ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ସର୍ବେକ୍ଷଣ କାର୍ଯ୍ୟକୁ ବିରୋଧ : ମନ୍ତ୍ରଣାଳୟ, ପରିବେଶ ପ୍ରଦୂଷଣ ବୋର୍ଡର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କଟକ ଅଫିସ,୨୪ା୬ : ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଚଉମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦରକୁ ନେଇ ଦୀର୍ଘଦିନରୁ ବିରୋଧ ଜାରି ରହିଆସିଛି। ଓଡ଼ିଶା ସରକାର ୨୦୦୮ ଜାନୁୟାରୀ ୧୧ରେ କ୍ରିଏଟିଭ ପୋର୍ଟ ଡେଭଲପମେଣ୍ଟ କମ୍ପାନୀ ସହିତ ବନ୍ଦର ତିଆରି ପାଇଁ ରାଜିନାମା ସ୍ବାକ୍ଷର କରିଥିଲେ। ଏହି କାର୍ଯ୍ୟକୁ ଆଗେଇବା ପାଇଁ ୨୦୦୮ ଅକ୍ଟୋବର ୧୦ରେ ସୁବର୍ଣ୍ଣରେଖା ପୋର୍ଟ ନାମକ ଏକ କମ୍ପାନୀ ଗଠନ ହେଲା। ପ୍ରସ୍ତାବିତ ବନ୍ଦରରେ ବାର୍ଷିକ ୬୦ ନିୟୁତ ଟନ୍‌ ମାଲ ସଞ୍ଚାଳନ କରିବାର କ୍ଷମତା ଆକଳନ କରାଯାଇଛି ଏବଂ ପ୍ରକଳ୍ପ ମୂଲ୍ୟ ୨୭୪୪ କୋଟି ଧାର୍ଯ୍ୟ କରାଯାଇଛି। ଉକ୍ତ ବନ୍ଦର ପାଇଁ ୯୬୦ ଏକର ଜାଗା ଆବଶ୍ୟକ ଥିବାବେଳେ ସେଥିମଧ୍ୟରୁ ୧୫୮ ଏକର ଗୋଚର ଓ ୧୯୩ ଏକର ଭୂଦାନ କିସମର ରହିଛି। ଯାହାକି ଭୂମିହୀନଙ୍କୁ ପୂର୍ବରୁ ବଣ୍ଟନ କରାଯାଇଛି। ବନ୍ଦର ବ୍ୟତୀତ ରେଳରାସ୍ତା ପାଇଁ ୧୫୬୫ ଏକର ଜମି ଆବଶ୍ୟକ ଥିବାବେଳେ ୭୫୦ ଏକର ଜମି ବନ୍ଦର ଉନ୍ନୟନ ପାଇଁ ଆବଶ୍ୟକ ପଡ଼ିବ। ଏବେ ସର୍ବମୋଟ୍‌ ୩୨୭୫ ଏକର ଜମି ଆବଶ୍ୟକ ରହିଛି।
ସୂଚନାଯୋଗ୍ୟ, ଚଉମୁଖ ଗ୍ରାମର ଦୁଇତୃତୀୟାଂଶ ଜମି ସୁବର୍ଣ୍ଣରେଖା ନଦୀ ଗର୍ଭରେ ବିଭିନ୍ନ ସମୟରେ ବିଲୀନ ହୋଇଯାଇଛି। ନଦୀ ଅତଡା ଖାଇବା ଦ୍ୱାରା ସମୟେ ସମୟେ ଚାଷଜମିକୁ ନିଜ ଗର୍ଭକୁ ନେଇ ଯାଇଥାଏ। ଏଥିପାଇଁ ଗ୍ରାମବାସୀ ଗ୍ରାମରେ ଥିବା ଅନ୍ୟାନ୍ୟ ସରକାରୀ ଜମିରେ ଚାଷବାସ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ସ୍ଥାନୀୟ ଗ୍ରାମବାସୀ ଚିଙ୍ଗୁଡି ଚାଷ, ପାନବରଜ, ସଜନାଛୁଇଁ, କାଜୁଗଛରୁ ଆଦାୟ ହେଉଥିବା ଅର୍ଥରେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଚିଙ୍ଗୁଡି ଓ ପାନପତ୍ରକୁ ବାହାର ରାଜ୍ୟକୁ ରପ୍ତାନି କରି ସମସ୍ତ ଯୁବକ ରୋଜଗାରକ୍ଷମ ହୋଇପାରିଛନ୍ତି। ଚଉମୁଖ ସମୁଦ୍ରକୂଳ ନାଲିକଙ୍କଡା ଏବଂ ଅଲିଭ ରିଡ୍‌ଲେ କଇଁଛ ପାଇଁ ଖ୍ୟାତି ଅର୍ଜନ କରିଛି। ହେଲେ ପ୍ରସ୍ତାବିତ ବନ୍ଦର ସମସ୍ତ ପ୍ରକାରର ସ୍ଥାନୀୟ ଜୀବିକାକୁ ଉଜାଡିବା ସହିତ ପ୍ରାକୃତିକ ବୈଭବ ଓ ପରିବେଶକୁ ଧ୍ୱଂସ କରିବ ବୋଲି ଆଶଙ୍କା କରି ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅଛନ୍ତି। ଏ ସମ୍ପର୍କରେ ଚଉମୁଖ ଗ୍ରାମବାସୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଛନ୍ତି। ଏଥିରେ ସୁଫଳ ନ ମିଳିଲେ ଗ୍ରାମବାସୀ ନ୍ୟାୟିକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରସ୍ତାବିତ ବନ୍ଦର ପାଇଁ ୨୦୦୮ରୁ ଚୁକ୍ତି ହୋଇଥିବା ବେଳେ ୨୦୧୦ରେ ପୋଲିସ ପ୍ରଶାସନ ସହାୟତାରେ ବାହାର ଅଞ୍ଚଳ ଲୋଙ୍କକୁ ନେଇ ଜନଶୁଣାଣି ହୋଇଥିଲା। ୨୦୧୨ ମାର୍ଚ୍ଚ ୨୧ରେ ପରିବେଶ ମଞ୍ଜୁରୀ ମିଳିଥିବା ବେଳେ ୨୦୧୨ ଅକ୍ଟୋବର ୧୭ରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବନ୍ଦର ସ୍ଥାପନ ପାଇଁ ଅନୁମତି ଦେଇଥିଲା। ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି)ରେ ବିଭିନ୍ନ ସମୟରେ ପରିବେଶ ସମ୍ପର୍କିତ ପ୍ରସଙ୍ଗକୁ ନେଇ ମାମଲା ଲଢୁଥିବା ଆଡଭୋକେଟ ଶଙ୍କର ପାଣି କୁହନ୍ତି, ପରିବେଶ ମଞ୍ଜୁରୀର ବୈଧତା ୫ବର୍ଷ ପାଇଁ ଥିଲାବେଳେ ତାହାର ଅବଧି ମାର୍ଚ୍ଚ ୨୦୧୭ରୁ ଶେଷ ହୋଇଯାଇଛି। ୧୧ ବର୍ଷ ମଧ୍ୟରେ ପ୍ରକଳ୍ପ ପାଇଁ ଇଟାଖଣ୍ଡିଏ ପକାଯାଇପାରିନାହିଁ। ୨୦୧୯ ଫେବୃୟାରୀ ୧୩ରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାପରଠାରୁ ଉକ୍ତ ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୁଣି ଅସନ୍ତୋଷ ତେଜି ଉଠିଛି। ଗତ ମାର୍ଚ୍ଚ ପରଠାରୁ ସ୍ଥାନୀୟ ଅଞ୍ଚଳରେ କମ୍ପାନୀ ଦ୍ୱାରା ମାଟି ପରୀକ୍ଷଣ ଓ ସମୁଦ୍ରରେ ସର୍ବେକ୍ଷଣ କାର୍ଯ୍ୟକୁ ନେଇ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି। ଗତ ଜୁନ୍‌ ୫ ତାରିଖ ପରିବେଶ ଦିବସରେ ସ୍ଥାନୀୟ ଅଞ୍ଚଳରେ ଅଧିବାସୀ ମିଳିତ ହୋଇ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ସର୍ବେକ୍ଷଣ କାର୍ଯ୍ୟ ବିରୋଧରେ ସ୍ଥାନୀୟ ସୂଚନା ଅଧିକାର କର୍ମୀ ଅନୋଜ ମହାପାତ୍ର ତାଙ୍କ ଓକିଲ ପାଣିଙ୍କ ଜରିଆରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜଙ୍ଗଲ ପରିବେଶ ମନ୍ତ୍ରଣାଳୟକୁ କାର୍ଯ୍ୟ ବନ୍ଦ ଆଦେଶ ଦେବା ପାଇଁ ନୋଟିସ ଆବେଦନ କରିବା ସହ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେଇ ଆଇନଗତ ପଦକ୍ଷେପ ନେବା ପାଇଁ ଚେତାବନୀ ଦେଇଛନ୍ତି। ପ୍ରସ୍ତାବିତ ବନ୍ଦର ସର୍ଭେ କାର୍ଯ୍ୟକୁ ଆଡଭୋକେଟ ପାଣି ବେଆଇନ ଦର୍ଶାଇବା ସହ ପରିବେଶ ମଞ୍ଜୁରୀ ବୈଧତା ସମୟ ସରିଯାଇଛି ଥିବାରୁ ସମସ୍ତ ପ୍ରକାର ସର୍ଭେ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି। ସେହିପରି ପ୍ରସ୍ତାବିତ ବନ୍ଦର ପାଖାପାଖି ୧୨,୦୦୦ ପରିବାରର ଜୀବନ ଜୀବିକାକୁ ବିପନ୍ନ କରିବାସହ ସ୍ଥାନୀୟ ପରିବେଶକୁ ନଷ୍ଟ କରିବାର ଆଶଙ୍କାକୁ ଆଖିଆଗରେ ରଖି ବନ୍ଦର ପ୍ରକଳ୍ପକୁ ବାତିଲ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri