ଭଞ୍ଜନଗର,୧୪।୮(ଡି.ଏନ.ଏ)-ଜଗନ୍ନାଥପ୍ରସାଦ ଥାନା ଗୋଚ୍ଛାବାଡ଼ିର ପ୍ରଦ୍ୟୁମ୍ନ କୁମାର ନାୟକ ହତ୍ୟା ମାମଲାର ରାୟ ମଙ୍ଗଳବାର
ପ୍ରକାଶ ପାଇଛି। ଭଞ୍ଜନଗର ଏଡ଼ିଜେ ମହଲତ ସା ମାମଲାର ବିଚାର କରି ୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଉପଯୁକ୍ତ ପ୍ରମାଣ ଅଭାବରୁ ଅଭିଯୁକ୍ତ ଜଗୁ ନାୟକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରକାଶ ଯେ, ଗୋଚ୍ଛାବାଡ଼ିର ପ୍ରଦ୍ୟୁମ୍ନଙ୍କ ସହ ଗଁାର ବନିତା ନାୟକଙ୍କର କୌଣସି କାରଣରୁ ବିବାଦ ହୋଇଥିଲା। ଏହାପରେ ବନିତା ପ୍ରଦ୍ୟୁମ୍ନଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରିଥିଲେ। ଗ୍ରାମର ଜଗୁ ଓ ମାଣିତରାର ନାରାୟଣ ନାୟକଙ୍କ ସହାୟତା ନେଇଥିଲେ ବନିତା। ୨୦୧୪ ଏପ୍ରିଲ ୨୭ ରାତିରେ ପ୍ରଦ୍ୟୁମ୍ନଙ୍କୁ ବନିତା କରଡ଼ାବଣି ଜଙ୍ଗଲକୁ ଡ଼ାକି ନେଇଥିଲେ। ଏହାପରେ ପୂର୍ବ ଯୋଜନା ପ୍ରକାରେ ନାରାୟଣ, ଜଗୁ ଓ ବନିତା ମିଶି ପ୍ରଦ୍ୟୁମ୍ନଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପ୍ରଦ୍ୟୁମ୍ନଙ୍କ ବାପା ଭାସ୍କର ଜଗନ୍ନାଥପ୍ରସାଦ ଥାନାରେ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଗତବର୍ଷ ବନିତା ଓ ନାରାୟଣ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ମଙ୍ଗଳବାର ଜଗୁ ମଧ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଏମ୍.ତାଜ୍ ଆଦେନୀ ଓ ମୁଦାଲାଙ୍କ ପକ୍ଷରୁ ଇଶ୍ୱର ମହାରଣା, ଚନ୍ଦ୍ରମଣି ମହାପାତ୍ର, ବିନାୟକ ପ୍ରଧାନ, ରାଜେଶ୍ୱର ରାଓ ଆଚାରୀ, ବିକାଶ ରଞ୍ଜନ ବେହେରା ମାମଲା ପରିଚାଳନା କରୁଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ View All
୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା
ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…
ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରୀକ ସମ୍ପର୍କ ରଖୁଥିଲେ କଲେଜର ଅଧ୍ୟାପକ, ବିବାହ ପାଇଁ କହିବାରୁ…
ଦେବଗଡ,୧୫।୪(ଶଶାଙ୍କ ଶେଖର ଝାଙ୍କର): ବିବାହ ପ୍ରଲୋଭନ ଦେଖାଇ ଜଣେ ଛାତ୍ରୀଙ୍କ ସହିତ ଶାରୀରୀକ ସମ୍ପର୍କ ସ୍ଥାପନ କରିବା ପରେ ପ୍ରତାରଣା ଅଭିଯୋଗରେ ଏକ କଲେଜର ଜଣେ ଅଧ୍ୟାପକ…
ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…
ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…
‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ
ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…
ବାଇକ୍ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍ଅପ୍: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…
ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି): ପିକ୍ଅପ୍ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍.ଏଚ୍ ୫୭ ର ଟୋଲଗେଟ…
ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…
ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…
କାମ ସାରି ବାଇକ୍ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍, କଚାଡ଼ି ହୋଇ…
ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…
ଆରଏମ୍ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ
ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…
Archives

