ପ୍ରଧାନମନ୍ତ୍ରୀ ମୋଦି-ବିଶ୍ୱନେତା

ଜଗତ ପ୍ରକାଶ ନଡ୍ଡା

ଗଭୀର ସଙ୍କଟ ଦେଇ ଗତି କରୁଥିବା ଦେଶକୁ ନେତୃତ୍ୱ ଦେବା, ନୂଆ ଆଦର୍ଶର ରାସ୍ତା ଦେଖାଇବା ତଥା ବିଶ୍ୱରେ ଭାରତକୁ ପ୍ରତିଷ୍ଠିତ କରିପାରୁଥିବା ରାଜନେତା କ୍ୱଚିତ ଜନ୍ମ ନେବା ଦେଖାଯାଆନ୍ତି। ଏକ ଗରିବ ପରିବାରରେ ଜନ୍ମ ହୋଇ ଦେଶର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବା, ବିପର୍ଯ୍ୟୟକୁ ଜଣେ ଯୋଦ୍ଧା ଭାବେ ସାମ୍‌ନା କରି ଦେଶକୁ ରକ୍ଷା କରିବା ସହିତ ବିଶ୍ୱ ସ୍ତରରେ ରାଷ୍ଟ୍ରକୁ ଅଗ୍ରଣୀ କରିବାରେ ଯେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି, ସେହି ବ୍ୟକ୍ତି ଆଉ କେହି ନୁହନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏବେ କୋଭିଡ୍‌-୧୯ ମହାମାରୀ ସମୟରେ ଭାରତ ତାହାକୁ ସଫଳତାର ସହ କିପରି ପରିଚାଳନା କରୁଛି, ତାହା ବିଶ୍ୱକୁ ଦେଖାଇ ଦେବାକୁ ସକ୍ଷମ। ଏହାର ସବୁ ଶ୍ରେୟ ଯିବ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ, ଯିଏ ଠିକ୍‌ ସମୟରେ ଦେଶରେ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। କେବଳ ଏତିକି ନୁହେଁ, ସେ ମଧ୍ୟ ସାମାଜିକ ଦୂରତ୍ୱକୁ ନିଶ୍ଚିତ କରିବା ସହ ପ୍ରତ୍ୟେକଙ୍କ ପାଇଁ କରୋନା ଯୋଦ୍ଧା ମନ୍ତ୍ରକୁ ଗ୍ରହଣ କରାଇପାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ଦୂରଦୃଷ୍ଟି, କଠୋର ଓ ସମୟୋପଯୋଗୀ ନିଷ୍ପତ୍ତି, ସୁବିଚାର ଓ ସାମଗ୍ରିକ ଦୃଷ୍ଟିକୋଣ ଯୋଗୁ ୧୩୦ କୋଟି ଭାରତୀୟ କରୋନା ଭାଇରସ୍‌ ସଂକ୍ରମଣରେ ସେଭଳି ଗୁରୁତର ଭାବେ ପୀଡ଼ିତ ହୋଇନାହାନ୍ତି। ଏହି କରୋନା ଭୂତାଣୁ ବିରୋଧୀ ଯୁଦ୍ଧରେ ଅନ୍ତର୍ଜାତୀୟ ସ୍ତରରେ ଭାରତର ନେତୃତ୍ୱ ଓ ରଣନୀତିକୁ ପ୍ରଶଂସା କରାଯାଇଛି ଏବଂ ବିଶ୍ୱ ଭାରତର ପଥ ଅନୁକରଣ କରିବାକୁ ଚାହିଁ ବସିଛି। ପ୍ରଧାନମନ୍ତ୍ରୀଙ୍କ ତ୍ୱରିତ ନିଷ୍ପତ୍ତି ସିଦ୍ଧ କରୁଛି ଯେ, ଭାରତ ଏ ଦିଗରେ ଯେଉଁ ପଦକ୍ଷେପ ନେଇଛି, ସେଥିରେ ବିଳମ୍ବ ହୋଇଛି ବୋଲି କହିପାରିବା ନାହିଁ, ବରଂ ସବୁ ଆହ୍ବାନକୁ ଗ୍ରହଣ କରିନେଇଛି। ଏପ୍ରିଲ ପ୍ରାରମ୍ଭରେ ଭାରତ ପିପିଇ କିଟ୍‌ ଓ ଏନ୍‌-୯୫ ମାସ୍କ ଲାଗି ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା। ମାତ୍ର ଆଜି ଏହା ଆମେ ପ୍ରସ୍ତୁତ କରିବାରେ ସକ୍ଷମ। ଏଇ କିଛି ସପ୍ତାହ ହେବ ପ୍ରତିଦିନ ଆମେ ୨.୫ ଲକ୍ଷରୁ ଊର୍ଦ୍ଧ୍ୱ ପିପିଇ କିଟ୍‌ ଓ ୨ ଲକ୍ଷରୁ ଊର୍ଦ୍ଧ୍ୱ ଏନ-୯୫ ମାସ୍କ ତିଆରି କରିପାରୁଛୁ। ଆମ ପାଖରେ ଭେଣ୍ଟିଲେଟରର ଅଭାବ ନାହିଁି। ୫ ଲକ୍ଷରୁ ଅଧିକ ଆଇସୋଲେଶନ ବେଡ୍‌ ଏବଂ ପର୍ଯ୍ୟାପ୍ତ ଆଇସିୟୁ ବେଡ୍‌ ଯେକୌଣସି ଜରୁରିକାଳୀନ ପରିସ୍ଥିତିର ମୁକାବିଲା କରିବାକୁ ଯଥେଷ୍ଟ। ଦେଶସାରା ଭାରତୀୟ ରେଳପଥର ୫,୨୩୧ଟି ଡବାକୁ କୋଭିଡ୍‌ କେୟାର ସେଣ୍ଟର ଭାବେ ପ୍ରସ୍ତୁତ କରାଯାଇଛି। ସଙ୍କଟର ମୁକାବିଲା ପାଇଁ ଏତେ କମ୍‌ ସମୟରେ ଏଭଳି ପ୍ରସ୍ତୁତି ଭାରତର ସ୍ବାସ୍ଥ୍ୟ ଭିତ୍ତିିଭୂମିର ଉନ୍ନତି ସୁନିଶ୍ଚିତ କରିବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।
ଭାରତ ଏକ ବିକାଶଶୀଳ ଦେଶ। ବିବିଧତା ଏହାର ପରିଚୟ। ଆମ ଭଳି ଏକ ବିଶାଳ ଦେଶରେ ଟ୍ରାକିଂ, ଟେଷ୍ଟିଂ ଏବଂ ରିଲିଫ୍‌ ଲାଗି ପଦକ୍ଷେପ ନେବାରେ ବହୁ ସମସ୍ୟା ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାହସିକ ପଦକ୍ଷେପ ଓ କୌଶଳ ଏହି ସ୍ଥିତିକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ କରାଯାଉଛି। ଫଳସ୍ବରୂପ ମାର୍ଚ୍ଚ ଶେଷସୁୁଦ୍ଧା ପର୍ଯ୍ୟାପ୍ତ ଟେଷ୍ଟିଂ ନ ଥିବାରୁ ଚିନ୍ତାପ୍ରକଟ କରାଯାଇଥିଲା । କିନ୍ତୁ ଗତ କିଛି ଦିନ ମଧ୍ୟରେ ୧ ଲକ୍ଷ ୬୦ ହଜାରରୁ ଅଧିକ ଟେଷ୍ଟ୍‌ କରାଯାଇ ଅଦ୍ୟାବଧି ମୋଟ ଟେଷ୍ଟ ସଂଖ୍ୟା ୧୫ ଲକ୍ଷରୁ ଅଧିକ ହୋଇଛି। ଏହି ସମୟରେ ଭାରତ ମଧ୍ୟ କରୋନା ମୃତ୍ୟୁ ହାର ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇପାରିଛି। ଏହି ପରିପ୍ରେକ୍ଷୀରେ ଦକ୍ଷିଣ କୋରିଆ, ଚାଇନା, ରୁଷିଆ ଏବଂ ଆମେରିକା ସମେତ ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଭାରତ ଅଧିକ ସଫଳତା ହାସଲ କରିଛି ବୋଲି ଜନ୍‌ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡିଛି। ଦେଶର ୮ଟି ଉତ୍ତର-ପୂର୍ବ ରାଜ୍ୟ ମଧ୍ୟରୁ ୬ଟି ରାଜ୍ୟ କରୋନା ଭାଇରସ ମୁକ୍ତ ରହିଛି। ଅନେକ ରାଜ୍ୟରେ କୌଣସି ପଜିଟିଭ କେସ୍‌ ସାମ୍ନାକୁ ଆସିନାହିଁି। ଗୋଆ ବି କୋଭିଡ୍‌ମୁକ୍ତ । ଆରୋଗ୍ୟ ହାର ଲଗାତର ପରିସ୍ଥିତିର ଉନ୍ନତିକୁ ସୂଚାଉଛି। ଏବେ ଏହା ୩୧ ପ୍ରତିଶତକୁ ଟପିଯାଇଛି। ଏଥିରୁ ପ୍ରତୀୟମାନ ହେଉଛି ଯେ, ଆମେ ଠିକ୍‌ ଦିଗରେ ଅଗ୍ରସର ହେଉଛେ। ପ୍ରଧାନମନ୍ତ୍ରୀ ଶୀଘ୍ର ଲକ୍‌ଡାଉନ ଲାଗୁ କରି ନ ଥିଲେ, କରୋନା ସଂକ୍ରମିତଙ୍କ ସଂଖ୍ୟା ଭୟଙ୍କର ଭାବେ ବଢିଯାଇଥାଆନ୍ତା ବୋଲି ଅନେକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ଭାରତୀୟମାନେ ବି ପ୍ରଧାନମନ୍ତ୍ରୀଙ୍କ ଲକ୍‌ଡାଉନ ଘୋଷଣାକୁ ସହୃଦୟେ ଗ୍ରହଣ କରିଛନ୍ତି। ଗୁଗଲ ଡେଟା ଅନାଲିସିସ୍‌ ପ୍ରମାଣ କରିଛି ଯେ, ଅନ୍ୟ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ଅପେକ୍ଷା ସଂଖ୍ୟାଧିକ ଭାରତୀୟ ଲକ୍‌ଡାଉନ କଟକଣାକୁ ପାଳନ କରିଛନ୍ତି। ଆମେରିକା, ସ୍ପେନ୍‌ ଓ ଇଟାଲୀଠାରୁ ଭାରତର ସ୍ଥିତି ଭଲ ରହିଛି। ବିଶେଷଜ୍ଞଙ୍କ ମତରେ, ଲକ୍‌ଡାଉନ ନିୟମକୁ କଠୋର ଭାବେ ଅନୁପାଳନ କରାଯିବା ଦ୍ୱାରା ସଂକ୍ରମିତ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରିଛି। ବିବିଧ ମତ ଓ ଜାତିର ପରିଚୟ ନେଇ ରହିଥିବା ଏହି ବିଶାଳ ଦେଶରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ତାଙ୍କ ଉପରେ ଥିବା ଲୋକଙ୍କ ବିଶ୍ୱାସ ଯୋଗୁ ଏହା କେବଳ ସମ୍ଭବ ହୋଇଛି।
ଏହି ଭୟଙ୍କର ଭାଇରସ୍‌ର ମୁକାବିଲା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ଦିନକୁ ନିରବଚ୍ଛିନ୍ନ ୧୭ରୁ ୧୮ ଘଣ୍ଟା କାମ କରୁଛନ୍ତି। କ୍ୟାବିନେଟ ମନ୍ତ୍ରୀ ଓ ୧୧ ଜଣିଆ ବିଶେଷଜ୍ଞଙ୍କୁ ନେଇ ଗଠିତ କୋର୍‌ କମିଟି ସହ ଭିଡିଓ କନ୍‌ଫରେନ୍ସରେ କଥା ହେଉଛନ୍ତି। ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ କମିଟି ମଧ୍ୟ ଦିନରାତି କାମରେ ଲାଗିଛି। ଏହି ମହାମାରୀ ବିରୋଧରେ ଲଢ଼େଇ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶର ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଅର୍ନ୍ତଜାତୀୟ ସାମାଜିକ ଅନୁଷ୍ଠାନଗୁଡ଼ିକୁ ଏକାଠି କରି ସମାଜର ପ୍ରତ୍ୟେକ ସ୍ତରରେ ଯେଭଳି ସଚେତନତା ଆଣୁଛନ୍ତି, ତାହା ବାସ୍ତବରେ ପ୍ରଶଂସନୀୟ। ପିଏମ୍‌- କେୟାର୍ସ ଫଣ୍ଡ୍‌ ଏହି ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତଥା ଉପଯୋଗୀ ଅସ୍ତ୍ର ଭାବେ ସାବ୍ୟସ୍ତ ହୋଇଛି। ଗରିବ ଏବଂ ଅସହାୟମାନଙ୍କୁ ଖାଦ୍ୟ ଓ ଆଶ୍ରୟ ହେବା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ସରକାରୀ, ବେସରକାରୀ ଓ ଏନଜିଓଗୁଡିକ ଗ୍ରହଣ କରିଛନ୍ତି। କରୋନା ଭାଇରସ୍‌ ବିରୋଧରେ ଲଢ଼େଇ କରିବା ପାଇଁ ଗରିବମାନଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧.୭୦ ଲକ୍ଷ କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ସରକାର ଗରିବମାନଙ୍କୁ କରୋନା ପ୍ରଭାବରୁ ରକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏଯାବତ୍‌ ୩୪ ହଜାର କୋଟି ଟଙ୍କା ଆର୍ଥିକ ସହାୟତା ଡିଜିଟାଲ ପେମେଣ୍ଟ୍‌ ମାଧ୍ୟମରେ ପ୍ରାୟ ୩୯ କୋଟି ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି। ମୋଦି ସରକାର କୃଷକ ଓ ମହିଳାମାନଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇଛନ୍ତି। ଗରିବମାନଙ୍କୁ ମାଗଣା ରାଶନ ସାମଗ୍ରୀ ଓ ରନ୍ଧନଗ୍ୟାସ୍‌ ବି ଯୋଗାଇ ଦେଇଛନ୍ତି। ଏହା ସହ ସରକାର ପ୍ରବାସୀ ଶ୍ରମିକ ଓ ପ୍ରବାସୀ ଭାରତୀୟଙ୍କୁ ଘରକୁ ଫେରିବା ଲାଗି ଜରୁରୀ ବ୍ୟବସ୍ଥା କରିଛନ୍ତି। ଏହି ସବୁ ପଦକ୍ଷେପରୁ ଜଣାପଡୁଛି ଯେ, ପ୍ରଧାନମନ୍ତ୍ରୀ ମୋଦି ଗରିବ, କୃଷକ, ଶ୍ରମିକ ଏବଂ ଗାଁଗୁଡ଼ିକର ଆବଶ୍ୟକତା ଓ କଲ୍ୟାଣ ଲାଗି ସମ୍ବେଦନଶୀଳ ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ଭାରତୀୟ ଜନତା ପାର୍ଟି (ଭାଜପା) ଲୋକମାନଙ୍କ ସେବା କରିବା ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିଛି। ଦଳ ଏହାର ୪୦ ତମ ପ୍ରତିଷ୍ଠା ଦିବସ ଏପ୍ରିଲ ୬କୁ କରୋନା ମହାମାରୀ ବିରୋଧୀ ଲଢ଼େଇ ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପଞ୍ଚସୂତ୍ରୀ ଯୋଜନା ପାଳନ କରିବା ଲାଗି କର୍ମୀମାନଙ୍କୁ ନିବେଦନ କରିଛି। ଦେଶରେ ପ୍ରତ୍ୟେକ ଗରିବଙ୍କ ପାଖରେ ଖାଦ୍ୟ ଓ ରାଶନ ସାମଗ୍ରୀ ପହଞ୍ଚାଇବା ପାଇଁ ଏହା ‘# ଫିଡ୍‌ ଦି ନିଡି’ ଆରମ୍ଭ କରିଛି। ଏବେସୁଦ୍ଧା ଦଳୀୟ କର୍ମୀମାନେ ୮କୋଟି ଗରିବଙ୍କୁ ଖାଦ୍ୟ ଓ ରାଶନ ସାମଗ୍ରୀ ଉପଲବ୍ଧ କରାଇବା ସହ ‘# ଓ୍ବେର ଫେସ୍‌ କଭର ଷ୍ଟେ ସେଫ୍‌’ ଅଭିଯାନରେ ଲକ୍ଷ ଲକ୍ଷ ମାସ୍କ ମଧ୍ୟ ବାଣ୍ଟିଛନ୍ତି। ଏହା ସହ ଦଳ ପକ୍ଷରୁ ବସ୍ତିଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ଏବଂ ଲୋକମାନଙ୍କୁ ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ଦାନ ଦେବା ଲାଗି ପ୍ରେରଣା ଦେଉଛି। ପାର୍ଟି କର୍ମୀମାନେ ସହୃଦୟେ ପିଏମ କେୟାର୍ସ ଫଣ୍ଡ୍‌କୁ ଦାନ ଦେଉଛନ୍ତି। ଆମେ ମଧ୍ୟ ଲୋକମାନଙ୍କୁ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ୍‌ କରିବା ପାଇଁ କହୁଛୁ। ଯେଉଁଭଳି ଦଳୀୟ କର୍ମୀମାନେ ନିଃସ୍ବାର୍ଥପର ଭାବେ ନିଜକୁ ଉତ୍ସର୍ଗ କରିଛନ୍ତି, ତାହା ସମ୍ପୂର୍ଣ୍ଣ ନିଆରା। ଦେଶର ଲୋକମାନେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ, ପୋଲିସ, ବ୍ୟାଙ୍କ କର୍ମଚାରୀ ଏବଂ ସରକାରୀ ସେବା ଯୋଗାଇ ଦେଉଥିବା କରୋନା ଯୋଦ୍ଧାମାନଙ୍କୁ କୃତଜ୍ଞତା ଓ ସମ୍ମାନ ଜଣାଇବା ପାଇଁ ପାର୍ଟି ମଧ୍ୟ ‘ଏଚ୍‌ଟିଟିପିଏସ୍‌:// ଥ୍ୟାଙ୍କ୍‌ ୟୁ .ବିଜେପି.ଓଆର୍‌ଜି /’ପୋର୍ଟାଲ ଆରମ୍ଭ କରିଛି । ନରେନ୍ଦ୍ର ମୋଦି କେବଳ ଭାରତର ପ୍ରଧାନମନ୍ତ୍ରୀ ନୁହନ୍ତି , ବରଂ ସେ ନୂଆ ଭାରତର ଜଣେ ବୀର ଏବଂ ସାମାଜିକ ଚେତନାର ଅଗ୍ରଦୂତ। ତାଙ୍କ ନିବେଦନରେ ‘ସ୍ବଚ୍ଛ ଭାରତ’ ଏକ ଜାତୀୟ ଲକ୍ଷ୍ୟ ଏବଂ ‘ବେଟି ବଚାଓ ବେଟି ପଢ଼ାଓ’ ଏକ ଜାତୀୟ ଆନ୍ଦୋଳନ ପାଲଟିଯାଇଛି। ସେହିପରି ଜନତା କର୍ଫ୍ୟୁ ହେଉ କି ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନ ଜଣାଇବା ହେଉ କିମ୍ବା ଦୀପ ଜଳାଇ ଏକତାର ବାର୍ତ୍ତାଦେବା, ଏସବୁଥିରେ କରୋନା ଭାଇରସ୍‌ ଲଢେଇରେ ନରେନ୍ଦ୍ର ମୋଦି ଏକ ଅଭିନବ ଦୃଷ୍ଟିକୋଣ ପ୍ରଦର୍ଶନ କରିଛନ୍ତି। ଏପରି କି ଏହି ସଙ୍କଟଜନକ ସମୟରେ ଭାରତ ବିଭିନ୍ନ ଦେଶକୁ ଔଷଧ ଏବଂ ଏହାର ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ପଠାଇ ଅଭୂତପୂର୍ବ କାର୍ଯ୍ୟ କରିଛି। କରୋନା ବିରୋଧୀ ଲଢ଼େଇରେ ଭାରତ ବିଶ୍ୱ ନେତୃତ୍ୱ ଭାବେ ଉଭା ହୋଇଛି। ଏହି ଦୁର୍ଦ୍ଦିନରେ ମାନବ ସମାଜକୁ ରକ୍ଷା କରିବା ପାଇଁ ଯେଉଁ ବ୍ୟକ୍ତି ନିଷ୍ଠା, ନିଃସ୍ବାର୍ଥପର ସେବା, ତ୍ୟାଗ ଓ ସଂଗ୍ରାମ କରିବାର ପ୍ରୟାସ ଜାରି ରଖିଛନ୍ତି, ତାଙ୍କୁ ବିଶ୍ୱ ଆଶାର କିରଣ ଭାବେ ମାନ୍ୟତା ଦେଇଛିି। ଏଭଳି ବ୍ୟକ୍ତି କେବଳ ଆମ ଦେଶର ପ୍ରଧାନମନ୍ତ୍ରୀ ନୁହନ୍ତି, ବରଂ ସେ ଜଣେ ନିର୍ବିବାଦୀୟ ରାଜନେତା।
ରାଷ୍ଟ୍ରୀୟ ଅଧ୍ୟକ୍ଷ, ଭାଜପା


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri