Posted inଖେଳ

ପୃଥ୍ବୀ ଡୋପ୍‌ ଟେଷ୍ଟରେ ବିଫଳ: ୮ ମାସ ବାସନ୍ଦ

ନୂଆଦିଲ୍ଲୀ,୩୧।୭(ପି.ଟି.)- ଉଦୀୟମାନ ଭାରତୀୟ ଓପନର ପୃଥ୍ବୀ ଶ’ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଫଳରେ ତାଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର କ୍ରିକେଟର ସବୁ ପ୍ରକାର ଫର୍ମାଟରୁ ୮ ମାସ ପାଇଁ ବାସନ୍ଦ କରିଛି। ଗତ ସୟଦ ମୁସ୍ତାକ୍‌ ଅଲି ଟି୨୦ ଟୁର୍ନାମେଣ୍ଟ ଅବସରରେ ପୃଥ୍ବୀଙ୍କ ପରିସ୍ରା ନମୁନାର ପରୀକ୍ଷଣ ହୋଇଥିଲା। ଆଣ୍ଟି ଡୋପିଂ ତଥା ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଯାୟୀ ଏହି ପରୀକ୍ଷା କରାଯାଇଥିଲା। ଏଥିରେ ତାଙ୍କ ନମୁନାରେ ନିଷିଦ୍ଧ ଟର୍ବୁଟାଲାଇନ ମିଳିଥିଲା। ୨୦୧୯ ଫେବୃୟାରୀରେ ନମୁନା ପରୀକ୍ଷା କରାଯାଇଥିଲା। ସେ ଆଗାମୀ ନଭେମ୍ବର ୧୫ ପର୍ଯ୍ୟନ୍ତ ସେ କ୍ରିକେଟରୁ ଦୂରେଇ ରହିବେ। ତାଙ୍କ ବାସନ୍ଦ ଅବଧି ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇ ନଭେମ୍ବର ୧୫ରେ ଶେଷ ହେବ। ଫଳରେ ସେ ଏବେ ଆଗାମୀ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରୁ ବାଦ୍‌ ପଡିବା ସ୍ପଷ୍ଟ ହୋଇଛି।
ଅଜାଣତରେ ସେ ଏହି ନିଷିଦ୍ଧ ପଦାର୍ଥ ସେବନ କରିଥିଲେ। ପ୍ରଦର୍ଶନରେ ଉନ୍ନତି ଆଣିବାକୁ ନୁହଁ ବରଂ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ଏହି ନିଷିଦ୍ଧ ପଦାର୍ଥ ସେବନ କରିଥିଲେ ବୋଲି ସେ ସଫେଇ ଦେଇ କହିଛନ୍ତି। ପୃଥ୍ବୀଙ୍କ ସ୍ପଷ୍ଟୀକରଣକୁ ବିସିସିଆଇ ହୃଦୟଙ୍ଗମ କରିଛି। ଏବେ ତାଙ୍କୁ ଆହୁରି କିଛି ଦିନ ପାଇଁ କ୍ରିକେଟରୁ ଦୂରେଇ ରହିବାକୁ ହେବ। ନିଷିଦ୍ଧ ଟର୍ବୁଟାଲାଇନ ସାଧାରଣତଃ କଫ୍‌ ସିରପ୍‌ରେ ମିଳିଥାଏ। ପୃଥ୍ବୀଙ୍କୁ ବାଦ୍‌ ଦେଲେ ବିଦର୍ଭ ୨୩ ବର୍ଷରୁ କମ୍‌ କ୍ରିକେଟର ଅକ୍ଷୟ ଦୁଲ୍ଲାରବାର, ରାଜସ୍ଥାନର ୧୯ ବର୍ଷରୁ କମ୍‌ କ୍ରିକେଟର ଦିବ୍ୟ ଗଜରାଜ ମଧ୍ୟ ନିଷିଦ୍ଧ ପଦାର୍ଥ ସେବନ କରି ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଏହି ଦୁଇ ଖେଳାଳିଙ୍କୁ ମଧ୍ୟ ବୋର୍ଡ ବାସନ୍ଦ କରିଛି। ବିସିସିଆଇ ଆଣ୍ଟିଡୋପିଂ କାର୍ଯ୍ୟକ୍ରମ ଅନୁଯାୟୀ ଗତ ଫେବୃୟାରୀ ୨୨ରେ ମୁସ୍ତାକ ଅଲି ଟ୍ରଫି ଅସବରରେ ପୃଥ୍ବୀଙ୍କ ପରିସ୍ରା ନମୁନା ନିଆଯାଇଥିଲା। ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡା) ଟର୍ବୁଟାଲାଇନ୍‌କୁ ବାସନ୍ଦ କରିଛି। ତେଣୁ ଦେଶ ଓ ବିଦେଶରେ ଖେଳାଯାଉଥିବା ସବୁ କ୍ରୀଡ଼ାରେ ଏହି ପଦାର୍ଥ ନିଷିଦ୍ଧ ହୋଇଛି। ସେ ବିସିସିଆଇ ନିଶା ନିବାରଣ ନିୟମ (ଏଡିଆର) ୨.୧ର ଉଲ୍ଲଂଘନ କରିଛନ୍ତି ବୋଲି ବୋର୍ଡ ତରଫରୁ କୁହାଯାଇଛି।
୧୯ ବର୍ଷୀୟ ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ପୃଥ୍ବୀ ୨୦୧୮ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଟେଷ୍ଟ ଖେଳି ୨୩୭ ରନ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ଗୋଟିଏ ଶତକ ଓ ଅର୍ଦ୍ଧଶତକ ସାମିଲ ରହିଛଇ। ହିପ୍‌ ଇଞ୍ଜୁରି ବା ଅଣ୍ଟାରେ ଆଘାତ ସମସ୍ୟା କାରଣରୁ ରିହାବିଲିଟେସନରେ ରହିଛନ୍ତି। ଏବେ ସେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ରିହାବିଲିଟେଶନ ପ୍ରକ୍ରିୟାରେ ସାମିଲ ରହିଛନ୍ତି। ଫଳରେ ସେ ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷ ଦିନିକିଆ ସରିଜ ଓ ଟେଷ୍ଟ ସରିଜରେ ଭାରତ ଏ’ ଦଳରେ ସ୍ଥାନ ପାଇ ନ ଥିଲେ। ୧୯ ବର୍ଷରୁ କମ୍‌ ବିଶ୍ୱକପ ଚାମ୍ପିୟନ ଦଳର ସଦସ୍ୟ ପୃଥ୍ବୀ ଜଣେ ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ରୂପେ ବିବେଚିତ ହେଉଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ ପଦାର୍ପଣରେ ସେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏକ ଅଭ୍ୟାସ ମ୍ୟାଚ୍‌ ଅବସରରେ ସେ ଗୋଇଠିରେ ଆଘାତ ପାଇବା କାରଣରୁ ଭାରତର ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ସ୍ବଦେଶ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri