ପେସାରେ ମେକାନିକ୍‌, ନିଶା କଳାକୃତି : ପେନ୍‌ସିଲମୁନରେ ହରିଗୋବିନ୍ଦଙ୍କ କ୍ଷୁଦ୍ର ସାନ୍ତାକ୍ଲଜ୍‌

ବ୍ରହ୍ମପୁର ଅଫିସ,୨୪ା୧୨-ପେସାରେ ଜଣେ ମେକାନିକ୍‌ । କିନ୍ତୁ ନିଶା ତାଙ୍କର ନୂତନ କଳାକୃତି ଗଢ଼ିିବାରେ ।
ଖାଦ୍ୟଶସ୍ୟ, ପେନସିଲରେ ବିଭିନ୍ନ କଳାକୃତି କରି ସେ ପାଲଟି ଯାଇଛନ୍ତି ଜଣେ ଚର୍ଚ୍ଚିତ ଚେହେରା । ସେ ହେଲେ ଶ୍ରୀରାମନଗର ଜଗନ୍ନାଥ ବିହାର ଷଷ୍ଠଗଳିରେ ରହୁଥିବା ହରିଗୋବିନ୍ଦ ମହାରଣା ା ୨୦୧୮ରେ ଗୁଣ୍ଡିଚାଯାତ୍ରା ଅବସରରେ ୫୧ ପ୍ରକାର ଶସ୍ୟରେ ନନ୍ଦିଘୋଷ ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ହରିଗୋବିନ୍ଦ ଏବେ ପୁଣି ବଡ଼ଦିନ ଉପଲକ୍ଷେ କଲର ପେନ୍‌ସିଲ ମୁନରେ ସାନ୍ତାକ୍ଲଜ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୩ ଘଣ୍ଟାରେ ୧.୪ ସିଏମ୍‌ ଉଚ୍ଚତାର କ୍ଷୁଦ୍ର ସାନ୍ତାକ୍ଲଜ୍‌ କରିବା ସହ ବଡ଼ଦିନ ପାଇଁ ସହରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଳକା ସମୟକୁ ନଷ୍ଟ ନ କରି ସେ କଳାକୃତି ନିର୍ମାଣ କରିଥାନ୍ତି ବୋଲି କହିଛନ୍ତି ା
ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୮ରେ ଶସ୍ୟରେ ନନ୍ଦିଘୋଷ ରଥ ନିର୍ମାଣ କରିବା ପରେ ୧୫ ପ୍ରକାର ଖାଦ୍ୟଶସ୍ୟରେ ହକି ବିଶ୍ୱକପ୍‌ ସମୟରେ କଳିଙ୍ଗ ଷ୍ଟାଡିୟମର ଚିତ୍ର କଳାକୃତି ନିର୍ମାଣ କରିଥିଲେ ା ସେହିପରି ୨୦୧୮ ଅଗଷ୍ଟ ୧୫ରେ ମସୁରଡାଲି, ମୁଗ, ଗୋଲମରିଚ, ସାଗୁଦାନା ଓ ଆଖୁରେ ୨ ଫୁଟ ଓସାର ଓ ୧୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ନିର୍ମାଣ କରିଥିଲେ ା ସେହିବର୍ଷ ଗଣେଶପୂଜାରେ ପେନସିଲ ମୁନରେ ୬ଏମ୍‌ଏମ୍‌ ଉଚ୍ଚତାର କ୍ଷୁଦ୍ର ଗଣେଶ ନିର୍ମାଣ କରିଥିଲେ। ୨୦୧୯ ଅଗଷ୍ଟ ୧୫ରେ ପୁଣି ୬ ଫୁଟ ୬ ଇଞ୍ଚର ସ୍ବଚ୍ଛଭାରତ ଚଷମା ନିର୍ମାଣ କରିଥିଲେ ା ଯାହାକୁ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ମହାନଗର ନିଗମକୁ ପ୍ରଦାନ କରିଥିଲେ, ଚଳିତବର୍ଷ ଗାନ୍ଧୀ ଜୟନ୍ତୀରେ ଚାଉଳରେ ୧.୫ ସିଏମ ଲମ୍ବ ଓ ୧ ସିଏମ୍‌ ଉଚ୍ଚତାର ଅରଟ ନିର୍ମାଣ କରି ବ୍ରହ୍ମପୁର ସହରର ଯୁବ କଳାକାରଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri