ପୁଷ୍ଟିକର ଖାଏଦ୍‌ ଅଭାବ: ଜଟିଲ ହେଉଛେ ଜୟଧରକଁର ଅବସ୍‌ତା

ଲାଠୋର, ୧୬ା୫ (ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ତଲିପଡ଼ାର ଜୟଧର ଭୁଏ(୩୨)। ସେ ବହୁତ୍‌ ଦିନୁ ଯକ୍ଷ୍ମା ରୋଗ୍‌ରେ ପୀଡ଼ିତ ଅଛନ୍‌, ଉଷୋକଷା ବି ଖାଉଛନ୍‌। ହେଲେ ସେ ନିହାତି ଗରିବ୍‌ ଆର ବାହା ଜାଂଗଲ ମାଜଲେ ଯାଇ ପେଟକେ ଦାନା ମିଲୁଥିଲା। ଏନ୍‌ତାଥି ତାହାକୁ ଯକ୍ଷ୍ମା ରୋଗ୍‌ ଅମରାଲା। ଡାକ୍‌ତରଖାନାରେ ଦେଖେଇ ମାହାଲିଆ ଉଷୋ ଖାଉଛନ୍‌। ହେଲେ ଯକ୍ଷ୍ମା ରୁଗୀ ଯେନ୍‌ହିସାବେ ପୁଷ୍ଟିସାର ଖାଏଦ୍‌ ଖାଏବାର କଥା, ସେ ଖାଏବାକେ ନାଇଁପାଏବାର। ଇଥିରଲାଗି ଦିନୁଦିନ୍‌କେ ଉଷୋକଷା ଖାଉଥିଲେ ବି ସୁରକୁଟେଇ ଯାଉଛନ୍‌।
ସୂଚନା ହିସାବେ ଲାଠୋର ତଲିପଡ଼ାର ଜୟଧର ଭୁଏ ଝନେ ନିହାତି ଗରିବ ଲୋକ୍‌। ତାକର ପରିବାର କହେଲେ ମାଏକିନା କ୍ଷୀର, ଦୁଇ ବଛର୍‌ର ପୁଓ ଶିବା ଆର ବିଧବା ବୁଢ଼ି ମା’ ଦେମତିକୁଁ ନେଇ ତାକର ସଁସାର। ତାକର ମାଲଭଟା କରି ଦୁଇ ଟୁକ୍‌ରି ଜମି ରହିଛେ। ହେଲେ ଜମିଟା ଚାଷବାସ୍‌ କରବାର କାଟଛାଟର ନୁହେ। ଯେନ୍‌ଥିରଲାଗି ଫିବଛର ପେଟପାଟନାର ଲାଗି ଜୟଧର କୁଟୁମବସିଆ ବାହାର ରାଏଜକେ ଦାଦନ ଖଟି ଯାଉଥିଲେ। ଚଲତି ବଛର ବି ସେ ଆନ୍ଧ୍ରପ୍ରଦେଶ ଦାଦନ ଖଟିଯାଇଥିଲେ। ସେଠାନେ ମାସକେତେ କାମ କଲାଉତାରୁ ତାକର ଦିହିପା ଖରାପ ହେଇଥିଲା। ୩ ମାସ ଆଗରୁ ଲାଗେଲେସରମାନେ ତାହାକୁ ସେଠାନୁ ଉଧାର କରି ଗଁାକେ ଆନିଥିଲେ। ସେ ପହେଲା ଖପ୍ରାଖୋଲ ପଛେ ବାଟଣାଗଡ଼, ବଲାଙ୍ଗୀର ଆର ଶେଷେ ବୁର୍ଲାରେ ଯାଇ ଦିହିପା ଦେଖାଲେ। ସେଠାନେ ଡାକ୍‌ତର ତାହାକୁ ଯକ୍ଷ୍ମା ରୋଗ୍‌ ହେଇଥିବାର କହିଥିଲେ। ଜୟଧର ବୁର୍ଲାରେ ଦିନାକେତେ ଚିକିସତ୍ିତ ହେଲା ଉତାରୁ ଟଁକା ପଏସା ଅଭାବୁ ଘରକେ ପଲେଇ ଆସିଥିଲେ। ସୁଆସ୍‌ତିଅ ବିଭାଗ ତରଫୁ ତାହାକୁ ମାହାଲିଆ ଉଷୋ ଯୁଗେଇ ଦିଆଯାଉଛେ। ମଝିରେ ମଝିରେ ବିଭାଗ ତରଫୁ କରମଚାରୀମାନେ ଯାଇ କେନ୍‌ଥେଇ ଦିହିପାର ଯତନ୍‌ ନେବେ ପରାମଶ ଦେଉଛନ୍‌। ହେଲେ ଖାଲି ମାହାଲିଆ ଉଷୋ ଆର ପରାମଶରେ ଝନେ ରୁଗୀ ଭଲ ନାଇଁ ହେଇଯାଏ। ରୁଗୀକେ ଉଷୋକଷାର ସଂଗେ ପୁଷ୍ଟିକର ଖାଏଦ ନିହାତି ଦରକାର। ହେଲେ ଜୟଧର ନିହାତି ଗରିବ୍‌, ଏହେଦେ ସେ ପଡ଼ି ରହେଲାବେଲେ ବୁଢ଼ି ମା’ ଆର ମାଏକିନା ପରହର କାମ୍‌ବୁତା କରି ଯାହା ରୁଜଗାର କରୁଛନ୍‌ ସେଥ୍‌ରେ ପରିବାରର ଚୁଲି ଜଲୁଛେ। ଏନ୍‌ତାଥି ଜୟଧରକେ ସେମାନେ ଯେତ୍‌କିକର ପୁଷ୍ଟିକର ଖାଏଦ୍‌ ଦେଇପାରୁଥିବେ ଇଥ୍‌ରୁ ବୁଝାପଡ଼ୁଛେ। ଇଆଡ଼େ ଜୟଧର ଉଷୋକଷା ଖାଏଲେ ବି ଖାଏଦ୍‌ ଅଭାବୁ ଦିନୁଦିନ୍‌କେ ଶୁଖିଟାଟି ଯାଉଛନ୍‌। ଇ ବାବ୍‌ଦେ ଲାଠୋର ସ୍ବାସ୍ଥ୍ୟ କେନ୍ଦ୍ର ଅଧ୍‌କାରୀ ଡା.ରାଜ୍ୟଶ୍ରୀ ସାହୁକୁଁ ପଚରାଲାରୁ ଇ ବାବ୍‌ଦେ ଉପରି ଅଧ୍‌କାରୀକଁର ସଂଗେ ଆଲୋଚନା କରି ଯେନ୍‌ଟା ହେବା ସୁବିଧା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର,୫ା୧୦(ପ୍ରମୋଦ ବହିଦାର): ତିନିଦିନ ଧରି ହୀରାକୁଦ ଜଳଭଣ୍ଡାର ପୂଣ୍ଣଗର୍ଭା ରହିବା ପରେ ସୋମବାର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ତେଣୁ ଆଜି ଜଳଭଣ୍ଡାରର ଖୋଲାଥିବା ଏକମାତ୍ର ସ୍ଲୁଇସ୍‌…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?