ପୂର୍ବଭାରତର ତ୍ରିବେଣୀ ବଳଙ୍ଗ, ଶୋଣ, ଗଙ୍ଗାହାର

ବାଲେଶ୍ୱର ଅଫିସ,୯।୩ – ବାଲେଶ୍ୱର ଜିଲା ସଦର ମହକୁମାରୁ ୫ କି.ମି. ଦୂରରେ ବଳଙ୍ଗ, ଶୋଣ, ଗଙ୍ଗାହାର ତିନୋଟି ନଦୀର ସଙ୍ଗମ ସ୍ଥଳ ଅବସ୍ଥିତ। ଉତ୍ତରରୁ ବଳଙ୍ଗ, ଦକ୍ଷିଣରୁ ଶୋଣ ଓ ଦକ୍ଷିଣ ଓ ଉତ୍ତର ମଧ୍ୟରୁ ଗଙ୍ଗାହାର ରେମୁଣା ବ୍ଲକ ମନ୍ଦାରପୁର ପଞ୍ଚାୟତର କାଠସଙ୍ଗଡ଼ା ଗ୍ରାମ ନିକଟରେ ଏକତ୍ର ହୋଇ ସୃଷ୍ଟି କରିଛନ୍ତି ପୂର୍ବଭାରତର ତ୍ରିବେଣୀ ସଙ୍ଗମ। ଏହି ପବିତ୍ର ସ୍ଥାନରେ ମହାକୁମ୍ଭ ଆୟୋଜନ ଲାଗି ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦ ପକ୍ଷରୁ ଉଦ୍ୟମ ଜାରି ରହିଛି।
କିମ୍ବଦନ୍ତୀ ଅଛି ଯେ, ବୈଦିକ ଯୁଗରେ ଦଧିଚୀ ଋଷିଙ୍କ ଶିଷ୍ୟ ତଥା ପ୍ରଶ୍ନ ଉପନିଷଦର କର୍ତ୍ତା ଋଷି ପିପ୍ପଳାଦଙ୍କର ମୁଖ୍ୟ ପ୍ରଚାର କେନ୍ଦ୍ର ଥିଲା ଏହି ସ୍ଥାନ । ଏହାର ବିଭବ, ଗରିମା ଓ ମହତ୍ତ୍ୱ କ୍ରମେ ଲୁପ୍ତ ପ୍ରାୟ ଅବସ୍ଥାରେ ଥିଲା। ଆଧ୍ୟାମତ୍ିକ କ୍ଷେତ୍ର ଛଡ଼ା ଏହାର ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ସଭିଙ୍କୁ ଆନମନା କରିଥାଏ। ଏହି ତ୍ରିବେଣୀ ସଙ୍ଗମର ଐତିହ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ସ୍ଥାନୀୟ ଲୋକଙ୍କୁ ନେଇ ଗଢାଯାଇଛି ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦ । ପ୍ରଥମଥର ଲାଗି ପରିଷଦ ପକ୍ଷରୁ ଆସନ୍ତା ୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଗଣ ପିତୃତର୍ପଣ ଓ ପିଣ୍ଡଦାନ ମହାଯଜ୍ଞ ଆୟୋଜନ କରାଯାଉଛି। ଉକ୍ତ ସ୍ଥାନର ଆଧ୍ୟାତ୍ମିକ ଓ ପୌରାଣିକ ମହତ୍ୱକୁ ଲୋକ ଲୋଚନକୁ ଆଣିବା ସହ ଅଞ୍ଚଳର ସାମଗ୍ରୀକ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।
ବାଲେଶ୍ୱର ଷ୍ଟେଶନରୁ ରେମୁଣା ଗୋଲେଇ ଦେଇ ବାରିପଦା ରାସ୍ତାରେ ଗଲେ ୧୬ନଂ. ଜାତୀୟ ରାଜପଥ ଉପରେ ବୁଢ଼ାବଳଙ୍ଗ ନଦୀର ସେତୁ ‘ବାରୁଣୀ ପୋଲ’ ଅତିକ୍ରମ କରିବାକୁ ପଡିଥାଏ। ଏହର ପଶ୍ଚିମ ଦିଗକୁ ମାତ୍ର ୧.୫ କି.ମି. ଦୂରରେ ମୟୂରଭଞ୍ଜ ଜିଲା ଶିମିଳିପାଳରୁ ପ୍ରବାହିତ ହୋଇ ଆସିଥିବା ବଳଙ୍ଗ, ଗଙ୍ଗାହାର ଓ ଶୋଣ ନଦୀର ପବିତ୍ର ତ୍ରିବେଣୀ ତୀର୍ଥ ବା ମିଳନ ସ୍ଥଳ ପଡେ। ସ୍ଥାନୀୟ ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦର ଆବାହକ ବାବାଜୀ ଦୟାନନ୍ଦ ଦାସ କହନ୍ତି, ଏହି ତୀର୍ଥ ସହ ସନାତନ ଧର୍ମର ପରମ୍ପରା ଓ ବିଶ୍ୱାସ ଜଡିତ । କୁମ୍ଭ ଶବ୍ଦର ଅର୍ଥ ସ୍ନାନଯୋଗ। ଏହି ଯୋଗରେ ଏଭଳି ତୀର୍ଥ ସ୍ଥାନରେ ସ୍ନାନ କଲେ ଅମୃତତ୍ତ୍ୱ ପ୍ରାପ୍ତି ହୁଏ। ଏଠାକାର କାଠସଙ୍ଗଡ଼ା, ହଳଦିଆ ଏବଂ ଦୁମୁଦା ଗ୍ରାମର ଭୌଗୋଳିକ ସୀମାରେ ଏହି ୩ଟି ନଦୀର ସଙ୍ଗମ ତୀର୍ଥରେ ବାରୁଣୀ ସ୍ନାନ ତିଥିରେ ବାରୁଣୀ ମେଳା ଅନୁଷ୍ଠିତ ହୋଇଆସୁଛି। ଅନ୍ୟାନ୍ୟ କର୍ମ ଯଥା ପିଣ୍ଡଦାନ, ଶ୍ରାଦ୍ଧ, ତର୍ପଣ, ଅସ୍ଥି ବିସର୍ଜନ ଆଦି କ୍ରିୟା ପ୍ରାୟ ହେଉ ନ ଥିଲା। ୨୦୧୬ ମସିହାରୁ ଅନେକ ସାଧୁସନ୍ଥ ଏବଂ ବାଲେଶ୍ୱର ଜିଲା ବ୍ରାହ୍ମଣ ମହାସଭାଙ୍କ ଦ୍ୱାରା ଉକ୍ତ କାର୍ଯ୍ୟ ପୁନଃ ପ୍ରବର୍ତ୍ତନ କରାଯାଇଛି। ଏହାର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଏବେ ମହାକୁମ୍ଭ ପ୍ରକ୍ରିୟା ଆରମ୍ଭ କରାଯାଉଛି। ସ୍ଥାନୀୟ ବାସୀନ୍ଦା କବି ଚକ୍ରଧର ଦାସ କହନ୍ତି, ଏ ଅଞ୍ଚଳର ଆଦିବାସୀମାନେ ମକର ସଂକ୍ରାନ୍ତିରେ ଉକ୍ତ ସ୍ଥାନରେ ପିଣ୍ଡଦାନ କରିଥାନ୍ତି। ପରବର୍ତ୍ତୀ ଅବସ୍ଥାରେ ଏଠି ବାରୁଣୀ ମେଳା ଆୟୋଜିତ ହୋଇ ଆସୁଛି, ଯାହା ‘ତେମୁହାଣୀ’ ଭାବେ ପ୍ରସିଦ୍ଧ। କବିବର ରାଧାନାଥ ରାୟଙ୍କ ‘ଉଷା’ କାବ୍ୟରେ ଏସମ୍ପର୍କରେ ବର୍ଣ୍ଣନା ରହିଛି। ଏଭଳି ଏକ ସ୍ଥାନକୁ ପର୍ଯ୍ୟଟନ ବିଭାଗ ଅଣଦେଖା କରିବା ଅଞ୍ଚଳବାସୀଙ୍କୁ ଆଲୋଡିତ କରିଛି। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ଗଗନ ସାହୁଙ୍କୁ ପଚାରିବାରୁ କହିଛନ୍ତି, ତ୍ରିବେଣୀ ସଙ୍ଗମ ଅଞ୍ଚଳ ନେଇ ପର୍ଯ୍ୟଟନ ବିଭାଗକୁ କୌଣସି ଲିଖିତ ଆବେଦନ ଆସି ନାହଁି। ସ୍ଥାନୀୟ ଲୋକେ ନିର୍ଦ୍ଦିଷ୍ଟ ସ୍ଥାନର ଫଟୋ ଓ ନକ୍ସା ସହ ବିଧିବଦ୍ଧ ଭାବେ ଆବେଦନ କଲେ ବିଚାର କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

ଆସୁଛନ୍ତି ମୋଦି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବରଗଡ଼,୧୦।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମୋଦି...

ଅନୁକୂଳ ହେଲା ରଥକାଠ, ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ

ପୁରୀ,୧୦।୫: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁକ୍ରବାର ରଥକାଠ ଅନୁକୁଳ ହୋଇଛି । ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇଛି । ଏଥିସହ...

ଭାଜପାର ମୋଟର ସାଇକେଲ ରାଲି

କେସିଙ୍ଗା,୧୦।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବୋରିଙ୍ଗପଦର ଠାରୁ ସହରର ବଗାଡ଼ ଯାଏ ଭାଜପାର ମୋଟର ସାଇକେଲ ରାଲି ଟାଉନ ସଭାପତି ମଗନ ସିନ୍ଦୁରଙ୍କ...

ଜଙ୍ଗଲରେ ନିଆଁ ଲଗାଇ ପୋଡୁ ଚାଷ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା

ଦାରିଙ୍ଗବାଡ଼ି,୧୦।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନିଆଁ ଲିଭିବାର ନାଁ ଧରୁନି। କେତେବେକେ ଶିକାର ଉଦ୍ଦେଶ୍ୟରେ ତ କେତେବେଳେ ପୋଡୁ ଚାଷ ପାଇଁ...

କ୍ରିକେଟ ଖେଳୁଥିବା ବେଳେ ଟଳିପଡିଲେ ଯୁବକ, ଅଂଶୁଘାତ ଆଶଙ୍କା

ବ୍ରହ୍ମପୁର,୧୦ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅଧୀନ ଖଲ୍ଲିକୋଟ କଲେଜ ଖେଳପଡ଼ିଆରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଖେଳୁଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri