Posted inଖେଳ

ଫିଫା ପୁରସ୍କାର: ସଂକ୍ଷିପ୍ତ ତାଲିକାରେ ଭାନ୍‌ ଡିକ୍‌, ରୋନାଲ୍ଡୋ, ମେସି

ରୋମ୍‌, ୨ା୯ (ଏଏଫ୍‌ପି)-ଫେଡେରେଶନ ଅପ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ(ଫିଫା)ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ କରାଯାଇଥିବା ସଂକ୍ଷିପ୍ତ ତାଲିକାରେ ଲିଭରପୁଲ୍‌ ସେଣ୍ଟର ବ୍ୟାକ୍‌ ଭର୍ଗିଲ ଭାନ୍‌ ଡିକ୍‌ ସ୍ଥାନ ପାଇଛନ୍ତି। ଏହି ଖେଳାଳି ଜଣକ ନିକଟରେ ୟୁନିୟନ ଅଫ୍‌୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ୍ସ(ୟୁଫା)ର ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିସାରିଛନ୍ତି। ନେଦରଲାଣ୍ଡ୍ସର ଏହି ଅନ୍ତର୍ଜାତୀୟ ଖେଳାଳି ଗତ ସପ୍ତାହରେ କ୍ରିଷ୍ଟିଆନୋ ରୋନାଲ୍‌ଡୋ ଏବଂ ଲିଓନେଲ ମେସିଙ୍କୁ ପଛରେ ପକାଇ ୟୁରୋପିଆନ ଟାଇଟଲ ଜିତିଥିଲେ। ବର୍ତ୍ତମାନ ଏହି ୩ଜଣ ପୁଣି ସମ୍ମାନଜନକ ଫିଫା ପୁରସ୍କାର ଦୌଡ଼ରେ ଅଛନ୍ତି। ଲିଭରପୁଲ୍‌ର ଚାମ୍ପିୟନ୍ସ ଲିଗ୍‌ ଅଭିଯାନରେ ଭାନ୍‌ ଡିକ୍‌ ବିଶେଷ ଭୂମିକା ଗ୍ରହଣ କରିଥିଲେ। ସେହିପରି ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ସଂକ୍ଷିପ୍ତ ତାଲିକାରେ ଇଂଲଣ୍ଡର ଫୁଲ୍‌-ବ୍ୟାକ୍‌ ଲୁସି ବ୍ରୋଞ୍ଜ୍‌ ରହିଛନ୍ତି, ଯିଏକି ୟୁଫାର ମହିଳା ପୁରସ୍କାର ଜିତି ସାରିଛନ୍ତି। ତାଲିକାରେ ବିଶ୍ୱକପ୍‌ ବିଜୟୀ ଆମେରିକା ଦଳର ଦୁଇ ଖେଳାଳି ମେଗାନ୍‌ ରାପିନୋ ଏବଂ ଆଲେକ୍ସ ମୋର୍ଗାନ ଅଛନ୍ତି। ସେହିପରି ଶ୍ରେଷ୍ଠ ଶ୍ରେଷ୍ଠ ପୁରୁଷ କୋଚ୍‌ ଦୌଡ଼ରେ ମାଞ୍ଚେଷ୍ଟର ସିଟି ମୁଖ୍ୟ ପେପ୍‌ ଗର୍ଡିିଓଲା, ଲିଭରପୁଲ୍‌ର ଜର୍ଜେନ କ୍ଲୋପ୍‌ ଏବଂ ମୌରିକୋ ପୋଚେଟିନୋ ରହିଛନ୍ତି। ସେହିପରି ମହିଳା କୋଚ୍‌ ସଂକ୍ଷିପ୍ତ ତାଲିକାରେ ଇଂଲଣ୍ଡକୁ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରାଇଥିବା ଫିଲ୍‌ ନେଭିଲ୍‌, ଆମେରିକାର ଜିଲ୍‌ ଏଲିସ୍‌ ଏବଂ ୟୁରୋପିଆନ ଚାମ୍ପିୟନ ନେଦରଲାଣ୍ଡ୍ସକୁ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚାଇଥିବା ସାରିନା ଓ୍ବେମ୍ୟାନ।
ସଂକ୍ଷିପ୍ତ ତାଲିକା
ପୁରୁଷ ଖେଳାଳି: କ୍ରିଷ୍ଟିଆନୋ ରୋନାଲ୍‌ଡୋ (ଜୁଭେଣ୍ଟସ/ପର୍ତ୍ତୁଗାଲ), ଲିଓନେଲ ମେସି (ବାର୍ସିଲୋନା/ଆର୍ଜେଣ୍ଟିନା), ଭିଜିଲ ଭାନ୍‌ ଡିକ୍‌(ଲିଭରପୁଲ/ନେଦରଲାଣ୍ଡ୍ସ),
ମହିଳା ଖେଳାଳି: ଲୁସି ବ୍ରୋଞ୍ଜ(ଲିଅନ୍‌/ଇଂଲଣ୍ଡ), ଆଲେକ୍ସ ମୋର୍ଗାନ (ଓର୍ଲାଣ୍ଡୋ ପ୍ରାଇଡ୍‌/ଆମେରିକା), ମେଗାନ ରାପିନୋ (ରେନ୍‌ ଏଫ୍‌ସି/ଆମେରିକା)।
ପୁରୁଷ କୋଚ୍‌: ପେପ୍‌ ଗର୍ଡିଓଲା (ମାଞ୍ଚେଷ୍ଟର ସିଟି), ଜର୍ଜେନ କ୍ଲୋପ୍‌ (ଲିଭରପୁଲ୍‌), ମୋରିସିଓ ପୋଚେଟିନୋ (ଟୋଟେନହାମ୍‌)।
ମହିଳା କୋଚ୍‌: ଜିଲ୍‌ ଏଲିସି (ଆମେରିକା),ଫିଲ୍‌ ନେଭିଲ (ଇଂଲଣ୍ଡ), ସାରିନା ଓ୍ବେମ୍ୟାନ(ନେଦରଲାଣ୍ଡ୍ସ)।
ମହିଳା ଗୋଲକିପର: କ୍ରିଷ୍ଟିନେ ଏଣ୍ଡ୍‌ଲର (ପ୍ୟାରିସ ସେଣ୍ଟ ଜର୍ମେନ/ଚିଲି), ହେଡ୍‌ଭିଜ୍‌ ଲିଣ୍ଡାଲ (ଓଫ୍ସବର୍ଗ/ ସ୍ବିଡେନ), ସାରି ଭାନ୍‌ ଭିନେଡାଲ (ଆଟଲେଟିକୋ ମାଡ୍ରିଡ/ନେଦରଲାଣ୍ଡ୍ସ)।
ପୁରୁଷ ଗୋଲକିପର: ଆଲିସନ (ଲିଭରପୁଲ୍‌/ବ୍ରାଜିଲ), ଇଡେରସନ (ମାଞ୍ଚେଷ୍ଟର ସିଟି/ବ୍ରାଜିଲ), ମାର୍କ ଆଣ୍ଡ୍ରେଟର ଷ୍ଟିଜେନ(ବାର୍ସିଲୋନା/ଜର୍ମାନୀ)।
ପୁସ୍କାସ ପୁରସ୍କାର (ଶ୍ରେଷ୍ଠ ଗୋଲ ପାଇଁ): ଲିଓନେଲ ମେସି (ବାର୍ସିଲୋନା ବନାମ ରିୟଲ ବେଟିସ୍‌), ଜୁଆନ କ୍ୱିଣ୍ଟେରୋ(ରିଭର ପ୍ଲେଟ ବନାମ ରେସିଂ କ୍ଲବ), ଡାନିଏଲ ଜେସୋରି (ଡେବ୍ରେସେନ୍‌ ବନାମ ଫରେଙ୍କଭାରୋସ୍‌)।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri