ଫାଇଲିନ୍‌କୁ ପୂରିଲା ୬ ବର୍ଷ : ମନେପଡ଼ିଲେ ଥରିଉଠେ ଛାତି

ଛତ୍ରପୁର,୧୨ା୧୦(ଡି.ଏନ.ଏ)-୨୦୧୩ ଅକ୍ଟୋବର ୧୨ ତାରିଖ ରାତିରେ ଆସିଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫାଇଲିନ’। ଏହି ବାତ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷକରି ଗଞ୍ଜାମ ଜିଲାବାସୀଙ୍କ ଆର୍ଥତ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲା। ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଜିଲାବାସୀ। ଅଧିକାଂଶ କଚ୍ଚାଘର ଭୁଶୁଡ଼ି ପଡ଼ିଥିବା ବେଳେ ରାସ୍ତାଘାଟ ଏବଂ ଫସଲ ଧୋଇଯାଇଥିଲା। ଜିଲାରେ ବିଭିନ୍ନ ସମୟରେ ବାତ୍ୟା, ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟିଚାଲିଛି। ୧୯୯୯ ମହାବାତ୍ୟା ପରେ ଆସିଥିବା ଏହି ଫାଇଲିନ୍‌ କଥା ମନେପଡିଲେ ଏବେ ବି ଜିଲାବାସୀଙ୍କ ଛାତି ଥରି ଉଠୁଛି।
ଫାଇଲିନ ପାଇଁ ପ୍ରଶାସନ ଓ ସରକାରଙ୍କ ପୂର୍ବ ପ୍ରସ୍ତୁତି ଯୋଗୁ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିଥିଲା। ମାତ୍ର ଉଜୁଡ଼ି ଯାଇଥିଲା ବହୁ ଘରଦ୍ୱାର ଓ ଫସଲ ା
ବହୁ ପୁରୁଣା ଗଛ ଉପୁଡ଼ି ପଡ଼ିଥିଲା। ବିଶେଷକରି ସମୁଦ୍ର କୂଳରେ ବସବାସ କରୁଥିବା ବହୁ ଲୋକଙ୍କ କଚ୍ଚାଘରସବୁ ଭାଙ୍ଗିଯାଇଥିଲା। ୬ ବର୍ଷ ପରେ ବି ମନରୁ ଲିଭିନି ସେହି ତାଣ୍ଡବଲୀଳା ା
ବାତ୍ୟା ବେଳେ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ା ବିପର୍ଯ୍ୟୟ ମୁକାବିଲା ଏବଂ ଥଇଥାନ ପାଇଁ ଜାତିସଂଘଠାରୁ ଆରମ୍ଭ କରି ବିଶ୍ୱବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାର ଓ ଜିଲାପାଳଙ୍କୁ ପ୍ରଶଂସା ମିଳିଥିଲା ା ଫାଇଲିନରେ ଗଞ୍ଜାମ ଜିଲାର ୩୭ ଲକ୍ଷ ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ହୋଇଥିଲେ ା ୨ ଲକ୍ଷ ୩୮ ହଜାର ଘର ଭାଙ୍ଗି ଯାଇଥିଲା ା ସେଥିମଧ୍ୟରେ ୭୧ ହଜାର ୨୦୦ କଚ୍ଚା ଘର ରହିଥିଲା ା ୬୫ ହଜାର କଚ୍ଚା ଘର ବିଶେଷ କ୍ଷତି ହୋଇଥିଲା ା ୧୯ ହଜାର ୫୦୦ ପକ୍କାଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଜିଲାର ୪ ଲକ୍ଷ ହେକ୍ଟର ଜମିରେ ହୋଇଥିବା ଫସଲ କ୍ଷତି ହୋଇଥିଲା। ୧୫୯୦ ଗୋରୁ, ୫୦୮୦ ଛେଳି ମେଣ୍ଢାଙ୍କ ଜୀବନ ଯାଇଥିଲା ା
ଫାଇଲିନ୍‌ରେ ଭାଙ୍ଗିଯାଇଥିବା ସମୁଦ୍ରକୂଳିଆ କଚ୍ଚାଘର ବଦଳରେ ଲୋକଙ୍କ ପାଇଁ ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟ ସରକାର ଗଞ୍ଜାମ ଜିଲାରେ ୨୦୧୪ରେ ପକ୍କାଘର ନିର୍ମାଣ ଆରମ୍ଭ କରିଥିଲେ ା ଜିଲାର ସମୁଦ୍ର ଓ ଚିଲିକା ଉପକୂଳବର୍ତ୍ତୀ ଛତ୍ରପୁର, ଗଞ୍ଜାମ, ଚିକିଟି, ରଙ୍ଗେଇଲୁଣ୍ଡା ଓ ଖଲ୍ଲିକୋଟ ବ୍ଲକର ୧୬ ହଜାରରୁ ଉର୍ଦ୍ଧ୍ୱ ପରିବାରକୁ ଓଡିଆରପି ଯୋଜନାରେ ସାମିଲ କରାଯାଇଥିଲା ା
ଅନ୍ୟପକ୍ଷରେ ଆହୁରି ଶତାଧିକ ଓଡିଆରପି ଘର ନିର୍ମାଣ ହେବାକୁ ବାକି ରହିଛି ା ଓଡିଆରପି କଲୋନୀରେ ରାସ୍ତା, ଡ୍ରେନ୍‌ ନିର୍ମାଣ, ପାନୀୟ ଜଳ ଓ ବିଦ୍ୟୁତ ବ୍ୟବସ୍ଥା, ଗୋଷ୍ଠୀକେନ୍ଦ୍ର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ରହିଛି ା
ଛତ୍ରପୁର ବ୍ଲକ ପୋଡାପଦର ଗାଁ ନିକଟରେ ୪ ପରିବାର ଏବେ ବି କଚ୍ଚା ଘରେ ରହୁଥିବା ଦେଖିବାକୁ ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri