ଫନୀ କ୍ଷୟକ୍ଷତି : ଆମ୍ବ, କାଜୁ ଫସଲ ଧ୍ୱସ୍ତବିଧ୍ୱସ୍ତ , ହଜିଯାଇଛି ନିଲାମଧାରୀଙ୍କ ନିଦ

ଟାଙ୍ଗୀ(ଖୋର୍ଦ୍ଧା),୧୩ା୫(ଡି.ଏନ.ଏ.)-ଫନୀ କାଜୁ ଓ ଆମ୍ବ ଫସଲର ପ୍ରଭୂତ କ୍ଷୟକ୍ଷତି କରିଛି। ଏଥିଯୋଗୁ ବିଶେଷ ଭାବେ କାଜୁ ବଗିଚା ନିଲାମଧାରୀଙ୍କ ନିଦ ହଜିଯାଇଛି। ଏହାର ପ୍ରାଦୁର୍ଭାବରେ ଆମ୍ବ ଓ କାଜୁ ଫସଲ ସଂପୂର୍ଣ୍ଣ ଧୂଳିସାତ୍‌ ହୋଇଯାଇଛି। ଏହା ଦେଖି କେତେଜଣ ନିଲାମଧାରୀ ଚେତା ହରାଇଥିଲେ।  କାଜୁ ଏକ ଲାଭଜନକ ଅର୍ଥକରୀ ଫସଲ ହୋଇଥିବାରୁ ଚାଷୀମାନେ ଏହାକୁ ଅଗ୍ରାଧିକାର ଦେଇଆସୁଛନ୍ତି।  ସରକାର ଏଥିପ୍ରତି ସମସ୍ତ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ କରୁଥିଲେ। ପ୍ରତିବର୍ଷ ନିର୍ଦ୍ଧାରିତ ସମୟରେ ବନବିଭାଗ ଏହାକୁ ପ୍ରକାଶ୍ୟ ନିଲାମ କରି ନିର୍ଦ୍ଦିଷ୍ଟ ସମୟ ସୀମା ପର୍ଯ୍ୟନ୍ତ ଏହାର ଅସ୍ଥାୟୀ ମାଲିକାନା ସ୍ବତ୍ୱ ନିଲାମଧାରୀଙ୍କୁ ପ୍ରଦାନ କରିଥାଏ । ଏଥିପାଇଁ ନିଲାମଧାରୀଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ହେବା ସହ ବନ ବିଭାଗ ବିପୁଳ ରାଜସ୍ବ ପାଇଥାଏ । ଏବେ ଋଣ ଆଣିଥିବା ନିଲାମଧାରୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତିି। ଟାଙ୍ଗୀ ବ୍ଲକ୍‌ ଦୀକ୍ଷିତପଡ଼ା ଗ୍ରାମର ଗଙ୍ଗାଧର ବେହେରା ଚଳିତ ବର୍ଷର ଜଣେ କାଜୁ ବଗିଚା ନିଲାମଧାରୀ। ସେ ପ୍ରାୟ କୋଟିଏ ଟଙ୍କା ବିନିଯୋଗ କରି ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ କୁହୁଡି, କୋଚଡ଼ ଓ କାଣ୍ଡଗାଡିଆର ୩ଟି କାଜୁ ବଗିଚା ନିଲାମ ନେଇଥିଲେ। ଫନୀ ପ୍ରାଦୁର୍ଭାବରେ କାଜୁ ଗଛ ସବୁ ଭାଙ୍ଗିଯିବା ସହ କଞ୍ଚା ଫଳ ସବୁ ଝଡ଼ିପଡ଼ିଛି। ଏହା ଦେଖି ଗଙ୍ଗାଧର ଚେତାଶୂନ୍ୟ ହୋଇପଡ଼ିଥିଲେ। ତାଙ୍କ ଅଭିଯୋଗ ପାଇ ଟାଙ୍ଗୀ ବନାଞ୍ଚଳ ବିଭାଗ ପକ୍ଷରୁ ଏହି ଉଜୁଡ଼ା କାଜୁ ବଗିଚା ଅନୁଧ୍ୟାନ କରାଯାଇଥିଲା। ବର୍ତ୍ତମାନ ସେ ସରକାରଙ୍କ ଦୟା ଓ ସହଯୋଗ ପ୍ରତି ଆଶା ରଖି ଦିନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri