Posted inପୁରୀ

ପ୍ଲାଷ୍ଟିକମୁକ୍ତ ପୁରୀ ଅଭିଯାନ: ଖଲିପତ୍ର ଥାଳି, କପଡ଼ା ବ୍ୟାଗ ବ୍ୟବହାରକୁ ଗୁରୁତ୍ୱ

ପୁରୀ ଅଫିସ, ୩।୮: ପର୍ଯ୍ୟଟନ ସହର ପୁରୀ। ଏଠାକୁ ଦୈନିକ ଦେଶ ବିଦେଶର ପର୍ଯ୍ୟଟକ ଆସୁଛନ୍ତି। ତେଣୁ ସହରକୁ ସ୍ବଚ୍ଛ ଓ ପରିଷ୍କାର ରଖିବାକୁ ହେବ। ଏଭଳି ଅଭିଯାନ ଆରମ୍ଭ କରିଛି ଜିଲା ପ୍ରଶାସନ। ‘ମୋ ବିଚ୍‌’ ଅଭିଯାନରେ ବେଳାଭୂମି ସଫେଇ ଜାରି ରଖିଥିବା ବେଳେ ଏବେ ପ୍ଲାଷ୍ଟିକ ଓ ପଲିଥିନମୁକ୍ତ ପୁରୀ ପାଇଁ ଉଦ୍ୟମ ଆରମ୍ଭ କରିଛି। ଏଣେତେଣେ କିପରି ଅଳିଆ ଆବର୍ଜନା ନ ପଡ଼ିବ ସେଥିଲାଗି ଶୁକ୍ରବାର ଟାଉନ ହଲ୍‌ ପରିସରରେ ଜିଲାପାଳ ବଲୱନ୍ତ ସିଂ ହୋଟେଲ ବ୍ୟବସାୟୀ, ବଡ ଦୋକାନୀ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି। ହୋଟେଲ ଏବଂ କଲ୍ୟାଣ ମଣ୍ଡପରେ ପ୍ଲାଷ୍ଟିକ ଥାଳି ବଦଳରେ ଖଲିପତ୍ର ଥାଳି ବ୍ୟବହାର ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି।
ବର୍ଜ୍ୟବସ୍ତୁ ପରିଚାଳନା-୨୦୧୬ ଆଇନକୁ ଏଣିକି କଡ଼ାକଡ଼ି ଭାବେ ପାଳନ କରାଯିବ। ଅଧିକ ଆବର୍ଜନା ଅର୍ଥାତ୍‌ ଦୈନିକ ୧୦୦ କିଗ୍ରାରୁ ଅଧିକ ଆବର୍ଜନା ବାହାରୁଥିବା ହୋଟେଲ, ଦୋକାନୀ କିମ୍ବା ସଂସ୍ଥା ସେମାନଙ୍କ ନିଜସ୍ବ ଖର୍ଚ୍ଚରେ ପ୍ଲାଣ୍ଟ ବସାଇ ଏହାକୁ କମ୍ପୋଷ୍ଟ କରିବେ। ଆବର୍ଜନାକୁ ପୃଥକୀକରଣ କରିବା ପରେ ଖତ ତିଆରି କରିବେ। ସେହିପରି ପଲିଥିନ ମହଜୁଦକାରୀଙ୍କ ଉପରେ ଚଢାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଲିଥିନ ପ୍ରସ୍ତୁତ କରୁଥିବା କମ୍ପାନୀର ନାମ ପ୍ରିଣ୍ଟ ଥାଇ ଯଦି ସହରରେ ଏହାର ବହୁଳ ବ୍ୟବହାର ହୁଏ ତେବେ ଆବର୍ଜନା ଉଠାଇବା ଖର୍ଚ୍ଚ ପରିମାଣ ସେହି ସେହି ସଂସ୍ଥାଠାରୁ ଆଦାୟ କରାଯିବ। ନିର୍ଦ୍ଦିଷ୍ଟ ସଂସ୍ଥା ଦ୍ୱାରା ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ କରାଯିବ। ସହରବାସୀଙ୍କୁ ଉକ୍ତ ଅଭିଯାନରେ ସାମିଲ କରିବା ପାଇଁ ୧ମାସ ଧରି ଏଥିଲାଗି ସଚେତନତା ସୃଷ୍ଟି କରାଯିବ। କାଗଜ ଠୁଙ୍ଗା, ଖଲିପତ୍ର ଥାଳି ଏବଂ କପଡ଼ା ବ୍ୟାଗ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ସହ ଏଥିଲାଗି ସମ୍ପୃକ୍ତ ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରାଯିବ। ପ୍ରାଥମିକ ସର୍ଭେ ପରେ ବିଭିନ୍ନ ୱାର୍ଡରେ ଆବର୍ଜନା ସଂଗ୍ରହ ଗାଡ଼ି ବୁଲିବ ବୋଲି ଆଲୋଚନା ହୋଇଛି । ଏହି ବୈଠକରେ ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଛନ୍ତି, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପଲିସି ପରିବର୍ତ୍ତନ ହେବାକୁ ଯାଉଛି। ପୂର୍ବରୁ ଏକ ସଂସ୍ଥା ଅଳିଆ ଆବର୍ଜନା ନେଇ ଗୋଟିଏ ଜାଗାରେ ପକାଉଥିଲା। ଏବେ ଯେଉଁ ନୂଆ ନିୟମ ଆସିବ ସେଥିରେ ୪/୫ ହଜାର ଘରକୁ ନେଇ ଗୋଟିଏ ପ୍ଲାଣ୍ଟ ବସାଯିବ। ଆବର୍ଜନାଗୁଡ଼ିକ କମ୍ପୋଷ୍ଟ କରାଯିବ। ଯେଉଁଗୁଡ଼ିକ କମ୍ପୋଷ୍ଟ ହୋଇପାରିବ ନାହିଁ ଅର୍ଥାତ୍‌ ପ୍ଲାଷ୍ଟିକ ଭଳି ଆବର୍ଜନା ବିକ୍ରି ହେବ। ପ୍ରତ୍ୟେକ ଘର ଏବଂ ପରିବାରକୁ ଆବର୍ଜନା ପୃଥକ୍‌ କରି ରଖିବା ଲାଗି ସଚେତନ କରାଯିବ। ସେହିପରି ଯେଉଁ ହୋଟେଲ, ବଡ଼ ବ୍ୟବସାୟୀ ବା ସଂସ୍ଥାରୁ ଦୈନିକ ୧୦୦ କେଜିରୁ ଅଧିକ ଆବର୍ଜନା ବାହାରୁଥିବ ସେମାନେ ତାଙ୍କ ନିଜ କ୍ୟାମ୍ପ ପରିସରରେ କମ୍ପୋଷ୍ଟ ପ୍ଲାଣ୍ଟ କରିବେ।ଏଥିପାଇଁ ସେମାନଙ୍କୁ ୨/୩ ମାସ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ପୌରସଂସ୍ଥା ସେମାନଙ୍କଠାରୁ ଆବର୍ଜନା ସଂଗ୍ରହ କରିବା ଲାଗି ଏକ୍ସପ୍ରେସ୍‌ ସର୍ଭିସ ଦେବ। ସେମାନେ କଲ୍‌ କଲେ ସଙ୍ଗେ ସଙ୍ଗେ ତାଙ୍କ ପାଖରେ ଗାଡ଼ି ପହଞ୍ଚତ୍ବ। ସେମାନେ ଆବର୍ଜନା ସେହି ଗାଡ଼ିିରେ ଦେବେ। ହୋଟେଲଗୁଡ଼ିକରୁ ବାହାରୁଥିବା ଅଳିଆ ଆବର୍ଜନା ଯେପରି ବାହାରେ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ସମସ୍ତେ ଏଥିରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri