Posted inପୁରୀ

ପ୍ଲାଷ୍ଟିକମୁକ୍ତ ପୁରୀ ଅଭିଯାନ: ଖଲିପତ୍ର ଥାଳି, କପଡ଼ା ବ୍ୟାଗ ବ୍ୟବହାରକୁ ଗୁରୁତ୍ୱ

ପୁରୀ ଅଫିସ, ୩।୮: ପର୍ଯ୍ୟଟନ ସହର ପୁରୀ। ଏଠାକୁ ଦୈନିକ ଦେଶ ବିଦେଶର ପର୍ଯ୍ୟଟକ ଆସୁଛନ୍ତି। ତେଣୁ ସହରକୁ ସ୍ବଚ୍ଛ ଓ ପରିଷ୍କାର ରଖିବାକୁ ହେବ। ଏଭଳି ଅଭିଯାନ ଆରମ୍ଭ କରିଛି ଜିଲା ପ୍ରଶାସନ। ‘ମୋ ବିଚ୍‌’ ଅଭିଯାନରେ ବେଳାଭୂମି ସଫେଇ ଜାରି ରଖିଥିବା ବେଳେ ଏବେ ପ୍ଲାଷ୍ଟିକ ଓ ପଲିଥିନମୁକ୍ତ ପୁରୀ ପାଇଁ ଉଦ୍ୟମ ଆରମ୍ଭ କରିଛି। ଏଣେତେଣେ କିପରି ଅଳିଆ ଆବର୍ଜନା ନ ପଡ଼ିବ ସେଥିଲାଗି ଶୁକ୍ରବାର ଟାଉନ ହଲ୍‌ ପରିସରରେ ଜିଲାପାଳ ବଲୱନ୍ତ ସିଂ ହୋଟେଲ ବ୍ୟବସାୟୀ, ବଡ ଦୋକାନୀ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି। ହୋଟେଲ ଏବଂ କଲ୍ୟାଣ ମଣ୍ଡପରେ ପ୍ଲାଷ୍ଟିକ ଥାଳି ବଦଳରେ ଖଲିପତ୍ର ଥାଳି ବ୍ୟବହାର ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି।
ବର୍ଜ୍ୟବସ୍ତୁ ପରିଚାଳନା-୨୦୧୬ ଆଇନକୁ ଏଣିକି କଡ଼ାକଡ଼ି ଭାବେ ପାଳନ କରାଯିବ। ଅଧିକ ଆବର୍ଜନା ଅର୍ଥାତ୍‌ ଦୈନିକ ୧୦୦ କିଗ୍ରାରୁ ଅଧିକ ଆବର୍ଜନା ବାହାରୁଥିବା ହୋଟେଲ, ଦୋକାନୀ କିମ୍ବା ସଂସ୍ଥା ସେମାନଙ୍କ ନିଜସ୍ବ ଖର୍ଚ୍ଚରେ ପ୍ଲାଣ୍ଟ ବସାଇ ଏହାକୁ କମ୍ପୋଷ୍ଟ କରିବେ। ଆବର୍ଜନାକୁ ପୃଥକୀକରଣ କରିବା ପରେ ଖତ ତିଆରି କରିବେ। ସେହିପରି ପଲିଥିନ ମହଜୁଦକାରୀଙ୍କ ଉପରେ ଚଢାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଲିଥିନ ପ୍ରସ୍ତୁତ କରୁଥିବା କମ୍ପାନୀର ନାମ ପ୍ରିଣ୍ଟ ଥାଇ ଯଦି ସହରରେ ଏହାର ବହୁଳ ବ୍ୟବହାର ହୁଏ ତେବେ ଆବର୍ଜନା ଉଠାଇବା ଖର୍ଚ୍ଚ ପରିମାଣ ସେହି ସେହି ସଂସ୍ଥାଠାରୁ ଆଦାୟ କରାଯିବ। ନିର୍ଦ୍ଦିଷ୍ଟ ସଂସ୍ଥା ଦ୍ୱାରା ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ କରାଯିବ। ସହରବାସୀଙ୍କୁ ଉକ୍ତ ଅଭିଯାନରେ ସାମିଲ କରିବା ପାଇଁ ୧ମାସ ଧରି ଏଥିଲାଗି ସଚେତନତା ସୃଷ୍ଟି କରାଯିବ। କାଗଜ ଠୁଙ୍ଗା, ଖଲିପତ୍ର ଥାଳି ଏବଂ କପଡ଼ା ବ୍ୟାଗ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ସହ ଏଥିଲାଗି ସମ୍ପୃକ୍ତ ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରାଯିବ। ପ୍ରାଥମିକ ସର୍ଭେ ପରେ ବିଭିନ୍ନ ୱାର୍ଡରେ ଆବର୍ଜନା ସଂଗ୍ରହ ଗାଡ଼ି ବୁଲିବ ବୋଲି ଆଲୋଚନା ହୋଇଛି । ଏହି ବୈଠକରେ ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଛନ୍ତି, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପଲିସି ପରିବର୍ତ୍ତନ ହେବାକୁ ଯାଉଛି। ପୂର୍ବରୁ ଏକ ସଂସ୍ଥା ଅଳିଆ ଆବର୍ଜନା ନେଇ ଗୋଟିଏ ଜାଗାରେ ପକାଉଥିଲା। ଏବେ ଯେଉଁ ନୂଆ ନିୟମ ଆସିବ ସେଥିରେ ୪/୫ ହଜାର ଘରକୁ ନେଇ ଗୋଟିଏ ପ୍ଲାଣ୍ଟ ବସାଯିବ। ଆବର୍ଜନାଗୁଡ଼ିକ କମ୍ପୋଷ୍ଟ କରାଯିବ। ଯେଉଁଗୁଡ଼ିକ କମ୍ପୋଷ୍ଟ ହୋଇପାରିବ ନାହିଁ ଅର୍ଥାତ୍‌ ପ୍ଲାଷ୍ଟିକ ଭଳି ଆବର୍ଜନା ବିକ୍ରି ହେବ। ପ୍ରତ୍ୟେକ ଘର ଏବଂ ପରିବାରକୁ ଆବର୍ଜନା ପୃଥକ୍‌ କରି ରଖିବା ଲାଗି ସଚେତନ କରାଯିବ। ସେହିପରି ଯେଉଁ ହୋଟେଲ, ବଡ଼ ବ୍ୟବସାୟୀ ବା ସଂସ୍ଥାରୁ ଦୈନିକ ୧୦୦ କେଜିରୁ ଅଧିକ ଆବର୍ଜନା ବାହାରୁଥିବ ସେମାନେ ତାଙ୍କ ନିଜ କ୍ୟାମ୍ପ ପରିସରରେ କମ୍ପୋଷ୍ଟ ପ୍ଲାଣ୍ଟ କରିବେ।ଏଥିପାଇଁ ସେମାନଙ୍କୁ ୨/୩ ମାସ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ପୌରସଂସ୍ଥା ସେମାନଙ୍କଠାରୁ ଆବର୍ଜନା ସଂଗ୍ରହ କରିବା ଲାଗି ଏକ୍ସପ୍ରେସ୍‌ ସର୍ଭିସ ଦେବ। ସେମାନେ କଲ୍‌ କଲେ ସଙ୍ଗେ ସଙ୍ଗେ ତାଙ୍କ ପାଖରେ ଗାଡ଼ି ପହଞ୍ଚତ୍ବ। ସେମାନେ ଆବର୍ଜନା ସେହି ଗାଡ଼ିିରେ ଦେବେ। ହୋଟେଲଗୁଡ଼ିକରୁ ବାହାରୁଥିବା ଅଳିଆ ଆବର୍ଜନା ଯେପରି ବାହାରେ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ସମସ୍ତେ ଏଥିରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri