ଫେକ୍‌ ଆଇଡି କରି ହିନ୍ଦୁ ଯୁବତୀଙ୍କୁ ସଂଖ୍ୟାଲଘୁ ଯୁବକ ଫସାଉଥିବା ଅଭିଯୋଗ: ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ପକ୍ଷରୁ ଏସ୍‌ପିଙ୍କୁ ଦାବିପତ୍ର

କୋରେଇ,୧୫।୧୦(ସ୍ବ.ପ୍ର)- ଯାଜପୁର ଜିଲାର ବିଭିନ୍ନସ୍ଥାନ ବିଶେଷ କରି ବରୀ ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର କେତେଜଣ ଯୁବକ ଫେସ୍‌ବୁକ୍‌ରେ ହିନ୍ଦୁ ଯୁବକ ନାମରେ ଫେକ୍‌ ଆଇଡି ଖୋଲି ହିନ୍ଦୁ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରୁଥିବା ଓ ପରେ ସେମାନଙ୍କୁ ଅପହରଣ କରି ବ୍ଲାକମେଲିଂ କରୁଥିବା ଭଳି ଅପରାଧ ଉପରେ ରୋକ ଲଗାଇବାକୁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟର କେତେଜଣ ଯୁବକ ଫେସ୍‌ବୁକ୍‌ରେ ହିନ୍ଦୁ ଯୁବକ ନାମରେ ଫେକ୍‌ ଆଇଡି ଖୋଲି ହିନ୍ଦୁ ଯୁବତୀଙ୍କୁ ପ୍ରଲୋଭିତ କରିବା ପରେ ସେମାନଙ୍କୁ ଅପହରଣ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଫଳରେ ବରୀ ଅଞ୍ଚଳ ଅଶାନ୍ତ ହେବା ସହିତ ସମଗ୍ର ଜିଲାରେ ସାମ୍ପ୍ରଦାୟିକ ସଦ୍‌ଭାବନା ନଷ୍ଟ ହେବାକୁ ଯାଉଛି। ଫଳରେ ଏହା ଉପରେ ରୋକ ନ ଲଗାଇଲେ ଏହା ଭୟଙ୍କର ରୂପ ଧାରଣ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଏ ନେଇ ୨୦୧୮ଜୁନ ୧୯ରେ ବରୀ ଥାନାରେ ଏକ ମାମଲା (ନଂ.୮୪/୧୮) ରୁଜୁ କରାଯାଇ ଏସ୍‌ପିଙ୍କ ତତ୍ୱାବଧାନରେ ଏକ ଟିମ୍‌ ଅଭିଯୁକ୍ତ ଅବଦୁଲ ଆଜିଫକୁ ଗିରଫ କରିଥିଲା। ପରେ ଧର୍ମ ପରିବର୍ତ୍ତନ, ବାରମ୍ବାର ବଳକତ୍ାର, ଭିଡିଓ ଓ ଫଟୋ ଭାଇରାଲର ଧମକ, ନିଶାଦେଇ ଅଚେତ କରାଇବା ଓ ବିକ୍ରି ପାଇଁ ୩୫ଲକ୍ଷ ଟଙ୍କା ଡିଲ ହୋଇଥିବା ଆଦିର ଗୁମର ଫିଟିଥିଲା। ଏବେ ପୁଣି ବର୍ଷକ ପରେ ବରୀ ମିଳିମିଳାପୁର ଅଞ୍ଚଳରେ ସେଭଳି ଘଟଣା ଆରମ୍ଭ ହୋଇଛି। ଏଥିରେ ବାହାର ରାଜ୍ୟର ଷଡଯନ୍ତ୍ରକାରୀମାନେ ସମ୍ପୃକ୍ତ ଥିବା ଅନୁସନ୍ଧାନରୁ ଜଣାପଡିଛି। ଫଳରେ ହିଂସା ସୃଷ୍ଟିକାରୀ ସମ୍ପୃକ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଦାବି କରାଯାଇଛି। ସଙ୍ଗଠନ ପକ୍ଷରୁ ଅକ୍ଷୟ କୁମାର ବଳ, ସମୀର କୁମାର ନାୟକ, ଅରବିନ୍ଦ ଦାସ, ଚକ୍ରଧର ମହାଳିକ, ବାଦଲ ନାୟକ, ଜ୍ୟୋତି ପ୍ରକାଶ ନାୟକ, ଜିଜ୍ଞାଶୁ ସାହୁ, ବିଜୟ କୁମାର ମିଶ୍ର, ମୃତ୍ୟୁଞ୍ଜୟ ପଟ୍ଟନାୟକ, କଳ୍ପତରୁ ପଣ୍ଡା ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପି ଅକ୍ଷୟ କୁମାର ଦାସଙ୍କୁ ଦାବିପତ୍ର ଦେବା ସହ ସମସ୍ତ ଘଟଣା ସର୍ମ୍ପକରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri