ଫୁଟବଲ ଟୁର୍ନାମେଣ୍ଟ, ତଣ୍ଡ୍ରିଗାଁ ଚାମ୍ପିୟନ

ଫିରିଙ୍ଗିଆ,୪ା୧୦- ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ବରେବାଟା ଗ୍ରାମରେ ଚକାଡୋଳା କ୍ଲବ ଆନୁକୂଲ୍ୟରେ ଚାଲିଥିବା ବନ୍ଦନା କହଁର ସ୍ମାରକୀ ଫୁଟବଲ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ତଣ୍ଡ୍ରିଗାଁ ୪-୩ ଗୋଲରେ ମାସ୍ରିପଡାକୁ ହରାଇ ଚାମ୍ପିୟନ ହୋଇଛି। ପ୍ରଥମ ଓ ଦ୍ୱିତୀୟାର୍ଦ୍ଧରେ କେହି କାହା ବିପକ୍ଷରେ ଗୋଲ ଦେଇ ନ ପାରିବାରୁ ଟାଇବ୍ରେକର ପାଇଁ ନିଷ୍ପତି ହୋଇଥିଲା। ଏଥିରେ ମଧ୍ୟ ଚମତ୍କାର ପ୍ରଦର୍ଶନ ହୋଇଥିଲା। ହେଲେ ଶେଷରେ ଗୋଲ ନ ଦେଇ ପାରି ମାସ୍ରିପଡା ରନର୍ସଅପ ହୋଇଥିଲା। ଘାସିରାମ କହଁର, କିନେଶ୍ୱର କହଁର, ଫକୀର ମୋହନ ଦିଗାଲ ପ୍ରମୁଖ ରେଫରୀ ଦାୟିତ୍ୱ ତୁଲାଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଗୋଲକ ବିହାରୀ କହଁର, ପ୍ରଦୀପ କହଁର, କାମେଶ୍ୱର କହଁର, ସରୋଜ ଚର୍ଚ୍ଚା, ଦିଜ କହଁର ପ୍ରମୁଖ ଯୋଗଦେଇ ଚାମ୍ପିୟନ ଦଳକୁ ଟ୍ରଫି ସହ ୪୦୦୦ ଓ ରନର୍ସଅପ ଦଳକୁ ଟ୍ରଫି ସହ ୩୦୦୦ ଟଙ୍କା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri