ଫିଲ୍ମ ଫ୍ରାଇଡେ’:‘ପାନିପତ୍‌’ ବନାମ୍‌ ‘ପତି, ପତ୍ନୀ ଔର୍‌ ଓ୍ବ’

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ଫିଲ୍ମ ଫ୍ରାଇଡେ’ରେ ଏଥର ପରଦାକୁ ଆସୁଛି ଦୁଇଟି ଫିଲ୍ମ। ବହୁ ପ୍ରତୀକ୍ଷିତ ହିନ୍ଦୀ ଐତିହାସିକ ଫିଲ୍ମ ‘ପାନିପତ୍‌’କୁ ଟକ୍କର ଦେବ ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ପତି, ପତ୍ନୀ ଔର୍‌ ଓ୍ବ’। ଆଶୁତୋଷ ଗୋଓ୍ବାରିକରଙ୍କ ନିର୍ଦ୍ଦେଶିତ ‘ପାନିପତ୍‌’ ୧୭୬୧ରେ ହୋଇଥିବା ୩ୟ ପାନିପତ୍‌ ଯୁଦ୍ଧ ଉପରେ ଆଧାରିତ। ସେହିଭଳି ମୁଦ୍ଦାସ୍‌ର ଅଜିଜ୍‌ଙ୍କ ନିର୍ଦ୍ଦେଶିତ ‘ପତି, ପତ୍ନୀ ଔର୍‌ ଓ୍ବ’ରେ ବିବାହ ଓ ପରକୀୟା ପ୍ରୀତିକୁ ନେଇ ଦମ୍‌ଦାର କମେଡି ଦେଖିବାକୁ ମିଳିବ।
‘ପାନିପତ୍‌’ରେ ଅର୍ଜୁନ କପୁର, ସଞ୍ଜୟ ଦତ୍ତ ଏବଂ କ୍ରିତି ସାନନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରଛନ୍ତି। ଆଫଗାନୀ ତଥା ଦୂରାନୀ ଏବଂ ମରାଠା ସାମ୍ରାଜ୍ୟ ମଧ୍ୟରେ ହୋଇଥିବା ଐତିହାସିକ ପାନିପତ୍‌ ଯୁଦ୍ଧ ଆଜି ବି ଲୋମ ଟାଙ୍କୁରାଇ ଦେଉଥିବାବେଳେ ଫିଲ୍ମ ମାଧ୍ୟମରେ ପୁଣିଥରେ ସେହି ଅଭୁଲା ଇତିହାସକୁ ଉଜ୍ଜୀବିତ କରାଯାଇଛି। ୩ୟ ପାନିପତ୍‌ ଯୁଦ୍ଧରେ ମରାଠା ସେନାର ମୁଖ୍ୟ ସର୍ଦ୍ଦାର ସେନାପତି ଥିବା ସଦାଶିବ ରାଓ ଭାଉଙ୍କ ଭୂମିକାରେ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ‘ହାଫ୍‌ ଗର୍ଲଫ୍ରେଣ୍ଡ’, ‘ଇଶକ୍‌ଜାଦେ’ ଓ ‘କି ଆଣ୍ଡ୍‌ କା’ ଭଳି ଫିଲ୍ମ କରିଥିବା ଅର୍ଜୁନ ପ୍ରଥମଥର ପାଇଁ ଏଭଳି ଏକ ଗମ୍ଭୀର ଭୂମିକାରେ ନଜରକୁ ଆସିବେ। ସେହିଭଳି ‘କଲଙ୍କ’ରେ ଜବରଦସ୍ତ ଅଭିନୟ ପରେ ପୁଣିଥରେ ‘ପାନିପତ୍‌’ ମାଧ୍ୟମରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବାକୁ ପରଦାକୁ ଆସିବେ ସଞ୍ଜୟ ଦତ୍ତ। ସେ ଦୂରାନୀ ସାମ୍ରାଜ୍ୟର ପ୍ରତିଷ୍ଠାତା ଅହମ୍ମଦ ଶାହା ଦୂରାନୀଙ୍କ ଚରିତ୍ରରେ ଅଭିନୟ କରିବେ। ‘ହାଉସ୍‌ଫୁଲ୍‌ ୪’ ପରେ କ୍ରିତି ସାନନଙ୍କୁ ଏକ ସିରିୟସ୍‌ ଚରିତ୍ର ମିଳିଥିବାବେଳେ ଫିଲ୍ମରେ ସେ ସଦାଶିବ ରାଓ ଭାଉଙ୍କ ଦ୍ୱିତୀୟ ପତ୍ନୀ ପାର୍ବତୀ ବାଇଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ ମୁତାବକ, ଅଷ୍ଟାଦଶ ଶତାବ୍ଦୀରେ ମରାଠା ସାମ୍ରାଜ୍ୟ ଭାରତୀୟ ଭୂଖଣ୍ଡର ସବୁଠାରୁ ଶକ୍ତିଶାଳୀ ସାମ୍ରାଜ୍ୟଭାବେ ପରିଗଣିତ ହେଉଥିବାବେଳେ ସେମାନଙ୍କ ସାମ୍ରାଜ୍ୟ ଉପରେ ଆଫ୍‌ଗାନ ରାଜା ଅହମ୍ମଦ ଶାହା ଦୂରାନୀଙ୍କ ନଜର ପଡ଼ିଥିଲା। ଭାରତକୁ ନିଜ ଅଧୀନକୁ ନେବାକୁ ଦୂରାନୀ ସମସ୍ତ ବଳ ପ୍ରୟୋଗ କରିଦେଇଥିବାବେଳେ ମରାଠା ପେଶଓ୍ବା ତାଙ୍କୁ ଅଟକାଇବାକୁ ସଦାଶିବ ରାଓ ଭାଉଙ୍କ ନେତୃତ୍ୱରେ ଯୁଦ୍ଧ ପାଇଁ ଡାକରା ଦେଇଥିଲେ, ଯାହାକି ପରବର୍ତ୍ତୀ ସମୟରେ ୩ୟ ପାନିପତ୍‌ ଯୁଦ୍ଧ ଭାବେ ପରିଚିତ ହୋଇଥିଲା। ଫିଲ୍ମରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଘମାଘୋଟ ଯୁଦ୍ଧର ଚିତ୍ରକୁ ସ୍ଥାନିତ କରାଯାଇଥିବାବେଳେ ଆକ୍ସନ ଫିଲ୍ମକୁ ଭଲପାଉଥିବା ଦର୍ଶକଙ୍କ ପାଇଁ ଏହା ଏକ ଭଲ ଫିଲ୍ମ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି ଆସିଲେ ଯେଉଁ ପରିସ୍ଥିତି ସୃଷ୍ଟି ହୁଏ ତା’କୁ ରୋମାଣ୍ଟିକ୍‌ କମେଡି ଜରିଆରେ ପରଦାରେ ରଖିବେ (ପତି) କାର୍ତ୍ତିକ ଆର୍ୟନ, (ପତ୍ନୀ)ଭୂମି ପାଡନେକର୍‌ ଏବଂ (ଔର୍‌ ଓ୍ବ) ଅନନ୍ୟା ପାଣ୍ଡେ। ଫିଲ୍ମରେ ରାଜେଶ ଶର୍ମା ଏବଂ ଅପାରଶକ୍ତି ଖୁରାନା ମଧ୍ୟ ପ୍ରମୁଖ ଭୂମିକାରେ ନଜରକୁ ଆସିବେ। ରେଣୁ ରବି ଚୋପ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମ ୧୯୭୮ର ଫିଲ୍ମ ‘ପତି, ପତ୍ନୀ ଔର୍‌ ଓ୍ବ’ର ରିମେକ୍‌। ତେବେ ବଲିଉଡ୍‌ ଫ୍ରାଇଡେ ବକ୍ସରେ ଦେଖିବାକୁ ମିଳିବ ‘ପାନିପତ୍‌’ ବନାମ୍‌ ‘ପତି, ପତ୍ନୀ ଔର୍‌ ଓ୍ବ’।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri