନ୍ତି ତେବେ ପ୍ରଥମେ ନିଜର ତଥା ପରିବାରର ଆବଶ୍ୟକତାକୁ ଆଖି ଆଗରେ ରଖି କ’ଣ ସବୁ କିଣିବେ ପ୍ଲାନ୍‌ କରନ୍ତୁ।
ବଜେଟ ସେଟ୍‌ କରନ୍ତୁ: ଆପଣ ପ୍ରଥମେ କେତେ ଟଙ୍କାର ଶପିଂ କରିବେ ଏକ ବଜେଟ ସେଟ୍‌ କରନ୍ତୁ। ସେତିକି ଟଙ୍କାରେ କ’ଣ କ’ଣ କିଣିବେ ସେଥିପାଇଁ ଏକ ଲିଷ୍ଟ ପ୍ରସ୍ତୁତ କରନ୍ତୁ। ନଚେତ୍‌ କମ୍‌ ଟଙ୍କା ଲୋଭରେ କିଣୁ କିଣୁ କେତେବେଳେ ଆବଶ୍ୟକରୁ ବହୁ ଅଧିକ ଖର୍ଚ୍ଚ ହୋଇଯିବ ଜଣାପଡ଼ିବ ନାହିଁ । ତେଣୁ ବଜେଟ ଅନୁୟାୟୀ ଶପିଂ କରନ୍ତୁ ଏବଂ ଯଦି ଟଙ୍କା କମ୍‌ ପଡ଼େ ତେବେ ଅତି ଆବଶ୍ୟକ ନ ଥିଲେ କେଉଁ ସାମଗ୍ରୀ କାଟିବେ ବିଚାର କରନ୍ତୁ।
ମନେରଖନ୍ତୁ
ସାମଗ୍ରୀରେ ଲାଷ୍ଟ ଡେଟ୍‌, ଲିମିଟେଡ୍‌ ଡିସ୍‌କାଉଣ୍ଟ ଅଫର, ବିଭିନ୍ନ ସାମଗ୍ରୀ ଉପରେ କିଛି ନିର୍ଦ୍ଦିଷ୍ଟ ପ୍ରତିଶତ ରିହାତି, ବାଏ ଓ୍ବାନ୍‌ ଗେଟ୍‌ ଓ୍ବାନ୍‌ ଫ୍ରି, ଲକି ଡ୍ର କୁପନ୍‌ ଭଳି ଅଫର ଦିଆଯାଉଛି। ଏହାକୁ ଦେଖି ଅନେକ ମହିଳା ଆଗ ପଛ ବିଚାର ନ କରି କିଣି ନିଅନ୍ତି ଏବଂ ପରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ସେଲ୍‌ରେ କିଛି ବି ସାମଗ୍ରୀ କିଣିବା ବେଳେ ପ୍ରଥମେ ଟର୍ମ ଆଣ୍ଡ କଣ୍ଡିଶନ ସମ୍ପର୍କରେ ପ୍ରଥମେ ଭଲ ଭାବେ ବୁଝିନିଅନ୍ତୁ।
ଅନେକ ମହିଳା ଅଫର ହାତଛଡ଼ା ନ ହୋଇଯିବା ଲୋଭରେ ଶୀଘ୍ର ଜିନିଷ କିଣିନିଅନ୍ତି। ହେଲେ କୌଣସି ବି ସାମଗ୍ରୀ କିଣିବା ବେଳେ ତରବର ଭାବେ ନିଷ୍ପତ୍ତି ନ ନେଇ ପ୍ରଥମେ ବିଚାରକରନ୍ତୁ। ଅନ୍ୟ ଦୋକାନରେ କିମ୍ବା ଅନ୍‌ଲାଇନରେ ଉକ୍ତ ସାମଗ୍ରୀର ଦାମ୍‌ କେତେ ଦେଖିବା ପରେ କିଣିପାରିବେ।
ବିଶେଷ କରି ଅନ୍‌ଲାଇନ ଶପିଂ ସାଇଟ୍‌ରେ କିଛି ଜିନିଷ କିଣୁଥିଲେ ଯେପରି ଠକାମିର ଶିକାର ନ ହୁଅନ୍ତି ସେଥିପାଇଁ ସତର୍କ ରହିବା ଦରକାର। ପ୍ରଥମେ ଜିନିଷ ପସନ୍ଦ ନ ହେଲେ ବଦଳାଇବାର ସୁବିଧା ଅଛିକି ନାହିଁ ଜାଣନ୍ତୁ। କାରଣ ସେଲ୍‌ ସମୟରେ ମିଳୁଥିବା ଅଧିକାଂଶ ସାମଗ୍ରୀରେ ଏକ୍ସଚେଞ୍ଜ ଅଫର ନ ଥାଏ। ତେଣୁ ପ୍ରଥମେ ଏହା ସମ୍ପର୍କରେ ଜାଣିବା ପରେ ସାମଗ୍ରୀ କିଣନ୍ତୁ ନଚେତ୍‌ ପରବର୍ତ୍ତୀ ସମୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ଶପିଂ ମଲ୍‌ରେ ପୂଜା ପାଇଁ ଲକି ଡ୍ର ସିଷ୍ଟମ ରଖାଯାଇଥାଏ। ଉଦାହରଣ ସ୍ବରୂପ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଶପିଂରେ ଗୋଟିଏ କାର୍ଡ ୨ ହଜାରରେ ୨ଟି , ୫ହଜାରରେ ୫ଟି କାର୍ଡ ମିଳିଥାଏ। ଏଥିରୁ କାର୍‌, ବାଇକ୍‌, ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଭଳି ବିଭିନ୍ନ ଆକର୍ଷଣୀୟ ପ୍ରାଇଜ୍‌ ଥିବାରୁ ଅନେକେ ଜିତିବା ଲୋଭରେ ଆବଶ୍ୟକ ନ ଥିବା ଜିନିଷ ବି କିଣିଥାନ୍ତି। ହେଲେ ଏହାଦ୍ୱାରା ଯେ ସେମାନେ ଅଯଥା ଟଙ୍କା ନଷ୍ଟ କରୁଛନ୍ତି ଭୁଲିଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି କମାଇବେ ଘର ଖର୍ଚ୍ଚ: ଆପଣାନ୍ତୁ ଏହି ଟିପ୍ସ

ବେଳେବେଳେ ସ୍ବାମୀଙ୍କର ଖର୍ଚ୍ଚୀ ସ୍ବଭାବ ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥାଏ। ଏଥିପାଇଁ ଅନେକ ସମୟରେ ସୁରୁଖୁରୁରେ ଘର ଚଳାଇବା ସମସ୍ୟା ହୋଇପଡେ ଗୃହିଣୀଙ୍କ ପାଇଁ।...

ଯନ୍ତ୍ରଣାର ଉତ୍ସ ଭାରିକୋଜ୍‌ ଭେନ୍‌

ଯନ୍ତ୍ରଣା ଭରା ଅବସ୍ଥାରେ ଭାରିକୋଜ୍‌ ଭେନ୍‌କୁ ଠାବ କରାଯାଇଥାଏ। ଏହି ଭେନ୍‌ ପ୍ରାୟତଃ ସମସ୍ତଙ୍କ ପାଖେ ଦେଖାଯାଇ ନ ଥାଏ। ଏପରି ଭେନ୍‌ ସାଧାରଣ ଭେନ୍‌...

ବିଲୁପ୍ତି ପଥେ କାଳବୈଶାଖୀ

ଖରାଦିନର ଏକ ଉତ୍ତପ୍ତ ଅପରାହ୍ନ। ଧୁ ଧୁ ମୁଣ୍ଡଫଟା ଖରା, ପ୍ରବଳ ଗରମ, ଗୁଳୁଗୁଳି ଓ ଝାଞ୍ଜି ପବନରେ ଅତିଷ୍ଠ ସାଧାରଣ ଜନଜୀବନ। ପିଲାମାନେ ଯାଇଥାନ୍ତି...

ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ…

ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଯଥେଷ୍ଟ ରହିଥାଏ। କୁହାଯାଏ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ।...

କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଶୁଭ? ଜାଣନ୍ତୁ ମିଳିବ କି ଫଳ…

ହିନ୍ଦୁ ଧର୍ମରେ ପ୍ରତ୍ୟେକ କଥା ପାଇଁ କିଛି ନା କିଛି ନିୟମ ରହିଛି। ଏପରିକି ଭୋଜନ କରିବା ସମୟରେ ମଧ୍ୟ ଆମକୁ କିଛିଟା ନିୟମ ମାନିବାକୁ...

କାରରେ ବସିଲେ ହେଉଛି କ୍ୟାନସର? ଖରାରେ ଥିବା କାର ବିପଜ୍ଜନକ!

ଏହି ଗ୍ରୀଷ୍ମ ଋତୁରେ ଆପଣ କାରରେ ବସି ଏସି ଟର୍ନ କରିବା ମାତ୍ରେ ଆପଣଙ୍କ ନାକକୁ ଏକ ଅଦ୍ଭୁତ ଗନ୍ଧ ଆସେ। ଆପଣ ଜାଣନ୍ତି କି...

ଆପଣଙ୍କ ସାଥୀ କନ୍ୟା ରାଶିର କି? କିଭଳି ତାଙ୍କର ବ୍ୟକ୍ତିତ୍ୱ, ସ୍ବଭାବ; ଜାଣନ୍ତୁ …

ରାଶିଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା। ଏହାକୁ ସବୁ ରାଶିରୁ ସୁନ୍ଦର ରାଶି ବୋଲି କୁହାଯାଏ। କାରଣ ଏହି ରାଶିର ପ୍ରତିନିଧିତ୍ୱ କରନ୍ତି ଜଣେ କନ୍ୟା।...

ଆପଣଙ୍କର ଅଛି କି ଏହି ୬ ଅଭ୍ୟାସ? ହୋଇଯିବେ ଦରିଦ୍ର; ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri