ପ୍ରଥମ ପସନ୍ଦ ଡ୍ୟାନ୍ସ: ସାଗର

ଯାତ୍ରାଜଗତର ଜଣେ ଜଣାଶୁଣା ଡ୍ୟାନ୍ସର ତଥା କୋରିଓଗ୍ରାଫର ସାଗର। ସେ କେବଳ ଡ୍ୟାନ୍ସ କିମ୍ବା ଡ୍ୟାନ୍ସ କମ୍ପୋଜ୍‌ କରନ୍ତିନି; ଅଧିକନ୍ତୁ ଅଭିନୟ ବି କରନ୍ତି। କହିଦେଲେ ମୁଁ ମରିଯିବୁ ତୁ, ସିଆଇଡି ଦୟା ଭଳି ନାଟକରେ ତାଙ୍କର ଅଭିନୟ ବେଶ୍‌ ଉଚ୍ଚକୋଟୀର। ତେବେ ଅଭିନୟ ନୁହେଁ; ଡ୍ୟାନ୍ସ ତାଙ୍କର ପ୍ରଥମ ପ୍ରେମ। ଘର କେନ୍ଦ୍ରାପଡ଼ାରେ। ନା ନାଚରେ କୌଣସି ତାଲିମ ନେଇଛନ୍ତି ନା ବିଧିବଦ୍ଧ ଭାବରେ କାହାଠୁ ନାଚ ଶିଖିଛନ୍ତି। ମନକୁମନ ନାଚ ଆସିଛି ତାଙ୍କ ପାଖକୁ। ନାଚିବାର କଳାଟି ଭଗବାନ ତାଙ୍କୁ ଦେଇଛନ୍ତି ବୋଲି କହିଲେ ଆଦୌ ଭୁଲ ହେବନାହିଁ। ତାଙ୍କର ମଉସା ହେଉଛନ୍ତି ଯାତ୍ରା ପରିଚାଳକ ବଙ୍କିମ୍‌ ସ୍ବାଇଁ। ସେ ହିଁ ସାଗରକୁ ନେଇଆସିଲେ ଯାତ୍ରାକୁ। ୨୦୦୨ରେ ସାଗର ଆସି ଯୋଗଦେଲେ ‘ଯାତ୍ରା ତ୍ରିରଙ୍ଗା’ରେ। ଗୁରୁମାନଙ୍କଠୁ ନାଚ ଶିଖିଲେ। ଆଉ ଦିନକେଇଟା ପରେ ସେ ପାଲଟିଗଲେ ଜଣେ ଲିଡ୍‌ ଡ୍ୟାନ୍ସର। ଏବେ ସେ ନିଜକୁ ଆଣି ଏମିତି ଏକ ପର୍ଯ୍ୟାୟରେ ଠିଆ କରେଇଛନ୍ତି ଯେ, ଯାତ୍ରା ଆରମ୍ଭରୁ ରେକର୍ଡ ଡ୍ୟାନ୍ସ ହେଉ କି ନାଟକ ଭିତରର ସିକ୍ୱେନ୍ସ ଟ୍ରାକ୍‌ ସବୁଠି ଖୋଜାପଡୁଛି ତାଙ୍କୁ। ଯାତ୍ରା ତ୍ରିରଙ୍ଗା ପରେ କୋଣାର୍କ। ତା’ପରେ ଯାତ୍ରା ଇନ୍ଦ୍ରମହଲ। ଏବେ ଆସି ପହଞ୍ଚତ୍ଛନ୍ତି ‘ଯାତ୍ରା ସ୍ବପ୍ନମହଲ’ରେ। ଯାତ୍ରାରେ ସେ କେବଳ ଡ୍ୟାନ୍ସର ନୁହନ୍ତି; ଡ୍ୟାନ୍ସ ଶିଖେଇବା ଦାୟିତ୍ୱ ବି ରହିଛି ତାଙ୍କରି ଉପରେ। ଯାତ୍ରାରେ ଅଶ୍ଳୀଳତା ବଢୁଛି। ବିଶେଷକରି ରେକର୍ଡ ଡ୍ୟାନ୍ସ ଆଳରେ ନଗ୍ନତାକୁ ପ୍ରଶ୍ରୟ ଦିଆଯାଉଛି। ଏମିତି ଏକ ପ୍ରଶ୍ନରେ ସାଗର କହନ୍ତି : ଦର୍ଶକମାନଙ୍କ ଚାହିଦା ଅନୁଯାୟୀ ଆମେ ନୃତ୍ୟ ପ୍ରସ୍ତୁତ କରୁଛୁ। ଦର୍ଶକେ ଯେମିତି ଚାହୁଁଛନ୍ତି ଆମେ ଠିକ୍‌ ସେହିପରି ଡ୍ୟାନ୍ସ ଆଇଟମ୍‌ ପ୍ରସ୍ତୁତ କରୁଛୁ। ଗୋଟିଏ ଅନୁଭୂତି ମନେପକେଇ ସାଗର କହନ୍ତି : ଆମେ ଥରେ କିଛି ଭଲଗୀତକୁ ନେଇ କୋରିଓଗ୍ରାଫି କରିଥିଲୁ। ହେଲେ ଦୁଇତିନିଟା ଷ୍ଟେଜ୍‌ ପରେ ବନ୍ଦ କରିଦେବାକୁ ବାଧ୍ୟହେଲୁ। କାରଣ ଦର୍ଶକମାନେ ସେସବୁକୁ ଗ୍ରହଣ କଲେନାହିଁ। ସାଗର କହନ୍ତି, ଦର୍ଶକ ବଦଳିଲେ ରେକର୍ଡ ଡ୍ୟାନ୍ସ ନିଶ୍ଚୟ ବଦଳିବ। ସାଗରଙ୍କ ଧର୍ମପତ୍ନୀ ଟିକିଲି ଜଣେ ଅଭିନେତ୍ରୀ। ଉଭୟେ ଉଭୟଙ୍କ ପ୍ରେରଣା। ଯାତ୍ରାକୁ ନେଇ ତାଙ୍କର ସ୍ବପ୍ନ କ’ଣ ବୋଲି ପଚାରିଲେ ସାଗର କହନ୍ତି : ଯାତ୍ରା ଉଭୟ ନିଶା ଓ ପେସା ପାଲଟି ଯାଇଛି। ଯାତ୍ରାକୁ ଛାଡ଼ି ଅନ୍ୟ କୌଣସି ସ୍ବପ୍ନ ଦେଖିବା ସମ୍ଭବ ନୁହେଁ। ଯେତେଦିନ ପର୍ଯ୍ୟନ୍ତ ଦର୍ଶକ ଦେବତା ଚାହୁଁଥିବେ ସେତେଦିନ ପର୍ଯ୍ୟନ୍ତ ସେମାନଙ୍କ ସାମ୍ନାରେ ନୂଆ ନୂଆ ଡ୍ୟାନ୍ସ ଆଇଟମ୍‌ ପରିବେଷଣ କରୁଥିବି। ଆଉ ସେମାନଙ୍କ ମନକୁ ଆମୋଦିତ କରୁଥିବି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri