ପ୍ରକାଶ ପାଇଲା ହରିୟାଣା କଂଗ୍ରେସର ଘୋଷଣା ପତ୍ର

ଚଣ୍ଡିଗଡ଼,୧୧।୧୦: ହରିୟାଣା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଶୁକ୍ରବାର ଘୋଷଣା ପତ୍ର ପ୍ରକାଶ ପାଇଛି। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ଓ ପ୍ରଦେଶ ଅଧ୍ୟକ୍ଷ ଶୈଲଜା କୁମାରୀ ଏହି ସଙ୍କଳ୍ପ ପତ୍ରକୁ ଜାରି କରିଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ୨୪ଘଣ୍ଟା ଭିତରେ କୃଷକଙ୍କ ଋଣ ଛାଡ଼ କରାଯିବା ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହ ଦୁଇ ଏକର ଜମି ଥିବା କୃଷକଙ୍କୁ ମାଗଣାରେ ବିଜୁଳି ଯୋଗାଇଦେବା ସହ ଫସଲ ବୀମାର ଗୋଟିଏ କିସ୍ତି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ଯେପରି ମରୁଡି ଓ ବନ୍ୟାରେ ଫସଲ ଖରାପ ହେଲେ ପ୍ରତି ଏକର ପିଛା ୧୨ହଜାର ଟଙ୍କା କ୍ଷତିପୂରଣ ଦିଆଯିବ। କେବଳ ସେତିକି ନୁହେଁ ମହିଳାଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରାଯାଇଛି। ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ମହିଳାଙ୍କୁ ରୋଷେଇ ଖର୍ଚ୍ଚ ବାବଦରେ ମାସକୁ ୨ହଜାର ଟଙ୍କା ଦିଆଯିବ। ଏଥିସହ ସରକାରୀ ଚାକିରୀ କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩ପ୍ରତିଶତ ଓ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। ତେବେ କଂଗ୍ରେସର ଏହି ଘୋଷଣା ପତ୍ର ସାଧାରଣ ଜନତାଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଏମିତି ରାଗ ଯେ ଛାତ୍ରଙ୍କୁ ବିଛୁଆତିରେ ମାଡ଼ ମାରି ପ୍ୟାଣ୍ଟରେ ପୁରାଇ ଦେଇଥିଲେ, ଚାକିରିରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ 

କଳିଙ୍ଗନଗର,୨୧।୪(ଶୁଭାଶିଷ ରାଉତ): ଶିକ୍ଷାର ମନ୍ଦିରରେ ଗୁରୁଙ୍କ ଅମାନବୀୟ କାଣ୍ଡ। କୋମଳମତି ପିଲାଙ୍କୁ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯାତନା ଦେଇଥିବା ଅଭିଯୋଗରେ…

ବାରିପଦାର ନିଖୋଜ ଶିକ୍ଷୟିତ୍ରୀ ବାଲେଶ୍ବରରୁ ଉଦ୍ଧାର, ଜନଗଣନା କାର୍ଯ୍ୟ ଚାପରେ…

ବାରିପଦା,୨୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳ ଢେଙ୍କିନେଞ୍ଜିଆ ୟୁପିଟିଓ ସ୍କୁଲର ଜନଗଣନା କାର୍ଯ୍ୟରେ ନିୟୋଜିତ ଥିବା ଶିକ୍ଷୟିତ୍ରୀ ନିଖୋଜ ଘଟଣା ।…

‘ପୁରୁଷଙ୍କ କୋଠରୀରୁ ଆରମ୍ଭ ହୁଏ ମହିଳାଙ୍କ ରାଜନୀତି’ ପପୁ ଯାଦବଙ୍କ ବୟାନକୁ ନେଇ ହଙ୍ଗାମା

ପାଟନା,୨୧।୪: ଏମପି ପପୁ ଯାଦବ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହାକୁ ନେଇ ହଇଚଇ ସୃଷ୍ଟି କରିଛି। ମହିଳା କମିଶନ ଏହି ମନ୍ତବ୍ୟ ଉପରେ ଆକ୍ସନ ମୋଡକୁ…

ରଣବୀରଙ୍କ ଭଉଣୀ ରିଦ୍ଧିମାଙ୍କ ଅଭିନୟରେ ଡେବ୍ୟୁ, ଟ୍ରେଲର ରିଲିଜ ପରେ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ଅଭିନୟ ଜଗତରେ ପାଦ ଥାପିଛନ୍ତି ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର। ତାଙ୍କର ପ୍ରଥମ ଫିଲ୍ମ ‘ଦାଦି କି ଶାଦୀ’ର ଟ୍ରେଲର ଆଜି ରିଲିଜ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri