ପୂଜାର୍ଚ୍ଚନାରେ ସୀମିତ ହନୁମାନ ଜୟନ୍ତୀ

ସମ୍ବଲପୁର, ୧୩।୪ (ବ୍ୟୁରୋ)- କରୋନା ଭୂତାଣୁ ସମଗ୍ର ବିଶ୍ୱକୁ ଗ୍ରାସିଛି । ପ୍ରତିଷେଧକ ଭାବେ ଦେଶରେ ଲକ୍‌ ଡାଉନ ଚାଲିଛି । ସମସ୍ତ ଧାର୍ମିକ ପୀଠରେ ମଧ୍ୟ ତାଲା ଝୁଲୁଛି । ଏଣୁ ସମ୍ବଲପୁରର ପ୍ରସିଦ୍ଧ ହନୁମାନ ଜୟନ୍ତୀ ଶୋଭାଯାତ୍ରା କରୋନା କଟକଣା ଯୋଗୁ କେବଳ ପୂଜାର୍ଚ୍ଚନାରେ ହିଁ ସୀମିତ ରହିଛି। ସୋମବାର ସହରର ହନୁମାନ ମନ୍ଦିର ଗୁଡିକରେ ପଣା ସଂକ୍ରାନ୍ତି ଓ ହନୁମାନଙ୍କ ପୂଜାର୍ଚ୍ଚନା ନିଡାମ୍ବରରେ କରାଯାଇଛି। ବ୍ରୁକ୍ସହିଲ୍‌ ସ୍ଥିତ ପ୍ରସିଦ୍ଧ ହନୁମାନ ମନ୍ଦିରରେ ସକାଳେ ପରମ୍ପରା ଓ ରୀତିନୀତି ସହ ମୁଖ୍ୟ ପୂଜକ ହରିଶ୍ଚନ୍ଦ୍ର ମିଶ୍ର ପୂଜାର୍ଚ୍ଚନା କରିଥିଲେ । ଏହାପରେ ପଣ୍ଡିତ ବ୍ୟାସଦେବ ପଣ୍ଡା ହୋମଯଜ୍ଞ କରିଥିଲେ। ଅବଶ୍ୟ ଭକ୍ତମାନେ ମନ୍ଦିର ମୁଖ୍ୟ ଫାଟକରେ ଦୀପ ଜାଲୁଥିବା ଦେଖିବାକୁ ମିଳିଛି। ତେବେ ନେଇ ହନୁମାନ ଜୟନ୍ତୀ ସମନ୍ବୟ ସମିତି ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ବହିଦାର କହିଛନ୍ତି ଯେ, ସହରରେ ଥିବା ୩୫ଟି ହନୁମାନ ଜୟନ୍ତୀ କମିଟି ସିମିତିର କର୍ମକର୍ତ୍ତା ସନ୍ଧ୍ୟା ୫ଟା ୫୫ରେ ପୂଜାର୍ଚ୍ଚନା କରି ଦୀପ ପ୍ରଜ୍ୱଳନ କରିବେ । ବିଶ୍ୱ କିପରି ଏହି ମହମାରିରୁ ମୁକ୍ତି ମିଳିବ ସେ ନେଇ ହନୁମାନ ଚାଳିଶା ପାଠ ସହ ସେମାନେ ଦୀପ ଦାନ କରିବେ। ଜିଲା ପ୍ରଶାସନର ନିୟମ ପାଳନ କରାଯିବ । କେବଳ ୬ଟି କମିଟିର ସଭ୍ୟ ସଚେତନତା ସହ ଦୂରତ୍ୱ ପାଳନ କରି ପ୍ରସାଦବଣ୍ଟନ କରିବେ ବୋଲି ସୁଧୀର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ବିନା ଶୋଭାଯାତ୍ରାରେ ହେଲା ହନୁମାନ ଜୟନ୍ତୀ: ଆଳତି କଲେ ଧର୍ମେନ୍ଦ୍ର

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର): ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିନା ଶୋଭାଯାତ୍ରାରେ ସମ୍ବଲପୁର ସହରରେ ରବିବାର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଗତବର୍ଷର ହନୁମାନ...

ଆମଦାନୀ ନେତାଙ୍କୁ ଭରସା କରିଚାଲିଛି ବିଜେଡି

ସମ୍ବଲପୁର,୧୪।୪ (ଭବାନୀ ଶଙ୍କର ଭୋଇ)ସମ୍ବଲପୁର ଜିଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏହି କ୍ଷେତ୍ରରେ ବିଜେଡି ଆମଦାନୀ...

ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରରେ ରବିବାର ହନୁମାନ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶାସନିକ କଟକଣା ହେତୁ ବିନା ଶୋଭାଯାତ୍ରାରେ ଉତ୍ସବ...

ଆଜିଠୁ ସମଲେଇ ମନ୍ଦିରରେ ମାଦକଦ୍ରବ୍ୟ ନିଷେଧ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ଅନୁସାରେ ପୀଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri