ପୁରୁଣା ବ୍ରାହ୍ମଣୀ ସେତୁରେ ମାଟିବାଲି ଆସ୍ତରଣ, ଯାତାୟାତ ବାଧାପ୍ରାପ୍ତ

ରସୁଲପୁର,୧୫।୩(ଡିଏନଏ): ରସୁଲପୁର ବ୍ଲକ ବାରବାଟୀ ସୀମା ସଂଲଗ୍ନ ବ୍ରାହ୍ମଣୀ ନଦୀ ଉପରିସ୍ଥ ପୁରୁଣା ବ୍ରାହ୍ମଣୀ ପୋଲ ଉପରେ ବାଲିମାଟିର ଆସ୍ତରଣ ଜମିଛି। ଏହି ପୋଲର ଉଭୟ ପାର୍ଶ୍ୱରୁ ପ୍ରାୟତଃ ୨ଫୁଟ ଓସାରର ବାଲିମାଟି, ପଲିଥିନ, କୁଟାକାଠି, ଲୁହା ପଥରଗୁଣ୍ଡ ମିଶା ଆଳିଆ ଆବର୍ଜନା ଆରମ୍ଭରୁ ଶେଷ ଯାଏ ଗଦାହୋଇ ରହିଛି। ଫଳରେ ପୋଲ ଉପରେ ଯାନବାହାନ ଗମନାଗମନରେ ବାଧା ଉପୁଜୁଛି। ବିଶେଷ କରି ଦୁଇ ଚକିଆ ଯାନ, ସାଇକେଲ ଆରୋହୀଙ୍କ ଜୀବନପ୍ରତି ବିପଦ ସୃଷ୍ଟି କରୁଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଧ୍ୟାନ ଦେଉ ନ ଥିବାରୁ ପୋଲ ଉପରେ ଯାତ୍ରା ବିପଦପୂର୍ଣ୍ଣ ହୋଇଛି। ସଡ଼କ ଦୁର୍ଘଟଣା ବଢିବାରେ ସହାୟକ ହେଉଛି।

ପ୍ରକାଶ ଯେ, ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣୀ ପୁରୁଣା ପୋଲ କ୍ରମଶଃ ଦୁର୍ବଳ ହୋଇଯାଉଥିବା ଭଳି ମନେହେଉଛି। ଏହି ପୋଲ ରାଜପଥ ଆରମ୍ଭରୁ ରହିଛି। ପରେ ଆଉ ଏକ ନୂତନ ପୋଲି ନିର୍ମାଣ ହୋଇସାରିଛି। ଏହି ପୋଲ ଅପେକ୍ଷାକୃତ ପୁରୁଣା ପୋଲଠାରୁ ଓସାରିଆ ରହିଛି ଏବଂ ନିର୍ମାଣ ଶୈଳୀରେ ବି ଭିନ୍ନ ରହିଛି। ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲିଛି। ରାସ୍ତାକୁ ୬ଲେନ ବିଶିଷ୍ଟ କରିବା ପାଇଁ ଏବେ ଆଉ ଏକ ନୂଆ ପୋଲ ନିର୍ମାଣ ହେଉଛି। ହେଲେ ପୁରୁଣା ପୋଲର ଦୁର୍ବଳ ଅଂଶକୁ ମରାମତି କରିବାରେ ରାଜପଥ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ପୋଲର ଯୋଡେଇ ମୁଣ୍ଡରେ ବଡ଼ବଡ଼ ଫାଟ ସୃଷ୍ଟି ହୋଇ ଯାତାୟାତରେ ବାଧା ଉପୁଜୁଛି। ତେଣେ ପୋଲ ଉଭୟ ପାର୍ଶ୍ୱରେ ଅଳିଆ ଆବର୍ଜନା ଗଦା ହୋଇ ପୋଲରୁ ବର୍ଷା ପାଣି ନିଷ୍କାସନ ହୋଇପାରୁ ନାହିଁ। ସମାନ୍ୟ ବର୍ଷାରେ ପୋଲ ଉପରେ ପାଣି ଲହଡ଼ି ମାରୁଛି। ଖରା ସମୟରେ ଗାଡ଼ି ଚକାରୁ ବାଲିମାଟି ଗୁଣ୍ଡ ଉଡ଼ି ବାୟୁମଣ୍ଡଳ ଦୂଷିତ ହେଉଛି। ବାଇକ ଓ ସାଇକେଲ ଆରୋହୀଙ୍କ ଆଖି, କାନ, ନାକ, ମୁଣ୍ଡ ଧୂଳିଧୂଆଁରେ ପ୍ରଭାବିତ ହେଉଛି। ବାରବାଟୀରେ ଦୈନିକ ପରିବା ହାଟ ବସୁଛି। ଏହି ହାଟକୁ ଚାଷୀମାନେ ସେମାନଙ୍କ ଉପତ୍ାଦିତ ଦ୍ରବ୍ୟକୁ ସାଇକେଲ ଓ ମୋଟର ସାଇକେଲରେ ନେଇ ଯାଉଛନ୍ତି। ପୋଲର ଏଭଳି ସ୍ଥିତି ସେମାନଙ୍କୁ ବିଶେଷ ପ୍ରଭାବିତ କରୁଛି। ରାଜପଥ ନିର୍ମାଣ ଦାଇତ୍ୱରେ ଥିବା ଠିକାଦାରଙ୍କ ପକ୍ଷରୁ ବାଲି,ମାଟି ଓ ଚିପ୍‌ସ ବୋଝେଇ ଟ୍ରକଗୁଡିକ ଅତି ବେପରୁଆଭାବେ ପରିବହନ କରାଯାଉଛି। ଉକ୍ତ ଟ୍ରକରୁ ପରିବହନ ସାମଗ୍ରୀଗୁଡିକ ଖସି ପୋଲ ଉପରେ ଗଦା ହୋଇ ଏଭଳି ସ୍ଥିତି ସୃଷ୍ଟି କରୁଛି। ତେବେ ଘଟଣା ଯାହା ହେଉନା କାହିଁକି, ଏହି ରାସ୍ତାରେ ରାଜପଥ କର୍ତ୍ତୃପକ୍ଷଙ୍କ ମୋବାଇଲ ଭ୍ୟାନ ୨୪ଘଣ୍ଟା ଯାତାୟାତ ହେଉଛି। ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ସଦାସର୍ବଦା ଏଠାରେ ଉପସ୍ଥିତ ଥାଇ ମଧ୍ୟ ପୋଲ ଓ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି। ତୁରନ୍ତ ପୋଲର ଉଭୟ ପାର୍ଶ୍ୱକୁ ପରିସ୍କାର ପରିଚ୍ଛନ୍ନ କରି ଯାତ୍ରୀ ଗମନାଗମନ ସୁଗମ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ରୋକିବାକୁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri