ପ୍ରତିଭା ବଳରେ ପରିଚୟ ସୃଷ୍ଟି କର: ରାଜ୍ୟପାଳ

ଜଗତ୍‌ସିଂହପୁର ଅଫିସ/ନାଉଗଁା,୨୫ା୧୨(ସ୍ବ.ପ୍ର.): ଓଡ଼ିଶା ମାଟି ହେଉଛି ସ୍ବତନ୍ତ୍ର। ଏହି ମାଟିରେ ଗୋପବନ୍ଧୁ ଦାସ, ବକ୍ସି ଜଗବନ୍ଧୁଙ୍କ ଭଳି ଅନେକ ମହାତ୍ମାଙ୍କ ଜନ୍ମ ହୋଇଛି। ଗୋପବନ୍ଧୁ, ବକ୍ସି ଜଗବନ୍ଧୁ ନିଜର ପ୍ରତିଭା ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତେଣୁ ପିଲାମାନେ ସେମାନଙ୍କ ପଦାଙ୍କ ଅନୁସରଣ କରିବା ଉଚିତ। ନୈତିକ, ଆଦର୍ଶଗତ ଓ ବୌଦ୍ଧିକ ଶିକ୍ଷା ଲାଭ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଆବଶ୍ୟକ। ମଙ୍ଗଳବାର ନାଉଗାଁ ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ସରସ୍ବତୀ ଶିଶୁ ମନ୍ଦିରର ରଜତ ଜୟନ୍ତୀ ସମାରୋହ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଏହି ପରାମର୍ଶ ଦେଇଛନ୍ତି।
ସେ କହିଥିଲେ, ଫୁଲ କେବେ ଛୁଆଁ, ଅଛୁଆଁ, ଭେଦ, ଭାବ ଜାଣେନା। ସେସବୁରୁ ଊର୍ଦ୍ଧ୍ୱରେ ରହି ନିଜକୁ ବିକଶିତ କରିଥାଏ। ଠିକ ଫୁଲ ପରି ନିଜକୁ ବିକଶିତ କରି ପ୍ରତିଭା ଓ ଜ୍ଞାନ ରୂପକ ସୁଗନ୍ଧରେ ଦୁନିଆଁକୁ ବିମୋହିତ କରିପାରିଲେ ବାସ୍ତବ ଲକ୍ଷ୍ୟପୂରଣ ହୋଇପାରିବ। ମୁଖ୍ୟବକ୍ତା ଅନ୍ତର୍ଜାତୀୟ କ୍ରୀୟା ଯୋଗ ଗୁରୁ ପରମହଂସ ପ୍ରଜ୍ଞାନ ନନ୍ଦଜୀ ଯୋଗଦେଇ କହିଥିଲେ, ଆମ ଦେଶରେ ନୈତିକତା ଶିକ୍ଷାର ଅଭାବ ପରିଲକ୍ଷିତ ହେଉଛି। ଯଦ୍ଦ୍ବାରା ପିଲାମାନେ ପ୍ରକୃତ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଏହାଦ୍ୱାରା ଉତ୍ତର ଚରିତ୍ର ଗଠନରେ ବାଧା ସୃଷ୍ଟି ହେଉଛି। ଶିଶୁର ଆଧ୍ୟାତ୍ମିକ ଚରିତ୍ର ଗଠନ ହୋଇପାରିଲେ ସମାଜ ସମୃଦ୍ଧ ହେବ ବୋଲି କହିଥିଲେ। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଚ୍ଚ ଅଭିଳାସ ପୂରଣ ପାଇଁ ଉତ୍ତମ ଚରିତ୍ର ଗଠନର ଆବଶ୍ୟକତା ଥିବା ସ୍ପଷ୍ଟ କରିଥିଲେ। ଏମ୍‌ପି ରାଜଶ୍ରୀ ମଲ୍ଲିକ କଠିନ ପରିଶ୍ରମ ଦ୍ୱାରା ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସୁସ୍ଥ ମାନବ ସମ୍ବଳ ସୃଷ୍ଟି କରିପାରିଲେ ସମାଜ ସମୃଦ୍ଧ ହୋଇପାରିବ ବୋଲି କହିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ହଟକିଶୋର ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଦୁଃଶାସନ ଜେନା ଅତିଥି ପରିଚୟ ଓ ପ୍ରଧାନ ଆଚାର୍ଯ୍ୟ ବାବୁରାମ ବାରିକ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ତଥା ଓଡ଼ିଶା ସାଧୁ ସନ୍ଥ ସମାଜର ସଭାପତି ମହନ୍ତ ଚିନ୍ତାମଣୀ ପର୍ବତ ଗୋସ୍ବାମୀ, ବିଦ୍ୟାଳୟ ପ୍ରଥମ ପ୍ରଧାନ ଆଚାର୍ଯ୍ୟ ଗୁରୁ ଚରଣ ବିଶ୍ୱାଳ, ବେଣୁଧର ବିଶ୍ୱାଳ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରଚାରକ ରମାକାନ୍ତ ମହନ୍ତ, ଶହୀଦ ପ୍ରସନ୍ନ ସାହୁ ଓ ମୀନା ରାଣି ସାହୁ ପ୍ରମୁଖଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ରାଜ୍ୟପାଳ ଉକ୍ତ ବିଦ୍ୟାଳୟକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri