ପୂଜାରେ ସୀମିତ ରହିବ ତାରାତାରିଣୀଙ୍କ ଚୈତ୍ରଯାତ୍ରା

ଛତ୍ରପୁର/ବ୍ରହ୍ମପୁର ଅଫିସ, ୧୬ା୩(ଡି.ଏନ.ଏ.) କରୋନାର ଭୟାବହତା ନେଇ ଗଞ୍ଜାମରେ ସତର୍କତା ଅବଲମ୍ବନ ପାଇଁ ରବିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁରସ୍ଥିତ ସମ୍ମିଳନୀ ଗୃହରେ ଏକ ଜରୁରୀ ବୈଠକ କରିଥିଲେ। ଏବେ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚାଲିଛି। ଆସନ୍ତା ମଙ୍ଗଳବାର ଦ୍ୱତୀୟ ପାଳି ା
ଏହି ଯାତ୍ରା ଉପରେ କେତେକ କଟକଣା ପ୍ରଶାସନ ପକ୍ଷରୁ ଲଗାଯାଇଛି। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି କଡା ନିଷ୍ପତ୍ତି ନିଆଯାଇଛିି ା
ମନ୍ଦିର ଟ୍ରଷ୍ଟ, କମିଟି ସଦସ୍ୟ, ସେବାୟତ ବିଧାୟକ ଓ ବିଭିନ୍ନ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ା
ଚୈତ୍ର ମଙ୍ଗଳବାର ଯାତ୍ରା ବେଳେ ମୁଣ୍ଡନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ପାହାଡ ଉପରେ ଥିବା ମନ୍ଦିରକୁ ଯିବା ପାଇଁ ସ୍ବତନ୍ତ୍ର ବସ୍‌ ସେବା ଓ ଅଟୋ ବନ୍ଦ କରାଯାଇଥିବା ବୋଲି ଖବରଦାତା ସମ୍ମିଳନୀରେ ଜିଲାପାଳ ସୂଚନା ଦେଇଛନ୍ତି। ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାରେ ବାହାର ଲୋକଙ୍କୁ ସାମିଲ କରାଯିବ ନାହିଁ ା ଏପରିକି ସ୍ଥାନୀୟ ଲୋକେ ମଧ୍ୟ ନ ଯିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି ା ଯେଉଁମାନେ ବିଶେଷ କାରଣ ପାଇଁ ମନ୍ଦିରକୁ ଯିବେ, ସେଠାରେ ସେମାନଙ୍କର ଦେହର ତାପମାତ୍ରା ମାପିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ା
ପାହାଡ ପାଦଦେଶରେ ଏବଂ ଉପରି ଭାଗରେ ହାତ ଧୋଇବାର ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରାରେ ଲୋକମାନେ ଏକତ୍ରିତ ହେବାକୁ ବାରଣ କରାଯାଇଛି। ଯାତ୍ରାର ପୂଜା ବିଧି ଯଥାରୀତି ସମ୍ପନ୍ନ ହେବ ା ସାଜସଜ୍ଜା ମଧ୍ୟ ଉଚିତ ଢଙ୍ଗରେ ପ୍ରଦର୍ଶିତ ହେବ ା କିନ୍ତୁ ଯାତ୍ରୀଙ୍କ ସମାଗମକୁ ପ୍ରଶ୍ରୟ ଦିଆଯିବ ନାହିଁ ା
ସରକାରୀ ଏବଂ ବେସରକାରୀ କଲ୍ୟାଣ ମଣ୍ଡପଗୁଡିକର ବୁକିଂ ବାତିଲ ହେବା ସହ ଭୋଜିଭାତକୁ ନିଷେଧ କରାଯାଇଛି ା ଜିଲା ପ୍ରଶାସନର ଏହି ନିଷ୍ପତ୍ତିକୁ ସେବାୟତ ବାପୁଜୀ ରଣା ସ୍ବାଗତ ଜଣାଇଥିଲେ। ଏଥିସହ ବିଧାୟିକା, ବିଧାୟକମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି। ଗୋପାଳପୁର, ସୁନାପୁର, ବଟେଶ୍ୱର ଆଦି ସମସ୍ତ ବେଳାଭୂମିରେ ପର୍ଯ୍ୟଟକ ବୁଲିବାକୁ ବାରଣ କରାଯାଇଛି। ସୋସିଆଲ ମିଡିଆରେ ଅପପ୍ରଚାର, ଗୁଜବ,
ଗାଇଡଲାଇନ୍‌କୁ ଅବମାନନା କଲେ ଆଇନନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତିି ା ଦଣ୍ଡ ଯାତ୍ରାକୁ ବନ୍ଦ କରାଯାଇଥିବା ବେଳେ ବିବାହ ଓ ବ୍ରତ ଆଦି କାର୍ଯ୍ୟକ୍ରମ ଘରେ କରନ୍ତୁ ବୋଲି ଜିଲାପାଳ କହିଛନ୍ତି। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ କୁହାଯାଇଛି ା ମାସ୍କ ଅଭାବ ଦୂର ପାଇଁ ଏସଏଚ୍‌ଜିଗୁଡିକ ପ୍ରସ୍ତୁତ କରିବେ । ଏହାକୁ ୨୦ ଟଙ୍କାରେ ବିକ୍ରି କରାଯିବ ା ସେହିପରି ସିଟି ବସ୍‌ରେ ୨୦ ଟଙ୍କାରେ ସାନିଟାଇଜର ମିଳିବ ା ଏହି ବୈଠକରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ, ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଓ ଅମିୟ କୁମାର ସାହୁ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର,୫ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ (ଜେଏସ୍‌ଏଲ୍‌)ରେ ନିୟୋଜିତ ଏକ ଅଣଓଡ଼ିଆ ଠିକାସଂସ୍ଥା ଜିଏମ୍‌ ଏଣ୍ଟରପ୍ରାଇଜର୍ସ ୪୬ ଜଣ ଗରିବ ଶ୍ରମିକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri