ପୁରୁଣା ବ୍ରାହ୍ମଣୀ ସେତୁରେ ମାଟିବାଲି ଆସ୍ତରଣ, ଯାତାୟାତ ବାଧାପ୍ରାପ୍ତ

ରସୁଲପୁର,୧୫।୩(ଡିଏନଏ): ରସୁଲପୁର ବ୍ଲକ ବାରବାଟୀ ସୀମା ସଂଲଗ୍ନ ବ୍ରାହ୍ମଣୀ ନଦୀ ଉପରିସ୍ଥ ପୁରୁଣା ବ୍ରାହ୍ମଣୀ ପୋଲ ଉପରେ ବାଲିମାଟିର ଆସ୍ତରଣ ଜମିଛି। ଏହି ପୋଲର ଉଭୟ ପାର୍ଶ୍ୱରୁ ପ୍ରାୟତଃ ୨ଫୁଟ ଓସାରର ବାଲିମାଟି, ପଲିଥିନ, କୁଟାକାଠି, ଲୁହା ପଥରଗୁଣ୍ଡ ମିଶା ଆଳିଆ ଆବର୍ଜନା ଆରମ୍ଭରୁ ଶେଷ ଯାଏ ଗଦାହୋଇ ରହିଛି। ଫଳରେ ପୋଲ ଉପରେ ଯାନବାହାନ ଗମନାଗମନରେ ବାଧା ଉପୁଜୁଛି। ବିଶେଷ କରି ଦୁଇ ଚକିଆ ଯାନ, ସାଇକେଲ ଆରୋହୀଙ୍କ ଜୀବନପ୍ରତି ବିପଦ ସୃଷ୍ଟି କରୁଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଧ୍ୟାନ ଦେଉ ନ ଥିବାରୁ ପୋଲ ଉପରେ ଯାତ୍ରା ବିପଦପୂର୍ଣ୍ଣ ହୋଇଛି। ସଡ଼କ ଦୁର୍ଘଟଣା ବଢିବାରେ ସହାୟକ ହେଉଛି।

ପ୍ରକାଶ ଯେ, ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣୀ ପୁରୁଣା ପୋଲ କ୍ରମଶଃ ଦୁର୍ବଳ ହୋଇଯାଉଥିବା ଭଳି ମନେହେଉଛି। ଏହି ପୋଲ ରାଜପଥ ଆରମ୍ଭରୁ ରହିଛି। ପରେ ଆଉ ଏକ ନୂତନ ପୋଲି ନିର୍ମାଣ ହୋଇସାରିଛି। ଏହି ପୋଲ ଅପେକ୍ଷାକୃତ ପୁରୁଣା ପୋଲଠାରୁ ଓସାରିଆ ରହିଛି ଏବଂ ନିର୍ମାଣ ଶୈଳୀରେ ବି ଭିନ୍ନ ରହିଛି। ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲିଛି। ରାସ୍ତାକୁ ୬ଲେନ ବିଶିଷ୍ଟ କରିବା ପାଇଁ ଏବେ ଆଉ ଏକ ନୂଆ ପୋଲ ନିର୍ମାଣ ହେଉଛି। ହେଲେ ପୁରୁଣା ପୋଲର ଦୁର୍ବଳ ଅଂଶକୁ ମରାମତି କରିବାରେ ରାଜପଥ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ପୋଲର ଯୋଡେଇ ମୁଣ୍ଡରେ ବଡ଼ବଡ଼ ଫାଟ ସୃଷ୍ଟି ହୋଇ ଯାତାୟାତରେ ବାଧା ଉପୁଜୁଛି। ତେଣେ ପୋଲ ଉଭୟ ପାର୍ଶ୍ୱରେ ଅଳିଆ ଆବର୍ଜନା ଗଦା ହୋଇ ପୋଲରୁ ବର୍ଷା ପାଣି ନିଷ୍କାସନ ହୋଇପାରୁ ନାହିଁ। ସମାନ୍ୟ ବର୍ଷାରେ ପୋଲ ଉପରେ ପାଣି ଲହଡ଼ି ମାରୁଛି। ଖରା ସମୟରେ ଗାଡ଼ି ଚକାରୁ ବାଲିମାଟି ଗୁଣ୍ଡ ଉଡ଼ି ବାୟୁମଣ୍ଡଳ ଦୂଷିତ ହେଉଛି। ବାଇକ ଓ ସାଇକେଲ ଆରୋହୀଙ୍କ ଆଖି, କାନ, ନାକ, ମୁଣ୍ଡ ଧୂଳିଧୂଆଁରେ ପ୍ରଭାବିତ ହେଉଛି। ବାରବାଟୀରେ ଦୈନିକ ପରିବା ହାଟ ବସୁଛି। ଏହି ହାଟକୁ ଚାଷୀମାନେ ସେମାନଙ୍କ ଉପତ୍ାଦିତ ଦ୍ରବ୍ୟକୁ ସାଇକେଲ ଓ ମୋଟର ସାଇକେଲରେ ନେଇ ଯାଉଛନ୍ତି। ପୋଲର ଏଭଳି ସ୍ଥିତି ସେମାନଙ୍କୁ ବିଶେଷ ପ୍ରଭାବିତ କରୁଛି। ରାଜପଥ ନିର୍ମାଣ ଦାଇତ୍ୱରେ ଥିବା ଠିକାଦାରଙ୍କ ପକ୍ଷରୁ ବାଲି,ମାଟି ଓ ଚିପ୍‌ସ ବୋଝେଇ ଟ୍ରକଗୁଡିକ ଅତି ବେପରୁଆଭାବେ ପରିବହନ କରାଯାଉଛି। ଉକ୍ତ ଟ୍ରକରୁ ପରିବହନ ସାମଗ୍ରୀଗୁଡିକ ଖସି ପୋଲ ଉପରେ ଗଦା ହୋଇ ଏଭଳି ସ୍ଥିତି ସୃଷ୍ଟି କରୁଛି। ତେବେ ଘଟଣା ଯାହା ହେଉନା କାହିଁକି, ଏହି ରାସ୍ତାରେ ରାଜପଥ କର୍ତ୍ତୃପକ୍ଷଙ୍କ ମୋବାଇଲ ଭ୍ୟାନ ୨୪ଘଣ୍ଟା ଯାତାୟାତ ହେଉଛି। ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ସଦାସର୍ବଦା ଏଠାରେ ଉପସ୍ଥିତ ଥାଇ ମଧ୍ୟ ପୋଲ ଓ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି। ତୁରନ୍ତ ପୋଲର ଉଭୟ ପାର୍ଶ୍ୱକୁ ପରିସ୍କାର ପରିଚ୍ଛନ୍ନ କରି ଯାତ୍ରୀ ଗମନାଗମନ ସୁଗମ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri