କଟକ,୨୦।୯(ପ୍ରଭୁ କଲ୍ୟାଣ ପାଲ ): ବିହାରୀ କଏଦୀ ଫେରାର ଘଟଣାରେ ଗିରଫ ହେଲେ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ। ଜେଲ ମିନିଟି ବୁକ୍ରେ ଜାଲିଆତି ନେଇ ପୂର୍ବତନ ଜେଲର ସନ୍ତୋଷିନୀ ଦାସ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ରବିବାର କର୍ଯ୍ୟାନୁଷ୍ଠାନ ମୂଳକ ଅଧୀକ୍ଷକ ସୁଜିତଙ୍କୁ ପୋଲିସ ଗିରଫ କରିଛି । ପୂର୍ବରୁ ତାଙ୍କର ଆଗୁଆ ଜାମିନ ଆବଦେନ ଖାରଜ ହୋଇ ଅନ୍ତରୀଣ ସୁରକ୍ଷା ହାଇକୋର୍ଟ ହଟାଇ ଦେଇଥିଲେ ।
ଦୁଇ ଦୁର୍ଦ୍ଦାନ୍ତ ବିହାରୀ କଏଦୀ ରାଜା ସାହାଣୀ ଏବଂ ମଧୁକାନ୍ତ ରଣା ଫେରାର ଘଟଣା ପରେ ଅଧୀକ୍ଷକ ସୁଜିତଙ୍କ ବିରୋଧରେ ପୂର୍ବତନ ଜେଲର୍ ଚୌଦ୍ବାର ଥାନାରେ ଗୁରୁତର ଅଭିଯୋଗ ଆଣି ଏତଲା ଦେଇଥିଲେ। ସରକାରୀ ରେକର୍ଡ ହେରଫେର ଓ ସରକାରୀ ଡ୍ୟୁଟିରେ ଥାଇ ଅପରାଧୀକ ବ୍ୟବହାର ଭଳି ସଙ୍ଗୀନ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ତାଙ୍କ ବିରୋଧ ଅଭିଯୋଗ ହୋଇଥିଲା।
ଗତବର୍ଷ ଅକ୍ଟୋବର ୨ରେ ‘ସୁପରିନଟେଣ୍ଡେଣ୍ଟ ମିନିଟ ବୁକ’ରେ ଜେଲରଙ୍କ ଦସ୍ତଖତ ଜାଲିଆତି କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଚେଦ୍ବାର ଥାନାରେ ପୋଲିସ ମାମଲା ରୁଜୁ କରିଥିଲା। ଗିରଫ ଭୟରେ ସୁଜିତ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।

