ପୋଖରୀରେ ଓଲଟିଲା ମିନିବସ୍‌: ଡ୍ରାଇଭରଙ୍କ ସମେତ ୧୩ ଆହତ

ପରଜଙ୍ଗ, ୧୪।୯(ଡି.ଏନ.ଏ.) – ଢେଙ୍କାନାଳ ଜିଲା ୫୩ନଂ. ଜାତୀୟ ରାଜପଥର ପରଜଙ୍ଗ ଗଁ। ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମିନିବସ୍‌ (ନଂ. ଓଡ଼ି ୩୫ ବି ୩୪୨୬) ଭାରସାମ୍ୟ ହରାଇ ଖଣ୍ଡିଆବନ୍ଧ ପୋଖରୀକୁ ଓଲଟିପଡ଼ିଛି। ଏଥିରେ ଡ୍ରାଇଭରଙ୍କ ସମେତ ୧୩ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।
ଉକ୍ତ ମିନିବସ୍‌ଟି ନୂଆଗଁ। ଶିଶୁ୍‌ମନ୍ଦିରରେ ନିୟୋଜିତ ହୋଇଛି। ଶୁକ୍ରବାର ଅପରାହ୍ନରେ ଶୁଦ୍ଧିକ୍ରିୟା କାମ ପାଇଁ ଚାଇଁପାଳ ଖୁଲୁଆ ଗ୍ରାମର ୧୨ଜଣ ଯାତ୍ରୀ ଉକ୍ତ ବସ୍‌ରେ ପରଜଙ୍ଗ ଥାନା କୁନ୍ଦନଦେଈପୁର ଗ୍ରାମକୁ ଯାଉଥିଲେ। ଏହି ସମୟରେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇ ପୋଖରୀ ଭିତରକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ପହଞ୍ଚତ୍ ପାଣି ଭିତରୁ ଯାତ୍ରୀ ଏବଂ ଚାଳକଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଏ ନେଇ ଡ୍ରାଇଭର ଅକ୍ଷୟ ଗଡ଼ନାୟକ କୁହନ୍ତି, ଗାଡ଼ି ଚଳାଉଥିବାବେଳେ ହଠାତ୍‌ ତାଙ୍କର ମୁଣ୍ଡ ଘୂରାଇଥିଲା। ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଛି। ପ୍ରମୋଦ ପଟ୍ଟନାୟକ, ବିରଞ୍ଚତ୍ ସାମଲ, ଗୋପୀ ମହାନ୍ତି, ଛବି ମହାନ୍ତି, ଶିଖର ମହାନ୍ତି, ରଘୁ ମହାନ୍ତି, ରଣ ମହାନ୍ତି, ଦିବାକର ମହାନ୍ତି ପ୍ରମୁଖ ୧୨ଜଣ ଚିକିତ୍ସା ପରେ ଫେରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଚାଲିଗଲା ଦିଅର ଭାଉଜଙ୍କ ଜୀବନ

ଢେଙ୍କାନାଳ,୮।୬; ଢେଙ୍କାନାଳ ଜିଲା ହିନ୍ଦୋଳ ବନ୍ଧାଭୂଇଁ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଜ୍ରପାତରେ ଭାଉଜ-ଦିଅରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଭାଉଜ-ଦିଅର…

ହାତୀକୁ ଫାର୍ମହାଉସରେ ପୋତିଥିଲେ: ପଡ଼ିଗଲେଧରା, ଗଲେ ଜେଲ୍

ଢେଙ୍କାନାଳ,୨।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳରେ ଏକ ହାତୀ ମୃତଦେହକୁ ଫାର୍ମହାଉସ ଭିତରେ ପୋତିଦେଇଥିବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଛି।…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ, ମାଲିକଙ୍କ ସମେତ ୩ ଅଟକ

ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri