Posted inଫୁରସତ

ଫୁକା ଗାଁର କୃଷିଯନ୍ତ୍ର କାରିଗର

ଏକ ନିପଟ ଆଦିବାସୀ ଅଧ୍ୟୁଷିତ ଗାଁର ଜଣେ ଯୁବକ। ଇଞ୍ଜିନିୟରିଂ ପାଠ ପଢ଼ିନାହାନ୍ତି, ମାତ୍ର ନିଆରା କୃଷିଯନ୍ତ୍ର ତିଆରି କରିଛନ୍ତି । ଏହି ଯନ୍ତ୍ରକୁ ଚାଷକାମରେ ଲଗାଇ ସଫଳ ହୋଇପାରିଥିବାରୁ ଅନ୍ୟଚାଷୀମାନେ ତାଙ୍କଠାରୁ ସେହି ଯନ୍ତ୍ରକୁ କିଣି ବେଶ୍‌ ଉପକୃତ ହୋଇପାରୁଛନ୍ତି।

ଜିଲା ଆର.ଉଦୟଗିରି ବ୍ଲକ ସୁବଲଡ଼ା ଗ୍ରାମପଞ୍ଚାୟତର ଏକ ଆଦିବାସୀ ଗାଁର ନାମ ହେଲା ଫୁକା। ଏହି ଗ୍ରାମର ପ୍ରାୟ ୭୦ଟି ପରିବାର ସଉରା ସମ୍ପ୍ରଦାୟର। ଅନ୍ୟ ୨ଟି ପରିବାର ଗୌଡ଼ ସମ୍ପ୍ରଦାୟର। ଗାଁର ଜନସଂଖ୍ୟା ପ୍ରାୟ ୪୫୦ ହେବ। ଏଠାକାର ଲୋକଙ୍କ ମୁଖ୍ୟଜୀବିକା ଚାଷ। କେତେକେ ଜଙ୍ଗଲ ଉପରେ ମଧ୍ୟ ନିର୍ଭରଶୀଳ। ତେବେ ଏହି ଗାଁର ମାଧବ ବେହେରା । ପିତା ମାଙ୍କୁ ବେହେରା,ମା ମାଳତି ବେହେରା।ଏକ କୃଷିଯନ୍ତ୍ର ତିଆରି କରି ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚିତ ହୋଇଛନ୍ତି। ଫୁକା ଗାଁଟି . ବରହମା ପାହାଡ଼ ତଳେ ଅବସ୍ଥିତ। ଏହି ଗାଁର ଚାଷୀଙ୍କ ଆଧୁନିକ ପ୍ରଣାଳୀରେ ଚାଷ ଅନେକଙ୍କ ପାଇଁ ସ୍ବପ୍ନ ହୋଇପଡ଼ିଥିଲା। ତେବେ ମାଧବଙ୍କ କୃଷିଯନ୍ତ୍ର ଏହାକୁ ସାକାର କରିପାରିଛି। ମାଧବ କୁହନ୍ତି-ସ୍ଥାନୀୟ ରାମଗିରି କଲେଜରୁ ଯୁକ୍ତ୨ ପାସ୍‌ କରିବା ପରେ ଚାଷ ପ୍ରତି ମନ ବଳାଇଲି। କିନ୍ତୁ କୃଷିକ୍ଷେତ୍ର ପାଇଁ ଶ୍ରମିକ ସମସ୍ୟା ଦେଖାଦେବାରୁ ଅନେକ ଚିନ୍ତା କରି ୨୦୧୦ମସିହାରୁ କେତେକ ଯନ୍ତ୍ର ବାହାର କରିଥିଲି। ଏହାଦ୍ୱାରା ମାଟି ଖୋସିବା, ଘାସ ବାଛିବାଠାରୁ ଆରମ୍ଭ କରି ସାର ପକାଇବା ଯାଏ କାର୍ଯ୍ୟ ହୋଇପାରିଲା। ଏହି ଯନ୍ତ୍ରକୁ ନିକଟସ୍ଥ କମାରଶାଳରେ ତିଆରି କରାଗଲା।ଏବେ ଏହି ଗୋଟିଏ ଯନ୍ତ୍ର ତିଆରି ପାଇଁ ପ୍ରାୟ ଗୋଟିଏ ଦିନ ଲାଗିବ। ଏଯାଏ ୩୦ଟି ଯନ୍ତ୍ର ବିକ୍ରି ହୋଇଛି । କେତେକ ବ୍ୟକ୍ତି ଏହି କୃଷିଯନ୍ତ୍ର ନେବାକୁ ଅଗ୍ରୀମ ବରାଦ ଦେଇଛନ୍ତି ।

ଗାଁରେ ଥିବା ପ୍ରାୟ ୫ ଏକର ଚାଷଜମିରେ ଏକ ଫାର୍ମ କରି ସେଥିରୁ ଭଲ ରୋଜଗାର କରିପାରୁଛି। ଏଥିଯୋଗୁ ଚାଷକାମ ସହଜରେ କରିପାରୁଛି। ଏଭଳି ଯନ୍ତ୍ରର କାଯର୍‌ୟକାରିତାକୁ ଦେଖି ଆଖପାଖର ଲୋକେ ଖୁବ୍‌ ପ୍ରଶଂସା କଲେ ଏବଂ ସେହି ଯନ୍ତ୍ରକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କଲେ। ଫଳରେ ଏହି ଯନ୍ତ୍ର ବ୍ୟବସାୟ ବି ହୋଇପାରିଲା। ଏଥିଯୋଗୁ ଜଣେ ସଫଳ ଉଦ୍ୟୋଗୀ ହୋଇପାରିଲି। ନିଜ ନାଁ ମାଧବ ବେହେରାରୁ ଏମ.ବି. ଅଲରାଉଣ୍ଡର ନାମରେ ଯନ୍ତ୍ରପାତି ତିଆରି କରି ୫ହଜାର ଟଙ୍କାରେ ବିକ୍ରି କରି ପାରୁଛି। ଇଞ୍ଜିନିୟରିଂ ପାଠ ପଢି ନାହିଁ ମାତ୍ର ଜଣେ ସାଧାରଣ ଯୁବଚାଷୀଭାବେ ନିଆରା ପରିଚୟ ସୃଷ୍ଟି କରିପାରଛି। ଏବେ ନିଜ ଫାର୍ମରେ ବିଭିନ୍ନ ପନିପରିବା ଚାଷ କରିବା ସହିତ ଗୋଲମରିଚ , ସପେଟା, ଲିଚୁ, ପଣସ, କମଳା ଗଛ ଲଗାଇଛି। ଅଧିକ ଅମଳ ପାଇଁ ଫାର୍ମରେ ପ୍ରାୟ ୧୦ଟି ମହୁବାକ୍ସ ରଖିଛି। ଗୋଲାପ ଓ ଡ଼ାଲିଆ ଫୁଲଚାଷରୁ ବାର୍ଷିକ ପ୍ରାୟ ଲକ୍ଷାଧିକ ଟଙ୍କା ରୋଜଗାର ହୋଇପାରୁଛି। ଅନ୍ୟପକ୍ଷେ ମାଧବଙ୍କ ଭାଇ ରାମଚନ୍ଦ୍ର ମଧ୍ୟ ନିଜ ଫାର୍ମରେ ଗୋଲମରିଚ ଚାଷ କରିଛନ୍ତି। ଏହି ଗୋଲମରିଚ ଗଛଗୁଡ଼ିକ ଆମ୍ବ ଓ ପିଜୁଳି ଗଛମୂଳେ ଲଗାଯାଇଛି। ଏଥିରେ ସେ ବର୍ଷକୁ ପ୍ରାୟ ୫୦ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ପ୍ରଥମେ ସେ ୧୯୮୧ ମସିହାରେ କଟକରୁ ଗୋଟିଏ ଗୋଲମରିଚ ଚାରା ଆଣିଥିଲେ। ଏବେ ପ୍ରାୟ ୧ହଜାରଟି ଗଛ ହୋଇଛି। ମାଧବଙ୍କ ଉଦ୍ୟମ ଓ ସାଧନାର ସଫଳ କାହାଣୀ ଆଉ ତାଙ୍କ ଗାଁ ମଧ୍ୟରେ ସୀମିତ ହୋଇ ରହିନାହିଁ। ଏକାଧିକ ଗାଁକୁ ଏହି କାହାଣୀ ପ୍ରେରଣା ଦେଲା। ସ୍ଥାନୀୟ ଅଞ୍ଚଳର ଚାଷୀ ଏଥିଯୋଗୁ ସଫଳ ଚାଷୀ ହେବାର ସୌଭାଗ୍ୟ ହାସଲ କରିଛନ୍ତି। ଏହି ଗାଁର ରମେଶ ବେହେରା, ନଣ୍ଡା ରଇତ, ରଘୁ ବେହେରା, ରଘୁ ବଡ଼ମୁଣ୍ଡି, ବନମାଳୀ ବେହେରା ସମେତ ଏକାଧିକ ଚାଷୀ ଏହି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳି ନ ଥିଲେ ମଧ୍ୟ ଆଧୁନିକ ପ୍ରଣାଳୀରେ ମିଶ୍ରିତ ଚାଷକୁ ଆପଣେଇ ନିଜେ ସ୍ବାବଲମ୍ବୀ ହୋଇ ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି। ତେବେ ଫୁକା ଗାଁର ଅଧିକାଂଶ ଚାଷୀ ଉଦ୍ୟାନ କ୍ଷେତକୁ ପସନ୍ଦ କରିଛନ୍ତି। କୃଷିର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରହିଥିଲେ ମଧ୍ୟ ଏହି ଗାଁର ଚାଷୀମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ମିଳିପାରିଲେ ଚାଷକ୍ଷେତ୍ରରେ ଫୁକା ଗାଁ ନିଆରା ପରିଚୟ ସୃଷ୍ଟି କରିପାରନ୍ତା।
-ବନବିହାରୀ ବେହେରା
ଫଟୋ- ବୃନ୍ଦାବନ ଗୌଡ଼


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri