ପ୍ରଥମ ପସନ୍ଦ ଡ୍ୟାନ୍ସ: ସାଗର

ଯାତ୍ରାଜଗତର ଜଣେ ଜଣାଶୁଣା ଡ୍ୟାନ୍ସର ତଥା କୋରିଓଗ୍ରାଫର ସାଗର। ସେ କେବଳ ଡ୍ୟାନ୍ସ କିମ୍ବା ଡ୍ୟାନ୍ସ କମ୍ପୋଜ୍‌ କରନ୍ତିନି; ଅଧିକନ୍ତୁ ଅଭିନୟ ବି କରନ୍ତି। କହିଦେଲେ ମୁଁ ମରିଯିବୁ ତୁ, ସିଆଇଡି ଦୟା ଭଳି ନାଟକରେ ତାଙ୍କର ଅଭିନୟ ବେଶ୍‌ ଉଚ୍ଚକୋଟୀର। ତେବେ ଅଭିନୟ ନୁହେଁ; ଡ୍ୟାନ୍ସ ତାଙ୍କର ପ୍ରଥମ ପ୍ରେମ। ଘର କେନ୍ଦ୍ରାପଡ଼ାରେ। ନା ନାଚରେ କୌଣସି ତାଲିମ ନେଇଛନ୍ତି ନା ବିଧିବଦ୍ଧ ଭାବରେ କାହାଠୁ ନାଚ ଶିଖିଛନ୍ତି। ମନକୁମନ ନାଚ ଆସିଛି ତାଙ୍କ ପାଖକୁ। ନାଚିବାର କଳାଟି ଭଗବାନ ତାଙ୍କୁ ଦେଇଛନ୍ତି ବୋଲି କହିଲେ ଆଦୌ ଭୁଲ ହେବନାହିଁ। ତାଙ୍କର ମଉସା ହେଉଛନ୍ତି ଯାତ୍ରା ପରିଚାଳକ ବଙ୍କିମ୍‌ ସ୍ବାଇଁ। ସେ ହିଁ ସାଗରକୁ ନେଇଆସିଲେ ଯାତ୍ରାକୁ। ୨୦୦୨ରେ ସାଗର ଆସି ଯୋଗଦେଲେ ‘ଯାତ୍ରା ତ୍ରିରଙ୍ଗା’ରେ। ଗୁରୁମାନଙ୍କଠୁ ନାଚ ଶିଖିଲେ। ଆଉ ଦିନକେଇଟା ପରେ ସେ ପାଲଟିଗଲେ ଜଣେ ଲିଡ୍‌ ଡ୍ୟାନ୍ସର। ଏବେ ସେ ନିଜକୁ ଆଣି ଏମିତି ଏକ ପର୍ଯ୍ୟାୟରେ ଠିଆ କରେଇଛନ୍ତି ଯେ, ଯାତ୍ରା ଆରମ୍ଭରୁ ରେକର୍ଡ ଡ୍ୟାନ୍ସ ହେଉ କି ନାଟକ ଭିତରର ସିକ୍ୱେନ୍ସ ଟ୍ରାକ୍‌ ସବୁଠି ଖୋଜାପଡୁଛି ତାଙ୍କୁ। ଯାତ୍ରା ତ୍ରିରଙ୍ଗା ପରେ କୋଣାର୍କ। ତା’ପରେ ଯାତ୍ରା ଇନ୍ଦ୍ରମହଲ। ଏବେ ଆସି ପହଞ୍ଚତ୍ଛନ୍ତି ‘ଯାତ୍ରା ସ୍ବପ୍ନମହଲ’ରେ। ଯାତ୍ରାରେ ସେ କେବଳ ଡ୍ୟାନ୍ସର ନୁହନ୍ତି; ଡ୍ୟାନ୍ସ ଶିଖେଇବା ଦାୟିତ୍ୱ ବି ରହିଛି ତାଙ୍କରି ଉପରେ। ଯାତ୍ରାରେ ଅଶ୍ଳୀଳତା ବଢୁଛି। ବିଶେଷକରି ରେକର୍ଡ ଡ୍ୟାନ୍ସ ଆଳରେ ନଗ୍ନତାକୁ ପ୍ରଶ୍ରୟ ଦିଆଯାଉଛି। ଏମିତି ଏକ ପ୍ରଶ୍ନରେ ସାଗର କହନ୍ତି : ଦର୍ଶକମାନଙ୍କ ଚାହିଦା ଅନୁଯାୟୀ ଆମେ ନୃତ୍ୟ ପ୍ରସ୍ତୁତ କରୁଛୁ। ଦର୍ଶକେ ଯେମିତି ଚାହୁଁଛନ୍ତି ଆମେ ଠିକ୍‌ ସେହିପରି ଡ୍ୟାନ୍ସ ଆଇଟମ୍‌ ପ୍ରସ୍ତୁତ କରୁଛୁ। ଗୋଟିଏ ଅନୁଭୂତି ମନେପକେଇ ସାଗର କହନ୍ତି : ଆମେ ଥରେ କିଛି ଭଲଗୀତକୁ ନେଇ କୋରିଓଗ୍ରାଫି କରିଥିଲୁ। ହେଲେ ଦୁଇତିନିଟା ଷ୍ଟେଜ୍‌ ପରେ ବନ୍ଦ କରିଦେବାକୁ ବାଧ୍ୟହେଲୁ। କାରଣ ଦର୍ଶକମାନେ ସେସବୁକୁ ଗ୍ରହଣ କଲେନାହିଁ। ସାଗର କହନ୍ତି, ଦର୍ଶକ ବଦଳିଲେ ରେକର୍ଡ ଡ୍ୟାନ୍ସ ନିଶ୍ଚୟ ବଦଳିବ। ସାଗରଙ୍କ ଧର୍ମପତ୍ନୀ ଟିକିଲି ଜଣେ ଅଭିନେତ୍ରୀ। ଉଭୟେ ଉଭୟଙ୍କ ପ୍ରେରଣା। ଯାତ୍ରାକୁ ନେଇ ତାଙ୍କର ସ୍ବପ୍ନ କ’ଣ ବୋଲି ପଚାରିଲେ ସାଗର କହନ୍ତି : ଯାତ୍ରା ଉଭୟ ନିଶା ଓ ପେସା ପାଲଟି ଯାଇଛି। ଯାତ୍ରାକୁ ଛାଡ଼ି ଅନ୍ୟ କୌଣସି ସ୍ବପ୍ନ ଦେଖିବା ସମ୍ଭବ ନୁହେଁ। ଯେତେଦିନ ପର୍ଯ୍ୟନ୍ତ ଦର୍ଶକ ଦେବତା ଚାହୁଁଥିବେ ସେତେଦିନ ପର୍ଯ୍ୟନ୍ତ ସେମାନଙ୍କ ସାମ୍ନାରେ ନୂଆ ନୂଆ ଡ୍ୟାନ୍ସ ଆଇଟମ୍‌ ପରିବେଷଣ କରୁଥିବି। ଆଉ ସେମାନଙ୍କ ମନକୁ ଆମୋଦିତ କରୁଥିବି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟ୍ରିନାଙ୍କୁ ମିଳିଲା ବଡ଼ ଅଫର୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ’ ଆଜିକାଲି ଚର୍ଚ୍ଚାରେ ରହିଛି। କିଛି ମାସ ପୂର୍ବରୁ ଦୀପିକା ପାଦୁକୋନ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ତୃପ୍ତି ଡିମରି…

ଦୁଃଖ ବଖାଣିଲେ ମାନୁଷୀ ଛିଲ୍ଲର: ମୋତେ ବି ୨ଥର….

ନିଟ୍‌ ପେପର ଲିକ ପ୍ରସଙ୍ଗ ବିରୋଧରେ ଚାଲିଥିବା ଛାତ୍ର ପ୍ରତିବାଦକୁ ଅଭିନେତ୍ରୀ ମାନୁଷୀ ଛିଲ୍ଲର ମଧ୍ୟ ସମର୍ଥନ କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏ ବିଷୟରେ…

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ମୋତେ ଚୁମ୍ବନ ଦେଇ… କରଣଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସାନଭି ତଲୱାର ଅଭିନେତା କରଣ କୁନ୍ଦ୍ରାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ‘ୟେ କହାନ ଆ ଗୟେ ହମ’ ଟିଭି ଶୋ’ର ଶୁଟିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri