Posted inଫୁରସତ

ପ୍ରଥମ ଦରମା ଟଙ୍କା ମାମୁଙ୍କୁ ଦେଇଥିଲି: ଫରେଷ୍ଟର ମେରିନା ଗିରି

ଖୋର୍ଦ୍ଧା ଜିଲାର ପାଇକ ତିଗିରିଆ ଗାଁରେ ମୋର ଜନ୍ମ। ୪ ଭଉଣୀ ମଧ୍ୟରୁ ମୁଁ ଥିଲି ଦ୍ୱିତୀୟ। ବାପା ଗାଡ଼ିଚାଳକ ଭାବେ କାମ କରି ଯାହା ଦୁଇ ପଇସା ରୋଜଗାର କରୁଥିଲେ ସେଥିରେ ଦୁଃଖେକଷ୍ଟେ ଆମ ପରିବାର ଚଳୁଥିଲା। ତେଣୁ ପିଲାଟିଦିନରୁ ମୋର ଗୋଟେ ଲକ୍ଷ୍ୟ ଥିଲା, ଭଲ ପାଠ ପଢ଼ିବି ଆଉ ଚାକିରି କରି ବାପାଙ୍କୁ ସାହାଯ୍ୟ କରିବି। ସେଥିପାଇଁ ପାଇକ ତିଗିରିଆ ଉଚ୍ଚ ବିଦ୍ୟାଳୟରୁ ୨୦୦୮ରେ ମାଟ୍ରିକ୍‌ ପାସ୍‌ କରି ପ୍ରାଣନାଥ କଲେଜରେ ଯୁକ୍ତ ୨ ବିଜ୍ଞାନ ପଢ଼ିଥିଲି। ତା’ପରେ ଉକ୍ତ କଲେଜରୁ କେମିଷ୍ଟ୍ରି ଅନର୍ସରେ ଯୁକ୍ତ ୩ ପାସ୍‌ କରି ପିଜି ପାଇଁ ଏଣ୍ଟ୍ରାନ୍ସ ଦେଲି। ରେଭେନ୍ସାରେ ପିଜି ପଢ଼ିବାକୁ ମୋର ସିଲେକ୍ସନ ବି ହେଲା। କିନ୍ତୁ ଘରଠାରୁ ଦୂର ହେବାରୁ ସେଠି ଆଡ୍‌ମିଶନ ନ କରି ଭୁବନେଶ୍ୱରରେ ବ୍ୟାଙ୍କିଙ୍ଗ୍‌ କୋଚିଂ ନେଲି। ପ୍ରତିଦିନ ଗାଁରୁ ଯା’ଆସ କରୁଥିଲି। କିଛିଦିନ କୋଚିଂ ନେବା ପରେ ଫରେଷ୍ଟର ପଦବୀ ପାଇଁ ବିଜ୍ଞାପନ ବାହାରିଲା। ଘରେ କାହାରିକୁ କିଛି ନ ଜଣାଇ ଲିଖିତ ପରୀକ୍ଷା ଦେଲି। ଲିଖିତ ପରୀକ୍ଷାରେ ଚୟନ ହେବା ପରେ ଘରେ ଜଣାଇଲି। ବାପା କହିଲେ ତୋତେ ଯାହା ଠିକ୍‌ ଲାଗୁଛି ତୁ କର। ସେତେବେଳେ ମୁଁ ଚିନ୍ତାକଲି ଯଦି ଏହି ଚାକିରିଟିକୁ ହାତଛଡ଼ା କରୁଛି ତା’ହେଲେ ବ୍ୟାଙ୍କ ଚାକିରି କେବେ ପାଇବି ତା’ର କୌଣସି ଗ୍ୟାରେଣ୍ଟି ନାହିଁ। ବରଂ ଏ ଚାକିରିରେ ଯୋଗଦେଇ ଘରକୁ କିଛି ସାହାଯ୍ୟ କରୁଥାଏ। ତେଣୁ ଲିଖିତ ପରୀକ୍ଷା ପରେ ଦୌଡ଼, ସାଇକେଲ୍‌ ଏବଂ ମୌଖିକ ପରୀକ୍ଷାରେ ବି ଉତ୍ତୀର୍ଣ୍ଣ ହୋଇ ୨୦୧୫ ମେ ୨୫ ତାରିଖରେ ଟାଙ୍ଗୀ ରେଞ୍ଜ୍‌ର ନାଚୁଣୀ ସେକ୍‌ସନ୍‌ରେ ଫରେଷ୍ଟର ଭାବେ ଯୋଗଦେଲି। ଚାକିରି ଯେହେତୁ କଣ୍ଟ୍ରାକ୍‌ଚୁଆଲ, ତେଣୁ ଦରମା ମାତ୍ର ୭୨୦୦ ଟଙ୍କା ମିଳିଲା। ଦରମା ପାଇବା ଦିନ ମୁଁ ବହୁତ ଖୁସି ହୋଇଥିଲି। ଆଉ ଟଙ୍କାକୁ ନେଇ ପ୍ରଥମେ ମୋ ବଡ଼ମାମୁଙ୍କ ହାତରେ ଦେଇଥିଲି। କାରଣ ବଡ଼ମାମୁ ହିଁ ମୋ ପଢ଼ା ପାଇଁ ବହୁତ ସାହାଯ୍ୟ କରିଥିଲେ। ମାମୁ ସେହି ଟଙ୍କାରେ ଠାକୁରଙ୍କ ପାଖେ ପୂଜା କରି ସମସ୍ତଙ୍କୁ ଭୋଗ ବାଣ୍ଟିଥିଲେ। ବାସ୍‌ ତା’ ପର ମାସରୁ ଯେଉଁ ଦରମା ପାଇଲି ତାକୁ ଘର ଚଳାଇବା ଓ ସାନ ଭଉଣୀମାନଙ୍କ ପାଠପଢ଼ା ପାଇଁ ପଠାଇ ଦେଉଥିଲି। ୟା’ ଭିତରେ ୪ବର୍ଷ ବିତିଗଲାଣି। ନାଚୁଣୀ ସେକ୍‌ସନ୍‌ରେ ବର୍ଷେ କାମ କରିବା ପରେ ନୟାଗଡ଼ ଜିଲା ରଣପୁର ରେଞ୍ଜ୍‌ର ବେତୁଲି ସେକ୍‌ସନ୍‌କୁ କିଛିଦିନ ପାଇଁ ବଦଳି ହୋଇ ଯାଇଥିଲି। ହେଲେ ଏବେ ଟାଙ୍ଗୀ ରେଞ୍ଜ୍‌ର ଟାଙ୍ଗୀ ସେକ୍‌ସନ୍‌ରେ ଫରେଷ୍ଟର ଭାବେ କାମ କରୁଛି। ମୋର ମନେ ପଡୁଛି ବେତୁଲିରେ ଯେତେବେଳେ ଥିଲି, ଦିନେ ଅପରାହ୍ନ ୪ଟା ବେଳେ ଜଙ୍ଗଲ ଭିତରେ ଆମେ କେତେଜଣ ଷ୍ଟାଫ୍‌ ପାଟ୍ରୋଲିଂ କରୁଥାଉ। ଏହି ସମୟରେ ଆମକୁ ଗଛ କାଟିବାର ଶବ୍ଦ ଶୁଭିଲା। ଶବ୍ଦକୁ ଅନୁକରଣ କରି ଜଙ୍ଗଲ ରାସ୍ତାରେ ପ୍ରାୟ ୮/୧୦ କି.ମି ଭିତରକୁ ଯିବା ପରେ କିଛି ଲୋକ ଗଛ କାଟୁଥିବାର ଦେଖିଲୁ। ଆମ ପାଟି ଶୁଣି ସେମାନେ ଗଛ କଟା ଛାଡି ଦୌଡି ପଳାଇଗଲେ। ସେତେବେଳକୁ ରାତି ୮ଟା ପାଖାପାଖି ହୋଇ ସାରିଥାଏ। ଫୋନ୍‌ର ନେଟ୍‌ଓ୍ବାର୍କ ବି କାମ କରୁ ନଥାଏ। ଅନ୍ଧାରରେ ବାହାରକୁ ବାହାରିବାର ରାସ୍ତା ବି ମିଳୁ ନଥାଏ। ସାଈ ବାବାଙ୍କ କୃପାରୁ ବହୁ କଷ୍ଟରେ ସେଦିନ ଆମେ ଫେରିବାର ରାସ୍ତା ପାଇଥିଲୁ। ଏ ଘଟଣା ମୋ ପାଇଁ ଏକ ଅଭୁଲା ସ୍ମୃତି। ଆଉ ଏ ଚାକିରି ମୋ ପାଇଁ ଗୋଟେ ଚାଲେଞ୍ଜ କହିଲେ ଚଳେ। ଜଙ୍ଗଲକୁ ସୁରକ୍ଷା ଦେବା ସହିତ ପରିବାର କଥା ବୁଝିବାର ଏହି ଯେଉଁ ଗୁରୁଦାୟିତ୍ୱ ମୋତେ ମିଳିଛି, ତାକୁ କିପରି ସୁଚାରୁରୂପେ ତୁଲାଇବି ସେହି ଚେଷ୍ଟାରେ ମୋର ଦିନ ବିତୁଛି। ତା’ ସହିତ ସିଭିଲ୍‌ ସର୍ଭିସ୍‌ ପାଇଁ ବି ଘରୋଇ ଭାବେ ପ୍ରସ୍ତୁତ ହେଉଛି। ମୋତେ ସବୁବେଳେ କିଛି ନା କିଛି ପଢ଼ିବାକୁ ଭଲ ଲାଗେ। ଖାସ୍‌କରି ଭାଗବତ ଗୀତା ଓ ଅବ୍‌ଦୁଲ କଲାମ୍‌ଙ୍କ ଜୀବନୀ ପଢ଼ିବା ମୋର ବେଶି ସଉକ।


Enter your email to get our daily news in your inbox.

All Right Reserved By Dharitri.Com

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri