Posted inଖେଳ

ପ୍ରଥମ ଭାରତୀୟ ପଙ୍ଘାଲ

ଇକାଟେରିନବର୍ଗ(ରୁଷିଆ),୨୦।୯(ପିଟି): ଏସିଆନ ଚାମ୍ପିୟନ ଅମିତ ପଙ୍ଘାଲ (୫୨ କେଜି) ଶୁକ୍ରବାର ପ୍ରଥମ ଭାରତୀୟ ବକ୍ସର ଭାବେ ବିଶ୍ୱ ପୁରୁଷ ବକ୍ସିଂ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲ କାଜାଖସ୍ତାନର ସାକେନ ବିବୋସିନୋଭଙ୍କୁ ହରାଇ ଦେଇଛନ୍ତି। ଦ୍ୱିତୀୟ ସିଡ୍‌ ପଙ୍ଘାଲ ୩-୨ ବ୍ୟବଧାନରେ ମ୍ୟାଚ୍‌କୁ ଜିତି ନେଇଛନ୍ତି। ସେ ଫାଇନାଲରେ ଉଜବେକିସ୍ତାନର ଶାଖୋବିଦିନ ଜୋଇରୋଭଙ୍କୁ ଭେଟିବେ। ଅନ୍ୟ ଏକ ସେମିଫାଇନାଲରେ ଜୋଇରୋଭ ଫ୍ରାନ୍ସର ବିଲାଲ ବେନ୍ନାମାଙ୍କୁ ପରାସ୍ତ କରିଥିଲେ। ପଙ୍ଘାଲଙ୍କ ଅଭିଯାନ ୨୦୧୭ରୁ ଏସିଆନ୍‌ ଚାମ୍ପିୟନଶିପରୁ ଆରମ୍ଭ ହୋଇଛି। ସେହିବର୍ଷ ବିଶ୍ୱ ଚାମ୍ପିୟନଶିପ୍‌ରେ ପଦାର୍ପଣ କରି ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ଏହାପରେ ସମ୍ମାନଜନକ ଷ୍ଟ୍ରାଣ୍ଡଜା ସ୍ମାରକୀ ଟୁର୍ନାମେଣ୍ଟ (ବୁଲଗେରିଆ) ଓ ପରେ ୨୦୧୮ ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅଲିମ୍ପିକ୍ସ ବକ୍ସିଂ ଇଭେଣ୍ଟର ବିଭିନ୍ନ ଓଜନ ବର୍ଗରୁ ୪୯ କେଜି ବର୍ଗ ବାଦ୍‌ ପଡ଼ିବା ପରେ ସେ ୫୨ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିଥିଲେ। ଚଳିତବର୍ଷ ସେ ନୂଆ ଓଜନ ବର୍ଗରେ ଏସିଆନ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ଜିତି ସାରିଛନ୍ତି। ଉଲ୍ଲେଖଥାଉ କି, ବିଶ୍ୱ ଚାମ୍ପିୟନଶିପ୍‌ର କୌଣସି ସଂସ୍କରଣରେ ଭାରତ ଗୋଟିଏ ବ୍ରୋଞ୍ଜ ପଦକରୁ ଅଧିକ ଜିତି ପାରିନାହିଁ। ଫାଇନାଲରେ ପଙ୍ଘାଲ ଓ ସେମିଫାଇନାଲରେ ମନୀଷ କୌଶିକ (୬୩ କେଜି) ପ୍ରବେଶ କରି ଇତିହାସ ରଚିଛନ୍ତି। ଏଥିପୂର୍ବରୁ ବିଜେନ୍ଦର ସିଂ (୨୦୦୯), ବିକାଶ କ୍ରିଷ୍ଣନ (୨୦୧୧), ଶିବା ଥପ୍ପା (୨୦୧୫) ଓ ଗୌରବ ବିଧୁରି (୨୦୧୭) ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟ୍ରିନାଙ୍କୁ ମିଳିଲା ବଡ଼ ଅଫର୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ’ ଆଜିକାଲି ଚର୍ଚ୍ଚାରେ ରହିଛି। କିଛି ମାସ ପୂର୍ବରୁ ଦୀପିକା ପାଦୁକୋନ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ତୃପ୍ତି ଡିମରି…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ଅଭିଜିତ ଦିପ୍‌କେ, ସିଧା କହିଦେଲେ ଏମିତି…ଜାତୀୟ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୫।୭:ନିଟ୍‌ ପେପର୍‌ ଲିକ୍‌କୁ ନେଇ ସିଜେପି ଦୀର୍ଘଦିନ ଧରି ଆନ୍ଦୋଳନ କରୁଥିଲା। ଯାହାକୁ ନେଇ କେନ୍ଦ୍ର ସରକାର ଚାପରେ ଥିଲେ। ସରକାର ବୁଝାଇବା ପରେ ମଧ୍ୟ ସିଜେପି…

ଦିଲ୍ଲୀ ଛାତ୍ର୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଗଣଧାରଣା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି…

ବଲାଙ୍ଗୀର,୨୫ା୭(ସୁନିଲ କୁମାର ମହାନ୍ତି): ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମର୍ଥନରେ ଶନିବାର…

ଜୁଆଆଡ୍ଡାରେ ଚଢ଼ାଉ: ୫ ଜଣଙ୍କୁ ଗିରଫ କଲା ପୋଲିସ, ସୁଯୋଗ ନେଇ ଅନ୍ୟମାନେ…

ଦିଗପହଣ୍ଡି୨୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଟିମ୍‌ ପୋଡ଼ାମାରି ଗ୍ରାମ ନିକଟ ଏକ କୁକୁଡ଼ାଫାର୍ମରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ରାତ୍ରୀଭୋଜନରେ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ, କହିଲେ ତୃତୀୟ ଥର ରାଷ୍ଟ୍ରପତି…

ଓ୍ବାଶିଂଟନ,୨୫।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଆସୋସିଏସନ୍ ରାତ୍ରୀଭୋଜନରେ ସମ୍ଭାବ୍ୟ ତୃତୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ବିଷୟରେ ମନ୍ତବ୍ୟ ଦେଇଥିଲେ । ଯାହାକି ସମସ୍ତଙ୍କୁ…

ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ, ଏବେ ମିଳିଲା…

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ମଧ୍ୟରେ ମାନବିକତା, ସାହସ ଓ କର୍ତ୍ତବ୍ୟନିଷ୍ଠାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଉଦାହରଣ…

ପୁଣି ଭିଡିଓ ଜାରି କଲେ ସୋନମ ଓ଼୍ବାଙ୍ଗଚୁକ୍‌, ଆନ୍ଦୋଳନକୁ ନେଇ କଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୫।୭: ଦେଶ-ବିଦେଶରେ ପ୍ରସିଦ୍ଧ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଏକ ନୂଆ ଭିଡିଓ ଜାରି କରିଛନ୍ତି। ୨୬ ଦିନର ଆମରଣ ଅନଶନ ଭାଙ୍ଗିବା ପରେ ଉଠିଥିବା ପ୍ରଶ୍ନଗୁଡ଼ିକୁ…

ଲୁଟ ଟଙ୍କାରେ ମଉଜମସ୍ତି, ୨ ଗିରଫ

ପରଜଙ୍ଗ, ୨୫।୭ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ବିଭିନ୍ନ ଚୋରି, ଲୁଟ୍‌, ଡକାୟତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri