Posted inଖେଳ

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ’ର ଇନିଂସ ବିଜୟ

ବେଲ୍‌ଗାଭି, ୨୮।୫- ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଏଠାରେ ଖେଳାଯାଇଥିବା ପ୍ରଥମ ଅନ୍‌ଅଫିସିଆଲି ଟେଷ୍ଟ ମ୍ୟାଚ୍‌କୁ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳ ଏକ ଇନିଂସ ଓ ୨୦୫ ରନର ବୃହତ୍‌ ବ୍ୟବଧାନରେ ଜିତିନେଇଛି। ମ୍ୟାଚ୍‌ର ୩ୟ ଦିବସରେ ସୋମବାର ମୋଟ୍‌ ୧୬ ଉଇକେଟ୍‌ ଦଖଲ କରି ଭାରତ-ଏ ଏହି ମ୍ୟାଚ୍‌ରେ ଏକପାଖିଆ ଭାବେ ବିଜୟ ଲାଭ କରିଛି।
ପ୍ରଥମ ଇନିଂସ ସ୍କୋର ୬୨୨/୫ ରନର ଜବାବରେ ଶ୍ରୀଲଙ୍କା-ଏ ପ୍ରଥମ ଇନିଂସ ଆରମ୍ଭ କରି ରବିବାର ୨ୟ ଦିବସ ସୁଦ୍ଧା ୪ ଉଇକେଟ୍‌ ୮୩ ରନ କରିଥିଲା। ସୋମବାର ନିରୋଶାନ ଡିକ୍‌ଓ୍ବେଲାଙ୍କ ଶତକ ବଳରେ ଶ୍ରୀଲଙ୍କା-ଏ ପ୍ରଥମ ଇନିଂସରେ ୨୩୨ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଡିକ୍‌ଓ୍ବେଲା ଦଳ ପକ୍ଷରୁ ସର୍ବାଧିକ ୧୦୩ ରନ କରିଥିବାବେଳେ ଅଧିନାୟକ ଅଶନ ପ୍ରିୟଞ୍ଜନ (୪୯) ଓ ସଦିରା ସମରବିକ୍ରମା (୩୧) ଉପଯୋଗୀ ଇନିଂସ ଖେଳିଥିଲେ। ଘରୋଇ ଦଳ ପକ୍ଷରୁ ଲେଗ୍‌-ସ୍ପିନର ରାହୁଲ ଚହର ୪ ଏବଂ ସନ୍ଦୀପ ଓ୍ବାରିୟର, ଶିଭମ ଦୁବେ ଓ ଜୟନ୍ତ ଯାଦବ ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ୩୯୦ ରନ ପଛରେ ଥାଇ ଫଲୋଅନ୍‌ ଡାକରା ପାଇଥିବା ଶ୍ରୀଲଙ୍କା-ଏ ଦ୍ୱିତୀୟ ଇନିଂସରେ ମଧ୍ୟ ଅନରୂପଭାବେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରି ୧୮୫ ରନରେ ସୀମିତ ରହିଥିଲା। ଫଳରେ ଗୋଟିଏ ଦିନରେ ଶ୍ରୀଲଙ୍କା-ଏ ୨ଥର ଅଲ୍‌ଆଉଟ୍‌ ହୋଇଯାଇଥିଲା। ସମରବିକ୍ରମା ୪୮, ପ୍ରିୟଞ୍ଜନ ୩୯ ଓ ଡିକ୍‌ଓ୍ବେଲା ୨୭ ରନ କରିଥିଲେ। ପ୍ରଥମ ଇନିଂସ ଭଳି ରାହୁଲ ଚହରଙ୍କୁ ୪ଟି ଉଇକେଟ୍‌ ମିଳିଥିଲା। ମ୍ୟାଚ୍‌ରେ ସେ ମୋଟ୍‌ ୧୨୩ ରନରେ ୮ଟି ଉଇକେଟ୍‌ ନେଇଥିଲେ। ଦ୍ୱିଶତକୀୟ ଇନିଂସ ଲାଗି ଭାରତ-ଏ’ର ଅଭିମନ୍ୟୁ ଈଶ୍ୱରନ (୨୩୩) ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ହାସଲ କରିଥିଲେ। ଦୁଇ ଦଳ ମଧ୍ୟରେ ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ ଆସନ୍ତା ୩୧ରୁ ହୁବୁଳିର ନେହେରୁ ଷ୍ଟାଡିୟମରେ ଆରମ୍ଭ ହେବ।
ସଂକ୍ଷିପ୍ତ ସ୍କୋର:
ଭାରତ-ଏ ପ୍ରଥମ ଇନିଂସ: ୬୨୨/୫, ୧୪୨ ଓଭର (ପ୍ରିୟଙ୍କ ପଞ୍ଚଲ ୧୬୦, ଈଶ୍ୱରନ ୨୩୩, ଅନମୋଲପ୍ରୀତ୍‌ ସିଂ ୧୧୬*, ବିଶ୍ୱ ଫର୍ନାଣ୍ଡୋ ୨/୮୩)।
ଶ୍ରୀଲଙ୍କା-ଏ ପ୍ରଥମ ଇନିଂସ: ୨୩୨/୧୦, ୬୩.୪ ଓଭର (ଡିକ୍‌ଓ୍ବେଲା ୧୦୩, ପ୍ରିୟଞ୍ଜନ ୪୯, ଚହର ୪/୭୮)।
ଶ୍ରୀଲଙ୍କା-ଏ ୨ୟ ଇନିଂସ: ୧୮୫/୧୦, ୫୨.୩ ଓଭର (ସମରବିକ୍ରମା ୪୮, ପ୍ରିୟଞ୍ଜନ ୩୯, ଚହର ୪/୪୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri