ପ୍ରଥମଥର ପାଇଁ ଆସିଲା ସ୍ବତନ୍ତ୍ର ପୋଷଣ ବଜେଟ

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି। ଏହି ବଜେଟରେ ସରକାର ପୋଷଣକୁ ପ୍ରାଧାନ୍ୟ ଦେଇଛନ୍ତି। ଉପଯୁକ୍ତ ପୋଷଣ ଯେ କୌଣସି ରାଜ୍ୟର ଶିଶୁ ଓ ମାତୃଶକ୍ତି ସୁଦୃଢ କରିଥାଏ। ତେଣୁ ପ୍ରଥମଥର ସରକାର ସ୍ବତନ୍ତ୍ର ପୋଷଣ ବଜେଟ ଉପସ୍ଥାପନ କରିଛନ୍ତି। ଭାରତବର୍ଷରେ ଏହା ଅନ୍ୟ କୌଣସି ରାଜ୍ୟରେ ପୂର୍ବରୁ ଦେଖାଯାଇନାହିଁ। ରାଜ୍ୟର ଆବଶ୍ୟକତା ଅନୁଯାୟୀ ପୋଷଣ ସମ୍ପର୍କିତ ବ୍ୟୟବରାଦର ଉପଯୁକ୍ତ ବିନିଯୋଗ ଏହାର ମୂଳଲକ୍ଷ୍ୟ ବୋଲି କୁହାଯାଇଛି। ନିରନ୍ତର ବିକାଶ ହାସଲ ଦିଗରେ ଏହି ପୋଷଣ ବଜେଟ ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କ୍ଷୁଧାଜନିତ ସମସ୍ୟାକୁ ହ୍ରାସ କରିବାରେ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ନ୍ୟୁଟ୍ରିଶନ୍‌ ସ୍ପେସିଫିକ୍‌(ପୋଷଣ ସ୍ବତନ୍ତ୍ର) କାର୍ଯ୍ୟକ୍ରମରେ ୧୨ ଯୋଜନା ଏବଂ ନ୍ୟୁଟ୍ରିଶନ୍‌ ସେନ୍ସିଟିଭ(ପୋଷଣ ସମ୍ବେଦନଶୀଳ) କାର୍ଯ୍ୟକ୍ରମରେ ୮୪ ଯୋଜନାକୁ ଚିହ୍ନଟ କରାଯାଇଛି।
ନ୍ୟୁଟ୍ରିଶନ୍‌ ସ୍ପେସିଫିକ୍‌ କାର୍ଯ୍ୟକ୍ରମ ଅଧୀନରେ ୫୨୧୦୨୮.୭୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ୧୦୪୦୭୦.୬୪ ଲକ୍ଷ ଟଙ୍କା, ସ୍କୁଲ ଓ ଗଣଶିକ୍ଷା ୮୬୩୫୦ ଲକ୍ଷ ଏବଂ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପାଇଁ ୩୩୦୬୦୮.୦୬ ଲକ୍ଷ ଟଙ୍କାର ବ୍ୟୟବରାଦ ରଖାଯାଇଛି। ନ୍ୟୁଟ୍ରିଶନ୍‌ ସେନ୍ସିଟିଭରେ ୨୮୯୬୪୦୬.୪୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଛି। ତନ୍ମଧ୍ୟରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପାଇଁ ୪୧୬୨୦୬ ଲକ୍ଷ, ସ୍କୁଲ ଓ ଗଣଶିକ୍ଷା ୪୦୧୧୩.୭୫ ଲକ୍ଷ, ଏସ୍‌ସି,ଏସ୍‌ଟି ଉନ୍ନୟନ ୪୧୦୫.୨୮ ଲକ୍ଷ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୫୩୬୯୦.୭୪ ଲକ୍ଷ, ଗୃହ ଓ ନଗର ଉନ୍ନୟନ ବିଭାଗକୁ ୩୯୧୦୨୫.୦୯ ଲକ୍ଷ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିଭଳି ପଞ୍ଚାୟତିରାଜ ଓ ପାନୀୟ ଜଳ ୩୫୧୯ ଲକ୍ଷ, କୃଷି ଓ କୃଷକ ସଶକ୍ତୀକରଣ ୮୦୯୭୨୪.୧୪ ଲକ୍ଷ ଟଙ୍କା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ୩୩୨୫୧୮ ଲକ୍ଷ, ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ୨୬୧୩୬୬.୯୫ ଲକ୍ଷ, ଏମ୍‌ଏସ୍‌ଏମ୍‌ଇ ୬୦୫୪.୭୩ ଲକ୍ଷ ଏବଂ ଏସ୍‌ଏସ୍‌ପିଇଡି ବିଭାଗକୁ ୫୭୦୫୪.୦୯ ଲକ୍ଷ ଟଙ୍କା ଦିଆଯିବ।
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଏହି ପୋଷଣ ସମ୍ପର୍କିତ କାର୍ଯ୍ୟକ୍ରମ ମନିଂଟରିଂ କରାଯିବ। ଏହି ବିଭାଗ ବ୍ୟତୀତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଏସ୍‌ସି,ଏସ୍‌ଟି,ଓବିସି ଏବଂ ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମଧ୍ୟ ସକ୍ରିୟଭାବେ ପୋଷଣ ସମ୍ପର୍କିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବ। ଏହି ସବୁ ସରକାରୀ ବିଭାଗକୁ ଛାଡିଦେଲେ ସିଭିଲ ସୋସାଇଟି, ଗଣମାଧ୍ୟମ, ୟୁନିସେଫ, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପୋଷଣ ସମ୍ପର୍କିତ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବେ। ଏହାକୁ ତଦାରଖ କରିବା ପାଇଁ ଷ୍ଟେଟ୍‌ ମିଶନ୍‌ ଷ୍ଟିଅରିଂ ଗ୍ରୁପ୍‌ କମ୍‌ ନ୍ୟୁଟ୍ରିଶନ୍‌ କାଉନସିଲ୍‌, ଷ୍ଟେଟ ଏମ୍ପପାୱାରଡ୍‌ ପ୍ରୋଗାମ କମିଟି, ଷ୍ଟେଟ୍‌ ଲେବଲ୍‌ ମନିଟରିଂ ଆଣ୍ଡ ରିଭାଇଜ୍‌ କମିଟି, ଡିଷ୍ଟ୍ରିକ୍ଟ ଆଣ୍ଡ ବ୍ଲକ ଲେଭଲ ମନିଟରିଂ ଏବଂ ରିଭାଇଜ୍‌ କମିଟି କାର୍ଯ୍ୟ କରିବ। ପୋଷଣ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଅନୁମୋଦନ, ଗଠନଧର୍ମୀ ପ୍ରସ୍ତାବ, ନୀତିଗତ ଆଲୋଚନା ହିଁ ଏହି ଫୋରମର ମୁଖ୍ୟ କାର୍ଯ୍ୟ ହେବ। ମୋଟ ୬ ପର୍ଯ୍ୟାୟ ଦେଇ ଏହି ସ୍ବତନ୍ତ୍ର ବଜେଟ ପ୍ରସ୍ତୁତ କରାଯାଇଛି। ସର୍ବପ୍ରଥମେ ପୋଷଣ ସମ୍ପର୍କିତ ବିଭାଗଗୁଡିକର ସମୀକ୍ଷା କରାଯାଇଥିଲା। ଏହା ପରେ ଉଭୟ ସ୍ପେସିଫିକ୍‌ ଏବଂ ସେନ୍ସିଟିଭ କାର୍ଯ୍ୟକ୍ରମରେ ଯୋଜନାଗୁଡିକର ଚିହ୍ନଟ କରାଯାଇଥିଲା। ଏସବୁ ପରେ ପ୍ରସ୍ତାବିତ ବ୍ୟୟଅଟକଳ ଅନୁଯାୟୀ ଅର୍ଥ ବରାଦ କରାଗଲା। ପ୍ରତି ଯୋଜନାକୁ ନ୍ୟୁଟ୍ରିଶନ୍‌ ସ୍ପେସିଫିକ୍‌ ଏବଂ ନ୍ୟୁଟ୍ରିସନ୍‌ ସେନ୍ସିଟିଭଭାବେ ବର୍ଗୀକୃତ କରାଯାଇଛି। ଏହି ସମସ୍ତ ବର୍ଗୀକରଣକୁ ଆହୁରି ସୁଦୃଢ଼ ଏବଂ ସୁନିଶ୍ଚିତ କରାଗଲା। ସର୍ବଶେଷରେ ୨୦୧୮-୧୯ ଆର୍ଥିକ ବର୍ଷ ସହ ୨୦୨୦-୨୧ର ତୁଳନାତ୍ମକ ଚିତ୍ର ପ୍ରଦାନ କରାଯାଇ ବ୍ୟୟବରାଦ କରାଗଲା। ସମ୍ବେଦନଶୀଳ ପୋଷଣ କାର୍ଯ୍ୟକ୍ରମରେ ପ୍ରାୟ ୮୪ ପ୍ରତିଶତ ଏବଂ ସ୍ବତନ୍ତ୍ର ପୋଷଣ କାର୍ଯ୍ୟକ୍ରମରେ ୧୪ ପ୍ରତିଶତ ବ୍ୟୟ ଅଟକଳ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

କନ୍ୟା ରାଶିରେ ସୂର୍ଯ୍ୟଙ୍କ ଏଣ୍ଟ୍ରି: ମାସେ ଯାଏ ୫ ରାଶିଙ୍କୁ ଫାଇଦା ହିଁ ଫାଇଦା, ମାଲାମାଲ ହେବେ…

ନବଗ୍ରହଙ୍କ ମଧ୍ୟରେ ରାଜାର ପଦବୀ ପାଇଥିବା ସୂର୍ଯ୍ୟଦେବ ୧୭ ସେପ୍ଟେମ୍ୱରରେ ନିଜର ମିତ୍ର ଗ୍ରହ ବୁଧଙ୍କ ରାଶି କନ୍ୟାରେ ପ୍ରବେଶ କରିସାରିଛନ୍ତି। ସେ ୧୭ ଅକ୍ଟୋବର ୨୦୨୬…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ସେପ୍ଟେମ୍ୱର ଶେଷ ସପ୍ତାହରେ ଗୋଟିଏ ଦିନ ଖୋଲା ରହିବ ବ୍ୟାଙ୍କ୍‌, ଜରୁରୀ କାମ ଥିଲେ…

ନୂଆଦିଲ୍ଲୀ,୨୦।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI)ର ଛୁଟି ତାଲିକା (ହଲିଡେ କ୍ୟାଲେଣ୍ଡର) ଦେଖିଲେ ମନେହେଉଛି ଯେ ଆସନ୍ତା ସପ୍ତାହରେ ବ୍ୟାଙ୍କ କେବଳ ଗୋଟିଏ ଦିନ ହିଁ…

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?