ପୁରୀ-ହାଓଡା ମଧ୍ୟରେ ଗଡ଼ିପାରେ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ,୨୫-୯: ସାରା ଦେଶର ୨୪ ରୁଟରେ ପ୍ରାଇଭେଟ ଟ୍ରେନ ଚଳାଇବା ନେଇ ରେଳ ମନ୍ତ୍ରଣାଳୟ ଯୋଜନା ରଖିଛି। ଏହି କ୍ରମରେ ରାଜ୍ୟରୁ ପୁରୀଠାରୁ ପଶ୍ଚିମବଙ୍ଗର ହଓଡା ମଧ୍ୟରେ ଏଭଳି ଏକ ଟ୍ରେନ ଗଡିପାରେ। ଚଳିତ ମାସ ୨୭ରେ ରେଳ ବୋର୍ଡ ପକ୍ଷରୁ ଏହାର ସବୁ ସଦସ୍ୟଙ୍କ ଲାଗି ଏକ ବୈଠକ ଆୟୋଜନ କରାଯାଉଛି। ଘରୋଇ ଯାତ୍ରୀବାହୀ ଟ୍ରେନ ଚଳାଚଳ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗ ଉପରେ ଏଠାରେ ଆଲୋଚନା ହେବ। ଏହା ପୂର୍ବରୁ ରେଳ ବୋର୍ଡ ପକ୍ଷରୁ ସାଙ୍କେତିକ ରୁଟ ସମ୍ପର୍କରେ ପ୍ରସ୍ତାବ ଦିଆଯାଇଛି। ଏହା ମଧ୍ୟରେ ପୁରୀ-ହାଓଡା ସମେତ ମୁମ୍ବାଇ-ଅହମ୍ମଦାବାଦ, ମୁମ୍ବାଇ-ପୁଣେ, ହାଓଡା-ଟାଟା, ହାଓଡା-ପାଟଣା, ଦିଲ୍ଲୀ, ଚଣ୍ଡିଗଡ, ଅମୃତସର ଭଳି ପ୍ରମୁଖ ରୁଟ ସ୍ଥାନ ପାଇଛି। ଏହାବାଦ ଅନ୍ୟ ସାମ୍ଭାବ୍ୟ ଇଣ୍ଟରସିଟି ରୁଟଗୁଡିକରେ ଘରୋଇ ଟ୍ରେନ ଚଳାଚଳ ନେଇ ମଧ୍ୟ ଆଲୋଚନା କରାଯିବ। ସେହିଭଳି ଦିଲ୍ଲୀ-ମୁମ୍ବାଇ, ଦିଲ୍ଲୀ-ହାଓଡା , ସିକନ୍ଦରାବାଦ-ଦିଲ୍ଲୀ, ଦିଲ୍ଲୀ-ଚେନ୍ନାଇ, ହାଓଡା-ମୁମ୍ବାଇ ଭଳି ଓଭରନାଇଟ ଏବଂ ଦୀର୍ଘ ଦୂରତ୍ୱ ବିଶିଷ୍ଟ ଟ୍ରେନ ସେବା ସେବା ମଧ୍ୟ ଏହା ମଧ୍ୟରେ ସାମିଲ ହୋଇପାରେ। ଏହି ପଦକ୍ଷେପ ଅନ୍ତର୍ଗତ ଘରୋଇ ଅପରେଟରମାନେ ଭଡା ନିର୍ଦ୍ଧାରଣ ଏବଂ ଆଦାୟ ନେଇ ଅଧିକାର ଲାଭ କରିବେ। ଏଥି ଲାଗି କନସେସନ ଏଗ୍ରିମେଣ୍ଟ ମଧ୍ୟ ହେବ। ଘରୋଇ ଟ୍ରେନ ଚଳାଚଳ ଲାଗି ସାମ୍ଭାବ୍ୟ ଏବଂ ପରିଚାଳନା ସୁଗମ ହେଉଥିବା ରୁଟଗୁଡିକୁ ବାଛିବା ଲାଗି ଜୋନାଲ ରେଲଓ୍ବେର ମତାମତ ଲୋଡାଯାଇଛି। ରେଳ ଯାତ୍ରୀଙ୍କୁ ବିଶ୍ୱ ସ୍ତରୀୟ ସେବା ଯୋଗାଣ ଲକ୍ଷ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି। ରେଳଓ୍ବେ ଏହାର ୧୦୦ ଦିନିଆ ଆକ୍ସନ ପ୍ଲାନ ଅନ୍ତର୍ଗତ ଏନେଇ ଉଲ୍ଲେଖ କରିଛି। ବିଭିନ୍ନ ବର୍ଗରେ ଟ୍ରେନ ଚଳାଚଳ ନେଇ ଘରୋଇ ଅପରେଟରଙ୍କୁ ବିଡିଂ ଯୋଗେ ଚୟନ କରାଯିବ। ଏହା ଦ୍ୱାରା ଦେଶର ପ୍ରମୁଖ ସହରକୁ ସେବା ଯୋଗାଣ କରିବା ନେଇ ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

କେନ୍ଦ୍ର ସରକାର ବଢାଇଲେ ମହଙ୍ଗା ଭତ୍ତା: ଏହିସବୁ କର୍ମଚାରୀଙ୍କ ବଢ଼ିବ ଦରମା

ନୂଆଦିଲ୍ଲୀ,୨୩।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଜୁଲାଇ ମାସରେ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରିଛନ୍ତି। ସେମାନେ ମହଙ୍ଗା ଭତ୍ତାରେ ୨…

ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

ଜି ଉଦୟଗିରି ଆଡପମଣ୍ଡପରେ ଜଗନ୍ନାଥ- ବଳଭଦ୍ରଙ୍କ ରାମ, ବଳରାମ ବେଶ

ଜି ଉଦୟଗିରି ୨୩।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ବୁଧବାର ସନ୍ଧ୍ୟାରେ ଜି ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀରାମ ବେଶ ଓ…

ଜୀବନ ସହ ସଂଘର୍ଷ କରୁଛନ୍ତି ପିଣ୍ଟୁ: ଚିକିତ୍ସା ପାଇଁ ସହଯୋଗର ହାତ ବଢେଇଲା ବିଜେଡି ପ୍ରତିନିଧି ଦଳ

ଗଞ୍ଜାମ, ୨୩।୭: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅରଣ ପୁର ଗ୍ରାମର ଅଭି ତରାଇଙ୍କ ପୁଅ ପିଣ୍ଟୁ ତରାଇ ମସ୍ତିଷ୍କ ରୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri