ପେଟ୍ରୋକେମ୍‌-୨୦୧୯:ଡାଉନ୍‌ଷ୍ଟ୍ରିମ୍‌ କ୍ଷେତ୍ରଗୁଡିକ ବିକାଶ ଉପରେ ଓଡ଼ିଶାର ଗୁରୁତ୍ୱ

ଭୁବନେଶ୍ୱର, ୧୫ା୯(ବ୍ୟୁରୋ)- ଓଡ଼ିଶାରେ ପୁଞ୍ଜିନିବେଶ ସକାଶେ ଗଠିତ ହୋଇଥିବା ପ୍ରତିନିଧିଗଣ କଲିକତାଠାରେ ଭାରତୀୟ ଚେମ୍ବର୍ସ ଅଫ୍‌ କମର୍ସ ତରଫରୁ ଅନୁଷ୍ଠିତ ହୋଇଥିବା ‘ଆଗାମୀ ଭବଷ୍ୟତରେ ପେଟ୍ରୋକେମିକାଲ ବ୍ୟବସାୟ ଅଭିବୃଦ୍ଧି’ ଶୀର୍ଷକ ପେଟ୍ରୋକେମ୍‌-୨୦୧୯ରେ ଭାଗ ନେଇଛନ୍ତି। ଅର୍ଥନୈତିକ ଉନ୍ନତି ସହିତ କର୍ମନିଯୁକ୍ତି ସୃଷ୍ଟି ଦିଗରେ ଡାଉନ୍‌ଷ୍ଟ୍ରିମ୍‌ ପେଟ୍ରୋକେମିକାଲ ୟୁନିଟ୍‌ଗୁଡ଼ିକର କିଭଳି ବିକାଶ ହୋଇପାରିବ ସେହି ଲକ୍ଷ୍ୟ ନେଇ ଏହି ପ୍ରେଟ୍ରୋକେମ୍‌ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜ୍ୟରୁ ଶିଳ୍ପ ବିଭାଗ ପ୍ରମୁଖ ସଚିବ ଏନ୍‌.ବି ଜୱାଲେଙ୍କ ନେତୃତ୍ୱରେ ପ୍ରତିନିଧି ଦଳ କଲିକତା ଗସ୍ତ କରିଥିଲା।
ଏହି କାର୍ଯ୍ୟକ୍ରମରେ ପଶ୍ଚିମ ବଙ୍ଗର ସମସ୍ତ ପ୍ରମୁଖ ପ୍ଲାଷ୍ଟିକ୍‌ ଏବଂ ପେଟ୍ରୋକେମିକାଲ ଉଦ୍ୟୋଗୀଗଣ ଅଂଶଗ୍ରହଣ କରିଥିଲେ ା କେଉଁ କେଉଁ ଦିଗ ଉପରେ ଗୁରୁତ୍ୱ ଦେଇ ଯୋଜନା ପ୍ରସ୍ତୁତ କଲେ ପେଟ୍ରୋକେମିକାଲ କ୍ଷେତ୍ରରେ ଡାଉନ୍‌ଷ୍ଟ୍ରିମ୍‌ ସେକ୍ଟରଗୁଡ଼ିକର ବିକାଶ ସମ୍ଭବପର ହୋଇପାରିବ ା ସେହି ସମ୍ପର୍କରେ ହଳଦିଆ ପେଟ୍ରୋକେମିକାଲସ୍‌, ଗେଲ୍‌ ପ୍ରଭୃତି ପ୍ରମୁଖ ଉଦ୍ୟୋଗୀଗଣ ନିଜ ନିଜର ମତ ଉପସ୍ଥାପନ କରିଥିଲେ ା ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ଜୱାଲେ ଡାଉନ୍‌ଷ୍ଟ୍ରିମ୍‌ ପେଟ୍ରୋକେମିକାଲ୍‌ ୟୁନିଟ୍‌ର ବିକାଶ ଦିଗରେ ଓଡ଼ିଶା ସରକାରଙ୍କ ଦ୍ୱାରା ପରିବେଶ ଅନୁକୂଳ ବାତାବରଣ ପ୍ରସ୍ତୁତ କରାଯାଇଥିବା ବିଧିବଦ୍ଧ ବ୍ୟବସ୍ଥାର କେତେକ ପ୍ରମୁଖ ଦିଗ ଉପରେ ଆଲୋକପାତ କରିଥିଲେ ା
ରାଜ୍ୟରେ ପ୍ରସ୍ତାବିତ ହଳଦିଆ ପେଟ୍ରୋକେମିକାଲ ଦ୍ୱାରା ପୁଞ୍ଜିନିବେଶ ଏବଂ ଭାରତ ତୈଳ ନିଗମର
ସଂପ୍ରସାରଣ ଯୋଜନା ଓ ଏଥିରୁ ଉତ୍ପାଦିତ କଞ୍ଚାମାଲ ରାଜ୍ୟରେ ଆଗାମୀ ଶିଳ୍ପର ଅଭିବୃଦ୍ଧିରେ ସହାୟକ ହେବା ସହ ଅନୁକୂଳ ଶିଳ୍ପ ପରିବେଶ ଆଣିଦେବ ବୋଲି ଆଶା କରାଯାଉଛି ା ସହରୀକରଣ ବୃଦ୍ଧି ଓ ଅର୍ଥ ବ୍ୟବସ୍ଥାର ବିକାଶ ସହିତ ପ୍ରେଟ୍ରୋକେମିକାଲ୍‌ର ମହତ୍ତ୍ବପୂର୍ଣ୍ଣ ବିକାଶ ଦେଖିବା ଆବଶ୍ୟକ ହୋଇପଡ଼ିଛି ା ୨୦୩୧-୩୨ ମସିହା ସୁଦ୍ଧା ପୂର୍ବ ଭାରତରେ ୦.୫ ଟ୍ରିଲିୟନ୍‌ରୁ ୨.୫ ଟ୍ରିଲିୟନ୍‌ ଡଲାରକୁ ବୃଦ୍ଧି ହେବାର ସମ୍ଭାବ୍ୟ ହୋଇପଡ଼ିଛି ା ପୂର୍ବ ଭାରତର ବିକାଶ ଦିଗରେ ପେଟ୍ରୋକେମିକାଲ୍‌ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ, ଯେଉଁଥିରେ ଓଡ଼ିଶା ରାଜ୍ୟ ମଧ୍ୟ ଅଂଶୀଦାରୀ ପ୍ରମୁଖ ରାଜ୍ୟ ଭାବେ ଉଭାହେବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତିା ଓଡ଼ିଶା ରାଜ୍ୟରେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ନେଇ ଓଡ଼ିଶାର ପ୍ରତିନିଧିଗଣ ସିଏଟ୍‌, ହାରସ୍‌ପେଟ୍‌, ଗ୍ଲେନ୍‌ ଆଦି ପ୍ରମୁଖ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଅଞ୍ଚଳରେ ଚାଞ୍ଚଲ୍ୟ: ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିଲେ, ଲୋକେ ପାଟିକରିବାରୁ…

ପୁରୁଷୋତ୍ତମପୁର,୨୬।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବରେ ହାଣି ହତ୍ୟା ଉଦ୍ୟମ କରିବା…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଚାଲିଗଲା ପ୍ରାଣ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଜକା ଗ୍ରାମରେ ଅଭାବନୀୟ ଘଟଣା। ବିଲକୁ କାମ କରିବାକୁ ଯାଇ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି…

ଦାରୁବିଗ୍ରହଙ୍କ ଅଧରପଣା ନୀତି ଆରମ୍ଭ

ପୁରୀ,୨6ା୭(ଅଜିତ୍‌ କୁମାର ମହାନ୍ତି): ସରି ଆସୁଛି ଘୋଷଯାତ୍ରା। ଶନିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧରପଣା ନୀତି ଆରମ୍ଭ ହୋଇଯାଇଛି। ପାଣିଆ…

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri