ଫେରାର କଏଦୀ ଗିରଫ

କେନ୍ଦୁଝର, ୨୨ା୫(ସ୍ବ.ପ୍ର.)-ଗତ ୧ ତାରିଖରେ କୋର୍ଟ ପରିସରରୁ ଫେରାର ହୋଇଯାଇଥିବା ବଳାତ୍କାର ଅଭିଯୁକ୍ତଙ୍କୁ ପୋଲିସ ମଙ୍ଗଳବାର ଗମ୍ବାରିଆ ଅଞ୍ଚଳରୁ ଗିରଫ କରି ଟାଉନ ଥାନା ପୋଲିସ ପୁଣି କୋର୍ଟ ଚାଲାଣ କରିଥିବା ଜଣାପଡିଛି ା ତାଙ୍କ ନାମ କ୍ରିଷ୍ଣା ଲୋହାର ବୋଲି ଜଣାପଡିଛି ା ଗମ୍ଭାରିଆ ନିକଟରେ ଏକ ଘରୋଇ ସ୍କୁଲ ପରିସରରୁ ଗିରଫ କରାଯାଇଥିବା ଜଣାପଡିଛି ା ତାଙ୍କୁ ଅନ୍ୟମାନଙ୍କ ସହିତ ଜେଲରୁ କୋର୍ଟକୁ ଅଣାଯାଇଥିବା ବେଳେ କୋର୍ଟ ପରିସରରୁ ଫେରାର ହୋଇଯାଇଥିଲା ା ଏହି ଘଟଣାରେ ୨ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା ା ଗତ ଜୁଲାଇ ମାସରେ ଏକ ବଳାତ୍କାର ମାମଲାରେ ସେ ଗିରଫ ହୋଇ ଜେଲ ହାଜରେ ଥିଲେ ା ତେବେ ତାଙ୍କୁ ଦୀର୍ଘ ଦିନ ହେଲା ସୁରକ୍ଷା ଦେଇଥିବା ବିଦ୍ୟାଳୟର କର୍ମଚାରୀଙ୍କ ବିରୋଧରେ ପୋଲିସ କଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ା ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ା ଏନେଇ ଟାଉନଥାନା ଅଧିକାରୀ ସୋମନାଥ ଜେନା କହିଛନ୍ତି ଯେ, ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri