ବୈପାରୀଗୁଡ଼ା,୨୭।୪(ଡି.ଏନ୍.ଏ.): ବୈପାରୀଗୁଡ଼ା ବ୍ଲକ ସଦରରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ପ୍ରଶାସନ ଏ ଦିଗରେ ନିରବଦ୍ରଷ୍ଟା ସାଜିବା ଉଦ୍ବେଗର ବିଷୟ ପାଲଟିଛି। କେବଳ ପ୍ରକଳ୍ପ ଉପରେ ପ୍ରକଳ୍ପ କରାଯାଇ ଏ ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସରକାରୀ କର୍ମଚାରୀ ଓ ଠିକାଦାର ଲାଭବାନ ହେଉଥିବା ବେଳେ ଲୋକେ ପାଣି ନ ପାଇ ହନ୍ତସନ୍ତ ହେଉଛନ୍ତି।
ବ୍ଲକ ସଦରର ଜନସଂଖ୍ୟା ପ୍ରାୟ ୭ ହଜାର। ଏମାନଙ୍କ ଲାଗି ଦୈନିକ ୨ ଲକ୍ଷ ଲିଟର ପାଣିର ଆବଶ୍ୟକତା ରହିଛି। ପାହାଡ଼ିଆ ଜାଗା ହେତୁ ଖରାଦିନେ କୂଅ ଶୁଖିଯାଉଥିବା ବେଳେ ପାଇପ ପାଣି ଉପରେ ନିର୍ଭର କରିବାକୁ ପଡୁଛି । କିନ୍ତୁ ପାଇପ୍ ପାଣି ଆବଶ୍ୟକ ପରିମାଣରୁ ବହୁତ କମ୍ ଆସୁଛି। ପୁଣି ତାହା ନିୟମିତ ନୁହେଁ। ବର୍ଷକତଳେ ମୁଖ୍ୟଛକରୁ ଗୁପ୍ତେଶ୍ୱର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ବେଳେ ପାଇପ ସବୁ ବାହାର କରାଯାଇଥିଲା। ତେବେ ନୂଆ ପାଇପ୍ ଏ ପର୍ଯ୍ୟନ୍ତ ବିଚ୍ଛାଯାଇ ନ ଥିବାରୁ ଗୌଡ଼ସାହିକୁ ପାଣି ଯୋଗାଣ ସଂପୂର୍ଣ୍ଣ ବନ୍ଦ ରହିଛି। ସେହିପରି ବିରଖମ୍ବ ସାହି, ଟାପାକାରିଆ ସାହି, ଭିଆଇପି କଲୋନି, ହନୁମାନ ନଗର ଓ କାଠମିଲ୍ ସାହିକୁ ପାଇପ୍ ପାଣି ଯାଉନାହିଁ । ବେଳେବେଳେ ମୁଖ୍ୟରାସ୍ତାରେ ତଳସାହିରୁ ଛକ ପର୍ଯ୍ୟନ୍ତ ପାଇପ୍ ପାଣି ଦିନକୁ ମାତ୍ର ୨୦ରୁ ୩୦ ମିନିଟ୍, ତାହା ମଧ୍ୟ ଅନିୟମିତ ଭାବେ ଆସୁଛି। ପାଣିର ଅଭାବ ଏତେ ଉତ୍କଟ ଯେ, ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ସାଧାରଣ ଲୋକ ଓ ହୋଟେଲ୍ ଜଳଖିଆ ଦୋକାନୀଙ୍କୁ ଘରୋଇ ସଂସ୍ଥାଠାରୁ ପାଣି କିଣିବାକୁ ପଡୁଛି।
ସୂଚନାଯୋଗ୍ୟ ଯେ ବୈପାରୀଗୁଡ଼ା ସମେତ ଏହାର ଉପକଣ୍ଠ ଓ ଗୌଡ଼ଗୁଡ଼ା ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ ପାଇଁ ବିଭିନ୍ନ ସମୟରେ ପ୍ରକଳ୍ପ ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଥମେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୨୦ ହଜାର ଲିଟର ଟାଙ୍କିରୁ ପାଣି ଯୋଗାଣ ଆରମ୍ଭ ହୋଇଥିଲା । ପରେ ସ୍ବଜଳ ଧାରା ଯୋଜନାରେ ଅନ୍ୟ ଏକ କମିଟି କରାଯାଇ ୧୫ ଲକ୍ଷ ଟଙ୍କା ଅଟ୍ଟକଳରେ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏକ ବୋରୱେଲ୍ ଖୋଳାଯାଇ ସ୍ବତନ୍ତ୍ର ଭାବେ ପାଇପ୍ ବିଚ୍ଛାଯାଇ ଘରକୁ ଘର ପାଣି ସଂଯୋଗ ଦିଆଯାଇଥିଲା। ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ସ୍ବଜଳ ଧାରା କମିଟି ବୁଝୁଥିଲା। ବିଦ୍ୟୁତ ବିଲ୍ ବକେୟା ବଢିଯିବାରୁ ବିଦ୍ୟୁତ ବିଭାଗ ସଂଯୋଗ ଛିନ୍ନ କରିଥିଲା। ଫଳରେ ପୂର୍ବରୁ ଥିବା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଗୋଟିଏ ବୋରୱେଲ୍ ଉପରେ ପାଣି ପାଇଁ ନିର୍ଭର କରିବାକୁ ପଡ଼ିଲା । ପରେ ସରକାରୀ ନିଷ୍ପତ୍ତି ଅନୁସାରେ ଉଭୟ ଦାୟିତ୍ବ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ଗୋଟିଏ ବୋରୱେଲର ପାଣି ନିଅଣ୍ଟିଆ ସତ୍ତ୍ବେ ସ୍ବଜଳଧାରା ବୋରୱେଲ କାର୍ଯ୍ୟକ୍ଷମ କରାନଯାଇ ପୁଣି ଏକ ଲକ୍ଷ ଲିଟର ପାଣି କ୍ଷମତା ବିଶିଷ୍ଟ ଅନ୍ୟ ଏକ ପାଣି ଟାଙ୍କି କରାଗଲା । ସେତିକିରେ ଯାହା ପାଣି ଆସୁଥିଲା ତାହା ନିଅଣ୍ଟ ହେଉଥିଲା। ୨ ବର୍ଷ ତଳେ ରାଞ୍ଚତ୍-ବିଜୟୱାଡ଼ା ରାସ୍ତା ନିର୍ମାଣ ବେଳେ ପାଇପ୍ ତାଡ଼ିଦିଆଯିବାରୁ ପରିସ୍ଥିତି ଜଟିଳ ହୋଇଗଲା । ଏବେ ଆଉ ଏକ ପ୍ରକଳ୍ପ ବାବଦକୁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ବୋରୱେଲ୍ ଖୋଳାଯାଇଥିବା ବେଳେ ହନୁମାନ ବାଟିକା ନିକଟରେ ପାହାଡ଼ ଉପରେ ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ବସାଯାଇଛି। ନୂଆ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବୈପାରୀଗୁଡ଼ା ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ଆଶା କରାଯାଇଥିଲା । କିନ୍ତୁ ଉକ୍ତ ପ୍ରକଳ୍ପ ସଂପୂର୍ଣ୍ଣ ହେବାର ୪ ମାସ ବିତିଯାଇଥିବା ବେଳେ ତାହା କାର୍ଯ୍ୟକ୍ଷମ ହୋଇନାହିଁ । ନିମ୍ନମାନର କାମ ହୋଇଥିବାରୁ ତାହାର କାର୍ଯ୍ୟକାରିତା ନେଇ ସନ୍ଦେହ ପ୍ରକାଶ ପାଇଛି । ୩ ମାସ ତଳେ ପରୀକ୍ଷା ମୂଳକ ଭାବେ ଟାଙ୍କିକୁ ପାଣି ଚଢାଇବା ବେଳେ ପାଇପ୍ରୁ ପାଣି ଲିକେଜ୍ ହେବାରୁ ତାହା ବନ୍ଦ କରାଯାଇଥିଲା। ଟାଙ୍କି ବାବଦକୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏ ସଂପର୍କରେ ସ୍ଥାନୀୟ ଉପଖଣ୍ଡ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଏସ୍ଡିଓ ବିକେତ ମାଝିଙ୍କୁ ଯୋଗାଯୋଗ କରାଯାଇଥିଲା । ସେ କହିଥିଲେ ରାସ୍ତା ନିର୍ମାଣ କରୁଥିବା ଏନ୍ଏଚ କର୍ତ୍ତୃପକ୍ଷଙ୍କୁ ନୂଆରେ ପାଇପ ସଂଯୋଗ କରିବା ବାବଦକୁ ୨୨ ଲକ୍ଷ ଟଙ୍କାର ଏଷ୍ଟିମେଟ ଯାଇଥିଲା । ୨ ବର୍ଷ ବିତିଗଲାଣି । ଏଯାଏଁ ତାହା ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ପଇଠ କରାଯାଇ ନାହିଁ। ଫଳରେ ହନୁମାନ ବାଟିକାରେ ନୂତନ ଭାବେ ନିର୍ମାଣ ହେଉଥିବା ପାଣି ପ୍ରକଳ୍ପ ଅନୁଦାନକୁ ଡାଇଭର୍ଟ କରାଯାଇ ମୁଖ୍ୟରାସ୍ତା କଡ଼ରେ ତାଙ୍କ ବିଭାଗ ପକ୍ଷରୁ ପାଇପ ସଂଯୋଗ କରାଗଲା ନିଅଣ୍ଟିଆ ଅର୍ଥ କାରଣରୁ ହନୁମାନ ବାଟିକା ସ୍ଥିତ ନୂଆ ପାଣିଟାଙ୍କିରୁ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ପ୍ରାୟ ୭ ଶହ ମିଟର ଦୂର ପାଇପ ସଂଯୋଗ କରାଯାଇ ପାରିଲା ନାହିଁ । ଫଳରେ ନୂଆଟାଙ୍କିରୁ ପାଣି ବୈପାରୀଗୁଡ଼ା ଗଁାକୁ ଦେବା ସମ୍ଭବ ହେଉନାହିଁ । ପୂର୍ବରୁ ଥିବା ଗୋଟିଏ ମାତ୍ର ପାନୀୟ ଜଳ ଉତ୍ସରେ ଜଳସ୍ତର କମିଆସିଲାଣି । ମୋଟର ୩ ଘଣ୍ଟା ଚାଲିଲେ ପରେ ପାଣି ଆଉ ଉଠୁନାହିଁ । ସେହିପରି ବୈପାରୀଗୁଡ଼ା ଗୌଡ଼ସାହିରେ ପାଇପ୍ ସଂଯୋଗ ପାଇଁ ପୂର୍ତ୍ତ ବିଭାଗକୁ ୭ ଲକ୍ଷ ଟଙ୍କା ମଗାଯାଇଥିଲା । କିନ୍ତୁ ପୂର୍ତ୍ତ ବିଭାଗ ମଧ୍ୟ ନିରବ ରହିଥିବାରୁ କାମ ଆଗେଇ ପାରୁନାହିଁ । ଏବେ ଅବୈଧ ଭାବେ ଲୋକେ ମନମୁଖୀ ଘରକୁ ପାଣି ସଂଯୋଗ କରୁଥିବା ବେଳେ ଅନେକ ଟୁଲ୍ ପମ୍ପ ବ୍ୟବହାର କରୁଛନ୍ତି ଯାହା ପାଣି ନିଅଣ୍ଟର ଅନ୍ୟ କାରଣ ବୋଲି ସେ କହିଛନ୍ତି। ତେବେ ନୂଆ ଟାଙ୍କି ନିର୍ମାଣରେ ନିମ୍ନମାନର କାମ ସଂପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ନିର୍ମାଣସ୍ଥଳକୁ ଯାଇ ଅନୁଧ୍ୟାନ କରିବେ ବୋଲି କହିଥିଲେ।
ଚାଷ କାମ ପାଇଁ ଯାଇଥିଲେ, ହଠାତ୍ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…
କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...
୬୮୬ ସ୍କୁଲ ବନ୍ଦ କାରଣରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବାଧାସୃଷ୍ଟି: ଲୋକ ସଭାରେ ଉଦବେଗ ପ୍ରକାଶ କଲେ ଏମ୍ପି ସପ୍ତଗିରି
ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ରାୟଗଡା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଭଳି ଆଦିବାସୀ ଅଧୁଷିତ ଜିଲାମାନଙ୍କରେ ବିଭିନ୍ନ ସରକାରୀ ଓ...
ମେରୁଦଣ୍ଡ, ପିଠିରେ ମାଂସ ବଢିବା ଯୋଗୁ ଚାଲିପାରୁନାହାନ୍ତି ୧୩ ବର୍ଷର ବାଳକ: ସହାୟତା ଯୋଗାଇଲେ ଜିଲାପାଳ
ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ପିଠି ଏବଂ ମେରୁଦଣ୍ଡରେ ମାଂସ ବଢୁଥିବା କାରଣରୁ ୧୩ବର୍ଷର ଚନ୍ଦନ କିଲାକା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି। ସଠିକ୍ରେ ଚାଲିପାରୁନାହାନ୍ତି। ଫଳରେ ବାପା...
୩ ବର୍ଷ ପୁଅର ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଙ୍କ ସହାୟକ ମାଗିଲେ ୨ ହଜାର ଟଙ୍କା
ରାୟଗଡ଼ା,୨୯ା୧୧(ଆଶିଷ ରଞ୍ଜନ ପଣ୍ଡା): ମାଆ ପଛେପଛେ ଯାଇ ନଦୀରେ ବୁଡ଼ି ଶୁକ୍ରବାର ଚାଲିଗଲା ୩ ବର୍ଷ ଶିଶୁପୁତ୍ରର ଜୀବନ। ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା...
ଭାଇ ବାହା ଘରୁ ଫେରିଲା ବେଳେ ବାଟରେ ଗାଡ଼ି ଦୁର୍ଘଟଣାରେ ଚାଲିଗଲା ଭଉଣୀଙ୍କ ଜୀବନ
ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ଭାଇର ବାହାଘର ସାରି ରାୟଗଡା ଫେରିଲା ବେଳେ ଏକ ସଡ଼କ ଦୁର୍ଘଟଣାରେ ଭଉଣୀ ମୃତ୍ୟୁବରଣ କରିଥିବା ଭଳି ଦୁଃଖଦ ଘଟଣା ଘଟିଛି...
ପୁଣି ଜଣେ ୫୧ ବର୍ଷୀୟ ଦାଦନ ଶ୍ରମିକ ନିଖୋଜ, ଚିନ୍ତାରେ ପରିବାର
କଲ୍ୟାଣସିଂହପୁର, ୨୧।୧୧( ଦୀପକ କୁମାର ପରିଡ଼ା ): ଦାଦନ କାମ ପାଇଁ ଯାତ୍ରା କଲାବେଳେ ଟ୍ରେନରୁ ସମୟରେ ଓହ୍ଲାଇ ପାରି ନ ଥିବାରୁ ଏକ ୫୧...
ବସ୍ ମିଳିବନି କହି ଘରକୁ ଡାକିଲେ, ପରେ ବିବାହିତା ମହିଳାଙ୍କୁ ବୁଦାକୁ ନେଇ ବଳାତ୍କାର; କାନ୍ଦି କାନ୍ଦି…
ରାୟଗଡ଼ା,୧୯।୧୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ାରେ ଲଜ୍ଜା। ସହରରେ ଅନ୍ଧାର ରାତିରେ ଜଣେ ବିବାହିତ ମହିଳାଙ୍କୁ ବଳାତ୍କାର କରାଯାଇଛି। ଏନେଇ ବିବାହିତ ମହିଳାଜଣଙ୍କ ସ୍ବାମୀଙ୍କ ସହ ମଙ୍ଗଳବାର...
୧୧ ବର୍ଷ ପରେ ନ୍ୟାୟ…ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡ
ରାୟଗଡ଼ା,୧୮।୧୧(ଆଶିଷ ରଞ୍ଜନ ପଣ୍ଡା) -ଦୀର୍ଘ ୧୧ ବର୍ଷ ପରେ ରାୟଗଡ଼ା ସହର ବୁଦୁରାବାଲସା ସାହିରେ ହୋଇଥିବା ବହୁଚର୍ଚ୍ଚିତ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ରାୟଗଡ଼ା...
Archives


