ପ୍ୟାକେଜ ଜିଡିପିର ମାତ୍ର ୧%

ନୂଆଦିଲ୍ଲୀ,୨୧।୫-କରୋନା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ୨୦ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଏକ ପ୍ୟାକେଜ ସରକାର ଘୋଷଣା କରିଛନ୍ତି। ୨୦.୯୭ ଲକ୍ଷ କୋଟି ଟଙ୍କାର ଏହି ପ୍ୟାକେଜକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୫ ଭାଗରେ ବିସ୍ତୃତ ଭାବେ ବିବୃତି ପ୍ରଦାନ କରିଛନ୍ତି। ଏହା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ପ୍ରାୟ ୧୦% ହେବ ବୋଲି ସରକାର କହିଛନ୍ତି। ଏଭଳି ସ୍ଥିତିରେ ସରକାରଙ୍କ ଆଶ୍ୱସ୍ତି ପ୍ୟାକେଜ ମୋଟ ଜିଡିପିର ୧୦% ହେବ ନାହିଁ। କେବଳ ୧% ହେବ ବୋଲି ବଜାର ବିଶେଷଜ୍ଞ ମତ ପୋଷଣ କରିଛନ୍ତି।
ପ୍ୟାକେଜକୁ ନେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହା ମଧ୍ୟରେ ରିଜର୍ଭ ବ୍ୟାଙ୍କର ଲିକ୍ୟୁଡିଟି ପଦକ୍ଷେପ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମଧ୍ୟ ସାମିଲ ହୋଇଛି। ଏହି ଯୋଜନାକୁ ଲକ୍‌ଡାଉନ ଆରମ୍ଭ ସମୟରେ ଲୋକଙ୍କ ଲାଗି ସରକାର ଘୋଷଣା କରିଥିଲେ। ମାତ୍ର ପ୍ୟାକେଜ ସମ୍ପର୍କରେ ପ୍ରାୟ ୧୨ ବ୍ୟାଙ୍କ, ବ୍ରୋକ୍‌ରେଜ ଅନୁଷ୍ଠାନ, ରେଟିଂ ଏଜେନ୍ସି ସରକାରଙ୍କ ମତ ତୁଳନାରେ ଭିନ୍ନ ମତ ପୋଷଣ କରିଛନ୍ତି। ସେମାନେ କହିଛନ୍ତି ଯେ, କରୋନା ଭାଇରସ୍‌ ଯୋଗୁ ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗିଯାଇଛି। ଏହାକୁ ସମ୍ଭାଳିବା ଲାଗି ସରକାରଙ୍କ ଘୋଷଣା ମଧ୍ୟରୁ ପ୍ରାୟ ୧% ହିଁ ପ୍ରକୃତ ପକ୍ଷେ କାର୍ଯ୍ୟ କରିବ, ଯାହା ଅର୍ଥ ବ୍ୟବସ୍ଥା ପାଇଁ ପର୍ଯ୍ୟାପ୍ତ ନୁହେଁ।
ଏହି ପ୍ରସଙ୍ଗରେ ଫିଚ୍‌ ଗ୍ରୁପ୍‌ ପକ୍ଷରୁ ଫିଚ୍‌ ସଲ୍ୟୁସନର ରିସ୍କ ଆଣ୍ଡ ଇଣ୍ଡଷ୍ଟ୍ରି ରିସର୍ଚ୍ଚର ଏକ ରିପୋର୍ଟରେ ମଧ୍ୟ ତର୍ଜମା କରାଯାଇଛି। ଏଥିରେ କୁହାଯାଇଛି ଯେ, ସରକାର ପ୍ୟାକେଜକୁ ଜିଡିପିର ୧୦% ଦର୍ଶାଉଥିଲେ ମଧ୍ୟ ଏହାଦ୍ୱାରା ପ୍ରକୃତ ପକ୍ଷେ ବିତ୍ତୀୟ ଏବଂ ଅର୍ଥନୈତିକ ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ କମ୍‌ ରହିବ। ପ୍ୟାକେଜରେ ପୂର୍ବରୁ ଘୋଷଣା ହୋଇଥିବା ପଦକ୍ଷେପ ଏବଂ ମୁଦ୍ରାନୀତିଗତ ପ୍ରୋତ୍ସାହନକୁ ସାମିଲ କରାଯାଇଛି। ଅତିରିକ୍ତ ପ୍ରୋତ୍ସାହନ ବ୍ୟବସ୍ଥା କଥା ବିଚାରକଲେ ଏହା ପ୍ରାୟ ଜିଡିପିର ୧% ହିଁ ହେବ ବୋଲି ଏହି ଏଜେନ୍ସି ଆକଳନରେ କହିଛି।
ଏହାବାଦ୍‌ ମୁଡିସ୍‌ ଇନ୍‌ଭେଷ୍ଟର୍ସ ସର୍ଭିସ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ସରକାର ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅଧୀନରେ ଆର୍ଥତ୍କ ଅନୁଷ୍ଠାନଗୁଡିକ ଲାଗି ଘୋଷଣା କରିଥିବା ପଦକ୍ଷେପ ସେମାନଙ୍କ ଆସେଟ ରିସ୍କ କ୍ଷେତ୍ରରେ କିଛି ସହାୟତା କରିପାରେ। ମାତ୍ର କରୋନା ଯୋଗୁ ଅର୍ଥବ୍ୟବସ୍ଥା ଉପରେ ରହିଥିବା ସଙ୍କଟ ଏବଂ ନକାରାତ୍ମକ ପ୍ରଭାବକୁ କମ୍‌ କରିବାରେ ସହାୟକ ହେବ ନାହିଁ। ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଚାହିଦାକୁ ଫେରାଇ ଆଣିବାରେ ପ୍ୟାକେଜ ବେଶି ଯୋଗଦାନ ରଖିବ ନାହିଁ। ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ କରାଗଲା ନାହିଁ ଯାହା ଅଭିବୃଦ୍ଧିକୁ ପଛକୁ ଟାଣିପାରେ। ଉକ୍ତ ଏଜେନ୍ସି ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ଘୋଷଣା ମଧ୍ୟରୁ ଆର୍‌ବିଆଇର ପଦକ୍ଷେପ କେବଳ ୪%। ସଂସ୍କାର ପଦକ୍ଷେପରୁ ଅର୍ଥ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ବିତ୍ତୀୟ ପ୍ରଭାବ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ରହିବ ଯାହା ମୋଟ ଜିଡିପିର ୧% ବୋଲି ଏସ୍‌ବିଆଇ ରିସର୍ଚ୍ଚର ଗ୍ରୁପ୍‌ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟକାନ୍ତି ଘୋଷ ସୂଚନା ଦେଇଛନ୍ତି।
ଏପଟେ ଏହି ପ୍ରସଙ୍ଗ ଉପରେ ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସରକାରଙ୍କ ପଦକ୍ଷେପ ନେଇ ବିବୃତି ରଖିଛନ୍ତି। ସେ କହିଛନ୍ତି ଯେ, ବିଶ୍ୱର ବିଭିନ୍ନ ଦେଶ ସେମାନଙ୍କ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ପକ୍ଷରୁ ଗ୍ରହଣ କରାଯାଇଥିବା ସହଯୋଗ ପଦକ୍ଷେପକୁ ମଧ୍ୟ ପ୍ୟାକେଜରେ ସାମିଲ କରିଛନ୍ତି। ସେଭଳି ଢଙ୍ଗରେ ଭାରତ ମଧ୍ୟ ଏହାକୁ ପ୍ୟାକେଜରେ ସାମିଲ କରିଛି। ଏହା ଏକ ଗ୍ଲୋବାଲ ପ୍ରାକ୍ଟିସ। ଅପରପକ୍ଷରେ କ୍ୟାପିଟାଲ ମାର୍କେଟ କମ୍ପାନୀ ସିଏଲ୍‌ଏସ୍‌ଏ କହିଛି ଯେ, ୨୦.୯୭ ଲକ୍ଷ କୋଟି ଟଙ୍କାର ଚୂଡ଼ାନ୍ତ ପ୍ୟାକେଜ ମଧ୍ୟରୁ କେବଳ ୧.୭୭ ଲକ୍ଷ କୋଟି(୮.୪) ୨୦୨୧ର ବିତ୍ତୀୟ ନିଅଣ୍ଟକୁ ପ୍ରଭାବିତ କରିବ। ଏହା ମୋଟ ଜିଡିପିର ୦.୮%। ସେହିଭଳି ପ୍ୟାକେଜରେ ହୋଇଥିବା ନୂଆ ଘୋଷଣା ଏହାର ୪୨% ବା ମୋଟ ଜିଡିପିର ମାତ୍ର ୦.୩୪%। ବଳକା ୫୮% ପୁରୁଣା ପଦକ୍ଷେପକୁ ଏହା ମଧ୍ୟରେ ମିଶାଇ ଦିଆଯାଇଛି, ଯାହାକୁ ପୂର୍ବରୁ ମଧ୍ୟ ଘୋଷଣା କରାଯାଇଥିଲା। ସେହିଭଳି ୟୁବିଏସ୍‌ ସିକ୍ୟୁରିଟିଜ ଇଣ୍ଡିଆର ଅର୍ଥନୀତିଜ୍ଞ ତନ୍‌ଭୀ ଗୁପ୍ତା ଜୈନ କହିଛନ୍ତି, କ୍ରେଡିଟ ଗ୍ୟାରେଣ୍ଟିଂ ଏବଂ ଲିକ୍ୟୁଡିଟି ସହାୟତା ମୋଟ ପ୍ୟାକେଜର ତିନିଚତୁର୍ଥାଂଶ ହେବ। ଏହା ମୁଦ୍ରାନୀତିଗତ ପଦକ୍ଷେପ ୧୫% ଏବଂ ବିତ୍ତୀୟ ପଦକ୍ଷେପ କେବଳ ୧୦% ରହିଛି। କୋଭିଡ୍‌-୧୯ ସହାୟତା ପ୍ୟାକେଜରେ ରାଜକୋଷକୁ ବହୁତ କମ୍‌ ପ୍ରଭାବ ଆଣିବ। କାରଣ ଅଧିକାଂଶ ସରକାରଙ୍କ ଖର୍ଚ୍ଚ ରହି ନ ଥିବାରୁ ଏହା କେବଳ ମୋଟ ଜିଡିପିର ୧.୨% ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri