ପ୍ରଥମଥର ପାଇଁ ଆସିଲା ସ୍ବତନ୍ତ୍ର ପୋଷଣ ବଜେଟ

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି। ଏହି ବଜେଟରେ ସରକାର ପୋଷଣକୁ ପ୍ରାଧାନ୍ୟ ଦେଇଛନ୍ତି। ଉପଯୁକ୍ତ ପୋଷଣ ଯେ କୌଣସି ରାଜ୍ୟର ଶିଶୁ ଓ ମାତୃଶକ୍ତି ସୁଦୃଢ କରିଥାଏ। ତେଣୁ ପ୍ରଥମଥର ସରକାର ସ୍ବତନ୍ତ୍ର ପୋଷଣ ବଜେଟ ଉପସ୍ଥାପନ କରିଛନ୍ତି। ଭାରତବର୍ଷରେ ଏହା ଅନ୍ୟ କୌଣସି ରାଜ୍ୟରେ ପୂର୍ବରୁ ଦେଖାଯାଇନାହିଁ। ରାଜ୍ୟର ଆବଶ୍ୟକତା ଅନୁଯାୟୀ ପୋଷଣ ସମ୍ପର୍କିତ ବ୍ୟୟବରାଦର ଉପଯୁକ୍ତ ବିନିଯୋଗ ଏହାର ମୂଳଲକ୍ଷ୍ୟ ବୋଲି କୁହାଯାଇଛି। ନିରନ୍ତର ବିକାଶ ହାସଲ ଦିଗରେ ଏହି ପୋଷଣ ବଜେଟ ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କ୍ଷୁଧାଜନିତ ସମସ୍ୟାକୁ ହ୍ରାସ କରିବାରେ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ନ୍ୟୁଟ୍ରିଶନ୍‌ ସ୍ପେସିଫିକ୍‌(ପୋଷଣ ସ୍ବତନ୍ତ୍ର) କାର୍ଯ୍ୟକ୍ରମରେ ୧୨ ଯୋଜନା ଏବଂ ନ୍ୟୁଟ୍ରିଶନ୍‌ ସେନ୍ସିଟିଭ(ପୋଷଣ ସମ୍ବେଦନଶୀଳ) କାର୍ଯ୍ୟକ୍ରମରେ ୮୪ ଯୋଜନାକୁ ଚିହ୍ନଟ କରାଯାଇଛି।
ନ୍ୟୁଟ୍ରିଶନ୍‌ ସ୍ପେସିଫିକ୍‌ କାର୍ଯ୍ୟକ୍ରମ ଅଧୀନରେ ୫୨୧୦୨୮.୭୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ୧୦୪୦୭୦.୬୪ ଲକ୍ଷ ଟଙ୍କା, ସ୍କୁଲ ଓ ଗଣଶିକ୍ଷା ୮୬୩୫୦ ଲକ୍ଷ ଏବଂ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପାଇଁ ୩୩୦୬୦୮.୦୬ ଲକ୍ଷ ଟଙ୍କାର ବ୍ୟୟବରାଦ ରଖାଯାଇଛି। ନ୍ୟୁଟ୍ରିଶନ୍‌ ସେନ୍ସିଟିଭରେ ୨୮୯୬୪୦୬.୪୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଛି। ତନ୍ମଧ୍ୟରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପାଇଁ ୪୧୬୨୦୬ ଲକ୍ଷ, ସ୍କୁଲ ଓ ଗଣଶିକ୍ଷା ୪୦୧୧୩.୭୫ ଲକ୍ଷ, ଏସ୍‌ସି,ଏସ୍‌ଟି ଉନ୍ନୟନ ୪୧୦୫.୨୮ ଲକ୍ଷ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୫୩୬୯୦.୭୪ ଲକ୍ଷ, ଗୃହ ଓ ନଗର ଉନ୍ନୟନ ବିଭାଗକୁ ୩୯୧୦୨୫.୦୯ ଲକ୍ଷ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିଭଳି ପଞ୍ଚାୟତିରାଜ ଓ ପାନୀୟ ଜଳ ୩୫୧୯ ଲକ୍ଷ, କୃଷି ଓ କୃଷକ ସଶକ୍ତୀକରଣ ୮୦୯୭୨୪.୧୪ ଲକ୍ଷ ଟଙ୍କା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ୩୩୨୫୧୮ ଲକ୍ଷ, ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ୨୬୧୩୬୬.୯୫ ଲକ୍ଷ, ଏମ୍‌ଏସ୍‌ଏମ୍‌ଇ ୬୦୫୪.୭୩ ଲକ୍ଷ ଏବଂ ଏସ୍‌ଏସ୍‌ପିଇଡି ବିଭାଗକୁ ୫୭୦୫୪.୦୯ ଲକ୍ଷ ଟଙ୍କା ଦିଆଯିବ।
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଏହି ପୋଷଣ ସମ୍ପର୍କିତ କାର୍ଯ୍ୟକ୍ରମ ମନିଂଟରିଂ କରାଯିବ। ଏହି ବିଭାଗ ବ୍ୟତୀତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଏସ୍‌ସି,ଏସ୍‌ଟି,ଓବିସି ଏବଂ ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମଧ୍ୟ ସକ୍ରିୟଭାବେ ପୋଷଣ ସମ୍ପର୍କିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବ। ଏହି ସବୁ ସରକାରୀ ବିଭାଗକୁ ଛାଡିଦେଲେ ସିଭିଲ ସୋସାଇଟି, ଗଣମାଧ୍ୟମ, ୟୁନିସେଫ, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପୋଷଣ ସମ୍ପର୍କିତ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବେ। ଏହାକୁ ତଦାରଖ କରିବା ପାଇଁ ଷ୍ଟେଟ୍‌ ମିଶନ୍‌ ଷ୍ଟିଅରିଂ ଗ୍ରୁପ୍‌ କମ୍‌ ନ୍ୟୁଟ୍ରିଶନ୍‌ କାଉନସିଲ୍‌, ଷ୍ଟେଟ ଏମ୍ପପାୱାରଡ୍‌ ପ୍ରୋଗାମ କମିଟି, ଷ୍ଟେଟ୍‌ ଲେବଲ୍‌ ମନିଟରିଂ ଆଣ୍ଡ ରିଭାଇଜ୍‌ କମିଟି, ଡିଷ୍ଟ୍ରିକ୍ଟ ଆଣ୍ଡ ବ୍ଲକ ଲେଭଲ ମନିଟରିଂ ଏବଂ ରିଭାଇଜ୍‌ କମିଟି କାର୍ଯ୍ୟ କରିବ। ପୋଷଣ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଅନୁମୋଦନ, ଗଠନଧର୍ମୀ ପ୍ରସ୍ତାବ, ନୀତିଗତ ଆଲୋଚନା ହିଁ ଏହି ଫୋରମର ମୁଖ୍ୟ କାର୍ଯ୍ୟ ହେବ। ମୋଟ ୬ ପର୍ଯ୍ୟାୟ ଦେଇ ଏହି ସ୍ବତନ୍ତ୍ର ବଜେଟ ପ୍ରସ୍ତୁତ କରାଯାଇଛି। ସର୍ବପ୍ରଥମେ ପୋଷଣ ସମ୍ପର୍କିତ ବିଭାଗଗୁଡିକର ସମୀକ୍ଷା କରାଯାଇଥିଲା। ଏହା ପରେ ଉଭୟ ସ୍ପେସିଫିକ୍‌ ଏବଂ ସେନ୍ସିଟିଭ କାର୍ଯ୍ୟକ୍ରମରେ ଯୋଜନାଗୁଡିକର ଚିହ୍ନଟ କରାଯାଇଥିଲା। ଏସବୁ ପରେ ପ୍ରସ୍ତାବିତ ବ୍ୟୟଅଟକଳ ଅନୁଯାୟୀ ଅର୍ଥ ବରାଦ କରାଗଲା। ପ୍ରତି ଯୋଜନାକୁ ନ୍ୟୁଟ୍ରିଶନ୍‌ ସ୍ପେସିଫିକ୍‌ ଏବଂ ନ୍ୟୁଟ୍ରିସନ୍‌ ସେନ୍ସିଟିଭଭାବେ ବର୍ଗୀକୃତ କରାଯାଇଛି। ଏହି ସମସ୍ତ ବର୍ଗୀକରଣକୁ ଆହୁରି ସୁଦୃଢ଼ ଏବଂ ସୁନିଶ୍ଚିତ କରାଗଲା। ସର୍ବଶେଷରେ ୨୦୧୮-୧୯ ଆର୍ଥିକ ବର୍ଷ ସହ ୨୦୨୦-୨୧ର ତୁଳନାତ୍ମକ ଚିତ୍ର ପ୍ରଦାନ କରାଯାଇ ବ୍ୟୟବରାଦ କରାଗଲା। ସମ୍ବେଦନଶୀଳ ପୋଷଣ କାର୍ଯ୍ୟକ୍ରମରେ ପ୍ରାୟ ୮୪ ପ୍ରତିଶତ ଏବଂ ସ୍ବତନ୍ତ୍ର ପୋଷଣ କାର୍ଯ୍ୟକ୍ରମରେ ୧୪ ପ୍ରତିଶତ ବ୍ୟୟ ଅଟକଳ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri