‘ପୁରୁଣା ମାଷ୍ଟରପ୍ଲାନ୍‌ ଦେଖି କମିଟି ନିରାଶ’

ଭୁବନେଶ୍ୱର, ୨୧। ୧ (ବ୍ୟୁରୋ): ଭୁବନେଶ୍ୱର ଡ୍ରେନେଜ୍‌ ବ୍ୟବସ୍ଥାରେ ବହୁତ ସୁଧାର ଆସିଛି। ପୂର୍ବାପେକ୍ଷା ଏବେ ଅନେକ ପରିବର୍ତ୍ତନ କରାଯାଇଛି। କୃତ୍ରିମ ବନ୍ୟାସ୍ଥିତି ଉପୁଜୁଥିବା ୫୯ଟି ସ୍ଥାନ ହ୍ରାସ ପାଇ ଏବେ ୩୭ରେ ପହଞ୍ଚିଛି। ବହୁ ସମ୍ବେଦନଶୀଳ ଅଞ୍ଚଳରେ ନିୟମିତ ଭାବେ ଡ୍ରେନ ସଫେଇ ହେଉଛି। ମାତ୍ର ସଂସଦୀୟ ଷ୍ଟାଣ୍ଡିଂ କମିଟି ଭୁବନେଶ୍ୱର ଡ୍ରେନେଜ ବ୍ୟବସ୍ଥା ସଂକ୍ରାନ୍ତ ନୂଆ ମାଷ୍ଟର ପ୍ଲାନ ପରିବର୍ତ୍ତେ ପୁରୁଣା ମାଷ୍ଟର ପ୍ଲାନ୍‌ ଦେଖି ନିରାଶ ହୋଇଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଡ୍ରେନେଜ୍‌ ବିଭାଗୀୟ ମୁଖ୍ୟଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଡ୍ରେନ ସମ୍ପ୍ରସାରଣ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏଥିରେ ସହରୀ ବନ୍ୟାର ମୁକାବିଲା ପାଇଁ ବିଭିନ୍ନ ଯୋଜନା ରହିଛି। ସଂସଦୀୟ କମିଟି ନୂଆ ମାଷ୍ଟର ପ୍ଲାନ ନ ଦେଖି ପୁରୁଣା ମାଷ୍ଟର ପ୍ଲାନ ଆଧାରରେ ଏପରି ପ୍ରତିକ୍ରିୟା ଦେଇଛନ୍ତି। ଆଗାମୀ ଦିନରେ ଡ୍ରେନେଜ ସ୍ଥିତି ସୁଧାରିବା ପାଇଁ ବିଭିନ୍ନ ଯୋଜନା କରାଯାଇଥିବା ବେଳେ ନଗର ଉନ୍ନୟନ ବିଭାଗ ସହ ଆଲୋଚନା ଜାରି ରହିଛି। ଅର୍ଥ ଆସିଲେ ବିଭାଗ କାମ ଆରମ୍ଭ କରିବ। ଭୁବନେଶ୍ୱରରେ ମୁଖ୍ୟ ଡ୍ରେନ ସଂଖ୍ୟା ବଢାଇବା ସହ ଆଭ୍ୟନ୍ତରୀଣ ଡ୍ରେନଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବ ବୋଲି ମୁଖ୍ୟଯନ୍ତ୍ରୀ ଦୁରିଆ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଭୁବନେଶ୍ୱର ଡ୍ରେନେଜ୍‌ ବ୍ୟବସ୍ଥା ସୁଧାରିବା ପାଇଁ ଆବଶ୍ୟକ ପାଣ୍ଠି ହସ୍ତଗତ ହୋଇନାହିଁ। ବିଭାଗ ଦ୍ୱାରା ବହୁ ସମ୍ବେଦନଶୀଳ ସ୍ଥାନର ସ୍ଥିତିରେ ସୁଧାର ଅଣାଯାଇଛି। ଆଗକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ହୋଇଥିବା ସ୍ବତନ୍ତ୍ର ପ୍ୟାକେଜ୍‌ର ପାଣ୍ଠି ହସ୍ତଗତ ହେବା ପରେ ଘରୋଇ ଜମି ଅଧିଗ୍ରହଣ ହେବ। ତା’ସହ ଡ୍ରେନ ସମ୍ପ୍ରସାରଣ କରାଯିବ। ୬୫ ଏକରରୁ ଊର୍ଦ୍ଧ୍ୱ ଜମି ଅଧିଗ୍ରହଣ ହେବ। ଜମି ଅଧିଗ୍ରହଣ ସହ ମୁଖ୍ୟ ଡ୍ରେନର ଦୁଇ ପାର୍ଶ୍ୱରେ ପାଚେରି ନିର୍ମାଣ ହେଲେ କୃତ୍ରିମ ବନ୍ୟା ସ୍ଥିତି ନିୟନ୍ତ୍ରଣ ହେବା ସହ ଡ୍ରେନେଜ୍‌ ସ୍ଥିତି ସୁଧୁରିବ। ସେହିପରି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ସହ ଆସନ୍ତା ସପ୍ତାହ ମଧ୍ୟରେ ଡ୍ରେନେଜ ସ୍ଥିତିକୁ ନେଇ ଏକ ରିଭ୍ୟୁ ମିଟିଂ ହେବାର ଅଛି। ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ କାର୍ଯ୍ୟ ଓ ପାଣ୍ଠି ଉପରେ ଆଲୋଚନା କରାଯିବ। ପରେ ପଦକ୍ଷେପ ପାଇଁ ଏମ୍‌ପି ଷଡ଼ଙ୍ଗୀ ଅର୍ବାନ ଡେଭେଲପ୍‌ମେଣ୍ଟର ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ ଅବଗତ କରାଇବେ ବୋଲି ଦୁରିଆ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ସହରାଞ୍ଚଳ ବିକାଶକୁ ନେଇ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ୨୦ଜଣ ସଦସ୍ୟା, ସଦସ୍ୟ ଏବଂ ୫ଜଣ ସଂସଦୀୟ ବ୍ୟାପାର ଅଧିକାରୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ସେମାନେ ସିଧାସଳଖ କ୍ଷେତ୍ର ପରିଦର୍ଶନ କରି ୨୦୧୯-୨୦ ମସିହା ପାଇଁ ଚିହ୍ନିତ ବିଷୟଗୁଡ଼ିକୁ ଅନୁଧ୍ୟାନ କରି ନଗର ଉନ୍ନୟନ ବିଭାଗର କେତେକ ପ୍ରକଳ୍ପ ଓ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ସେମାନେ ଭୁବନେଶ୍ୱରର ଡ୍ରେନେଜ୍‌ ବ୍ୟବସ୍ଥା ସ୍ଥିତି ଠିକ୍‌ ନ ଥିବା ଦର୍ଶାଇବା ସହ ଏ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri