ଫିଜିରେ ଭାରତୀୟ ବିଚାରପତି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ବିଚାର ବ୍ୟବସ୍ଥାରେ ଉତ୍କର୍ଷ ପ୍ରତିପାଦନ କରୁଥିବା ବ୍ୟକ୍ତିଙ୍କ ଚାହିଦା ସର୍ବଦା ରହିଥାଏ। ବାସ୍ତବଧର୍ମୀ ରାୟ ଦେଉଥିବା ବିଚାରପତିଙ୍କୁ ଅନ୍ୟମାନେ ଅନୁସରଣ କରିଥାଆନ୍ତି। ଭାରତରେ ବହୁ ବିଚାରପତି ଅଛନ୍ତି, ଯେଉଁମାନଙ୍କ ରାୟ ଐତିହାସିକ ହୋଇପାରିଛି। ଏବର ସମୟର ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି ଜଷ୍ଟିସ ମଦନ ଭୀମରାଓ ଲୋକୁର। ୨୦୧୮ ଡିସେମ୍ବର ୩୧ରେ ସେ ସୁପ୍ରିମକୋର୍ଟ ବିଚାରପତି ପଦରୁ ଅବସର ଗ୍ରହଣ କରିଛନ୍ତି। ହେଲେ ତାଙ୍କ ନ୍ୟାୟିକ ପ୍ରଜ୍ଞା ଫିଜି ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛି। ଫଳରେ ସେଠାକାର ସୁପ୍ରିମକୋର୍ଟ ତାଙ୍କୁ ଅଣଆବାସିକ ପ୍ୟାନେଲରେ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ସେ ଆସନ୍ତା ଅଗଷ୍ଟ ୧୫ରେ ନୂତନ ଦାୟିତ୍ୱ ଗ୍ରହଣ କରିବେ। ଭାରତୀୟ ଭାବେ ବିଦେଶର ଏକ ସୁପ୍ରିମକୋର୍ଟରେ ବିଚାରପତି ହେବା ଲାଗି ତାଙ୍କୁ ସୁଯୋଗ ମିଳିବା ନିଶ୍ଚିତ ପ୍ରଶଂସାଯୋଗ୍ୟ କଥା।
ଜଷ୍ଟିସ ମଦନ ବି. ଲୋକୁର ୩୧ ଡିସେମ୍ବର ୧୯୫୩ରେ ଜନ୍ମଗ୍ରହଣ କରିଥିଲେ। ନୂଆଦିଲ୍ଲୀର ମଡର୍ନ ସ୍କୁଲରେ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରି ଆଲ୍ଲାହାବାଦସ୍ଥିତ ସେଣ୍ଟ ଯୋଶେଫ୍‌ କଲେଜରୁ ଆଇଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ସେଣ୍ଟ ଯୋଶେଫ୍‌ କଲେଜରୁ ଇତିହାସରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ପାଇବା ପରେ ସେ ଆଇନ ବ୍ୟବସାୟରେ ନିଜକୁ ନିୟୋଜିତ କରିଥିଲେ। ୧୯୭୭ରେ ଲୋକୁର ବାର୍‌ରେ ନାମ ପଞ୍ଜୀକରଣ କରି ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ପ୍ରାକ୍ଟିସ କରିଥିଲେ। ଆଡ୍‌ଭୋକେଟ-ଅନ୍‌-ରେକର୍ଡ (ଏଓଆର୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୧୯୮୧ରେ ସୁପ୍ରିମକୋର୍ଟରେ ତାଙ୍କ ନାମ ଏଓଆର୍‌ ଭାବେ ତାଲିକାଭୁକ୍ତ ହୋଇଥିଲା। ଆଇନ ଭଳି କ୍ଳିଷ୍ଟ ବିଷୟରେ ବିଶେଷ ଜ୍ଞାନ ଲାଭ କରିବା ପରେ ୧୯୮୩ରେ ଇଣ୍ଡିଆନ୍‌ ଲ’ ରିଭ୍ୟୁ (ଡେଲି ସିରିଜ୍‌)ର ସମ୍ପାଦକ ହୋଇଥିଲେ। ୧୯ ଫେବୃୟାରୀ ୧୯୯୯ରେ ସେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଯୋଗ ଦେଇଥିଲେ। ୫ ଜୁଲାଇ ୧୯୯୯ରେ ଲୋକୁର ସେଠାରେ ସ୍ଥାୟୀ ବିଚାରପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ପରେ ସେ ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି, ଗୁଆହାଟୀ ଏବଂ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ୪ ଜୁନ୍‌ ୨୦୧୨ରେ ଲୋକୁର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଉନ୍ନୀତ ହୋଇଥିଲେ। ଜୁଭେନାଇଲ ଜଷ୍ଟିସରେ ତାଙ୍କର ଅଧିକ ଆଗ୍ରହ ରହିଥିବାରୁ ସେ ଏ ଦିଗରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ସେ ଦିଲ୍ଲୀ ହାଇକୋର୍ଟର ଜୁଭେନାଇଲ ଜଷ୍ଟିସ କମିଟିର ଅଧ୍ୟକ୍ଷ ରହିଥିଲେ। ଏପରି କି ସୁପ୍ରିମକୋର୍ଟର ଜୁଭେନାଇଲ ଜଷ୍ଟିସ କମିଟି ସହ ଲୋକୁର ଜଡ଼ିତ ଅଛନ୍ତି।
ଲୋକୁରଙ୍କ ନ୍ୟାୟିକ କ୍ୟାରିୟର ଦେଖିଲେ ସଂଖ୍ୟାଲଘୁଙ୍କ ସବ୍‌-କୋଟା ଏବଂ ଆନ୍ଧ୍ରପ୍ରଦେଶରେ ବେଆଇନ ମାଇନିଂ ମାମଲାରେ ଦେଇଥିବା ରାୟ ଉଲ୍ଲେଖଯୋଗ୍ୟ। ପଛୁଆବର୍ଗଙ୍କ ଲାଗି ଉଦ୍ଦିଷ୍ଟ ୨୭ ପ୍ରତିଶତ ସଂରକ୍ଷଣ ମଧ୍ୟରେ ସଂଖ୍ୟାଲଘୁଙ୍କ ପାଇଁ ୪.୫ ପ୍ରତିଶତ ସବ୍‌-କୋଟା ଦେବା ଲାଗି ସରକାର ନେଇଥିବା ନିଷ୍ପତ୍ତିକୁ ଲୋକୁରଙ୍କୁ ନେଇ ଗଠିତ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଡିଭିଜନ ବେଞ୍ଚ ୨୦୧୨ ମେ’ରେ ପ୍ରତ୍ୟାଖ୍ୟାନ କରିଦେଇଥିଲା। ଅନୁରୂପ ଭାବେ ରେଡ୍ଡୀ ଭ୍ରାତାଙ୍କ ଖଣି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ସ୍ବତନ୍ତ୍ର ସିବିଆଇ ଜଜ୍‌ ଟି. ପଟ୍ଟାଭିରାମା ରାଓଙ୍କୁ ଜଷ୍ଟିସ ଲୋକୁର ନିଲମ୍ବିତ କରିବା ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। ଅନ୍ୟାନ୍ୟ ଶୁଣାଣି ସହ ଉପରଲିଖିତ ଦୁଇଟି ରାୟ ତାଙ୍କ ବିଚାରପତି କ୍ୟାରିୟରକୁ ଅଧିକ ମଜଭୁତ କରିଥିଲା। ଆଗାମୀ ଦିନରେ ତାଙ୍କ ନ୍ୟାୟିକ ଅଭିଜ୍ଞତା ଫିଜି ସୁପ୍ରିମକୋର୍ଟରେ ପ୍ରତିଫଳିତ ହେବ ବୋଲି ଆଶା କରାଯିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri