ପେଁକାଳିର ସରିତା

‘ମୋ ପେଁକାଳି ବଜେଇ ଦେ’ ନାଟକ ଦେଖିଥିବା ଦର୍ଶକ ଖୁବଶୀଘ୍ର ମନେ ପକେଇ ପାରିବେ ସରିତା ଚରିତ୍ରଟିକୁ। ମିତାର ଭାଉଜ। ମିତାର ବଡ଼ଭାଇ ଚିନ୍ମୟ ଜଗଦ୍ଦେବର ସ୍ତ୍ରୀ। ଚିନ୍ମୟ, ମିତା ତଥା ରାଜାସାହେବଙ୍କ ଭୂମିକାକୁ ବାଦଦେଲେ ଆଉ ଯେଉଁ ଚରିତ୍ରଟିକୁ ଏହି ନାଟକରେ ଗୁରୁତ୍ୱ ଦିଆଯାଏ ତାହା ହେଉଛି ସରିତା ଚରିତ୍ର। ଭଉଣୀ ସ୍ନେହରେ ଅନ୍ଧ ହେଇ ବୁଲୁଥିବା ଗୋଟେ ଭାଇର ସ୍ତ୍ରୀ ହେବା କିଛି କମ୍‌କଥା ନ ଥିଲା। ଆଉ ସେହି ଚରିତ୍ରଟିକୁ ବେଶ ସଫଳତାର ସହିତ ତୁଲାଇଥିଲେ ଓଡ଼ିଆ ଯାତ୍ରାଜଗତର ଆଗଧାଡ଼ିର ଅଭିନେତ୍ରୀ ବାସନ୍ତୀ ବାରେକ। ଜଗତ୍‌ସିଂହପୁରର ପଞ୍ଚପଲ୍ଲୀରେ ଜନ୍ମଗ୍ରହଣ କରିଥିବା ବାସନ୍ତୀ ୧୯୯୨ ମସିହାରେ ଯୋଗଦେଇଥିଲେ ‘ଶିବାନୀ ଗଣନାଟ୍ୟ’ରେ। ସେ ଯାତ୍ରାକୁ ଆସନ୍ତୁ ବୋଲି ବାପା ଚାହୁଁ ନ ଥିଲେ। ତେବେ ମା’ ତାଙ୍କୁ ମନାକରିପାରି ନ ଥିଲେ ଯାତ୍ରାକୁ ଆସିବା ପାଇଁ। ଯାତ୍ରା ପ୍ରତି ପିଲାଟି ବେଳରୁ ରୁଚି ଥିଲା। ସ୍କୁଲ ଡ୍ରାମାରେ ଅଭିନୟ କରି ପ୍ରଶଂସା ଗୋଟେଇଥିଲେ। ତେଣୁ ଚାଲିଆସିଲେ ଯାତ୍ରାକୁ। ଡ୍ୟାନ୍ସର ଭାବରେ ଯୋଗଦେଲେ। ସେ ଯାତ୍ରାକୁ ପଳେଇଛନ୍ତି ବୋଲି ଜାଣିବା ପରେ ବାପା ତାଙ୍କ ମା’ଙ୍କୁ କହିଥିଲେ, ‘ତୁ ତାକୁ ଯାତ୍ରାକୁ ପଠେଇଛୁ। ତୁ ଯାଇ ତାକୁ ନେଇଆ।’ ହେଲେ ଯାତ୍ରାପାର୍ଟିର ମାଲିକ ତାଙ୍କୁ ବୁଝେଇବାରୁ ବାସନ୍ତୀ ଯାତ୍ରାରେ ରହିଲେ। ଡ୍ୟାନ୍ସର ଭାବରେ ଯୋଗଦେଇଥିଲେ ସିନା, ମାତ୍ର ସୌଭାଗ୍ୟକୁ ଜଣେ ଲେଡି କଳାକାର ପାର୍ଟି ଛାଡ଼ିଦେଲେ। ଉଚ୍ଚତା ସାଙ୍ଗକୁ ଅଭିନେତ୍ରୀ ହେବାର ଚେହେରା ମଧ୍ୟ ରହିଥିଲା ବାସନ୍ତୀଙ୍କର। ତେଣୁ ସେ ଅଭିନେତ୍ରୀ ଭାବରେ ମଞ୍ଚକୁ ଆସିଲେ। ଇତିମଧ୍ୟରେ ସେ ଯାତ୍ରାର ବହୁ ପଥ ଅତିକ୍ରମ କରି ସାରିଲେଣି। ‘ତୁଳସୀ’, ‘ଧଉଳି’, ‘କଳିଙ୍ଗ’, ‘ତ୍ରିରଙ୍ଗା’, ‘ପାର୍ବତୀ’, ‘ତ୍ରିନାଥ’ ଆଦି ନାଟ୍ୟାନୁଷ୍ଠାନରେ ସଫଳତାର ସହିତ ଅଭିନୟ କରି ଏବେ ଆସି ପହଞ୍ଚତ୍ଛନ୍ତି ଯାତ୍ରା ‘ମାୟାନଗରୀ’ରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ବାଜେ ଝିଅକୁ ବାହା ହେବିନି’, ‘ମୋ ପେଁକାଳି ବଜେଇ ଦେ’, ‘କନିଅଁା ଯାଉଛି କାଞ୍ଚନପୁର’, ‘ନିଜେ ପୋଛିଦେଲି ନିଜ ସିନ୍ଦୂର’, ‘ଦେଖାହବ ଆର ଜନମରେ’, ‘ଓଢ଼ଣି ଖୋଲିବୁ ଧୀରେ ଧୀରେ’, ‘ବାଃ ବାଃରେ ଆମେରିକା’, ‘ରାତିର ରାଣୀ’ ଏବଂ ଆହୁରି ଅନେକ। ଚଳିତବର୍ଷ ଯାତ୍ରା ‘ମାୟାନଗରୀ’ରେ ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ନିଜ ନିଜର ରାମାୟଣ’, ‘କଥାଦିଅ ମୋତେ କରିବନି ପର’, ‘ଦେଲେ ଧରା କଥା ସରେ’। ‘ମୋ ପେଁକାଳି ବଜେଇ ଦେ’ ନାଟକରେ ରାଜା ବିକ୍ରମ କେଶରୀ ଜଗଦ୍ଦେବ ଓରଫ ରାଜା ସାହେବ ଭୂମିକାରେ ଅଭିନୟ କରୁଥିଲେ ଲୋକପ୍ରିୟ ଅଭିନେତା ବୈକୁଣ୍ଠ ବାରେକ। ତାଙ୍କୁ ହିଁ ଜୀବନସାଥୀ ଭାବରେ ଚୟନ କରିଥିଲେ ବାସନ୍ତୀ। ଏବେ ଏହି ଯୋଡ଼ି ବୈକୁଣ୍ଠ-ବାସନ୍ତୀ ଭାବରେ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍ ୧୩ରୁ ଏହି ରାଶିର ବଦଳିବ ଭାଗ୍ୟ, ମିଳିବ ପ୍ରଚୁର ଟଙ୍କା!

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ସଂଯୋଜନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପ୍ରକୃତିର ଏକ ବିଶେଷ ଗ୍ରହ ସଂଯୋଜନ ୧୩…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

ବଡ ଭୁଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶୀ: ଅଳ୍ପକେ…

ନୂଆଦିଲ୍ଲୀ,୧୧।୬: ଆଫଗାନିସ୍ତାନ ଏ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିବାରୁ ବୈଭବ ସୂର୍ଯ୍ୟବଂଶୀ ବଞ୍ଚିତ ହୋଇଥିଲେ। ଗୁରୁବାର ଭାରତ ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଟ୍ରାଏ-ସିରିଜ ମୁକାବିଲାରେ,…

ସାଙ୍ଗଙ୍କୁ ଘରୁ ଡାକିନେଇ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ରାଜନଗର,୧୧ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କଜଳବନ୍ଧ ଗ୍ରାମରେ ବୁଧବାର ରାତିରେ ଏକ ଦୁଖଃଦ ତଥା ଅଭାବନୀୟ ଘଟଣା ଘଟିଯାଇଛି। ରାତି…

ରବି ଧାନ ଉଠାଣରେ ବିଳମ୍ବ: ବର୍ଷାରେ ଭିଜି ଧାନ ଗଜା, ଜାତୀୟ ରାଜପଥରେ ବସିଲେ ଚାଷୀ

ଭବାନୀପାଟଣା, କେସିଙ୍ଗା, ୧୧।୬(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକର ଅଁଳାପାଲି ଓ ବମକ ମଣ୍ଡିରେ ରବିଧାନ ଉଠାଣ ବିଳମ୍ବକୁ ନେଇ ସ୍ଥାନୀୟ ଚାଷୀଙ୍କ…

ଭଗବାନ ରାମଙ୍କ ବିଷୟରେ ମନ୍ତବ୍ୟ ମାମଲାରେ ବଢ଼ିଲା ରାହୁଲଙ୍କ ଅଡୁଆ, FIR….

ନୂଆଦିଲ୍ଲୀ,୧୧।୬: ରାହୁଲ ଗାନ୍ଧୀଙ୍କୁ ପୁଣି ଏକ ଝଟକା । ପ୍ରଭୁ ରାମଙ୍କ ବିଷୟରେ ମନ୍ତବ୍ୟ ଦେବା ନେଇ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା…

ଆସୁଛି ରଜ: ହେଲେ ଦରମା ପାଇବାରୁ ବଞ୍ଚିତ ଶିକ୍ଷୟିତ୍ରୀ-ଶିକ୍ଷକ

ପଟାଙ୍ଗି,୧୧ା୬(ଶରତ କୁମାର ଧଳ): ଆଉ କିଛିଦିନ ପରେ ରଜ। ଏହିପରି ସ୍ଥିତିରେ ଏସ୍‌ଏସ୍‌ଏ ଅନୁଦାନରୁ ପାଉଥିବା ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି ଶିକ୍ଷୟିତ୍ରୀ-ଶିକ୍ଷକଙ୍କଠାରୁ ଆରମ୍ଭ କରି ସମସ୍ତ…

ମାସେ ତଳେ ଫୁଲ ତୋଳିବାକୁ ଯାଉ ଆଉ ଫେରି ନ ଥିଲେ ସୁନ୍ଦରୀ: କେନାଲରୁ ମିଳିଲା…

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ପଞ୍ଚାୟତ ଗୁଡିପଦର ଗ୍ରାମ ନିକଟ ଏକ କେନାଲ ପାଖରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି। ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri