ପ୍ରାକୃତିକ ବାଲିସ୍ତୂପ ଉଭାନ୍‌ : ମାଡ଼ିଆସୁଛି ଅଶାନ୍ତ ସମୁଦ୍ର

କାକଟପୁର,୧୨ା୮: ବିସ୍ତୀର୍ଣ୍ଣ ସମୁଦ୍ର ତଟ ପାଇଁ ପୁରୀ ଜିଲା ପର୍ଯ୍ୟଟନ ମାନଚିତ୍ରରେ ବିଶେଷ ସ୍ଥାନ ଅଧିକାର କରିଛି। ମାତ୍ର ଗତ କେତେ ବର୍ଷ ଧରି ପୁରୀ ସମୁଦ୍ର ତଟ ସହ ଅସ୍ତରଙ୍ଗ ଏବଂ କୋଣାର୍କ ଉପକୂଳରେ ସମୁଦ୍ର କୂଳଲଙ୍ଘି ସ୍ଥଳଭାଗମୁହାଁ ହୋଇଛି। ଫଳରେ ସୁନ୍ଦର ବେଳାଭୂମି ନଷ୍ଟ ହେବାସହ ଉପକୂଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପୂର୍ବରୁ ସମୁଦ୍ରକୂଳମାନଙ୍କରେ ରହିଥିବା ପ୍ରାକୃତିକ ବାଲିସ୍ତୂପ ଗୁଡ଼ିକ ଧ୍ୱଂସ ହୋଇଯିବାରୁ ଧୀରେ ଧୀରେ ସମୁଦ୍ର ସ୍ଥଳଭାଗ ମୁହାଁ ହେଉଛି। ଲଘୁଚାପ ସମୟରେ ସମୁଦ୍ର ଅଧିକ ଅଶାନ୍ତ ରହୁଥିବାରୁ ଏହି ସମୟରେ ସମୁଦ୍ର ଉପକୂଳଆଡ଼କୁ ମାଡ଼ିଆସୁଛି। ଯଦିକେବେ ସୁନାମି ପରିସ୍ଥିତି ସୃଷ୍ଟି ହୁଏ ତେବେ ଅସ୍ତରଙ୍ଗ ଓ କାକଟପୁର ବ୍ଳକର ସମୁଦାୟ ୩୨ଟି ଗ୍ରାମ ସମୁଦ୍ରରେ ଲୀନ ହେବା ଆଶଙ୍କା ସୃଷ୍ଟି ହୋଇଛି। ସରକାର କେବଳ ଏହି ଗାଁ ଗୁଡ଼ିକ ସୁନାମିପ୍ରବଣ ଗାଁ ଭାବେ ଚିହ୍ନଟ କରି ଚୁପ୍‌ଚାପ ବସିଯାଇଥିବା କ୍ଷୋଭର ସହ କୁହନ୍ତି ଉଦୟକଣି ଗ୍ରାମର କାଳନ୍ଦୀ ପ୍ରଧାନ ଓ ସୁବାସ ପ୍ରଧାନ। ଅସ୍ତରଙ୍ଗ ବ୍ଲକର ବଳଭଦ୍ରପୁର, ଗୁଣ୍ଡଳବା, ଛୁରୀଅନା, ଡାଳୁଅକଣି, ବେଲେଶ୍ୱର, କେଉଟଜଙ୍ଗା, ତଣ୍ଡାହାର, ଉଦୟକଣି, ଛେନୁ, କଟକଣା, ବାଘଡ଼ିଆ ପ୍ରଭୃତି ଗ୍ରାମ ଗୁଡ଼ିକ ବଙ୍ଗୋପସାଗର କୂଳରେ ଅବସ୍ଥିତ। ଏହି ସବୁ ଗ୍ରାମର ବାସିନ୍ଦା ସରକାରଙ୍କୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି।
ଗତ ୧୯୯୯ ମହାବାତ୍ୟାରେ ଉପକୂଳ ଅଞ୍ଚଳରେ ଥିବା ଘଞ୍ଚ ଝାଉଁ ଜଙ୍ଗଲ ଓ କିଆବାଡ଼ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ଏହାପରଠାରୁ ପ୍ରାକୃତିକ ବାଲିସ୍ତୂପ କ୍ରମଶଃ କ୍ଷୟ ହେବା ଆରମ୍ଭ କରିଥିଲା। ବିଗତ ୨୦ ବର୍ଷ ମଧ୍ୟରେ ଏହା କ୍ଷୟ ହୋଇ ଏବେ ପ୍ରାୟ ଉଭାନ ହୋଇଗଲାଣି। କିଆବାଡ଼ ମଧ୍ୟ ଆଉ ଦେଖିବାକୁ ମିଳୁନି। ଗ୍ରୀଷ୍ମରୁତୁରେ ଆପେ ଆପେ ସୃଷ୍ଟି ହେଉଥିବା ପ୍ରାକୃତିକ ବାଲିସ୍ତୂପକୁ ବାଲିମାଫିଆମାନେ ବେଆଇନ ଭାବେ ଖୋଳି ନେଇଯାଉଛନ୍ତି। ଶୀଘ୍ର ବନବିଭାଗ ଓ ପ୍ରଶାସନ ଏହାର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଉପକୂଳବର୍ତ୍ତୀ ଗାଁଗୁଡ଼ିକ ସମୁଦ୍ର ଗର୍ଭରେ ଲୀନ ହେବ ବୋଲି ପରିବେଶବିଦ୍‌ ପଣ୍ଡିତ ତ୍ରିଲୋଚନ ମିଶ୍ର କହିଛନ୍ତି। ଏହା ସହ ସମୁଦ୍ରକୂଳିଆ ଗାଁର ମହିଳା ସଂଘ, ଯୁବକ ସଂଘ ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦେଇ ଝାଉଁ ଜଙ୍ଗଲ ଓ କିଆବୁଦା ସୃଷ୍ଟି ପାଇଁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି। ସେହିପରି ବେଆଇନ ବାଲି ଚୋରା ଚାଲଣ ରୋକିବା ଦିଗରେ ରାଜସ୍ବ ବିଭାଗ ମଧ୍ୟ ଯତ୍ନବାହନ ହେବା ଜରୁରୀ ହୋଇପଡ଼ିଛି। ଏ ସମ୍ପର୍କରେ ଅସ୍ତରଙ୍ଗ ବନାଞ୍ଚଳ ଦାୟିତ୍ୱରେ ଥିବା କୋଣାର୍କ ରେଞ୍ଜର ଆଦିତ୍ୟ କୁମାର ମିଶ୍ରଙ୍କୁ ପଚାରିବାରେ ଅସ୍ତରଙ୍ଗ ବ୍ଲକର ତଣ୍ଡାହାରଠାରେ ୭୦୦ମିଟର ଲମ୍ବାର କିଆବାଡ଼ ନିର୍ମାଣ କରାଯାଉଛି। ଏହାଦ୍ୱାରା ପ୍ରାକୃତିକ ବାଲିସ୍ତୂପ ସୃଷ୍ଟି ହୋଇ ଅଶାନ୍ତ ସମୁଦ୍ର ଢେଉକୁ ପ୍ରତିରୋଧ କରାଯାଇପାରିବ। ଅନୁଦାନ ମିଳିଲେ ଅନ୍ୟଅଞ୍ଚଳରେ ମଧ୍ୟ ଝାଉଁ ଜଙ୍ଗଲ ଓ କିଆବାଡ଼ ପ୍ରସ୍ତୁତ କରାଯିବ। କୋଣାର୍କର ତେଲଗୁ ବସ୍ତି ଅଞ୍ଚଳ ଏବଂ କୋଣାର୍କ-ପୁରୀ ମେରାଇନ ଡ୍ରାଇଭ ଅଞ୍ଚଳରେ ମଧ୍ୟ ସମୁଦ୍ର କୂଳ ଲଙ୍ଘୁଛି। ପୁରୀଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ସମୁଦ୍ର କୂଳେ କୂଳେ ଝାଉଁ ଜଙ୍ଗଲ ଓ କିଆବାଡ଼ ସୃଷ୍ଟି କରାଯାଇ ଉପକୂଳ ଅଞ୍ଚଳକୁ ସମୁଦ୍ରରେ ଲୀନ ହେବାରୁ ବଞ୍ଚାଇବାକୁ ସାଧାରଣରେ ଦାବି ହେଉଛି।

କେମିତି ତିଆରି ହୋଇଥାଏ ବାଲିସ୍ତୂପ
ସାମାଜିକ କର୍ମୀ ବିଚିତ୍ରାନନ୍ଦ ବିଶ୍ୱାଳ କୁହନ୍ତି, ଗ୍ରୀଷ୍ମ ରୁତୁରେ ବାଲି ଉତ୍ତପ୍ତ ହୋଇ ହାଲୁକା ହୋଇଯିବାରୁ ପବନରେ ସ୍ଥଳଭାଗକୁ ଉଡ଼ି ଆସିଥାଏ। ସମୁଦ୍ରକୂଳରେ ଥିବା ଝାଉଁ ଜଙ୍ଗଲ ଓ କିଆବାଡ଼ରେ ବାଲି ସବୁ ବାଜି ସେଠାରେ ଗଦାହୋଇ ପ୍ରାକୃତି ବାଲିସ୍ତୂପ ନିର୍ମାଣ ହୋଇଥାଏ। ବର୍ଷା ରୁତୁରେ ସମୁଦ୍ର ଅଶାନ୍ତ ହେଲେ ଏହି ପ୍ରାକୃତିକ ବାଲିସ୍ତୂପ ପ୍ରତିରୋଧ କରି କ୍ଷୟ ହେଉଥିବାବେଳେ ସମୁଦ୍ର ଢ଼େଉକୁ ସ୍ଥଳଭାଗ ମୁହଁା ହେବାକୁ ଦେଇ ନ ଥାଏ। ପ୍ରତିବର୍ଷ ଗ୍ରୀଷ୍ମ ରୁତୁରେ ପ୍ରାକୃତିକ ବାଲିସ୍ତୂପ ଆପେ ଆପେ ତିଆରି ହୋଇଥାଏ ଓ ବର୍ଷା ରୁତୁରେ ସମୁଦ୍ର ଗର୍ଭରେ ଲୀନ ହୋଇଥାଏ। ସ୍ଥାନେ ସ୍ଥାନେ ସମୁଦ୍ର ଢ଼େଉ ବାଲିସ୍ତୂପ ସ୍ପର୍ଷ କରିପାରେ ନାହିଁ। ସେହି ପ୍ରାକୃତିକ ବାଲିସ୍ତୂପମାନଙ୍କରେ ରାବଣ ନିଶ ନାମକ କଣ୍ଟା ଜାତୀୟ ଗୁଳ୍ମ ଉଠି ଚେର ଦ୍ୱାରା ବାଲିସ୍ତୂପକୁ ମଜଭୁତ କରିଥାଏ। ପରବର୍ତ୍ତୀ ସମୟରେ ସମୁଦ୍ରଢ଼େଉ ବାଲିସ୍ତୂପ ନିକଟକୁ ମାଡ଼ିଆସିଲେ ମଧ୍ୟ ବାଲିସ୍ତୂପ କ୍ଷୟ ହୁଏନାହିଁ। ଏହି ପ୍ରାକୃତିକ ବାଲିସ୍ତୂପ ବିଭିନ୍ନ ପ୍ରଜାତିର ବିଲୁଆ, କୋକିଶିଆଳୀ, ଗୋଧି, ଶାଳିଆ ପତନୀ, ମୂଷା ପ୍ରଭୃତିଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?