ଫିଦିନିଅଁ। ରାସ୍‌ତା ଦାବି କଲେ ପରୁଆପଡ଼ାବାସୀ

ଲୋଇସିଂହା,୯।୭(ଡି.ଏନ.ଏ.):
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ପଁଚେତ୍‌ ଅଧୀନ ପରୁଆପଡ଼ାକେ ଫିଦିନିଅଁ। ରାସ୍‌ତା ଖଁଡ଼େ ନଁ। ଇଁନ। ବରଷା ଦିନେ ପଡ଼ାବାସୀ ଯିବାର ଆଏବାର ଲାଗି ଭେବାର କରୁଥିବାର ଚାଲତି ରାସ୍‌ତାଟା କାଦୋ ସରସର ହେଇଯାଉଛେ। ଯେନ୍‌ଥିରଲାଗି ପଡ଼ାର ଛାତ୍ରୀଛାତ୍ର ଆର ପଡ଼ାବାସୀ ଯିବା ଆଏବାରେ ବଡ଼ଭାରି ସମସିଆର ସାମନା କରୁଛନ୍‌। ପଡ଼ାବାସୀ ଥାୟୀ ରାସ୍‌ତା ଖଁଡ଼େର ଲାଗି ପଁଚେତ୍‌ରୁ ବ୍ଲକ ପରଶାସନ ତକ୍‌ ଗୁହାରି କରି ନିରାଶ ହେଇଛନ୍‌।
ସୂଚନା ହିସାବେ, କନ୍ଦାଜୁରୀ ପଁଚେତ୍‌ ଫଟାମୁଣ୍ଡା ଗଁାର କେତେ ପରିବାର ବହୁତ ବଛର ହେଲା ପରୁଆପଡ଼ାରେ ଘରଦୁଆର କରି ରହିଆସୁଛନ୍‌। ଫଟାମୁଣ୍ଡାରୁ ପରୁଆପଡ଼ା ଚାଷଜମି ରାସ୍‌ତାରେ ପାଖାପାଖି ୧ କି.ମି.। କନ୍ଦାଜୁରୀ-କୁଶଙ୍ଗ ରାସ୍‌ତା ପାଖାପାଖି ଦେଢ଼ କି.ମି. ଦୂରିଆ। ଚାଷବାସ ସୁବିଧା ଦୁରୁଷ୍‌ଟିରୁ ୮ଟା ପରିବାର ବହୁତ ବଛର ହେଲା ସେଠାନେ ରହିଆସୁଛନ୍‌। ଇ ପଡ଼ାର କେତେ ପିଲା ଫଟାମୁଣ୍ଡା ପ୍ରାଥମିକ ଆର କନ୍ଦାଜୁରୀ ହାଇସ୍କୁଲରେ ପାଠ୍‌ ପଢ଼ୁଛନ୍‌। ହେଲେ ବରଷା ଦିନେ କାଦୋ ରାସ୍‌ତାରେ ଛାତ୍ରୀଛାତ୍ର ସ୍କୁଲ ଯିବାର ସମ୍‌ଭବ ନାଇଁ ହେବାର। ଏନ୍‌ତା କି କେହେନ୍‌ସି ରୁଗୀକେ ଡାକ୍‌ତରଖାନା ନେବା ଆନବାରେ ହେଉ କି ପଁଚେତ୍‌ରୁ ପିଡିଏସ୍‌ ସାମାନ ଆନ୍‌ଲା ବେଲେ ବଡ଼ଭାରି ସମସିଆର ସାମନା କରୁଛନ୍‌। ପଡ଼ାକେ ମୁରୁମ ରାସ୍‌ତା ଖଁଡ଼େ ଦାବିରେ ଥାନୀୟ ସରପଁଚ୍‌ ଆର ବିଡିଓକୁଁ ବାରବାର ଗୁହାରି କରି ନିରାଶ ହେଇଥିବାର ସୁଦାମ ପରୁଆ କହିଛନ୍‌। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ପଡ଼ାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri