Posted inଖେଳ

ପ୍ରଥମ ଟି୨୦ରେ ପାକିସ୍ତାନ ବିଜୟୀ

ଲାହୋର, ୨୪।୧- ଭ୍ରମଣକାରୀ ବାଂଲାଦେଶ ବିପକ୍ଷରେ ଶୁକ୍ରବାର ଏଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ପାକିସ୍ତାନ ୫ ଉଇକେଟ୍‌ରେ ଜିତିନେଇଛି। ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୧୪୨ ରନର ଲକ୍ଷ୍ୟକୁ ବାବର ଆଜାମଙ୍କ ନେତୃତ୍ୱାଧୀନ ପାକିସ୍ତାନ ୩ଟି ବଲ୍‌ ଓ ୫ ଉଇକେଟ୍‌ ସୁରକ୍ଷିତ ଥାଇ ହାସଲ କରିନେଇଛି। ଏହି ବିଜୟ ସହ ଘରୋଇ ପାକିସ୍ତାନ ୩ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ସିରିଜର ୨ୟ ମ୍ୟାଚ୍‌ ଶନିବାର ଏଠାରେ ଖେଳାଯିବ।
ସ୍ଥାନୟ ଗଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ୍‌ ହରାଇ ୧୪୧ ରନ କରିଥିଲା। ଦଳ ପକ୍ଷରୁ ଦୁଇ ଓପନର୍‌ ତମିମ୍‌ ଇକ୍‌ବାଲ (୩୯) ଓ ମହମ୍ମଦ ନଇମି (୪୩) ଭଲ ପ୍ରାରମ୍ଭ ଦେଇଥିଲେ। ତେବେ ମଧ୍ୟକ୍ରମରେ ଲିଟନ ଦାସ (୧୨), ଅଧିନାୟକ ମହମ୍ମଦୁଲ୍ଲା (୧୯), ସୌମ୍ୟ ସରକାର (୯) ପ୍ରମୁଖ ବିଫଳ ହୋଇଥିଲେ। ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି, ହାରିସ ରୌଫ୍‌ ଓ ଶାଦବ ଖଁା ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ। ଜବାବରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଭେଟେରାନ ବ୍ୟାଟ୍ସମ୍ୟାନ ସୋଏବ ମଲିକ (୫୮ ରନ, ୪୬ ବଲ, ୫ ଚୌକା)ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୧୯.୩ ଓଭରରେ ୫ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହଶାନ ଅଲି ୩୬, ମହମ୍ମଦ ହାଫିଜ ୧୭, ଇଫ୍‌ତିକାର ଅହମ୍ମଦ ୧୬ ରନ କରିଥିବାବେଳେ ଅଧିନାୟକ ଆଜମ ଖାତା ଖୋଲିପାରି ନ ଥିଲେ। କ୍ୟାରିୟରର ୮ମ ଟି୨୦ ଅର୍ଦ୍ଧଶତକ ହାସଲ କରିଥିବା ସୋଏବ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପରବର୍ତ୍ତୀ ୨ଟି ମ୍ୟାଚ୍‌ରୁ ଯଦି ଗୋଟିଏରେ ପାକିସ୍ତାନ ପରାସ୍ତ ହୁଏ ତେବେ ବିଶ୍ୱ ମାନ୍ୟତାର ଶୀର୍ଷ ସ୍ଥାନ ହରାଇବା।


Enter your email to get our daily news in your inbox.

All Right Reserved By Dharitri.Com

ଲିଷ୍ଟିଂ ପୂର୍ବରୁ ଶେୟାର ବଜାରରେ କମ୍ପନ: ଦେଶର ୨ୟ ମୂଲ୍ୟବାନ କମ୍ପାନୀ ହେବା ଦିଗରେ ଜିଓ ପ୍ଲାଟଫର୍ମସ! ଟାଟା-ଅଦାନୀଙ୍କୁ…

ନୂଆଦିଲ୍ଲୀ,୨୭।୧୦: ଭାରତୀୟ ପୁଞ୍ଜି ବଜାର (Stock Market) ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ ‘ଜିଓ ପ୍ଲାଟଫର୍ମସ ଲିମିଟେଡ’ (JPL)…

କେଭାଡ଼ିଆ ଗଲେ କୋରାପୁଟର ୫୦ ପ୍ରତିନିଧି

କୋରାପୁଟ,୨୭।୧୦(ଅମିତାଭ ବେହେରା): ଗୁଜରାଟର କେଭାଡିଆଠାରେ ଆସନ୍ତା ୩୦ ଓ ୩୧ ତାରିଖରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋରାପୁଟ ଜିଲାର…

ମାଡ଼ି ଆସୁଛି ବାତ୍ୟା: କଟକରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

କଟକ,୨୭।୧୦(ପ୍ରଭୁକଲ୍ୟାଣ ପାଲ୍‌): ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ। ଏହାର ପ୍ରଭାବରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା,…

କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି…

‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତ ରାମନାଗୁଡ଼ା ବ୍ଲକ ପ୍ରଶାସନ: ୧୪ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଗୁଣପୁର, ୨୭।୧୦(ସୁଜାତା ପାଢ଼ୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଜିଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ…

ବିକ୍ରି ହେବ ଏହି ବଡ଼ ବ୍ୟାଙ୍କ? ଆକାଉଣ୍ଟରେ ଟଙ୍କା ଥିଲେ ଗ୍ରାହକଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୨୭।୧୦: ଆଜିକାଲି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ଅଂଶଧନ କିଣିବା ଏବଂ ଅଧିଗ୍ରହଣ (Acquisition)କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ବନ୍ଧନ ବ୍ୟାଙ୍କ (Bandhan Bank)କୁ…

ପୁଣି ମା’ ହେବେ ଅନୁଷ୍କା! ଭିଡିଓ ଭାଇରାଲ ପରେ ବଢିଲା…

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ମା’ ହେବେ ବୋଲି ଗୁଜବ ଉଠିଛି। ଭାରତୀୟ କ୍ରିକେଟର୍‌ ତଥା ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇରେ ନଜର…

ଟି-୨୦ ନୂଆ ଇତିହାସ ଲେଖିଲା ଭାରତ: ଭାଙ୍ଗିଲା ଅନେକ ରେକର୍ଡ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଓପନର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?