ପୋଡ଼ିଗଲା ମୋଡେମ୍‌, ୫ ଦିନ ହେଲା ଇଣ୍ଟରନେଟ୍‌ ବନ୍ଦ: ରସୁଲଗଡ଼ ପୋଷ୍ଟ ଅଫିସରେ ଅଚଳାବସ୍ଥା

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଇଣ୍ଟରନେଟ୍‌ ମୋଡେମ୍‌ ପୋଡ଼ିଯିବାରୁ ରସୁଲଗଡ଼ ପୋଷ୍ଟ ଅଫିସ ୫ଦିନ ହେବ ଅଚଳ ହୋଇପଡିଛି। ଚିଠି କାରବାର ବାଧାପ୍ରାପ୍ତ ହୋଇଥିବାବେଳେ ଇଣ୍ଟରନେଟ୍‌ ଉପରେ ନିର୍ଭର କରୁଥିବା ବ୍ୟାଙ୍କିଙ୍ଗ୍‌ ଓ ଅନ୍ୟ ସେବା ବନ୍ଦ ହୋଇଯାଇଛି। ଫଳରେ ପ୍ରତିଦିନ ସାଧାରଣ ଲୋକେ ସେବା ନ ପାଇ ନିରାଶରେ ଫେରୁଛନ୍ତି। ରାଜ୍ୟରେ ଡାକସେବାକୁ ବ୍ୟାପକ କରିବାକୁ ପଦକ୍ଷେପ ନିଆଯାଉଛି। ଆଗକୁ ମଧ୍ୟ ଅନେକ ନୂଆ ପଦକ୍ଷେପ ପାଇଁ ପ୍ରକ୍ରିୟା ଚାଲିଛି। ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଥିବା ୩ଟି ପୋଷ୍ଟାଲ ପାର୍ସଲ ହବ୍‌ ମଧ୍ୟରେ ରସୁଲଗଡ଼ ପୋଷ୍ଟ ଅଫିସ ରହିଛି। ହେଲେ ନାନା ଅବ୍ୟବସ୍ଥା ଓ ଏବେର ପରିସ୍ଥିତିକୁ ଦେଖିଲେ ପାର୍ସଲ ହବ୍‌ କେତେ ସଫଳ ଭାବେ କାର୍ଯ୍ୟ କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନାନୁସାରେ, ରସୁଲଗଡ଼ ପୋଷ୍ଟ ଅଫିସକୁ ସିଫି ଓ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯାଉଛି। ଗତ ୧୯ ତାରିଖରେ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହୋଇଥିଲା। ହେଲେ ୨୦ ତାରିଖରେ ବ୍ରଡ୍‌ବ୍ୟାଣ୍ଡ୍‌ ମୋଡେମ ବକ୍ସଟି ପୋଡିଯିବାରୁ ଏହି ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ମାନୁଆଲ କାର୍ଯ୍ୟକୁ ଛାଡିଲେ ଇଣ୍ଟରନେଟ୍‌ ଉପରେ ନିର୍ଭର କରୁଥିବା କୌଣସି କାର୍ଯ୍ୟ ହୋଇପାରୁନି। ଲୋକେ ଖରା ବର୍ଷାରେ ପୋଷ୍ଟ ଅଫିସ ଯାଇ ସେବା ନ ପାଇ ଅସନ୍ତୋଷରେ ଫେରୁଛନ୍ତି। ଭାରତୀୟ ଡ଼ାକ ସେବା ପକ୍ଷରୁ ଗତବର୍ଷଠାରୁ ରାଜ୍ୟରେ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) କାର୍ଯ୍ୟ କରୁଛି। ୩୩ଟି ଆଇପିବି ଶାଖା କାର୍ଯ୍ୟ କରୁଥିବାବେଳେ ୬୮୫୯ଟି ଡ଼ାକଘରେ ଏହି ସେବା ଯୋଗାଇ ଦିଆଯାଉଛି। ଗତ ୫ଦିନ ହେଲା ରସୁଲଗଡ଼ ପୋଷ୍ଟ ଅଫିସରେ ଏହି ସେବା ବନ୍ଦ ରହିଛି। ଟଙ୍କା କାରବାର ପାଇଁ ଆଇପିପିବି ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂଆ ଆକାଉଣ୍ଟ ମଧ୍ୟ ଖୋଲିପାରୁ ନାହାନ୍ତି। ତେବେ ଗତ କିଛିଦିନ ତଳେ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ଡ଼ାକପାଳ ସନ୍ତୋଷ କାମିଳା ଏକ ଖବରଦାତା ସମ୍ମିଳନୀରେ ଭାରତୀୟ ଡ଼ାକ ସେବା ଉପରେ ଲୋକ ଭରସା ରଖିବାକୁ ପରାମର୍ଶ ଦେଇଥିଲେ। ଏପରି ସେବା ଯୋଗାଇଲେ ଲୋକେ କାହିଁକି ଭାରତୀୟ ଡ଼ାକ ସେବା ଓ ପୋଷ୍ଟାଲ ବ୍ୟାଙ୍କ୍‌ ଉପରେ ଭରସା ରଖିବେ ବୋଲି ସେଠାରେ ଉପସ୍ଥିତ ଆକାଉଣ୍ଟଧାରୀ ରାଜେନ୍ଦ୍ର ରାଉଳ ପ୍ରକାଶ କରିଛନ୍ତି।
ଉଲ୍ଲେଖଯେଗ୍ୟ, ରସୁଲଗଡ଼ ପୋଷ୍ଟ ଅଫିସ୍‌କୁ ପାର୍ସଲ ଲାଗି ନୋଡାଲ ସେଣ୍ଟର କରିବା ପାଇଁ ଘୋଷଣା କରାଯିବା ପରେ ନୂଆ ଉପକରଣ ଆସିଛି। ହେଲେ ଏବେ ସେଠାରେ କର୍ମଚାରୀ ଅଭାବ ରହିଛି। ବିଭିନ୍ନ ସମୟରେ ଚିଠିଗୁଡ଼ିକୁ ଲୋକଙ୍କ ନିକଟରେ ଠିକ୍‌ ସମୟରେ ପହଞ୍ଚାଯାଇପାରୁନି। ଅଧିକାଂଶ ସମୟରେ ଇଣ୍ଟରନେଟ୍‌ ଲିଙ୍କ୍‌ ରହୁନି। ସବୁବେଳେ ସର୍ଭର ଜାମ ପରି ସମସ୍ୟା ଦେଖାଦେଉଛି। ଭୁବନେଶ୍ୱର ପୁଣି ପାର୍ସଲ ନୋଡାଲ ସେଣ୍ଟର ହୋଇଥିବା ରସୁଲଗଡ଼ ପୋଷ୍ଟ ଅଫିସର ଅବସ୍ଥା ଏପରି ରହିଥିବାବେଳେ ରାଜ୍ୟର ଗ୍ରାମୀଣ ଡାକ ସେବା କିପରି ଚାଲିଛି ତାହା ଏଥିରୁ ବାରି ହୋଇପଡୁଛି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri